Friday 26th April 2024
୯୦ଦଶକର ପ୍ରଖ୍ୟାତ ଅଭିନେତା ବିନୋଦ ଖନ୍ନାଙ୍କ ଜୀବନ କାହାଣୀ

୯୦ଦଶକର ପ୍ରଖ୍ୟାତ ଅଭିନେତା ବିନୋଦ ଖନ୍ନାଙ୍କ ଜୀବନ କାହାଣୀ

ଫିଲ୍ମ ଦେଖିବାକୁ କିଏ ବା ପସନ୍ଦ କରେ ନାହିଁ । ନିଜ ବ୍ୟସ୍ଥବହୁଳ ଜୀବନରୁ ସମୟ କାଢ଼ି ରିଲାକ୍ସ କରିବାପାଇଁ ସିନେମା ଦେଖି ଯିବାକୁ ସମସ୍ତେ ବେସ ପସନ୍ଦ କରନ୍ତି । ଆଉ ବଡ଼ ପରଦାରେ ସିନେମା ଦେଖିବାର ମଜା ହିଁ କିଛି ଅଲଗା । ସିନେମା ମାନଙ୍କରେ ଅଭିନୟ କରୁଥିବା କଳାକାର ମାନେ ଗୋଟିଏ କାହାଣୀକୁ ଜୀବନ୍ତ କରିବାକ ପାଇଁ ଅନେକ ପରିଶ୍ରମ କରିଥାନ୍ତି ଏବଂ ସେ ସବୁକୁ ପରଦାରେ ଦେଖି ଆମେ ମାନେ ଉପଭୋଗ କରୁ । ଆମ ସିନେ ଜଗତରେ ଏମିତି ଅନେକ କଳାକାର ରହିଛନ୍ତି ଯାହାଙ୍କୁ ଫିଲ୍ମ ଦୁନିଆର ବାଦ୍ ଶାହା ବୋଲି କୁହାଯାଏ ଓ ସେମାନଙ୍କ ଅଭିନୟ ଦେଖିବାକୁ ସିନେମା ଘରେ ଲାଇନ ଲାଗିଯାଏ । ସେମାନଙ୍କ ମଧ୍ୟରୁ ଜଣେ କାଳଜୟୀ ପ୍ରତିଭାବାନ ଅଭିନେତା ହେଉଛନ୍ତି ବିନୋଦ ଖନ୍ନା । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ।Vinod Khanna, Bollywood Movie Idol, Dies at 70 - The New York Times() ବିନୋଦ ଖନ୍ନାଙ୍କ ଜନ୍ମ ୬ଅକ୍ଟୋବର ୧୯୪୬ରେ ପେସାୱରରେ ହୋଇଥିଲା ଯାହା ଏବେ ପାକିସ୍ତାନରେ ଅବସ୍ଥିତ । ତାଙ୍କ ବାପାଙ୍କ ନା’ କିସନ ଚନ ଖନ୍ନା ଥିଲା ଯିଏ କି ଜଣେ ବ୍ୟବସାୟୀ ଥିଲେ ଏବଂ ମା’ଙ୍କ ନା କମଲା ଥିଲା । ବିନୋଦ ୫ ଭାଇ ଭଉଣୀଙ୍କ ମଧ୍ୟରୁ ଜଣେ । ତାଙ୍କ ପ୍ରଥମ ବିବାହ ୧୯୭୧ରେ ଗୀତାଞ୍ଜଳିଙ୍କ ସହ ହୋଇଥିଲା ଓ ତାଙ୍କର ୨ଟି ପୁଅ ହୋଇଥିଲେ । ପରେ ତାଙ୍କ ଦ୍ୱିତୀୟ ବିବାହ ୧୯୯୦ରେ କବିତାଙ୍କ ସହ ହୋଇଥିଲା ଓ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହେଲା ।Vinod Khanna's Family | Akshay Khanna, Rahul Khanna - YouTubeବିନୋଦ ନିଜ ପାଠ ପଢ଼ା ମୁମ୍ବାଇର କ୍ୱିଇନ୍ସ ମେରୀ ସ୍କୁଲରୁ ଆରମ୍ଭ କଲେ । ପରେ ଦିଲ୍ଳୀର ଦିଲ୍ଳୀ ପବ୍ଲିକ ସ୍କୁଲରେ ପାଠ ପଢ଼ିଲେ । ସ୍କୁଲରେ ପଢ଼ିବା ସମୟରେ ହିଁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଯାଇଥିଲା । ବିନୋଦ ଖନ୍ନା ପିଲା ବେଳୁ ହିଁ ବହୁତ ଲାଜୁକୁଳା ଥିଲେ । ତେଣୁ ଶିକ୍ଷକଙ୍କ ବାଧ୍ୟ କରିବା ଦ୍ୱାରା ପ୍ରଥମେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ସେବେଠାରୁ ତାଙ୍କୁ ଅଭିନୟ ଭଲ ଲାଗିବାକୁ ଲାଗିଲା ।Goodbye, Vinod! Khanna's schoolmates pay tribute - Rediff.com moviesକିନ୍ତୁ ଯେତେବେଳେ ସେ ପାଠ ସରିବା ପରେ ଅଭିନୟ କରିବାକୁ ଘରେ କହିଥିଲେ, ତାଙ୍କ ବାପା ତାଙ୍କ ଉପରକୁ ବନ୍ଧୁକ ଉଠାଇ ଦେଇଥିଲେ, କାରଣ ତାଙ୍କ ବାପା ଚାହୁଁଥିଲେ ସେ ଘର ବ୍ୟବସାୟକୁ ସମ୍ଭାଳନ୍ତୁ । ହେଲେ ପରେ ବିନୋଦଙ୍କ ମା’ ତାଙ୍କ ବାପାଙ୍କୁ ବୁଝେଇଲା ପରେ ବିନୋଦଙ୍କୁ ତାଙ୍କ ବାପା ୨ ବର୍ଷର ସମୟ ଦେଇଥିଲେ, କି ତମେ ଏଇ ୨ବର୍ଷ ମଧ୍ୟରେ ଯାହା କରୁଛ କର କିନ୍ତୁ ଜଦି ତୁମେ ଅଭିନୟରେ ଆଗକୁ ବଢ଼ିପାରିଲ ନାହିଁ ତେବେ ତୁମେ ଘର ବ୍ୟବସାୟକୁ ସମ୍ଭାଳିବ ।କିନ୍ତୁ ଏହି ୨ ବର୍ଷ ମଧ୍ୟରେ ବିନୋଦ ତାଙ୍କ ଅଭିନୟର ଯାଦୁ ଲୋକଙ୍କୁ ଦେଖାଇ ପାରିଥିଲେ ଯାହାଫଳରେ ତାଙ୍କୁ ଆଉ ଘର ବ୍ୟବସାୟ ସମ୍ଭାଳିବାକୁ ପଡ଼ି ନଥିଲା । Life in pictures: Vinod Khanna (1946-2017) - Life & Fun Newsଏହି ୨ବର୍ଷ ମଧ୍ୟରେ ବିନୋଦଙ୍କୁ ସୁନିଲ ଦତ୍ତ “ମନ୍ କି ମିତ୍‌” ସିନେମାରେ କାମ କରିବାକୁ ସୁଯୋଗ ଦେଲେ ଯାହା ଏକ ଖଳନାୟକର ଭୁମିକା ଥିଲା । ପରେ “ମେରେ ଅପ୍‌ନେ” ଭଳି ଅନେକ ଚଳିଚତ୍ରରେ ସେ ନଜର ଆସିଲେ । ତାଙ୍କ ଅଭିନିତ କିଛି ହିଟ ଚଳଚିତ୍ର ହେଲା ‘ମେରା ଗାଁଓ ମେରା ଦେଶ’, ‘ଆନ ମିଲୋ ସଜନା’, ‘ହେରା ଫେରି’, ‘ମୁକଦର କା ସିକନ୍ଦର, ‘ପରବରିସ’ ଓ ‘ଅମର ଅକବର ଅର ଆନ୍ଥୋନି’ । ବିନୋଦ ଖନ୍ନା ଯେକୌଣସି ଚଳଚିତ୍ରରେ ଅଭିନୟ କରନ୍ତି ସେଥିରେ ନିଶ୍ଚିନ୍ତ ଏକ ମନଲୋଭା ସଙ୍ଗୀତ ଥାଏ । ଯାହା ଦର୍ଶକଙ୍କୁ ତାଙ୍କ ଫିଲ୍ମ ଦେଖିବା ପାଇଁ ଅଧିକ ଆକୃଷ୍ଟ କରେ । ସେଭଳି ଏକ ସ୍ମରଣୀୟ ଗୀତ ଥିଲା – “ଜବ୍ କୋଇ ବାତ୍ ବିଗଡ଼ ଯାଏ” । ଏହି ଗୀତ ଟି ବିନୋଦ ଖନ୍ନାଙ୍କର ଜୁର୍ମ ଫିଲ୍ମରେ ହୋଇଥିଲା । ଆଉ ୯୦ ଦଶକରୁ ଆଜି ଯାଏଁ ଏହି ଗୀତ ପ୍ରତ୍ୟେକ ପିଢ଼ିଙ୍କର ପସନ୍ଦ ପାଲଟି ଆସିଛି । B4U Movies Indiaଏଭଳି ଅନେକ ସିନେମାରେ ଅଭିନୟ କରି ନିଜ ନା’ ତିଆରି କରିବା ପରେ ବିନୋଦ ଏଭଳି ଏକ ନିଷ୍ପତି ନେଲେ ଯାହାକି  ଲୋକଙ୍କୁ ଆଚମ୍ବିତ କରି ଦେଇଥିଲା । ବିନୋଦ ଅଚାନକ ସନ୍ୟାସି ହୋଇଗଲେ ଓ ଛାଡ଼ିଦେଲେ ଅଭିନୟକୁ । ତାଙ୍କ ଗୁରୁ ରଜନିସ୍ ଓରସୋଙ୍କ ରାସ୍ତାରେ ଚାଲିବାକୁ ଲାଗିଲେ ଓ ସନ୍ୟାସି ହୋଇ ଗୁରୁଙ୍କ ସହ ଆମେରିକା ପଳେଇଲେ । ଯାହାଫଳରେ ତାଙ୍କ ବୈବାହିକ ଜୀବନରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଲା ।What Akshaye Khanna said about Vinod Khanna leaving family for Osho: 'Something must have moved him so deeply inside' | Bollywood - Hindustan Timesବିନୋଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା । କିନ୍ତୁ ପରେ ବିନୋଦ ପୁଣି ଅଭିନୟ କରିବାକୁ ଫେରିଲେ ଓ ତାଙ୍କ ଅଭିନୟର ଯାଦୁ ପୁଣି ଲୋକଙ୍କୁ ଦେଖେଇଲେ ।  ବିନୋଦ ପରେ ରାଜନୀତିରେ ମଧ୍ୟ ନିଜ ଯାଦୁ ଦେଖାଇଲେ । ଗୁରଦାସ୍‌ପୁରରୁ ସେ ମେମ୍ବର ଅଫ ପାର୍ଲାମେଣ୍ଟ ହେଲେ । ଚଳଚିତ୍ର ଓ ରାଜନୀତିରେ ନିଜର ଭଲ କାମ ଦେଖାଇ ବ୍ଲଡ କ୍ୟାନସର ଯୋଗୁଁ ୨୭ ଏପ୍ରିଲ ୨୦୧୭ରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ।   Vinod Khanna's health is better, actor responding well on treatment: Hospital medical bulletin | India.com

CATEGORIES
TAGS
Share This

COMMENTS

Wordpress (0)
Disqus (0 )