Thursday 25th April 2024
କେମିତି ଥିଲା ଦୁନିଆର ପ୍ରଥମ କଫ୍ ସିରପ୍ ?

କେମିତି ଥିଲା ଦୁନିଆର ପ୍ରଥମ କଫ୍ ସିରପ୍ ?

କଫ୍ ସିରପ୍ ଯାହା କାଶରୋଗରୁ ମୁକ୍ତିଦିଏ । ଘରେ ଘରେ ଯଦି କୌଣସି େଓøଷଧ ସମସ୍ତଙ୍କ ପାଖରେ ଥିବ ତାହାଲେ ସେଇଟା ହେଉଛି କଫ୍ ସିରପ୍ । କିନ୍ତୁ ଏହି କଫ୍ ସିରପ୍ ଯଦି ଦେହକୁ ସୁସ୍ଥ କରିବା ପରିବର୍ତ୍ତେ ଜୀବନ ପ୍ରତି ବିପଦ ସାଜେ ? ତାହାଲେ କଣ ହେବ ! ଏହିଭଳି ଘଟଣା ଏବେ ବେଶି ଚର୍ଚ୍ଚାରେ । କାରଣ ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଭାରତର କଫ୍ ସିରପ୍ ପିଇବା ପରେ ହୋଇଛି । ଯାହାକି ଏବେ ଏକ ସାଙ୍ଘାତିକ ବିଷୟ ପାଲଟିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନଜରରେ ପଡିଛି ଭାରତରେ ତିଆରି ହେଉଥିବା କଫ୍ ସିରପ୍ । ବର୍ତ୍ତମାନ କେନ୍ଦ୍ରସରକାର ବି ଏନେଇ ସର୍ତକ ହୋଇଗଲେଣି ।

କିନ୍ତୁ ଯେତେବେଳେ ଏମିତି କିଛି ଘଟଣା ଘଟିଥାଏ ଆମ ମନେ ଏହାକୁ ନେଇ ବହୁତ କିଛି ପ୍ରଶ୍ନ ଉଙ୍କିମାରେ । ଏଇ ଯେମିତି କେବେ ଏହି କଫ୍ ସିରପ୍ ତିଆରି ହୋଇଥିବ ? କିଏ ଏହାକୁ ପ୍ରଥମେ ବନାଇଥିବେ । କଫ୍ ସିରପ୍ ନଥିବା ପୂର୍ବରୁ ଆମେ ମାନେ କାଶ ହେଲେ କଣ କରୁଥିଲୁ ? ଇତ୍ୟାଦି ଇତ୍ୟାଦି । ତାହାଲେ ଚାଲନ୍ତୁ ଆଜି ଜାଣିବା କେମିତି ଓ କିଏ ବାହାର କରିଥିଲା କଫ୍ ସିରପ୍ ?

କିଏ କରିଥିଲା ପ୍ରଥମେ କଫ୍ ସିରପ୍ ?

କୁହାଯାଏ ୧୨୭ ବର୍ଷ ପୂର୍ବରୁ ଜର୍ମାନୀର ଔଷଧ କମ୍ପାନୀ ବେୟର ପ୍ରଥମକରି କଫ୍ ସିରପ୍ ବଜାରରେ ବିକ୍ରି କରିବା ଆରମ୍ଭ କରିଥିଲେ । ଯାହାକୁ ସେ ସମୟରେ ହେରୋଇନ୍ ବ୍ରାଣ୍ଡ କରି ବଜାରରେ ବିକ୍ରି କରାଗଲା । ଏହି କଫ୍ ସିରପ୍ କୁ ସେହି ଟିମ୍ ତିଆରି କରିଥିଲେ ଯିଏକି ଏସପ୍ରିନ୍ ଓøଷଧ ବନାଇଥିଲେ । ତେଣୁକରି ଲୋକଙ୍କର ବିଶ୍ୱାସ ହେଲା ଓ ସେମାନେ ଏହି କଫ୍ ସିରପ୍ କିଣିଲେ । କିନ୍ତୁ ଏହା ପୂର୍ବରୁ ଲୋକେ କାଶ ଭଲ ହେବା ପାଇଁ ଅଫିମର ବ୍ୟବହାର କରୁଥିଲେ । ଅଫିମ ଶରୀର ପାଇଁ ବହୁତ ଲାଭଦାୟକ ହେଉଥିଲା ଏମିତିକି ଦେହ ହାତ ଘୋଳା ବିନ୍ଧାରେ ବି ଅଫିମ କାମ ଦେଉଥିଲା । କାରଣ ଏହା ଶରୀର ଭିତରକୁ ଯାଇ ମୋରଫିନ୍ ରେ ବଦଳି ଯାଉଥିଲା । ୧୮୦୦ ମସିହା ବେଳେ ଆମେରିକାର ଘରେ ଘରେ ଲୋକ କଫ୍ ସିରପ୍ ତିଆରି କରୁଥିଲେ ଓ ସେଥିରେ ଅଫିମ ମଧ୍ୟ ମିଶାଉଥିଲେ । କିନ୍ତୁ ବେୟର କମ୍ପାନୀ ଯେତେବେଳେ ହିରୋଇସନ ବିକିବା ଆରମ୍ଭ କଲା ସେତେବେଳେ ଅଫିମର ଚାହିଦା କମିଗଲା । ଆପଣମାନେ ଅନୁଭବ କରିଥିବେ ଆମେ କଫ୍ ସିରପ୍ ପିଇଲେ ଆମ କାଶ ଭଲ ହେବା ସହ ଆମକୁ ବହୁତ ଅଳସୁଆ ଓ ନିଦୁଆ ନିଦୁଆ ଲାଗେ । ଯେତେବେଳେ ହିରୋଇନ କଫ୍ ସିରପ୍ ରେ ଲୋକଙ୍କର କାଶ ଭଲ ହେଲା ଓ ତାସହ ଟିଭି ଭଳି କାଶ ଜନିତ ଅନେକ ରୋଗର ନିରାକରଣ ହେଇପାରିଲା ତାହାକୁ ସମସ୍ତ ଡାକ୍ତର ମଧ୍ୟ ରୋଗୀଙ୍କୁ ନେବା ପାଇଁ ପରାମର୍ଶ ଦେଲେ ।

ହେଲେ ୧୮୯୯ରେ ଲୋକମାନେ ଅଭିଯୋଗ ଆଣିଲେ ଯେ ତାଙ୍କୁ ହିରୋଇନ୍ ର ନିଶା ଅଭସ୍ୟ ହେଇଗଲାଣି । ବହୁତ ଲୋକ ଏହି କଫ୍ ସିରପ୍ ର ବିରୋଧ କରିବାକୁ ଲାଗିଲେ । ଆଉ ଶେଷରେ ଏହାକୁ ଆମେରିକାର ସରକାର ବନ୍ଦ କରିଦେଲେ । ତାପରେ ପୁଣି ଆଉ ଏକ କଫ୍ ସିରପ୍ ଆସିଲା ଯାହାକୁ ଓାନ୍ ନାଇଟ୍ କଫ୍ ସିରପ୍ କୁହାଯାଉଥିଲା । ଆଉ ସେହି କଫ୍ ସିରପ୍‌ରେ ଆଲକୋହଲ,କେନାବିସ୍‌,କ୍ଲୋରୋଫର୍ମ ଓ ମରଫିନ୍ ମିଶାଯାଇଥାଏ । ଆଉ ସେହି ସମୟରେ ଏହି କଫ୍ ସିରପ୍‌ର ଦାବା ଥିଲା କି ଏହା ଗୋଟିଏ ରାତିରେ କାଶ ଭଲ କରିଦେବ ।

କଫ୍ ସିରପ୍ ପୂର୍ବରୁ କେମିତି ହେଉଥିଲା ଚିକିତ୍ସା ?

କଫ୍ ସିରପ୍ ପୂର୍ବରୁ ବଇଦ ମାନଙ୍କ ଜଡିବୁଟି ହିଁ ଥିଲା ସବୁଠୁ ବଡ ଉପଚାର । ଆଉ ଏହିଭଳି ଉପଚାର ଆମ ଭାରତରେ ହିଁ ବେଶି ମାତ୍ରାରେ ଥିଲା । କାରଣ ଭାରତରେ ଆମେ ବିଭିନ୍ନ ଔଷଧୀୟ ଗଛ ଉପରେ ଅଧ୍ୟୟନ କରିଥିଲୁ ଓ ପ୍ରତ୍ୟେକ ଗଛର ବିଶେଷତ୍ୱ ବିଷୟରେ ଜାଣିପାରୁଥିଲୁ । ତେଣୁକରି ସେହି ସମୟରେ ଭାରତୀୟ ମାନଙ୍କୁ କଫ୍ ସିରପ୍‌ର ଆବଶ୍ୟକତା ହିଁ ନଥିଲା । କେବଳ ବିଦେଶୀମାନେ ହିଁ ନିଶାର ବ୍ୟବହାର କରି କଫ୍ ସିରପ୍ ତିଆରି କରୁଥିଲେ ଓ ନିଜର ଜିନିଷକୁ ଭଲ ଭାବରେ ମାର୍କେଟିଙ୍ଗ କରି ସାରା ବିଶ୍ୱରେ ନିଜର ବ୍ୟବସାୟ ଆରମ୍ଭ କଲେ । ଆଉ ଏହି କଫ୍ ସିରଫ୍ ଏକ ନିଶା ଭଳି ଆମ ସମସ୍ତଙ୍କ ଗହଣରେ ରହିଛି । କିନ୍ତୁ ଏହାର ସୁ ପ୍ରଭାବ ଓ କୁ ପ୍ରଭାବ ବିଷୟରେ ନ ଜାଣି ଆମେ ଖାଲି ବ୍ୟବହାର କରିଚାଲିଛୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )