Friday 26th April 2024
ଏହି ସବୁ କାରଣ ପାଇଁ ବଢ଼ିଥାଏ ଶରୀର ଓଜନ

ଏହି ସବୁ କାରଣ ପାଇଁ ବଢ଼ିଥାଏ ଶରୀର ଓଜନ

କରୋନା ମହାମାରୀ ଠାରୁ ମଧ୍ୟ ପୁରୁଣା ଆମ ଦୁନିଆରେ ଗୋଟିଏ ମହାମାରୀ ଅଛି । ଯାହାକି କରୋନା ମହମାରୀ ଠାରୁ ମଧ୍ୟ ବିପଦପୂର୍ଣ୍ଣ ଏବଂ ଏହା ଧିରେ ଧିରେ ଲୋକ ମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି । ତାହା ହେଉଛି ମେଦବହୁଳତା ବା ମୋଟାପଣ । କିଛି ଲୋକ ନିଜର ଡାଏଟ ମେଣ୍ଟେନ କଲେ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି, ତ କିଏ ପୁଣି ମନ ଇଚ୍ଛା ଖାଇ । ଯେଉଁଥିପାଇଁ ଲୋକ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ମାତ୍ର ଜାଣିପାରନ୍ତି ନାହିଁ । ଏଠି ଆମେ କହି ରଖିବାକୁ ଚାହୁଁଛୁ ଯଦି ଆପଣ ମଧ୍ୟ ଓଜନ କମେଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଯେମିତି କି Obesity କଣ? Obesity ହୁଏ କେମିତି? Obesity ହେବାର ଲକ୍ଷଣ କଣ? ଓ Obesity ହେବାର କାରଣ କଣ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।How Obesity Raises Risk of Serious Disease – Cleveland Clinicଆମ ଶରୀରକୁ କାମ କରିବା ପାଇଁ କିଛି ମାତ୍ରାରେ ଫ୍ୟାଟ ଦରକାର ହୋଇଥାଏ । ମାତ୍ର ଯେତେବେଳେ ସେ ବଢ଼ିଯାଇ ମୋଟାପଣର ରୂପ ନିଏ ତାହା ଖରାପ ହୋଇଥାଏ । ମୋଟାପଣ ଗୋଟିଏ ଏମିତି ରୋଗ ଯାହାକି ନିରବରେ କାମ କରେ । ମୋଟା ହେଲା ମାତ୍ରେ ଜଣେ ବ୍ୟକ୍ତିକୁ ଅନେକ ରୋଗ ର ସାମ୍ନା କରିବାକୁ ପଡ଼େ । ତେଣୁ ଉଚିତ ସମୟରେ କାରଣ ଜାଣି ତାର ନିରାକରଣ କରିବା ନିହାତି ଦରକାର ହୋଇଥାଏ । ନଚେତ ମୋଟା ହେବା ଦ୍ୱାରା ଆଣ୍ଠୁଗଣ୍ଠି ବ୍ୟଥା, ହୃଦରୋଗ, ଡାଇବେଟିକ୍ସ ଓ ଅର୍ଥରାଇଟିସ୍ ଭଳି ରୋଗର ସଂସ୍ପର୍ଶ ମଧ୍ୟ ଅନେକ ଲୋକ ଆସିପାରନ୍ତି ।

Obesity କଣ?

ମୋଟା ହୋଇଯିବା କିମ୍ବା ଅଧିକ ଓଜନ ଥିବା ଅର୍ଥ ହେଉଛି ଆପଣଙ୍କ ଶରୀର ଆପଣଙ୍କ ଓଜନ ଅନୁସାରେ ଚର୍ବି ବହନ କରୁଛି । ଏଭଳି ପରିସ୍ଥିତିରେ ସାଧାରଣତଃ ଲୋକମାନେ ଭାବିଥାନ୍ତି ମୋଟାପଣ ମାନେ ହେଉଛି Obesity , କିନ୍ତୁ ତାହା ନୁହେଁ ମୋଟା ହେବାର ବି ଅନେକ କାରଣ ଥାଇପାରେ। ବ୍ୟକ୍ତିର ମାଂସପେଶୀ ଅଧିକ ଥାଇ ପାରେ କିମ୍ବା ବ୍ୟକ୍ତିର ହାଡ଼ ବହୁତ ଓଜନର ହୋଇଥାଇ ପାରେ । ଯାହା ଫଳରେ ଆମେ ଏମାନଙ୍କୁ Obesity କହିପାରିବା ନାହିଁ । Obesity ଗୋଟିଏ ସମ୍ବେଦନାଶୀଳ ବିଷୟ ଅଟେ । ମୋଟାପଣ ଖାଲି ରୂପ ବିଷୟରେ ନୁହେଁ ବରଂ ଏହା ବ୍ୟକ୍ତିର ହୃଦରୋଗ ଓ ମଧୁମେହ ରୋଗକୁ ବଢ଼ାଇଥାଏ ।

Obesity ହେବାର କଣ ରହିଛି ଲକ୍ଷଣ?

ଆଖିରେ ଦେଖିଲା ପରି ଲକ୍ଷଣ ଟି ହେଉଛି ମାତ୍ରାଧିକ ମୋଟା ହୋଇଯିବ । ତେବେ Obesity ମାପିବା ପାଇଁ କିମ୍ବା ଜାଣିବା ପାଇଁ ସାଧାରଣତଃ BMI(Body Mass Index) ବ୍ୟବହାର କରାଯାଏ । ଏଥିରେ ବ୍ୟକ୍ତିର ଓଜନ ସଂଖ୍ୟା ସହ ଉଚ୍ଚତା ସଂଖ୍ୟାକୁ ହରଣ କରାଯାଇଥାଏ । ସାଧାରଣ BMI ୧୮-୨୪ ମଧ୍ୟରେ ହୋଇଥାଏ । ଯାହାର ୨୪-୩୦ ମଧ୍ୟରେ ଆସେ ସେମାନଙ୍କୁ କୁହାଯାଏ overweight କୁହାଯାଏ । ଯେଉଁମାନଙ୍କର ୩୦ରୁ ଅଧିକ ଆସେ ସେମାନଙ୍କୁ କୁହାଯାଏ Obese । ଏହି ଟେଷ୍ଟକୁ କୁ ଆପଣ ଘରେ ବସି ମଧ୍ୟ କରିପାରିବେ ।About Adult BMI | Healthy Weight, Nutrition, and Physical Activity | CDC

ମୋଟାପଣ ବା Obesity ହୁଏ କେମିତି?

ଦୁନିଆର ସବୁଠାରୁ ବଡ଼ ରୋଗ ହେଉଛି Obesity । ତେବେ ଦିନ ସାରା କାମ କରିବା ପାଇଁ ଶରୀରକୁ ଉର୍ଜା ଦରକାର ହୋଇଥାଏ । କିନ୍ତୁ ଯଦ ବ୍ୟକ୍ତିି ମାତ୍ରାଧିକ ଖାଇବ ତେବେ ବାକିଥିବା କ୍ୟାଲୋରୀ ଶରୀରରେ ଜମା ହେବାକୁ ଲାଗେ । ଯାହାକୁ Obesity କୁହାଯାଏ ।

ବଂଶଗତ (Genetics):

କିଛି ଲୋକ ଓଜନ ବୃଦ୍ଧି ଏବଂ ମୋଟାପଣ ପାଇଁ ଜେନେଟିକ୍ ସଂକ୍ରମିତ ଥିବା ଦେଖାଯାଏ । ମୋଟାପଣ ଏକ ଶକ୍ତିଶାଳୀ ଜେନେଟିକ୍ ଅସୁବିଧା ହୋଇଥାଏ । ଯଦି ପିତାମାତା ମୋଟା ହୋଇଥିବେ ତେବେ ତାଙ୍କ ଛୁଆ, ପତଳା ଥିବା ମାତା ପିତାଙ୍କ ଛୁଆଠାରୁ ମୋଟା ହେବା ସମ୍ଭାବନା ଅଧିକ ହୋଇଥାଏ । ତାହା ମାନେ ଏହା ନୁହେଁ କି ଏହା ଆଗରୁ ନିର୍ଦ୍ଧାରିତ, ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ମଧ୍ୟ ଏହାର ମୁଖ୍ୟ କାରଣ ହୋଇପାରେ । କିଛି ଜିନ୍ ପାଖରେ ଏହା ସମ୍ଭବ ହୋଇପାରେ କିଛି କ୍ଷେତ୍ରରେ ନୁହେଁ । କିଛି ଲୋକ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେମାନଙ୍କ କ୍ଷେତ୍ରରେ ଜିନ୍ ବଦଳେ ନାହିଁ ମାତ୍ର ପେଟରେ ଥିବା ପିଲାଟି ତାହାକୁ ଗ୍ରହଣ କଲା ଯାହାଫଳରେ ଛୁଆଟିକୁ ଏହି Genetics Obesityହେବାର ସମ୍ଭାବନା ରହିଛି ।ଜଙ୍କ୍ ଫୁଡ୍ (Engineered Junk Foods):

ଭାରୀ ପକ୍ରିୟାରେ ଯେଉଁ ଖାଦ୍ୟଗୁଡ଼ିକ ପ୍ରସ୍ତୁତ କରାଯାଏ, ସେଥିରେ ତେଲ ରିଫାଇନ୍ ଥିବା ସତ୍ୱେ ବାରମ୍ବାର ସେହି ତେଲରେ ଛଣା ହେଉଥିବାରୁ ତେଲର ମଧ୍ୟ ଭଲ ଗୁଣ ପଳାଇଥାଏ । ତଥାପି ତାହା ଲୋକ ମାନଙ୍କୁ ଆକର୍ଷିତ କରିପାରେ । ଯେହେତୁ ଏହା ଶସ୍ତା ମଧ୍ୟ ହୋଇଥାଏ ଲୋକଙ୍କୁ ଆକର୍ଷିତ କରିବାରେ ଆହୁରୀ ସହଜ ହୋଇଥାଏ । ଏହା ବ୍ୟତୀତ ଖାଇବାକୁ ଏତେ ଭଲ ହୋଇଥାଏ ଯେ ଏହାକୁ ଛାଡ଼ିବା ମଧ୍ୟ କଷ୍ଟକର ହୋଇଥାଏ । କିନ୍ତୁ ଏହି ଜଙ୍କ୍ ଫୁଡ଼୍ ପେଟ ପୁରା କରି ଖାଇବା ପାଇଁ ହୋଇନଥାଏ । ପେଟପୁରା କରି ଖାଇବା ମଧ୍ୟ ମୋଟାପଣ ହେବାର ଅନ୍ୟ ଏକ କାରଣ ହୋଇଥାଏ ।

ଖାଦ୍ୟ ନିଶା (Food Addiction):

ମିଠା, ଜଙ୍କ୍ ଫୁଡ୍ ଏଭଳି ଖାଦ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ । ଯାହାକି ମଦ, କୋକେନ୍‌, ନିକୋଟିନ୍‌, କାନାବିସ୍ ସହ ଯୋଡ଼ା ଯାଏ । ଜଙ୍କ୍ ପୁଡ଼୍ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ନିଶା ସୃଷ୍ଟି କରିଥାଏ । ଏହି ଲୋକମାନେ ସେମାନଙ୍କର ଖାଦ୍ୟ ଖାଇବା ଆଚରଣ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ନିଶା ସହ ଲଢ଼ୁଥିବା ବ୍ୟକ୍ତି ପରି ଏମାନେ ବ୍ୟବହାର କରନ୍ତି । ନିଶା କରିବା ଏକ ବଡ଼ କଥା, ବ୍ୟକ୍ତିକୁ ସେହି ଅଭ୍ୟାସରୁ ବାହାରିବା କଷ୍ଟକର ହୋଇଯାଏ । ନିଜ ଉପରେ ନିୟନ୍ତ୍ରଣ ହରାଇଲେ ନିଜ ସ୍ୱାଧିନତା, ନିଜ ବିଚାରଧାରାକୁ ମଧ୍ୟ ହରାଇବାକୁ ପଡ଼େ ।

ମାର୍କେଟିଂ (Aggressive Marketing):

ଜଙ୍କ୍ ଫୁଡ୍ ଖାଉଥିବା ବ୍ୟକ୍ତି ଆକ୍ରାମଣାତ୍ମକ ହୋଇଥାନ୍ତି । ସେମାନେ ଅନୈତିକ ଭାବର ଲୋକ ହୋଇଥାନ୍ତି, ସବୁବେଳେ ଚେଷ୍ଟା କରନ୍ତି ଅସ୍ୱାସ୍ଥ୍ୟକର ଖାଦ୍ୟ କିଣିବାକୁ । ଏଭଳି ସ୍ଥିତିରେ କମ୍ପାନୀ ମାନେ ଭୁଲ୍ ବାର୍ତ୍ତା ଦେଇଥାନ୍ତି ଏବଂ ଖାସ କରି ଛୋଟ ପିଲା ମାନଙ୍କୁ ଟାର୍ଗେଟ କରିଥାନ୍ତି । ଏହା ସହ କମ୍ପାନୀ ଜଙ୍କ୍ ଫୁଡ୍‌ରେ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ଆଜିର ସମୟରେ ଛୋଟ ଛୁଆ Obesity ବା ମୋଟାପଣର ଶିକାର ହେଉଛନ୍ତି । ଯାହାଫଳରେ ପିଲାବେଳୁ ହିଁ ସେମାନେ ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତିଏବଂ ଅଶ୍ୱାସ୍ଥ୍ୟକର ଖାଦ୍ୟ ସହ ଯୋଡ଼ି ହେଉଛନ୍ତି ।

ଇନ୍ସୁଲିନ୍ (Insulin):

ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ହରମୋନ୍ ହେଉଛି Insulin, ଯିଏକି ଶକ୍ତି ସଂରକ୍ଷଣ କରିଥାଏ । ଏଥିରେ ଚର୍ବି କୋଷ ଗୁଡ଼ିକୁ ଚର୍ବି ସଂରକ୍ଷଣ କରିବାକୁ ପଡ଼ିଥାଏ ଓ ଯେଉଁ ଚର୍ବି ଅଛି ସେମାନଙ୍କର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିଥାଏ । ଅନେକ ଗୁଡ଼ିଏ ଖାଦ୍ୟ, ଓଜନ ଏବଂ ମେଦବହୁଳ ବ୍ୟକ୍ତିଙ୍କ ମଧ୍ୟରେ Insulin ପ୍ରତିରୋଧକୁ ପ୍ରୋତ୍ସାହିତ କରେ । ଏହା ଶରୀର Insulin ସ୍ଥରକୁ ତିଆରି କରିଥାଏ ଯାହାକି ବ୍ୟବହାର ହେବା ପରିବର୍ତ୍ତେ ଏକାଠି ଜମାଟ କରି ରଖେ । ତେବେ କହିବାକୁ ଗଲେ Obesity ହେବାରେ Insulineର ବଡ଼ ଭୂମିକା ରହିଛି । ଉଚ୍ଚ Insuline ସ୍ତର Obesity ହେବାର ଏକ କାରଣ ହୋଇଥାଏ । Insulin କମେଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଫାଇବର ଗ୍ରହଣ କରିବା । ଏହା ସାଧାରଣତଃ ସ୍ୱଂୟଚାଳିତ ଓଜନ ହ୍ରାସ କରିଥାଏ ।

କିଛି ଔଷଧ (Certain Medications):

ବଜାରରେ ଅନେକ ଔଷଧ ଅଛି ଯାହାକି ଓଜନ ବଢ଼ାଇବାରେ ଆପଣଙ୍କୁ ସାହାର୍ଯ୍ୟ କରି ପାରେ ମାତ୍ର ଏହାର ଅନେକ ସାଇଡିଫେକ୍ଟ ମଧ୍ୟ ରହିଥାଏ । ଏହି ଔଷଧ ଆପଣଙ୍କ ଇଚ୍ଛା ଶକ୍ତିକୁ ହ୍ରାସ କରିନଥାଏ ବରଂ ସିଧାସଳଖ ଆପଣଙ୍କ ଶରୀର ଓ ମସ୍ତିସ୍କ ସହ ଖେଳିଥାଏ । ଯାହା ଫଳରେ ମେଟାବୋଲିକ୍ ହ୍ରାସ ହୋଇଥାଏ ଓ ଭୋକ ଲାଗିଥାଏ ।

ଲେପ୍ଟିନ ପ୍ରତିରୋଧ (Leptin Resistance) :

Obesity ହେବାରେ ଲେପ୍ଟିନ ବଡ଼ ଭୂମିକା ଗ୍ରହଣ କରେ । ଏହା ଚର୍ବି କୋଷ ଦ୍ୱାରା ଉତ୍ପନ୍ନ ହୋଇଥାଏ । ରକ୍ତ ସ୍ତର ବୃଦ୍ଧି ପାଇବା ସହ ଚର୍ବି ସ୍ତର ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ ମୋଟା ଲୋକଙ୍କଠାରେ ଲେପ୍ଟିନ୍ ସ୍ତର ଅଧିକ ଦେଖାଯାଏ । ସୁସ୍ଥ ଲୋକମାନଙ୍କଠାରେ ଉଚ୍ଚ ଲେପ୍ଟିନ୍ ସ୍ତର ଭୋକ କମିବା ସହ ସମାନ । ମୋଟାପଣ ଥିବା ଲୋକଙ୍କ କ୍ଷେତ୍ରରେ ଲେପ୍ଟିନ୍ କାମ କରେ ନାହିଁ । କାରଣ କୌଣସି କାରଣରୁ ଏହା ରକ୍ତ-ମସ୍ତିଷ୍କ ପ୍ରତିପନ୍ଧକକୁ ଅତିକ୍ରମ କରିପାରେ ନାହିଁ । ପାଥୋଜେନେସିସରେ ମେଦବହୁଳତାର ଏକ ପ୍ରମୁଖ କାରଣ ହୋଇଥାଏ । ଏହି ଅବସ୍ଥାକୁ ଲେପ୍ଟିନ୍ ପ୍ରତିରୋଧ କୁହାଯାଏ ।

ଉପଲବ୍ଧ ଖାଦ୍ୟ (Food Availability):

ଅନ୍ୟ ଏକ କାରଣ ଯାହା ଲୋକଙ୍କ ଅଣ୍ଟା ଉପରେ ପ୍ରଭାବ ପକାଇଥାଏ, ଯାହା ହେଉଛି Food Availability ଯାହା କି କିଛି ଶତାବ୍ଦୀ ଧରି କ୍ରମଶଃ ବଢ଼ିଚାଲିଛି । ଜଙ୍କ୍ ଫୁଡ୍ ଆଜିକାଲି ସବୁ ଯାଗାରେ ମିଳୁଛି । ଖାଇବା ଦୋକାନୀ ଆପଣଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ସ୍ୱାଦର ସୁନ୍ଦର ସୁନ୍ଦର ଖାଦ୍ୟ ତିଆରୀ କରି ସଜେଇ ରଖୁଛନ୍ତି । ଅନ୍ୟ ଏକ କାରଣ ହେଉଛି ଜଙ୍କୁ ଫୁଡ଼୍ ସୁସ୍ଥ ଖାଦ୍ୟଠାରୁ କମ୍ ଟଙ୍କାରେ ମିଳିଥାଏ । ଗରିବ ଲୋକ ଯେଉଁମାନେ ଖାଦ୍ୟ କିଣିପାରୁ ନଥିବେ କି ଖାଇପାରୁ ନଥିବେ ସେମାନଙ୍କୁ ସାଧାରଣ ଲୋକ ଜଙ୍କ୍ ଫୁଡ଼୍ କିମ୍ବା ଚଳ୍‌ଲେଟ୍ ଦେଇଥାନ୍ତି । ଯାହାଫଳରେ ଗରିବ ଲୋକଙ୍କୁ ଯାହା ମିଳିଲା ସେମାନେ ତାହା ହିଁ ଖାଇଥାନ୍ତି ।

ସୁଗାର୍ (Sugar):

ଆଜିର ସମୟରେ ଚିନି ଏକା ହିଁ ମଡର୍ଣ୍ଣ ଡାଏଟ ପାଇଁ ଖରାପ ଦ୍ରବ୍ୟ ହୋଇଥାଏ । କାରଣ ସୁଗାର ହରମୋନ୍ ଓ ବାୟୋକେମେଷ୍ଟ୍ରିକୁ ବଦଳାଇ ଦେଇଥାଏ । ଯାହା ଫଳରେ ଗୋଟିଏ ବ୍ୟକ୍ତିର ଓଜନ ବୃଦ୍ଧି ପାଏ । ଚିନିରେ ଅଧା ଗ୍ଲୁକୋଜ୍ ଥିବା ବେଳେ ଅଧା ଫ୍ରୁଟ୍‌କୋଜ୍ ଥାଏ । କିନ୍ତୁ ଗୋଟିଏ ବ୍ୟକ୍ତିକୁ ଅନ୍ୟ ଖାଦ୍ୟପାନ୍ୟରୁ ଗ୍ଲୁକୋଜ ମିଳିଯାଇଥାଏ । ମାତ୍ର ଫ୍ରୁଟ୍‌କୋଜ୍ କେବଳ ଚିନିରୁ ହିଁ ମିଳିଥାଏ । ଅତ୍ୟଧିକ ଫ୍ରୁଟ୍‌କୋଜ୍ Insulin ପ୍ରତିରୋଧକ ହୋଇଥାଏ । ଯାହାକି Insulin ସ୍ତର ବୃଦ୍ଧି କରିପାରେ । ଏହି ସମସ୍ତ କାରଣ ଯୋଗୁଁ ସୁଗାର ମେଦବହୁଳତାର ପ୍ରମୁଖ କାରଣ ମାନଙ୍କ ମଧ୍ୟରୁ ଗୋଟିଏ ହୋଇଥାଏ ।

ଭୁଲ ତଥ୍ୟ (Misinformaton):

ଦୁନିଆର ସମସ୍ତ ବ୍ୟକ୍ତିଙ୍କ ପାଖରେ ସ୍ୱାସ୍ଥ୍ୟକୁ ନେଇ ଭୁଲ ତଥ୍ୟ ରହିଛି । ଏହି ପରିସ୍ଥିତି ହେବାର ଅନେକ କାରଣ ରହିଛି, ମାତ୍ର ସବୁଠାରୁ ବଡ଼ କଥା ହେଉଛି ବ୍ୟକ୍ତି ଏହି ତଥ୍ୟ ପାଉଛନ୍ତି କେଉଁଠାରୁ । ଏମାନଙ୍କ ମଧ୍ୟରେ ଅନେକ ୱେବସାଇଟ୍ ଅଛନ୍ତି ଯେଉଁମାନେ ଲେକେମାନଙ୍କ ପାଖରେ ଭୁଲ ତଥ୍ୟ ପହଞ୍ଚାଉଛନ୍ତି । ଅନେକ ଖବର କାଗଜ ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ପାଖରେ ଭୁଲ ଧାରଣା ପହଞ୍ଚାଉଛନ୍ତି । ଏହା ବ୍ୟତୀତ ଏମିତି ଅନେକ ତଥ୍ୟ ରହିଛି ଯାହାକି ଥିଓରିଟିକାଲି ସମ୍ଭବ ସତରେ ନୁହେଁ । ଏଥିରେ ବଡ଼ ବଡ଼ ଫୁଡ୍ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ଭୁଲ ତଥ୍ୟ ପ୍ରମୋଟ କରୁଛନ୍ତି । ଓଜନ କମାଇବା ନିର୍ଭର କରେ ଭୁଲ ତଥ୍ୟ ଉପରେ ଯାହାକି ଆପଣଙ୍କ ପାଖରେ ପହଞ୍ଚାଯାଏ । ତେଣୁ ଯେଉଁଠାରୁ ଖବର ବା ତଥ୍ୟ ପାଉଛନ୍ତି ତାହା ସଠିକ୍ କି ନାଇ ଆପଣ ପ୍ରଥମେ ଜାଣିବା ଦରକାର ।

ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ପାଇବା ପାଇଁ ଆପଣ ମାନେ ଆମ ୱେବସାଇଟ୍ ସହ ଯୋଡ଼ି ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )