Tuesday 23rd April 2024
ଆଜି ବି ମନେ ପଡ଼ନ୍ତି ଏହି ମହାନ ବ୍ୟକ୍ତିତ୍ୱ

ଆଜି ବି ମନେ ପଡ଼ନ୍ତି ଏହି ମହାନ ବ୍ୟକ୍ତିତ୍ୱ

ସଙ୍ଗୀତ ଗୋଟିଏ ଏପରି ଜିନିଷ ଯାହାକୁ ଶୁଣିଲା ମାତ୍ରେ ସାଧାରଣ ଲୋକଟିଏ ଝୁମି ଉଠେ । ଆଉ ଏହି ଭଳି ସଙ୍ଗୀତକୁ ଗାଇଥିବା ଲୋକଟିକୁ ସମସ୍ତେ ପସନ୍ଦ କରିବାକୁ ଲାଗନ୍ତି । କିନ୍ତୁ ସଙ୍ଗୀତ ଜଗତରେ ଏଭଳି ନାମିଦାମି ବ୍ୟକ୍ତିତ୍ୱ ନା’ କରି ଯାଇଛନ୍ତି ଯେ, ସେହି ଯାଗାକୁ ପୁରଣ କରିବାକୁ ଆଜି ପର୍ଯ୍ୟନ୍ତ କେହି ଜନ୍ମ ହୋଇ ନାହାଁନ୍ତି । ସେହିଭଳି ଏକ ବ୍ୟକ୍ତି ବିଶେଷ ହେଲେ କିଶୋର କୁମାର ବା କିଶୋର ଦା’ । ଯଦି ଆପଣ ମାନେ ତାଙ୍କୁ ପସନ୍ଦ କରନ୍ତି, ଆଉ ତାଙ୍କ ବିଷୟରେ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି ତେବେ ଏହି ସୂଚନା ଟି ଆପଣଙ୍କ ପାଇଁ । ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଆସନ୍ତୁ ତାଙ୍କ ସମ୍ବନ୍ଧରେ ଅଧିକ କିଛି ଜାଣିବା ।Happy Birthday Kishore Kumar: Here are some lesser known facts about Bollywood's Yodelling King | PINKVILLA() କିଶୋର କୁମାର ବା କିଶୋର ଦା’ ଜନ୍ମ ଗ୍ରହଣ କରିଥିଲେ ୧୯୨୯ ମସିହା ଅଗଷ୍ଟ ୪ ତାରିଖ ମଧ୍ୟପ୍ରଦେଶର ଖଣ୍ଡବା ଠାରେ । ତାଙ୍କ ଜନ୍ମ ହୋଇଥିଲା ଏକ ବଙ୍ଗାଳୀ ପରିବାରରେ । ତାଙ୍କ ବାପାଙ୍କ ନା’ ଥିଲା କୁଞ୍ଜାଲାଲ ଗାଙ୍ଗୁଲି ଗଙ୍ଗୋପାଧାୟ ଯିଏ କି ଜଣେ ବଡ଼ ଓକିଲ ଥିଲେ ଓ ମା’ଙ୍କ ନା ଥିଲା ଗୌରୀ ଦେବୀ । କିଶୋର କୁମାର ତାଙ୍କ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ । ତାଙ୍କ ଭାଇ, ଭଉଣୀ ମାନେ ଥିଲେ ଅଶୋକ କୁମାର, ସତୀ ଦେବୀ ଓ ଅନୁପ କୁମାର। ତେବେ କିଶୋକ କୁମାରଙ୍କ ନା’ ପିଲାବେଳୁ କିଶୋର ନଥିଲା, ତାଙ୍କ ନା’ ଥିଲା ଆଭାସ କୁମାର ଗାଙ୍ଗୁଲି । ଯେତେବେଳେ ସେ ଛୋଟ ଥିଲେ ସେ ସମୟରେ ତାଙ୍କ ବଡ଼ ଭାଇ ଅଶୋକ କୁମାର ବା ଦାଦା ମୁନି ଅଭିନେତା ହୋଇସାରିଥିଲେ ।Kishore Kumar songs, Kishore Kumar song MP3 downloadକୁହାଯାଏ କି କିଶୋର କୁମାର ତାଙ୍କ ଜୀବନ କାଳ ମଧ୍ୟରେ ୪ଟି ବିବାହ କରିଥିଲେ । ପ୍ରଥମ ବିବାହ ରୁମା ଗୁହାଠାକୁରତାଙ୍କ ସହ ହୋଇଥିଲା ଯାହାଙ୍କ ଠାରୁ ତାଙ୍କର ଗୋଟିଏ ପୁଅ ହେଲା । ପରେ ୭,୮ ବର୍ଷର ବିବାହ ଭାଙ୍ଗିଗଲା ।  ଦ୍ୱିତୀୟ ବିବାହ ସେ ଚୁଲବୁଲି ନାୟିକା ମଧୁବାଲାଙ୍କ ସହ କରିଥିଲେ । ସେତେବେଳେ ମଧୁବାଲା ଦୀଲିପ କୁମାରଙ୍କୁ ଭଲ ପାଉଥିଲେ ଓ ସେହି ସମୟରେ ତାଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଥିଲା । ସେପଟେ କିଶୋର କୁମାରଙ୍କ ମଧ୍ୟ ବିବାହ ଭାଙ୍ଗିଥିଲା । ଏହି କାରଣରୁ ୨ ଭଙ୍ଗା ହୃଦୟ ବ୍ୟକ୍ତିଙ୍କ ମନ ମିଶିଥିଲା ଓ ବିବାହ ବନ୍ଧନରେ ସେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ମଧୁବାଲାଙ୍କ ହୃଦ ରୋଗ ପାଇଁ ମୃତ୍ୟୁ ହୋଇଗଲା ।  ଏହା ପରେ ସେ ତୃତୀୟ ବିବାହ ଅଭିନେତ୍ରୀ ଯୋଗିତା ବାଲିଙ୍କ ସହ କଲେ, ମାତ୍ର ୨ବର୍ଷର ପରେ ତାଙ୍କ ସହ ମଧ୍ୟ ବିବାହ ଭାଙ୍ଗିଗଲା । ଶେଷରେ ସେ ଚର୍ତୁଥ ବିବାହ ଅଭିନେତ୍ରୀ ଲିନା ଚନ୍ଦ୍ରଭାରକରଙ୍କ ସହ କଲେ ଏବଂ ଯାହାଙ୍କ ଠାରୁ ତାଙ୍କର ଗୋଟଏ ପୁଅ ମଧ୍ୟ ଜନ୍ମ ହୋଇଥିଲା ।Kishore Kumar birthday: A look at the lover boy's tragic love life with four popular actressesବଡ଼ ଭାଇ ଅଶୋକ ଚାହୁଁଥିଲେ ତାଙ୍କ ଭଳି କିଶୋର କୁମାର ମଧ୍ୟ ଏକ ବଡ଼ ଅଭିନେତା ହେଉ । ଏହି କାରଣରୁ ଆଭାସରୁ ନା ବଦଳାଇ ସେ ରଖିଲେ କିଶୋର କୁମାର । କିନ୍ତୁ କିଶୋର କୁମାର ଚାହୁଁଥିଲେ ଏକ ଗାୟକ ହେବାକୁ । କିନ୍ତୁ ଅଶୋକଙ୍କ ବାଧ୍ୟ କରିବାରୁ ସେ ଅଭିନୟ କରିବାକୁ ଲାଗିଲେ । ୧୯୪୮ମସିହାର ଫିଲ୍ମ “ଜିଦ୍ଦୀ”ରେ କିଶୋର କୁମାରଙ୍କୁ ଏକ ପ୍ଲେ ବ୍ୟାକ ସିଙ୍ଗର ଭାବେ ସୁଯୋଗ ମିଳିଲା । ଗୋଟିଏ ସମୟ ଏମିତି ବି ଆସିଲା ଲୋକ ମାନେ ଜାଣିପାରିଲେ ନାହିଁ କି କିଶୋର କୁମାର ଅଭିନେତା ନା ଗାୟକ, ପ୍ରଯୋଜକ ନା ଲେଖକ । କିଶୋର କୁମାରଙ୍କ ପାଇଁ ବଡ଼ ବଡ଼ ଗାୟକ ମାନେ ମଧ୍ୟ ଗୀତ ଗାଉଥିଲେ ସେ ମଧ୍ୟରୁ ଜଣେ ହେଲେ ମହମ୍ମଦ ରଫି । ୧୯୫୯ ମସିହାର ଫିଲ୍ମ “ସରାରତ”ରେ କିଶୋରଙ୍କ ପାଇଁ ମହମ୍ମଦ ରଫି ଗୀତ ଗାଇଥିଲେ ।Kishore Kumar, the delightful yodeller | ROTARY NEWSତାଙ୍କ ଅଭିନିତ କିଛି ହିଟ୍ ଫିଲ୍ମ ହେଉଛି “ନୋକରୀ”, “ମୁସାଫିର”, “ନୟା ଅନ୍ଦାଜ”, “ଭାଗମ ଭାଗ”, “ଭାଇ-ଭାଇ”, “ଆଶା”, “ହାଫ୍ ଟିକେଟ” ଓ “ଚଲତି କା ନାମ ଗାଡ଼ି” । ଏହି ଭଳି ଅନେକ ଫିଲ୍ମରେ କିଶୋର ନିଜେ ଗୀତ ବି ଗାଆନ୍ତି ଏବଂ ଅଭିନୟ ବି କରନ୍ତି । ଏହା ପରେ ଫିଲ୍ମ “ଗାଇଡ”ର ଗୋଟିଏ ଗୀତ “ଗାତା ରହେ ମେରା ଦିଲ୍‌” ଗାଇବା ପରେ ଲୋକ ମାନଙ୍କୁ ଏତେ ପସନ୍ଦ ଆସିଲା ଯେ ସେ ଭାବିଲେ କି ମୁଁ ଗୀତ ଗାଇବି ଅଭିନୟ ଆଉ କରିବି ନାହିଁ । ସେହିି ସମୟରେ ସେ ରାଜେସ ଖନ୍ନା, ଅମିତାଭ ବଚନ, ଋଷି କପୁର ଭଳି ବଡ଼ ବଡ଼ କଳାକାରଙ୍କ ପାଇଁ ଗୀତ ଗାଉଥିଲେ । ଦିନକୁ ଦିନ ଲୋକ ତାଙ୍କୁ ଏମିତି ପସନ୍ଦ କରିବାକୁ ଲାଗିଲେ ଯେ ପ୍ରାୟେ ପ୍ରତ୍ୟେକଟି ଫିଲ୍ମରେ କିଶୋର କୁମାରଙ୍କ ଗୀତ ଶୁଣିବାକୁ ମିଳୁଥିଲା । ପରେ ଲୋକ ତାଙ୍କ ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ମଧ୍ୟ ଦେଖିବାକୁ ଲାଗିଲେ । ଏମିତି ବି ଗୋଟିଏ ସମୟ ଆସିଲା ଯେତେବେଳେ ଆଶା ଭୋଷଲେ ଓ ଲତା ମଙ୍ଗେସ୍କରଙ୍କ ସହ ତାଙ୍କ ସ୍ୱର ଶୁଣିବାକୁ ମିଳିଲା ।Film History Pics on Twitter: "Asha Bhosle, Mukesh, Lata Mangeshkar, Kishore Kumar and Manna Dey #WorldMusicDay https://t.co/dVvVZI6yu7" / Twitterପରେ ଗୋଟିଏ ଏମିତି ସମୟ ଆସିଲା ଯେତେବେଳେ କିଶୋର କୁମାରଙ୍କୁ ହୃଦୟ ରୋଗ ଗ୍ରାସ କଲା । ସେ ସମୟରେ ତାଙ୍କ ପାଖରେ ସବୁଥିଲା ଗୋଟିଏ ସୁଖି ପରିବାର, ବଡ଼ ପୁଅ ଗୋଟିଏ ଭଲ ପ୍ଳେ ବ୍ୟାକ ସୀଙ୍ଗର ହୋଇଯାଇଥିଲେ । ୧୩ ଅକ୍ଟୋବର ୧୯୮୭ରେ ତାଙ୍କ ବଡ଼ ଭାଇ ଅଶୋକ କୁମାରଙ୍କ ଜନ୍ମ ଦିନ ପାଇଁ କିଶୋର ଆୟୋଜନ କରିଥିଲେ ଏକ ପାର୍ଟିର । ହେଲେ କିଏ ଜାଣିଥିଲା ସେଇ ଦିନ ହିଁ କିଶୋର କୁମାରଙ୍କ ଦେହାନ୍ତ ହୋଇଯିବ ବୋଲି । ସେ ଖାଲି କରିଯାଇଥିବା ବଲିଉଡର ଗୋଟିଏ ସ୍ଥାନକୁ ଆଜି ପର୍ଯ୍ୟନ୍ତ କେହି ପୁରଣ କରିପାରି ନାହାଁନ୍ତି କି କରିପାରିବେ ନାହିଁ ।Tribute to Kishore Kumar on his 34th Death Anniversary | Tomar barir samne diye (Bengali song) - YouTube

CATEGORIES
TAGS
Share This

COMMENTS

Wordpress (0)
Disqus (0 )