Saturday 4th May 2024
କେଉଁଠି ଅଛି ଗୋରା ଲୋକଙ୍କ ଦେଶ !

କେଉଁଠି ଅଛି ଗୋରା ଲୋକଙ୍କ ଦେଶ !

ସବୁ ଦେଶର ବିଭିନ୍ନ ପ୍ରକାର ଖାସିୟତ୍ ରହିଥାଏ । କେଉଁ ଦେଶ କେତେ ପ୍ରକାରର ଘଟଣାବଳୀକୁ ନେଇ ପ୍ରସିଦ୍ଧି ଲାଭ କରିଛି । ଆଉ କେଉଁ ଦେଶର ବଳିଷ୍ଠ ଇତିହାସ ରହିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଦେଶ ରହିଛି ଯାହାକୁ ସମସ୍ତେ ଗୋରା ଲୋକଙ୍କ ଦେଶ ବୋଲି କହିଥାନ୍ତି । ହଁ ମୁଁ ଜାଣେ ଆପଣ ସିଧା ସଳଖ ଇଂରେଜ ମାନଙ୍କ କଥା ଭାବିଦେଉଥିବେ । କିନ୍ତୁ ଇଂରେଜ ତ ବ୍ରିଟିଶ ଦେଶର । ଆଉ ସେଇଠାରେ ବି ସମସ୍ତେ ଗୋରା ନୁହନ୍ତି । ତାହାଲେ ଚାଲନ୍ତୁ ଜାଣିବା କେଉଁଠି ରହିଛି ଏମିତି ଦେଶ ଆଉ କାହିଁକି କୁହାଯାଏ ଏହାକୁ ଗୋରା ମାନଙ୍କର ଦେଶ ।

ଗୋରା ତ୍ୱଚା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉତ୍ପାଦରେ ଟଙ୍କା ଉଡ଼ାଇଥାନ୍ତି । ଗୋରା ହେବା ନିଶାରେ କିଛି ଲୋକ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାନ୍ତି ନାହିଁ । କିନ୍ତୁ ସମୟ ବଦଳିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ବଢୁଛି । ଖାସ୍‌ କରି ଝିଅମାନେ ନିଜ ଶରୀର ଓ ତ୍ୱଚାକୁ ସ୍ୱୀକାର କରିବା ସହିତ ଗର୍ବର ସହ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏଭଳି ଏକ ଦେଶ ଅଛି, ଯାହାର ବାସିନ୍ଦା ବିଶ୍ୱର ସବୁଠୁ ଗୋରା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଏହାର ସମ୍ପୃକ୍ତି ଅଳ୍ପ ବହୁତ ଭାରତ ସହ ରହିଛି ।

 

ଆଇରିଶ୍‌ ଲୋକଙ୍କ ତ୍ୱଚା ବିଶ୍ୱରେ ସବୁଠୁ ଗୋରା । ଏହାର ବଡ଼ କାରଣ ସେମାନଙ୍କ ଜିନ୍‌ । ଜଳବାୟୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏଠାରେ ଅତିବାଇଗଣି ବିକିରଣ କମ୍‌ ଥାଏ । ତେଣୁ ଏଠାକାର ଲୋକଙ୍କ ତ୍ୱଚା ଲାଇଟ୍‌ ସ୍କିନ୍‌ ପିଗ୍‌ମେଣ୍ଟେସନ୍‌ ବିକଶିତ କରିନିଏ । ଆୟରଲ୍ୟାଣ୍ଡ ମଧ୍ୟ ଏହି ତାଲିକାରେ ସାମିଲ । ୟୁଏସ୍‌ ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନ ଅନୁସାରେ, ଏସ୍‌ଏଲ୍‌ସି୨୪ଏ୫ ନାମକ ଜିନ୍‌ ସ୍କିନ୍‌ ପିଗ୍‌ମେଣ୍ଟେସନ୍‌ ଓ ସେଥିରେ ମ୍ୟୁଟେସନ୍‌ରୁ ସ୍ଥିର କରେ ଯେ ତ୍ୱଚା କେତେ ଗୋରା ହେବ ।

ଆୟରଲ୍ୟାଣ୍ଡ ଲୋକଙ୍କଠାରେ ଏ ସମ୍ପର୍କିତ ମ୍ୟୁଟେସନ୍‌ ଏ୧୧୧ଟି ଜଣାପଡ଼ିଲା । ହାଲୁକା ହଳଦିଆ ତ୍ୱଚା ପାଇଁ ଦାୟୀ ଏହି ମ୍ୟୁଟେସନ୍‌ ଯାହାଙ୍କଠାରେ ମିଳିଲା, ସେମାନଙ୍କ ଜେନେଟିକ୍‌ କୋଡ୍‌ ଜଣେ ବ୍ୟକ୍ତିଙ୍କଠାରୁ ଆସିଛି । ଗବେଷକଙ୍କ ଅନୁସାରେ, ଏହି ଜିନ୍‌ ପାଇଁ ଦାୟୀ ଉକ୍ତ ବ୍ୟକ୍ତିଙ୍କ ଚିହ୍ନଟ ମୁସ୍କିଲ । ଅଧ୍ୟୟନ ଅନୁସାରେ, ଏହି ବ୍ୟକ୍ତି ୧୦ ହଜାର ବର୍ଷ ପୂର୍ବେ ଭାରତ କିମ୍ବା ମଧ୍ୟ-ପୂର୍ବର ବାସିନ୍ଦା ଥିଲେ ଏବଂ ତାଙ୍କ ବଂଶଜ ନିଜ ଜିନ୍‌କୁ ଇବେରିୟା ଜରିଆରେ ଆୟରଲ୍ୟାଣ୍ଡ ଆଣିଲେ । ଏହା ପିଢ଼ି ପରେ ପିଢ଼ି ବଢ଼ିଚାଲିଲା । କିନ୍ତୁ ଏହି ଦେଶର ଲୋକେ ଗୋରା ତ୍ୱଚା ପାଇଁ ଗର୍ବ କରନ୍ତି ବୋଲି ଯଦି ଆପଣ ଭାବୁଛନ୍ତି, ତେବେ ତାହା ଭୁଲ । ଏକ ରିପୋର୍ଟ ଅନୁସାରେ, ଏଠାରେ କରାଯାଇଥିବା ସର୍ଭେରେ ୬୧ ପ୍ରତିଶତ ଆୟରିଶ୍‌ ଲୋକ କହିଛନ୍ତି, ଅଧିକ ଗୋରା ତ୍ୱଚା ଯୋଗୁ ସେମାନେ ନିଜକୁ ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଆକର୍ଷଣୀୟ ମନେକରନ୍ତି ନାହିଁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )