Saturday 27th April 2024
ବିନା ମେଡିସିନ୍ ରେ ଭଲ ହେବ କୋଲେଷ୍ଟ୍ରୋଲ୍

ବିନା ମେଡିସିନ୍ ରେ ଭଲ ହେବ କୋଲେଷ୍ଟ୍ରୋଲ୍

ବର୍ତ୍ତମାନ ର ସମୟରେ କୋଲେଷ୍ଟ୍ରୋଲ ଶବ୍ଦ କାହାକୁ ବି ଅଜଣା ନୁହଁ । ଆଜିକାଲି ଯାହାକୁ ବି ନନ୍ ଭେଜ କିମ୍ବା ମିଠା ଟିକେ ଖାଇବାକୁ ଦେଲେ କହନ୍ତି ମୋର କୋଲେଷ୍ଟ୍ରୋଲ ବଢିଯିବ । କୋଲେଷ୍ଟ୍ରୋଲ, ଏମିତି ଏକ ପ୍ରୋବ୍ଲେମ୍ ଯାହା ସହଜରେ ଭଲ ହୁଏ ନା । କୋଲେଷ୍ଟ୍ରୋଲ ହେଉଛି ସାଇଲେଣ୍ଟ କିଲର । କୋଲେଷ୍ଟ୍ରୋଲ ବଢିଗଲେ ଦେଖାଦିଏ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା । କୋଲେଷ୍ଟ୍ରୋଲ ପାଇିଁ ହେଇପାରେ ହୃଦରୋଗ । ଶରୀରରେ ହାଇକୋଲେଷ୍ଟ୍ରୋଲ ବଢିଚାଲିଥିଲେ ବି ଏହାର କୌଣସି ଲକ୍ଷଣ ନଜର ଆସିନଥାଏ । କୋଲେଷ୍ଟ୍ରୋଲ ବଢିବା କାରଣରୁ ହାର୍ଟରେ ବ୍ଲଡ୍ କ୍ଲଟିଙ୍ଗ୍ ର ସମସ୍ୟା ଦେଖା ଯିବା ର ସମ୍ଭାବନା ଥାଏ । ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ ହାଇ କୋଲେଷ୍ଟ୍ରୋଲ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷରେ ଥରେ ହେଲେବି ବ୍ଲଡ୍ କୋଲେଷ୍ଟ୍ରୋଲ ର ପରିମାଣ ରକ୍ତରେ କେତେ ଅଛି ପରୀକ୍ଷା କରେଇ ନେବା ଉଚିତ୍ ।

କୋଲେଷ୍ଟ୍ରୋଲ ସାଧାରଣତ ଦୁଇ ପ୍ରକାରର । ଗୋଟିଏ ହେଉଛି ଗୁଡ୍ କୋଲେଷ୍ଟ୍ରୋଲ ଅନ୍ୟଟି ହେଉଛି ବ୍ୟାଡ୍ କୋଲେଷ୍ଟ୍ରୋଲ । ହାଇ-ଡେଂସିଟି ଲିପୋପ୍ରୋଟିନ୍ କୁ ଗୁଡ୍ କୋଲେଷ୍ଟ୍ରୋଲ କୁହାଯାଇଥାଏ । ଏହା ଶରୀର ରେ ହରମୋନ୍ ଏବଂ ରକ୍ତ କଣିକା ତିଆରି  କରିବାରେ ରେ ସାହାର୍ଯ୍ୟ କରେ । ଗୁଡ୍ କୋଲେଷ୍ଟ୍ରୋଲ  ବ୍ୟାଡ୍ କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ ରେ ରଖିଥାଏ । ବ୍ଲଡ୍ ଫ୍ଲୋ ଏବଂ କୋଶିକା ପାଇଁ ଉପକାରୀ ହୋଇଥାଏ ଗୁଡ୍ କୋଲେଷ୍ଟ୍ରୋଲ ।

ସେହିଭଳି ବ୍ୟାଡ୍ କୋଲେଷ୍ଟ୍ରୋଲ କୁ ଲୋ-ଡେଂସିଟି ଲିପୋପ୍ରୋଟିନ୍  କୁହାଯାଇଥାଏ । ବ୍ୟାଡ୍ କୋଲେଷ୍ଟ୍ରୋଲ ର ପରିମାଣ ବଢିଗଲେ  ଶରୀରର ରକ୍ତ କୋଶିକାରେ ଜମିଥାଏ । ରକ୍ତ ସଂଚାଳନରେ ବାଧା ସୃଷ୍ଟି କରିଥାଏ ବ୍ୟାଡ୍ କୋଲେଷ୍ଟ୍ରୋଲ ଏବଂ  ଏପରିକି ରକ୍ତ ସଂଚାଳନକୁ ମଧ୍ୟ ବନ୍ଦ କରିଦେଇଥାଏ । କେବଳ ଏତିକି ନୁହେଁ, ହାର୍ଟକୁ ଅକ୍ସିଜେନ୍ ଏବଂ ବ୍ଲଡ୍ ସର୍କୁଲେସନ୍ କମେଇ ଦେଇଥାଏ ବ୍ୟାଡ୍ କୋଲେଷ୍ଟ୍ରୋଲ । ଯେଉଁଥିପାଇଁ ହାର୍ଟ ସମସ୍ୟା ବା ହୃଦଘାତ ଭଳି ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଶରୀରରେ କୋଲେଷ୍ଟ୍ରୋଲକୁ ସନ୍ତୁଳନ କରି ରଖିବା ପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ ରହିଛି । ଡାକ୍ତରଙ୍କୁ ପରାମର୍ଶ କରି ଖାଇଲେ କୋଲେଷ୍ଟ୍ରୋଲ ସନ୍ତୁଳିତ ହୋଇ ରହିଥାଏ ।

କିନ୍ତୁ ଏମିତି କିଛି ଅଛି ଯାହା ଫୋଲୋ କଲେ କୋଲେଷ୍ଟ୍ରୋଲ ରୁ ମିଳିବ ମୁକ୍ତି । କୋଲେଷ୍ଟ୍ରୋଲକୁ ସନ୍ତୁଳନ କରିବାପାଇିଁ ମେଡିସିନ୍ ର ଆବଶ୍ୟକତା ପଡିନପାରେ ।

ଯେମିତିକି-

ସୁଷମ ଖାଦ୍ୟ-

ନିତିଦିନିଆ ଜୀବନଶୈଳିରେ ହେଲଦି ଡାଏଟ୍ ନେବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । ନିଜ କୁ ସୁସ୍ଥ ରଖିବାପାଇିଁ ହେଲେ ନିହାତି ହେଲଦି ଡାଏଟକୁ ଅନୁଶରଣ କରିବାକୁ ପଡିବ । ଅନେକ ସାରା ଖାଦ୍ୟ ପଦାର୍ଥ ରହିଛି ଯାହାକୁ ବ୍ୟବାହାର କରି ଶରୀରର କୋଲେଷ୍ଟ୍ରୋଲ ର ପରିମାଣ କୁ ସନ୍ତୁଳନ କରିହେବ । ଏଥିପାଇଁ ପ୍ରଥମେ ଆବଶ୍ୟକତା ଠାରୁ ଟିକେ କମ୍ ତେଲ, ମସଲାଜାତୀୟ ଖାଦ୍ୟ, ଲୁଣ ଏବଂ ଚିନି ଖାଇବାକୁ ପଡିବ । ଖାଇବାରେ ଓଟମିଲ୍, ବିନ୍ସ ମଞ୍ଜି ବା ରାଜମା, ସେଓ ଏବଂ ଅନ୍ୟାନ ଫଳମୂଳ ଖାଇବାରେ ଦରକାର । ଦୁଗ୍ଧ ଜାତୀୟ ପଦାର୍ଥ ରୁ ଶରୀରକୁ ଗୁଡ୍ କୋଲେଷ୍ଟ୍ରୋଲ ମିଳିଥାଏ । ଲୁଣିପାଣି ମାଛ ରୁ ମିଳିଥାଏ ଓମେଗା-୩ । ସାଙ୍ଗରେ ଖାଇବାକୁ ପଡିବ ସାଲମନ୍, ଅଖରୋଟ୍ ଏବଂ ଅଳଶୀ ଭଳି ଖାଦ୍ୟ ।

ନିଶା ଜାତୀୟ ପଦାର୍ଥ ରୁ ନିଜ କୁ ଦୂରେଇ ରଖନ୍ତୁ-

ମଦ୍ୟପାନ, ଧୂମ୍ରପାନ ନିହାତି ଛାଡିବାକୁ ପଡିବ । ଏହା ପରେ ପରେ ଅଭ୍ୟାସ ରେ ପରିଣତ ହୁଏ । ଶରୀରରେ ଅମ୍ଳଜାନ ର ପରିମାଣ କମେଇଥାଏ ।

ଓଜନ ହ୍ରାସ –

ଶରୀରର ଓଜନ କମାଇବାକୁ ପଡିବ । ଓଜନ ବଢିଗଲେ ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇ ନଥାଏ । ବ୍ୟାଡ୍ କୋଲେଷ୍ଟ୍ରୋଲ ର ପରିମାଣ ହୃଦରୋଗ ଜନିତ ସମସ୍ୟା ର କାରଣ ପାଲିଟି ଥାଏ । ନିୟମିତ ବ୍ୟାୟାମ କରିବା ଶରୀର ପାଇଁ ହିତକର ହୋଇଥାଏ । କିନ୍ତୁ କାର୍ଡିଓ କଲେ ଅଧିକ ଫଳପ୍ରଦ ହୋଇ ଥାଏ । କାର୍ଡିଓ କଲେ ଅଧିକା କ୍ୟାଲୋରୀ ବର୍ନ ହୋଇଥାଏ ଏବଂ ତା ସହ ବର୍ନ ହୋଇଥାଏ ବ୍ୟାଡ୍ କୋଲେଷ୍ଟ୍ରୋଲ ।

ରସୁଣ ଖାଆନ୍ତୁ –

ରସୁଣ ଦେହ ପାଇିଁ ଭଲ । ରସୁଣ ଖାଇଲେ ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ । କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତେବେ ଜଣେ ଭଲ ଡାଏଟିସିଆନ୍  କିମ୍ବା  ନ୍ୟୁଟ୍ରିସନିଷ୍ଟ୍ ଙ୍କ ପରାମର୍ଶ କ୍ରମେ ରସୁଣ ସେବନ କରନ୍ତୁ ।

ଜୀରା ସେବନ କରନ୍ତୁ –

କୌଣସି ବି ତରକାରୀକୁ ଛୁଙ୍କ ଦେବା ପାଇଁ ଜୀରାକୁ ଖାସ କରି ବ୍ୟବହାର କରାଯାଏ । ଏହା ଖାଇବାର ସ୍ୱାଦକୁ ବଢ଼ାଇବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ ଜୀରାକୁ ପାଣି ସହିତ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ କଣ୍ଟ୍ରୋଲରେ ରହିଥାଏ । ଏହାଦ୍ୱାରା ବ୍ଲଡପ୍ରେସର ନିୟନ୍ତ୍ରଣରେ ରହିବା ସହିତ ହୃଦୟ ସହ ଜଡିତ ରୋଗର ଭୟକୁ କମ୍ କରିଥାଏ ।

ପ୍ରୋପର ରେଷ୍ଟ୍ –

ରାତି ହେଉ କିମ୍ବା ଦିନ କାମ କରିବାରେ ଅସୁବିଧା ନାହିଁ । କିନ୍ତୁ ୨୪ ଘଣ୍ଟାରୁ ସର୍ବନିମ୍ନ ୭ ଘଣ୍ଟା ଶୋଇବା ପାଇିଁ ଚେଷ୍ଟା କରିବା ଉଚିତ୍ । ଯଦି ମାନସିକ ଚାପ କିମ୍ବା ଅନ୍ୟକିଛି କାରଣ ରୁ ଶୋଇପାରୁନାହାନ୍ତି ତାହେଲେ ଶୀଘ୍ର ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )