Wednesday 24th April 2024
୧୦ମ ପରେ IBରେ ରହିଛି ଚାକିରୀ କରିବାର ସୁଯୋଗ

୧୦ମ ପରେ IBରେ ରହିଛି ଚାକିରୀ କରିବାର ସୁଯୋଗ

ସାଧାରଣତଃ ସ୍କୁଲରେ ପାଠ ପଢା ସରିବା ପରେ ପିଲାମାନେ ଚିନ୍ତାରେ ପଡିଯାଆନ୍ତି । କାରଣ ସେମାନେ ଆଗକୁ କେଉଁ ପାଠ ପଢିଲେ ସେମାନଙ୍କ ଭବିଷ୍ୟତ ଚାକିରୀ ବା ବ୍ୟବସାୟରେ ତାହା କାମରେ ଆସିବ ତାହା ବୁଝିପାରନ୍ତି ନାହିଁ । ତାଛଡା ବାପା ମା ବି ପାଠ ପଢାକୁ ନେଇ ବହୁତ କଟକଣା ଲଗାନ୍ତି । ସମାଜର ଚାଲିଚଳଣିକୁ ଦେଖି ବାପା ମା ନିଜ ପିଲାଙ୍କ ଉପରେ ତାଙ୍କ ଇଚ୍ଛା ବିରୋଧରେ ପାଠ ପଢିବାକୁ କୁହନ୍ତି । ହେଲେ ବର୍ତ୍ତମାନର ସମୟ ବଦଳିଛି, ପିଲାମାନେ ନିଜେ ନିଜର ଭବିଷ୍ୟତ ଗଢିବାର ନିଷ୍ପତି ନେଉଛନ୍ତି, ସେମାନଙ୍କର ରୁଚି ଅନୁସାରେ କାମ ବାଛୁଛନ୍ତି । ତେଣୁ ବିଶେଷ ଦ୍ୱନ୍ଦରେ ରହିବାର ବେଳ ଏବେ ଚାଲିଗଲାଣି । ସେଥିପାଇଁ ଆମେ ଆପଣଙ୍କୁ ସବୁଧରଣର ଚାକିରୀ ବିଷୟରେ ସମୟ ସମୟରେ ଅପଡେଟ୍ ଦେଉଥାଉ । ଯାହାଦ୍ୱାରା ଆପଣ ନିଜ ଯୋଗ୍ୟତା ଅନୁସାରେ ଚାକିରୀ କରିବାର ସୁଯୋଗ ପାଇପାରିବେ । ବର୍ତ୍ତମାନ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା ପରେ ଏକ ସୁଯୋଗ ରହିଛି ତେବେ ଚାଲନ୍ତୁ ଜାଣିବା କଣ ରହିଛି ସେ ସୁଯୋଗ ।Trending news: IB Recruitment 2022: Recruitment of Intelligence Bureau  Officers, Apply for GATE, Salary up to Rs 1.42 Lakh - Hindustan News Hub() ୧୦ମ ପରୀକ୍ଷାରେ ଉତ୍ତିର୍ଣ୍ଣ କରିସାରିଥିବା ପିଲାମାନେ ଚାକରୀ କରିପାରିବେ ଇଣ୍ଟେଲିଜେନ୍ସ ବ୍ୟୁରୋ ବା (IB)ରେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ, ସୁରକ୍ଷା ସହାୟକ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୋଷ୍ଟ ଗୁଡ଼ିକ ପାଇଁ ଆଶାୟୀ ପ୍ରର୍ଥୀ ମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଏବଂ ଏହି ପ୍ରକ୍ରିୟା ନଭେମ୍ବର୫ରୁ ଆରମ୍ଭ ହୋଇ ନଭେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ । ଆଶାୟୀ ପ୍ରର୍ଥୀ ମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://www.mha.gov.in/  କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ଯେଉଁମାନେ ଏହାର ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ https://images.news18.com/ibnkhabar/uploads/2022/10/IB-1671-Recruitment-2022-Notification-PDF.pdf ଏହି ଲିଙ୍କ ସାହାର୍ଯ୍ୟରେ ଦେଖିପାରିବେ।

ଖାଲି ଥିବା ପଦବୀ:

  • ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୬୭୧ଟି ପଦବୀ ରହିଛି ।
  • କାର୍ଯ୍ୟନିର୍ବାହୀ ଅଧିକାରୀ-୧୫୬୧
  • MTS ପଦବୀ-୧୫୦

ଶିକ୍ଷାଗତ ଯୋଗ୍ୟତା:

  • ଆଶୟୀ ପ୍ରାର୍ଥୀମାନେ ଦଶମ ପାସ୍ କରିଥିବା ଦରକାର ।
  • ଆଶୟୀ ପ୍ରାର୍ଥୀଙ୍କର ସ୍ଥାନୀୟ ଭାଷା ଉପରେ ଜ୍ଞାନ ଥିବା ଦରକାର ।

ବୟସ ସୀମା:

  • ସର୍ବାଧିକ ବୟସ ସୀମା ୨୭ ବର୍ଷ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସରେ କୋହଳ ଦିଆଯିବ

ଆବେଦନର ଶୁଳ୍କ:

  • ଆବେଦନ କରିବା ନେଇ ପ୍ରାର୍ଥୀଙ୍କୁ ଶୁଳ୍କ ଭାବେ ୫ଟଙ୍କା ଦେବାକୁ ପଡ଼ିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )