Friday 29th March 2024
ଆଗକୁ ଆକାଶ ଛୁଆଁ ହେବ ପେଟ୍ରୋଲ ଓ ଡିଜେଲର ଦରଦାମ୍

ଆଗକୁ ଆକାଶ ଛୁଆଁ ହେବ ପେଟ୍ରୋଲ ଓ ଡିଜେଲର ଦରଦାମ୍

ସହଜରେ କମୁନି ପେଟ୍ରୋଲ ଓ ଡିଜେଲର ଦରଦାମ୍ । ସବୁଠାରୁ ବଡ କଥା ହେଲା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର ଅଧିକ ତେଣୁ ଏହାକୁ ସୁଲଭ ଦରରେ ଉପଲବ୍ଧ କରାଇବା ବି ଏକ ବଡ ଧରଣର ସମସ୍ୟା ପାଲଟିଛି । ଆପଣମାନେ ସାଧାରଣତଃ ଦେଖିଥିବେ ଆମ ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ବି ଭିନ୍ନ ଭିନ୍ନ ଦରଦାମ୍ ରହିଥାଏ ତେଲପାଇଁ । ଆଉ ଏହି ଦରଦାମ ବଢିବା କମିବା ପଛରେ ବି ବିଭିନ୍ନ କାରଣ ରହିଥାଏ । ତେବେ ବର୍ତ୍ତମାନ ଏହି କାରଣ ଆଉ ଏକ ବଡ ରୂପ ଧାରଣ କରିବାକୁ ବସିଲାଣି । ଆଗକୁ ପେଟ୍ରୋଲ ଡିଜେଲର ଦର ଆକାଶ ଛୁଆଁ ହେବାକୁ ଯାଉଛି । ଭଲଭାବରେ ବୁଝନ୍ତୁ କାହିଁକି ବଢିବ ପେଟ୍ରୋଲ ଡିଜେଲର ରେଟ୍ ।

ତୈଳ ଉତ୍ପାଦନ ହ୍ରାସ କରିବାକୁ ବିଚାର ଚଳାଇଛି ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ)। ପ୍ରତିଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ ବିଚାର କରୁଛି ଏହି ସଂଗଠନ। ଯଦି ଏମିତି ହୁଏ ତେବେ ଭାରତ ସମେତ ଦୁନିଆର ଅନେକ ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଘଟିପାରେ। ଆମେରିକାର ଚାପ ସତ୍ତ୍ବେ ତୈଳ ଉତ୍ପାଦନ ଦୈନିକ ୨ ନିୟୁତ ବ୍ୟାରେଲ କମାଇବାକୁ ନିଷ୍ପତ୍ତି ନେଇଛି ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶସମୂହ ବା ଓପେକ୍ । ଏହା ଫଳରେ ବିଶ୍ବ ବଜାରରେ ତେଲଦର ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ଏହା ଭାରତର ତୈଳ ଆମଦାନୀ ଖର୍ଚ୍ଚକୁ ଆହୁରି ବଢାଇବାର ସମ୍ଭାବନା ରହିଛି…

ଓପେକ୍ ଦେଶର ଏପରି ବିଚାର ଭାରତ ପାଇଁ ବହୁତ ଗୁରୁତ୍ଵ ବହନ କରୁଛି। କାରଣ ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତୈଳ ଅନ୍ୟ ଦେଶରୁ ଆମଦାନୀ କରିଥାଏ। ଏମିତିରେ ଓପେକ ଦେଶ ତେଲ ଉତ୍ପାଦନ କମ କଲେ ଏଥିରେ ଭାରତ ପ୍ରଭାବିତ ହୋଇପାର। ଆଉ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ। ତେବେ ସଂପ୍ରତି ଭାରତ ଓପେକ ଦେଶଗୁଡିକରୁ କମ ତୈଳ ଆମଦାନୀ କରୁଛି। ଓପେକ ଦେଶ ଏହି ପଦକ୍ଷେପ ଉଠାଇବାକୁ ବିବଶ ଏଥିପାଇଁ  ହୋଇଛି କାରଣ ତେଲର ଚାହିଦା ଅପେକ୍ଷାକୃତ କମିଛି। ବିଶେଷଜ୍ଞଙ୍କ ମତରେ ଅନେକ ଦେଶ ନିଜର କ୍ଷମତାଠୁ କମ ଇନ୍ଧନ ବ୍ୟବହାର କରୁଛନ୍ତି। ତେଣୁ ଓପେକ ଦେଶର ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତିର ବ୍ୟାପକ ପ୍ରଭାବ ଦେଶଗୁଡିକ ଉପରେ ପଡିବ ନାହିଁ। ତଥାପି ଓପେକ ତେଲ ଉତ୍ପାଦନ କମ କଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ।

ଏହା ପୂର୍ବରୁ ଓପେକ୍ ପ୍ଲସ୍ ଗତ ମାସରେ ଉତ୍ପାଦନରେ ସାଙ୍କେତିକ ହ୍ରାସ କରିଥିଲା। ମହାମାରୀ ସମୟରେ ବି ଉତ୍ପାଦନରେ ବ୍ୟାପକ କମ କରାଯାଇଥିଲା। ଆଉ ଏବେ ଏହି ନିଷ୍ପତ୍ତି ବୈଶ୍ଵିକ ଆର୍ଥିକ ଏବଂ ଅଶୋଧିତ ତେଲର ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତାକୁ ଦେଖି ନିଆଯାଇଛି। ତିନି ମାସ ପୂର୍ବେ ଅଶୋଧିତ ତେଲ ଦର ୧୨୦ ଡଲାର ଥିବାବେଳେ ଏବେ ତାହା ୯୦ ଡଲାର ତଳକୁ ଖସିଆସିଛି । କିନ୍ତୁ ଓପେକ୍ ଉତ୍ପାଦନ କମାଇଲେ ପୁଣି ଦର ବଢିବ । ଏହା ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବା ବିଶ୍ବ ଅର୍ଥନୀତି ପାଇଁ ଆଉ ଏକ ଧକ୍କା ବୋଲି କୁହାଯାଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )