Thursday 18th April 2024
ସର୍‌ନେମ୍ ନଥିଲେ କରିପାରିବେନି UAE ଯାତ୍ରା….

ସର୍‌ନେମ୍ ନଥିଲେ କରିପାରିବେନି UAE ଯାତ୍ରା….

ସର୍‌ନେମ୍ ନଥିଲେ କରିପାରିବେନି ଯାତ୍ରା

ବିନା ପାର୍ସପୋର୍ଟରେ ଅନ୍ୟଦେଶକୁ ଯିବା କଣ ସମ୍ଭବ ? ଏହା ତ ଆମେ ସମସ୍ତେ ଜାଣିଛୁ ଯେ ପାର୍ସପୋର୍ଟ ନଥିଲେ କିଛି ବି କରିହେବନାହିଁ । ତେଣୁକରି ପାର୍ସପୋର୍ଟ ନିହାତି ଆବଶ୍ୟକ ପଡିଥାଏ । ହେଲେ ବର୍ତ୍ତମାନ ଭାରତୀୟଙ୍କର ଖାଲି ପାର୍ସପୋର୍ଟ ହେଲେ ହେବନି । ବରଂ ତାସହ ଏମିତି କିଛି ନିୟମ ରହିବ ଦରକାର । ଯାହାକୁ ନେଇ ଭାରତୀୟମାନେ ୟୁଏଇ କୁ ଯାତ୍ରା କରିପାରିବେ । ଯଦି ସେହି ନିୟମ ନ ମାନିବେ ତାହାଲେ ସେମାନେ ୟୁଏଇକୁ ଯାତ୍ରା କରିପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ସେ ନିୟମ । ସଂଯୁକ୍ତ ଆରବ ଏମିରଟ ସରକାର ଯାତ୍ରା ସମ୍ବନ୍ଧୀୟ ଦିଶା ନିର୍ଦ୍ଦେଶ ଉପରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ନୂଆ ଦିଶା ନିର୍ଦ୍ଦେଶ ଅନୁସାରେ ଯଦି ବର୍ତ୍ତମାନ କୌଣସି ବ୍ୟକ୍ତିଙ୍କ ପାସପୋର୍ଟ ରେ ତାଙ୍କର କେବଳ ନାମ ବିନା ସରନେମ୍ ରେ ଳେଖାଯାଇଥିବ ସେମାନେ ଆଉ ୟୁଏଇ ଯାଇ ପାରିବେ ନାହିଁ କିମ୍ବା ସେଠାରୁ ଆସି ପାରିବେ ନାହିଁ ।

ୟୁଏଇ ସରକାରଙ୍କ ଅନୁସାରେ ସମସ୍ତ ଯାତ୍ରୀଙ୍କ ପାସପୋର୍ଟରେ ଉପରେ ପ୍ରଥମ ଶେଷ ନାମ ସଠିକ୍ ରହିବା ଅଅବଶ୍ୟକ । ନଭେମ୍ବର ୨୧ ତାରିଖରେ ୟୁଏଇ ଏହି ନୂଆ ନିୟମକୁ ଲାଗୁ କରିଛି । ୟୁଏଇ ସରକାରଙ୍କ ପକ୍ଷରୁ ଏୟାର ଲାଇନ୍ସ କମ୍ପାନୀ ଇଣ୍ଡିଆ ଦ୍ୱାରା ଗୋଟିଏ ବୟାନ ମଧ୍ୟ ଜାରୀ କରାଯାଇଛି । ଇଣ୍ଡିଗୋ ପକ୍ଷରୁ ବୟାନରେ କୁହାଯାଇଛି ଯେ ୟୁଏଇ ପ୍ରଶାସନର ନୂତନ ନିୟମ ଅନୁସାରେ ଯେ କୌଣସି ସିଙ୍ଗଲ ନାମ ଧାରି ବ୍ୟକ୍ତିଙ୍କୁ ସେ ଯେ କୌଣସି ଭିସା ପ୍ରାପ୍ତ ହୋଇ ଥାଆନ୍ତୁ ନା କାହିଁକି , ତାଙ୍କୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ । ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ପର୍ପନେଣ୍ଟ ଭିସା ରହିଛି ତାଙ୍କ ପାଇଁ ଏହି ନିୟମ ଛାଡ ଅଟେ । କିନ୍ତୁ ସେମାନଙ୍କୁ ପ୍ରଥମ ଓ ଶେଷ ନାମ ପୂରଣ କରି ପାସପୋର୍ଟ ଅଫିସରେ ଜମା କରିବାକୁ ପଡିବ । ଯଦି କେହି ଅଧିକ ତଥ୍ୟ ପାଇବାକୁ ଚାହୁଁଛନ୍ତି ତେବେ ଅଫିସିଆଲ୍ େଓବସାଇଟ୍ ରେ ଯାଂଚ କରି ପାରିବେ । ଯଦି ଏହି ନିୟମ ଲାଗୁ କରାଯାଏ ତେବେ ଯେଉଁ ଭାରତୀୟମାନେ ସିଙ୍ଗଲ ନାମରେ ରହୁଛନ୍ତି ସେମାନେ ବିଭିନ୍ନ ସମସ୍ୟାକୁ ସମ୍ମୁଖୀନ କରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )