Friday 29th March 2024
ଇଣ୍ଟରଭ୍ୟୁରେ ବାରମ୍ବାର ଫେଲ୍ ହେଉଛନ୍ତି କି ? ଜାଣନ୍ତୁ ଇଣ୍ଟରଭ୍ୟୁରେ ସଫଳ ହେବାର ମନ୍ତ୍ର !

ଇଣ୍ଟରଭ୍ୟୁରେ ବାରମ୍ବାର ଫେଲ୍ ହେଉଛନ୍ତି କି ? ଜାଣନ୍ତୁ ଇଣ୍ଟରଭ୍ୟୁରେ ସଫଳ ହେବାର ମନ୍ତ୍ର !

ଇଣ୍ଟରଭ୍ୟୁରେ ଅନେକ ବ୍ୟକ୍ତି ସଫଳ ହୁଅନ୍ତି ଏବଂ ଅନେକ  ବ୍ୟକ୍ତି ବିଫଳ । ତେବେ ଇଣ୍ଟରଭ୍ୟୁରେ ସଫଳ  ହେବାର କଳା ସମସ୍ତଙ୍କୁ ଜଣା ନଥାଏ । ଇଣ୍ଟରଭ୍ୟୁ କ୍ୟାରିୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଚାକିରୀ କରିବାପାଇଁ ଏହା ଏକ ପ୍ରକାର ର ପର୍ସନାଲିଟି ଟେଷ୍ଟ୍ କିମ୍ବା ଏକ ପ୍ରକାର ର ମୌଖୀକ ପରୀକ୍ଷା । ବେସରକାରୀ ଚାକିରୀରେ ଏହାର ଗୁରୁତ୍ୱ ଅଧିକ । ଗୋଟିଏ ଇଣ୍ଟରଭ୍ୟୁରେ ଆପଣଙ୍କୁ ସଫଳତା ପରେ ଆପଣଙ୍କୁ ମିଳିଥାଏ ଚାକିରୀ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଚାକିରୀ ଆଶାୟୀ ମାନଙ୍କ ପାଇଁ ଇଣ୍ଟରଭ୍ୟୁ ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରୀ କିମ୍ବା ବେସରକାରୀ , ସବୁକ୍ଷେତ୍ରରେ ଚାକିରୀ କରିବା ପାଇଁ ଥାଏ ଇଣ୍ଟରଭ୍ୟୁ । କିଛି ସରକାରୀ ଚାକିରୀରେ ଇଣ୍ଟରଭ୍ୟୁ ନଥାଏ । କିନ୍ତୁ ବେସରକାରୀ ଚାକିରୀରେ ଇଣ୍ଟରଭ୍ୟୁ ନିଶ୍ଚୟ ଥାଏ । ବେସରକାରୀ ଚାକିରୀ ବା ଇଣ୍ଟରଭ୍ୟୁରେ ପରୀକ୍ଷାର ନମ୍ବର ଅପେକ୍ଷା ଦକ୍ଷତା ଏବଂ କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ତେଣୁ ଏଥିରେ ଇଣ୍ଟରଭ୍ୟୁ ର ଅଧିକ ଗୁରୁତ୍ୱ  ଥାଏ । ଗୋଟିଏ ଇଣ୍ଟରଭ୍ୟୁରେ ବାର୍ତ୍ତାଳାପ ରୁ ଆରମ୍ଭକରି ପ୍ରଶ୍ନ ଉତ୍ତର ଏବଂ ବିଭିନ୍ନ କଥା ଆଲୋଚନା ହେଇପାରେ । ଇଣ୍ଟରଭ୍ୟୁରେ ଆପଣଙ୍କ ବ୍ୟକ୍ତିତ୍ୱ ଜଣାପଡେ । ଗୋଟିଏ ଇଣ୍ଟରଭ୍ୟୁ ଆପଣଙ୍କୁ ଚାକିରୀ ଦେଇପାରେ । ଏଭଳି ଅବସ୍ଥା ଆସିପାରେ , ଅନେକ ଇଣ୍ଟରଭ୍ୟୁ ଦେଲେ ମଧ୍ୟ ଚାକିରୀ ମିଳିବା କଷ୍ଟକର ହୋଇଯାଏ । ତେବେ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଇଣ୍ଟରଭ୍ୟୁ ର ଅର୍ଥ ଟିକେ ଭିନ୍ନ । ଜଣେ ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଇଁ ଇଣ୍ଟରଭ୍ୟୁ ର ଅର୍ଥ ଟିକେ ଭିନ୍ନ ଏବଂ ଜଣେ ବେରୋଜଗାର ଥିବା ବ୍ୟକ୍ତିଙ୍କ ପାଇଁ ଇଣ୍ଟରଭ୍ୟୁ ର ଅର୍ଥ ଟିକେ ଭିନ୍ନ । 

ତେବେ ଇଣ୍ଟରଭ୍ୟୁରେ ସଫଳ ହେବାର ସିକ୍ରେଟ୍ ସମସ୍ତଙ୍କୁ ଜଣାନଥାଏ । ଇଣ୍ଟରଭ୍ୟୁକୁ ନେଇ ଚିନ୍ତିତ କି ? ଇଣ୍ଟରଭ୍ୟୁରେ ବାରମ୍ବାର ଫେଲ୍ ହେଉଛନ୍ତି କି ? ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢନ୍ତୁ ଏବଂ ଜାଣନ୍ତୁ ଇଣ୍ଟରଭ୍ୟୁରେ ସଫଳ ହେବାର କଣ ରହିଛି ମୂଳ ମନ୍ତ୍ର ।

 

୧) ପ୍ରଥମ  ଇଣ୍ଟରଭ୍ୟୁ –

Are you repeatedly failing in interviews?

ଜୀବନରେ ପ୍ରଥମ ଇଣ୍ଟରଭ୍ୟୁ ପାଇଁ ଯେତିକି ଡର ଥାଏ ସେତିକି ଉତ୍କଣ୍ଠା ମଧ୍ୟ ଥାଏ । ତେଣୁ ପ୍ରଥମ ଇଣ୍ଟରଭ୍ୟୁର ଗୁରୁତ୍ୱ ଚାକିରୀ ଆଶାୟୀମାନଙ୍କ ପାଇଁ ସବୁବେଳେ ଅଧିକ ଥାଏ । ମନରେ ଡର ଥାଏ କାଳେ କଣ ହେଇଯିବ କି ? ପୁଣି ଇଣ୍ଟରଭ୍ୟୁକୁ ଯିବା ଆଗରୁ ମନରେ ପ୍ରତିଯୋଗିତା ଭାବ ଜାଗ୍ରତ ହୋଇଥାଏ । ପ୍ରଥମ ଚାକିରୀ ପାଇଁ ଉତ୍କଣ୍ଠା ସମସ୍ତଙ୍କର ମନରେ ଥାଏ । କିଛି ଚାକିରୀ ଆଶାୟୀ ଛାତ୍ର ଜୀବନରୁ ହିଁ ଇଣ୍ଟର୍ନସିଫ୍ କରିବା ଆରମ୍ଭ କରିଦେଇଥାନ୍ତି । ଚାକିରୀ କରିବା ଆଗରୁ ଚାକିରୀ ର ସ୍ୱାଦ ନେବା ହେଉଛି ଇଣ୍ଟର୍ନସିଫ୍ । ଇଣ୍ଟର୍ନସିଫ୍ ରେ ଅନେକ କିଛି ସିଖିବାକୁ ମିଳିଥାଏ । ଯେଉଁମାନେ ଇଣ୍ଟର୍ନସିଫ୍ କରିନଥାନ୍ତି ସେମାନଙ୍କ ପାଇଁ ଅଫିସ୍ ଏନଭାରୋମେଣ୍ଟ୍ ଟିକେ ଅଜଣା ଥାଏ । କାହାସହ କିପରି ବ୍ୟବହାର କରିବା ତାହା ପ୍ରାୟ ଅଜଣାଥାଏ । ହାଇରିଂ ମ୍ୟାନେଜର ଙ୍କ କାମ କଣ ? ଡିଜିଏମ୍ ଏବଂ କମ୍ପାନୀର ସିଇଓ ଙ୍କ ସହ କିପରି ବ୍ୟବହାର ପ୍ରଦର୍ଶନ କରିବାକୁ ପଡିବ ତାହା ଜଣାନଥାଏ । କମ୍ପାନୀର ଏମଡି ଏବଂ କମ୍ପାନୀର ଏଚଆର୍ ଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରିବା ଠିକ୍ ନୁହଁ । ଏହି ସବୁ କଥା ପ୍ରଥମ ଇଣ୍ଟରଭ୍ୟୁ ଦେଉଥିବା ପ୍ରାର୍ଥିମାନଙ୍କୁ ପ୍ରାୟ ଜଣାନଥାଏ । ତେଣୁ ସେମାନେ ଇଣ୍ଟରଭ୍ୟୁ ପ୍ୟାନେଲ୍ ରେ ବସିଥିବା ସମସ୍ତ ଇଣ୍ଟରଭ୍ୟୁୟର ମାନଙ୍କୁ ସମାନ ପ୍ରକାର ର ଉତ୍ତର ଦେଇଥାନ୍ତି । କମ୍ପାନୀର ଏଚଆର , ଡିଜିଏମ୍ , ସିଇଓ ଏବଂ ଏମଡି ପ୍ରାୟତ ଇଣ୍ଟରଭ୍ୟୁରେ ଏକାଥରେ ବସିନଥାନ୍ତି । କିନ୍ତୁ କେତେକ ଇଣ୍ଟରଭ୍ୟୁରେ ଏକା ସାଙ୍ଗରେ କମ୍ପାନୀର ଏଚଆର , ଡିଜିଏମ୍ , ସିଇଓ ଏବଂ ଏମଡି ବସିଥାନ୍ତି । ଆପଣ ଜାଣିପାରିବେ ନାହିଁ ଯେ କାହାର କେଉଁ ପଦବୀ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଯେଉଁ ବ୍ୟକ୍ତି ଇଣ୍ଟରଭ୍ୟୁରେ କମ୍ କଥା କହୁଥିବେ ସିଏ କେବେବି ଏଚଆର ହୋଇନଥିବେ । ଏହି କଥାଟିକୁ ସଦାସର୍ବଦା ଧ୍ୟାନ ଦିଅନ୍ତୁ । କମ୍ପାନୀର ସିଇଓ ଏବଂ ଏମଡି କେବେବି ଅଧିକ କଥାବାର୍ତ୍ତା କରନ୍ତି ନାହିଁ । ଏଚଆର ପଚାରୁଥିବା ପ୍ରଶ୍ନର ଉତ୍ତର ଠିକ୍ ଢଙ୍ଗରେ ଦେବାକୁ ଚେଷ୍ଟା କରନ୍ତୁ । ଯେତିକି ପ୍ରଶ୍ନ ସେତିକିରେ ଉତ୍ତରକୁ ସୀମିତ କରନ୍ତୁ । ଅଧିକ ବଢେଇ ଚଢେଇ କହିବାର କୌଣସି ଆବଶ୍ୟକତା ନାହିଁ । 

Are you repeatedly failing in interview

୨) ଦ୍ୱିତୀୟ  ଇଣ୍ଟରଭ୍ୟୁ – 

ପ୍ରଥମ ଇଣ୍ଟରଭ୍ୟୁ ପରେ ଅନେକଙ୍କ ଦ୍ୱିତୀୟ ଇଣ୍ଟରଭ୍ୟୁ ପାଇଁ ମନବଳ ଭାଙ୍ଗିଯାଇଥାଏ । ପ୍ରଥମ ଇଣ୍ଟରଭ୍ୟୁ ପାଇଁ କେତେକ ଚାକିରୀ ଆଶାୟୀ ପୂର୍ବ ପ୍ରସ୍ତୁତି କରିଥାନ୍ତି । କିନ୍ତୁ କେତେକ ଚାକିରୀ ଆଶାୟୀ ଇଣ୍ଟରଭ୍ୟୁ ପାଇଁ ପୂର୍ବ ପ୍ରସ୍ତୁତି କରିଥାନ୍ତି । ଓଭର କନଫିଢେନ୍ସ ବା ଅତ୍ୟଧିକ ବିଶ୍ୱାସ ପାଇଁ ଅନେକ ଇଣ୍ଟରଭ୍ୟୁଟିକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇ ନଥାନ୍ତି । ଗୋଟିଏ ଚାକିରୀ ଆଶାୟୀ ପାଖରେ ଥିଓରିଟିକାଲ୍ ଜ୍ଞାନ ଥାଇ ପାରେ । କିନ୍ତୁ ପ୍ରାକ୍ଟିକାଲ୍ ଜ୍ଞାନ ଅଭାବରୁ ଅନେକ ଚାକିରୀ ଆଶାୟୀ ପ୍ରଥମ ଇଣ୍ଟରଭ୍ୟୁରେ ବିଫଳତାର ସ୍ୱାଦ ଚାଖିଥାନ୍ତି । ସଫଳତା ହେଉ କିମ୍ବା ବିଫଳତା , ଦୁଇଟି ଯାକ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନର ଅଂଶ ବିଶେଷ । ନିଜ ଦକ୍ଷତାର ସଠିକ୍ ଭାବରେ ବର୍ଣ୍ଣନା କରିନପାରି ପ୍ରାର୍ଥିଟି ଇଣ୍ଟରଭ୍ୟୁରେ ବିଫଳ ହୋଇଥାଏ । ଇଣ୍ଟରଭ୍ୟୁରେ ଖୁବ୍ କମ ସମୟ ମିଳିଥାଏ । ସେତିକି ସମୟ ମଧ୍ୟରେ ନିଜର ଦକ୍ଷତା , ଯୋଗ୍ୟତା ଏବଂ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇ କହିବାର ଶୈଳୀକୁ ପରିବର୍ତ୍ତନ କରନ୍ତୁ । ପଏଣ୍ଟ୍ ଟୁ ପଏଣ୍ଟ୍ ଉତ୍ତର ଦେବା ଶିଖନ୍ତୁ । ଯାହା ଆପଣଙ୍କୁ ବନାଇବ ସ୍ମାର୍ଟ ଏବଂ ଆପଣ ସଫଳ ହେବାର ସମ୍ଭାବନା ମଧ୍ୟ ବଢିଯିବ । ଯଦି ଆପଣ ପ୍ରଥମ ଇଣ୍ଟରଭ୍ୟୁରେ ବିଫଳ ହୋଇଛନ୍ତି , ତେବେ ସେହି ବିଫଳତା ର କାରଣକୁ ଖୋଜିବା ପାଇଁ ଚେଷ୍ଟା କରନ୍ତୁ । ଏହି କାରଣ ଟିକୁ ନଜାଣିଲେ ଆପଣ ସଫଳ ହେବା ପରିବର୍ତ୍ତେ ବିଫଳତା ପାଇବେ । ଯେତିକି ନୁଆଁ ଇଣ୍ଟରଭ୍ୟୁ ଦେବେ ସେତିକିଥର ଆପଣ ବିଫଳ ହେବେ । ଇଣ୍ଟରଭ୍ୟୁ ପାଇଁ ପୂର୍ବ ପ୍ରସ୍ତୁତି ସହ ଉପସ୍ଥାପନ କରିବାର କୌଶଳ ଶିଖିବା ଦରକାର । ପ୍ରେଜେନଟେବଲ୍ ହେଲେ ଆପଣଙ୍କ ଇମ୍ପ୍ରେସନ୍ ବଢିବ । ଯଦି ଆପଣ ଅଧିକ ଦରମା ଡିମାଣ୍ଡକରି ଚାକିରୀରୁ ବଞ୍ଚିତ ହୋଇଛନ୍ତି । ତେବେ ଆପଣ ଏହାକୁ ଗୁରୁତ୍ୱ ଦିଅନ୍ତୁ । ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜର ଅଭିଜ୍ଞତା ବା ଓ୍ୱାର୍କ ଏକ୍ସପେରିଏନ୍ସ ବିଷୟରେ ପଚାରିବା ସ୍ୱାଭାବିକ । ଯାହାର ଯେତେ ଅଭିଜ୍ଞତା ତାକୁ ସେତେ ଏକ୍ସପର୍ଟାଇଜ୍ ବୋଲି ଧରାଯାଏ । କିନ୍ତୁ ଏହା ପ୍ରକୃତରେ ସତ ନୁହଁ । କିନ୍ତୁ ପରିସ୍ଥିତି ଏବଂ କମ୍ପାନୀ ର ଟର୍ଣ୍ଣ ଓଭର ବା ଷ୍ଟାଟସ୍ କୁ ଦେଖି ନିଜର ସ୍ୟାଲେରୀ ଏକ୍ସପେକ୍ଟଟେସନ୍ କଥା କୁହନ୍ତୁ । କାମ ଅନୁସାରେ ଦରମା ଡିମାଣ୍ଡ କରିବା କିଛି ଅସୁବିଧା ନାହିଁ । କିନ୍ତୁ ଫ୍ରେସର୍ ହେଇଥିଲେ ମାର୍କେଟ୍ ଅନୁସାରେ ଡିମାଣ୍ଡ କରନ୍ତୁ । ଅତିକମରେ କାମ କରନ୍ତୁ ନାହିଁ କିମ୍ବା ଅତି ବେଶି ଦରମା ଡିମାଣ୍ଡ କରନ୍ତୁ ନାହିଁ । ଏହି କଥା ଗୁଡିକୁ ଧ୍ୟାନ ଦିଅନ୍ତୁ । ଅନ୍ୟ ଗୋଟିଏ କଥା ଉପରେ ନିହାତି ଗୁରୁତ୍ୱ ଦେବେ । କମ୍ପାନୀ ଅନୁସାରେ ଏବଂ ପଦବୀ ଅନୁସାରେ ଇଣ୍ଟରଭ୍ୟୁ ର ଢଙ୍ଗ ପରିବର୍ତ୍ତନ ହୋଇପାରେ । ଇଣ୍ଟରଭ୍ୟୁ ଶବ୍ଦଟି ସମାନ କିନ୍ତୁ କମ୍ପାନୀ ଅନୁସାରେ ତାର ସଂଜ୍ଞା ଭିନ୍ନ ଭିନ୍ନ ହୋଇଥାଏ । କମ୍ପାନୀ ର ଷ୍ଟାଟସ୍ ଏବଂ ପଦବୀ ଅନୁସାରେ ଇଣ୍ଟରଭ୍ୟୁରେ ଭିନ୍ନ ଭିନ୍ନ ଧରଣର ପ୍ରଶ୍ନ ପଚରାଯାଇପାରେ । ତେଣୁ ଆପଣ ଇଣ୍ଟରଭ୍ୟୁରେ ନିଯୁକ୍ତିଦାତା ମାନଙ୍କର ମାନସିକ ସ୍ଥିତି ଏବଂ ତାଙ୍କର ଟାର୍ଗେଟ୍ କୁ ନେଇ ମନରେ ପୂର୍ବ ପ୍ରସ୍ତୁତି ଉତ୍ତର ରଖନ୍ତୁ । ହେଲେ ଆପଣ ଉଚିତ୍ ଉତ୍ତର ଦେବା ପାଇଁ ସମର୍ଥ ହେବେ । କଥାରେ ଅଛି କିଛି ପ୍ରଶ୍ନର ଉତ୍ତର ନଥାଏ । ଆପଣଙ୍କୁ ଏପରି ପ୍ରଶ୍ନ ପଚରାଯାଇପାରେ , ଯେଉଁଥିରେ ଆପଣ ଦ୍ୱନ୍ଦରେ ପଡିପାରନ୍ତି । ଦ୍ୱନ୍ଦରେ ପଡି ଅନ୍ୟ ପ୍ରଶ୍ନ ଗୁଡିକର ଉତ୍ତର ଦେବାରେ ଆପଣ ଅସମର୍ଥ ହୋଇପାରନ୍ତି କିମ୍ବା ଆପଣଙ୍କ ପାଖରେ ଉପଯୁକ୍ତ ଉତ୍ତର ଦେବାପାଇଁ ସମୟର ଅଭାବ ଦେଖାଦେଇପାରେ । ତେଣୁ ଏମିତି କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ ନାହିଁ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଥାଏ । କିନ୍ତୁ ମଝିରେ ମଝିରେ ଇଣ୍ଟରଭ୍ୟୁରେ ଏଭଳି ପ୍ରଶ୍ନ ପଚରାଯାଏ , ଯାହାର ଉତ୍ତର ନଥାଏ ।

Are you repeatedly failing in interview

ନିଯୁକ୍ତିଦାତା ଆପଣଙ୍କୁ କନଫ୍ୟୁଜ୍ କରିବା ପାଇଁ ଏମିତି ପ୍ରଶ୍ନ ପଚାରିଥାନ୍ତି । ଯାହା ଫଳରେ ଆପଣ ନିଜର ଆତ୍ମବିଶ୍ୱାସ ହରାଇପାରନ୍ତି । ତେଣୁ ଯେଉଁ ପ୍ରଶ୍ନର ଉତ୍ତର ଜଣାନାହିଁ , ସେହି ପ୍ରଶ୍ନକୁ ସ୍ମୁଥ୍ ଲି ସ୍କିପ୍ କରନ୍ତୁ । ଯେତେପାରିବେ ତର୍କବିତର୍କ ରୁ ଦୁରେଇ ରହନ୍ତୁ । ହସହସ ମୁହଁରେ ଉତ୍ତର ଦିଅନ୍ତୁ । ଏହା ଆପଣଙ୍କୁ ଇଣ୍ଟରଭ୍ୟୁ  ସମୟରେ ଆତ୍ମବିଶ୍ୱାସୀ  ବନାଇବ । ଯାହାଫଳରେ  ହାଇରିଂ ମ୍ୟାନେଜ ଙ୍କୁ ଆପଣ ଅଧିକ କନଫିଡେଣ୍ଟ୍ ଲାଗିବେ । ଆଇ କଣ୍ଟାକ୍ଟ ଦର୍ଶାଇପାରେ ଯେ ଆପଣ ଜଣେ ଶକ୍ତିଶାଳୀ ବ୍ୟକ୍ତି, ଦୁର୍ବଳ ନୁହଁ । ଇଣ୍ଟରଭ୍ୟୁରେ ସରଳତା ବଜାୟ ରଖନ୍ତୁ । ଫର୍ମାଲ୍ ଡ୍ରେସ୍ ଫିନ୍ଧି ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ । ସ୍ୱାଭିମାନୀ ହୁଅନ୍ତୁ । ଦକ୍ଷତାକୁ ନେଇ ସତ କଥା କୁହନ୍ତୁ । ଯେତିକି ଦରକାର ସେତିକି ମୁହଁ ଖୋଲନ୍ତୁ । ଚାକିରୀ ର ଆବଶ୍ୟକତାକୁ ଅଧିକ ଦର୍ଶାନ୍ତୁ ନାହିଁ । ନିଜ ପରିବାର କଥା ଅଧିକ ଆଲୋଚନା କରନ୍ତୁ ନାହିଁ । ନିଯୁକ୍ତିଦାତା ଙ୍କ ସମ୍ମୁଖରେ ଆପଣଙ୍କ ର ଟଙ୍କା ର ଆବଶ୍ୟକତାକୁ ଅଧିକ ପରିପ୍ରକାଶ କରନ୍ତୁ ନାହିଁ । କେବଳ କାମର କଥା ହୁଅନ୍ତୁ । ବ୍ୟକ୍ତିଗତ ନୁହଁ ବୃତ୍ତିଗତ କଥା ହୁଅନ୍ତୁ । 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )