Friday 19th April 2024
Health-ରୋଗ ନଜାଣି ଖାଉଛନ୍ତି କି ମେଡିସିନ୍, ଜାଣନ୍ତୁ ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର କୈଳାଶ ଚନ୍ଦ୍ର ରଥ

Health-ରୋଗ ନଜାଣି ଖାଉଛନ୍ତି କି ମେଡିସିନ୍, ଜାଣନ୍ତୁ ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର କୈଳାଶ ଚନ୍ଦ୍ର ରଥ

ମଣିଷ ଶରୀରରେ ରୋଗ ଅଛି ମାନେ ତାର ନିରାକରଣ ମଧ୍ୟ ଥିବ । ସେଥିପାଇଁ ଆମ ଦୁନିଆରେ ଆମେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦେଉ । କାରଣ ରୋଗର ନିରାକରଣ ବଇଦ ବା ଡାକ୍ତରଙ୍କ ପାଖରେ ହିଁ ଥାଏ । କିନ୍ତୁ ଆଜିର ଆଧୁନିକତା ଭିତରେ ରୋଗ ଯେତିକି ଔଷଧ ବି ତା ଠୁ ୧୦୦ଗୁଣା ଅଧିକ। ଔଷଧ ବିଷୟରେ ଡାକ୍ତର ସିନା ଜାଣନ୍ତି କିନ୍ତୁ ଆମକୁ କିଛି ରୋଗ ହେଲେ ଆମେ ସିଧା ଔଷଧ ଦୋକାନୀ ଠାରୁ କିଣିଆଣୁଛୁ। ଯାହା ଆମ ପ।ଇଁ ଭଲ କି ନୁହେଁ ତା ବିଷୟରେ ଆମେ ଜାଣିନାହୁଁ । ଅର୍ଥାତ ଦେହର ରୋଗ ପ।ଇଁ ବିଭିନ୍ନ ପ୍ରକାରର ଔଷଧ ମାର୍କେଟରେ ମିଳୁଛି। କିନ୍ତୁ ଥରେ ଭାବିଲେ ଯେଉଁମାନେ ଭଲ ଭାବରେ ରୋଗ, ଔଷଧ ଏସବୁ ସମ୍ବନ୍ଧରେ ଜାଣି ନଥାନ୍ତି ସେମାନଙ୍କୁ ଏହା ମାଧ୍ୟମରେ ଠକିବା କେତେ ସହଜ ହେଇଯିବ। ସେଥିପାଇଁ ଆଜି ଆମେ ଜଣେ ଡାକ୍ତର ତଥା ମେଡିସିନ୍ specialist କୈଳାଶ ଚନ୍ଦ୍ର ରଥଙ୍କ ସହ ଆଲୋଚନା କରିବୁ ଓ ଜାଣିବୁ medicine ଖାଇବା କଣ ସତରେ ସବୁ ରୋଗ ପ।ଇଁ ଜରୁରୀ। ତାଛଡା ଅତ୍ୟଧିକ ପେନ୍ କିଲରର ବ୍ୟବହାର ଆମ ଜୀବନ ଉପରେ କଣ ପ୍ରଭାବ ପକାଉଛି।Govt confers Padma Awards to 13 doctors for their contribution to health - Express Healthcare

ସାର୍ ସବୁ ରୋଗ ପାଇଁ କଣ ଔଷଧ ଜରୁରୀ ? ଯଦି ହଁ ତାହାଲେ କାହିଁକି? ଯଦି ନା ତାହାଲେ କାହିଁକି ନୁହେଁ ?

ଉ- “ସବୁ ରୋଗ ପାଇଁ ବିଶେଷ medicine ଜରୁରୀ ନୁହେଁ । କିଛି ରେଗ ପାଇଁ ଜରୁରୀ ହୋଇଥିବା ବେଳେ କିଛି ରୋଗ ପାଇଁ ଘରୋଇ ଉପଚାର ଜରୁରୀ ହୋଇଥାଏ” । ଯେମିତି ଗଳା ଦରଜ ହୋଇଥିଲେ, ଗରମ ପାଣିରେ ଲୁଣ ପକାଇ ଗର୍ଗଲିଙ୍ଗ କରିବାକୁ ପଡ଼େ ସେହିଭଳି କିଛି ରୋଗ ପାଇଁ ଘରୋଇ ଉପଚାର କରିହେବ । ଏହା ବ୍ୟତୀତ ମୁଁ କହିବି ସବୁ ରୋଗ ପାଇଁ ବିଶେଷ ଦରକାର ହୋଇନଥାଏ ।

ସାଧାରଣ ଲୋକଟି କେମିତି ଜାଣିବ ତା ରୋଗ ପ।ଇଁ ତାକୁ କେଉଁ specialist ପ।ଖକୁ ଯିବା ଦରକାର ?

ଉ-“ସାଧାରଣ ଲୋକଟିଏ ପ୍ରଥମେ ଜାଣିପାରିବ ନାହିଁ । କିନ୍ତୁ ପରେ କିଛି ଟେଷ୍ଟ କଲା ପରେ ତାହା ସ୍ପଷ୍ଟଭାବେ ଜଣା ପଡ଼ିଯାଏ କି ସେହି ବ୍ୟକ୍ତିଙ୍କୁ କେଉଁ specialistଙ୍କ ପାଖକୁ ଯିବା ଜରୁରୀ” । ସାଧାରଣ ରୋଗ ପାଇଁ କେଉଁବି ଡାକ୍ତର ଚିକିତ୍ସା କରିପାରିବ । କିନ୍ତୁ ଯେଉଁ ମାନଙ୍କର ରୋଗ ପ୍ରଥମ ଷ୍ଟେଜରୁ ଆଗକୁ ବଢ଼ୁଥାଏ ସେହି ବ୍ୟକ୍ତିଙ୍କୁ ଆମେ ସେହି ରୋଗର ବିଶେଷଜ୍ଞଙ୍କ ପାଖକୁ ପଠାଇଥାଉ । Should Malayalees consume huge amount of medicines? - EDITORIAL - EDITORIAL | Kerala Kaumudi Online

ଛୋଟରୁ ଛୋଟ ରୋଗ ପ।ଇଁ ଆମେ ଡାକ୍ତରଙ୍କୁ ନ ପଚାରି medicine ଷ୍ଟୋରରୁ ଔଷଧ କିଣିବା ଠିକ୍ ନା ଭୁଲ୍ ?

ଉ- “ଏହା ଠିକ୍ ନୁହେଁ ବେଳେ ବେଳେ ଆପଣ ଠିକ୍ ହୋଇପାରନ୍ତି କିନ୍ତୁ ସବୁ ବେଳେ ନୁହେଁ” । ଅନ୍ୟପଟେ medicine ଷ୍ଟୋରରୁ ମେଡିସିନ୍ ଆଣିକି ଖାଇଲେ ରୋଗ ଠିକ୍ ହେବା ପରିବର୍ତ୍ତେ ରୋଗର ପରିବର୍ତ୍ତନ ହୋଇଯାଏ । “ଯାହା ଫଳରେ ଯେଉଁ ରୋଗ ହୋଇଥିବ ତାର ଲକ୍ଷଣ ଦେଖାଇ ନଥାଏ ତେଣୁ ବହୁତ ଅସୁବିଧା ହୁଏ । ବେଳେ ବେଳେ ଡାକ୍ତର ମାନଙ୍କୁ ରୋଗଟି ଚିହ୍ନିବାକୁ ସମୟ ଲାଗିଯାଏ” ।

କିଛି ବି ରୋଗ ହେଲେ ସାଙ୍ଗେ ସାଙ୍ଗେ medicine ଖାଇବା କଥା ନା ନାଇ?

ଉ-  ପ୍ରଥମ କଥା “ସାଙ୍ଗେ ସାଙ୍ଗ କେବେ ବି medicine ଖାଇବା କଥା ନୁହେଁ” । କେତେକ medicine ଖାଇବା ପୂର୍ବରୁ ତ ପୁଣି କେତେକ medicine ଖାଇବା ପରେ ଖିଆ ଯାଇଥାଏ । ଯାହାକୁ ଡାକ୍ତର ନିର୍ଦ୍ଧାରିତ କରିଥାନ୍ତି । କିନ୍ତୁ ଆମେ ପ୍ରାୟେ ଦେଖିଛୁ ବହୁ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଜାଣି ପାରନ୍ତି ନାହିଁ ଖାଇବା ପୂର୍ବରୁ କେଉଁ medicine ଖାଇବା ଦରକାର ଆଉ କେଉଁ medicine ଖାଇବା ପରେ ଖାଇ ଦେଇଥାନ୍ତି । ଯାହା ଫଳରେ medicine ଯେତିକି ହାରାହାରି ଜଲ୍‌ଦି କାମ କରିଥାଏ, ତାଠୁ ଧିରେ ହୋଇଯାଏ ତେଣୁ ରୋଗୀ ଶୀଘ୍ର ଠିକ୍ ହେବା ପରିବର୍ତ୍ତେ ଧିରେ ଧିରେ ଠିକ୍ ହୋଇଥାଏ ।What Is The Best Painkiller For Toothache? | Emergency Dentist Brisbane

ପେନ୍ କିଲର୍ କଣ ?

ଉ- ଯାହାଙ୍କର ଆଘାତ ହୋଇଛି କେଉଁ ଯାଗା କିମ୍ବା ଆକ୍ସିଡେଣ୍ଟ ହୋଇଛି କିମ୍ବା ଏମିତି କିଛି ହୋଇଛି ଯାହାପାଇଁ ବ୍ୟକ୍ତି ଜଣଙ୍କୁ କଷ୍ଟ ଭୋଗିବାକୁ ପଡ଼ୁଛି ତାକୁ ଆମେ କୁହନ୍ତି ପେନ୍ ହେଉଛି । ତେଣୁ ତାକୁ ବାରଣ କରିବା ପାଇଁ ଆମେ ବ୍ୟକ୍ତିଙ୍କ ଉପରେ ପେନ୍ କିଲର୍ ବ୍ୟବହାର କରିଥାଉ । ତେଣୁ ଆମେ inflammatory ଓ anti inflammatory ଦେଇଥାଉ । ନଦେଲେ ବ୍ୟକ୍ତିଙ୍କ ପେନ୍ କମିନଥାଏ ଓ ସେ କଷ୍ଟ ପାଉଥାଏ । ତେଣୁ ଆମକୁ ଦେବାକୁ ପଡ଼େ ।

ଅନ୍ୟଦେଶରେ ବିନା prescriptionରେ ଔଷଧ ଦିଅନ୍ତି ନାହିଁ , ଭାରତରେ ସେ ଷିଷ୍ଟମ ପୁରାପୁରି କେବେ ଲାଗୁ ହେବ ବୋଲି ଆପଣ ଭାବୁଛନ୍ତି?

ଉ-  ବିନା prescriptionରେ medicine ଦେବା କଥା ନୁହେଁ । ବେଳେ ବେଳେ ରୋଗୀ ମାନେ ପୁରୁଣା prescription ଦେଖାଇ medicine ନେଇଯାଇଥାନ୍ତି । ଏମିତି ବି ହୁଏ ଆପଣଙ୍କୁ ଯେଉଁ ରୋଗ ପୂର୍ବରୁ ହୋଇଥିବ ଆଉ ସେହି ରୋଗ କିଛି ଦିନ ପରେ ଆପଣଙ୍କ ଘର ଲୋକ କାହାକୁ ବି ହେଲା ତେବେ ବ୍ୟକ୍ତି ଜଣକ ପୁରୁଣା prescription ଦେଖାଇ ସେହି medicine ଖାଇବାକୁ ଦେଇଥାଏ । ଯାହା କି କରିବା କଥା ନୁହେଁ । କାରଣ ଏକା ଭଳିଆ ଲକ୍ଷଣ ଦେଖାଇଲେ ମଧ୍ୟ ବେଳେ ବେଳେ ତାହା ଅଲଗା ରୋଗ ବି ହୋଇଥାଇ ପାରେ । ନିହାତି ଭାରତରେ ବି ବିନା prescriptionରେ medicine ଦେବାକଥା ନୁହେଁ ।Available Without A Prescription | Print Version

ଏମିତି କେଉଁ ରୋଗ ହେଲେ medicine specialistଙ୍କ ପାଖକୁ ରୋଗୀ ଯିବେ?

ଉ- medicine specialistମାନେ ସବୁ ରୋଗର ଚିକିତ୍ସା କରିଥାନ୍ତି । ମାତ୍ର ଯଦି ଗୋଟିଏ ରୋଗ ବ୍ୟତୀତ ଆଉ କୌଣସି ରୋଗ ହେଇଥିବା ଜ୍ୱର ହେବା ସହ ଆଣ୍ଠୁ ଗଣ୍ଠି ବିନ୍ଧା ହେବା କିମ୍ବା କାଶ ହେବା ଏହିଭଳି କିଛି ହେଲେ କିମ୍ବା ରୋଗ କମ୍ପ୍ଲିକେଟେଡ୍ ରୋଗ ହୋଇଥିଲେ medicine specialistଙ୍କ ପାଖକୁ ରୋଗୀଙ୍କୁ ଯିବାକୁ ପଡ଼ିଥାଏ । ସେହି ରୋଗୀଙ୍କର ସାଧାରଣ ଚିକିତ୍ସା କରିହେବ ନାହିଁ ।

medicine specialist ଅନୁସାରେ ସାଧାରଣ ମଣିଷକୁ ସୁସ୍ଥ ରହିବା ପାଇଁ ଆପଣ କଣ ଟିପ୍ସ ଦେବେ ?

ଉ- ସାଧାରଣତଃ ଆପଣ ଦେଖିଥିବେ ଡାକ୍ତର ମାନଙ୍କୁ ବିଶେଷ ରୋଗ ହୋଇନଥାଏ । କାରଣ ସେମାନେ ନିଜର ଉଚିତ୍ ଡାଏଟ୍ ଫଲୋ କରିଥାନ୍ତି । ସାଧାରଣ ଲୋକଙ୍କ ପାଇଁ ମଧ୍ୟ ମୁଁ ସେହି ଜିନିଷ ହିଁ କହିବି କି ନିଜ ଡାଏଟ୍‌କୁ ସ୍କିପ୍ କରନ୍ତୁ ନାହିଁ । ଠିକ୍ ସମୟରେ ଖାଇବା ପିଇବା ଦ୍ୱାରା ଅଧାରୁ ଅଧିକ ରୋଗ ହୋଇନଥାଏ । ଖାସ କରି ମହିଳା ମାନେ ଠିକ୍ ସମୟରେ ଖାଦ୍ୟ ଖାଇ ନଥାନ୍ତି ସକାଳ ଖାଇବା ଖାଇନଥାନ୍ତି ତେଣୁ ଗ୍ୟାସଟିକ୍ ସମସ୍ୟ ମଧ୍ୟ ହୋଇଥାଏ ମହିଳା ମାନଙ୍କୁ ବେଶୀ ମାତ୍ରାରେ ପୁରୁଷଙ୍କ ଅପେକ୍ଷା । ତେଣୁ ସକାଳର ପ୍ରଥମ ଖାଦ୍ୟ ଜଳଖିଆକୁ ସ୍କିପ୍ କରିବା କଥା ନୁହେଁ । Diet vs. Medication [A NEW STUDY]ଆମର ଆଶା medicine ଓ ପେନ୍ କିଲରର ବ୍ୟବହାର ଆମ ଜୀବନ ଉପରେ କଣ ପ୍ରଭାବ ପକାଏ ଆପଣ ଜାଣି ପାରିଥିବେ । ଯଦି ଏହା ଆପଣ ମାନଙ୍କୁ ଉପକାରୀ ଲାଗେ ତେବେ ପୋଷ୍ଟ ଟିକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )