Friday 26th April 2024
ନୂଆବର୍ଷରେ ନୂଆ ହଜାରେ ଟଙ୍କିଆ ନୋଟ ଆସିବ କି ?

ନୂଆବର୍ଷରେ ନୂଆ ହଜାରେ ଟଙ୍କିଆ ନୋଟ ଆସିବ କି ?

ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଫେରିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ହେଉଛି । ସୋସିଆଲ ମିଡିଆରେ ଏହି ଖବର ମଧ୍ୟ ଭାଇରାଲ ହେଉଛି । ଲୋକଙ୍କ ଦାବି ଅନୁଯାୟୀ, କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍ ବନ୍ଦ ଅର୍ଥାତ୍ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ବଜାରକୁ ନୂଆ ୧୦୦୦ଟଙ୍କିଆ ନୋଟ୍ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ତାହାପୁଣି ୨୦୨୩ ଜାନୁୟାରୀ ୧ରୁ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି । ଏ ସବୁ ଚର୍ଚ୍ଚା ଭିତରେ ଆମେ ଆପଣଙ୍କୁ ସତ କ’ଣ କହିରଖୁଛୁ । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ବିବୃତି ରଖାଯାଇଥିଲା ।

କୁହାଯାଇଥିଲା କି, ୨୦୧୮-୧୯ରୁ ୨୦୦୦ଟଙ୍କା ନୋଟ୍ ମୁଦ୍ରଣ ପାଇଁ କୌଣସି ନୂତନ ପ୍ରସ୍ତାବ ଦିଆଯାଇ ନାହିଁ । ହେଲେ ଏହି କଥାକୁ ନେଇ ସୋସିଆଲ ମିଡିଆରେ ୧୦୦୦ ଟଙ୍କିଆ ନୋଟ ଫେରସ୍ତ ଖବର ଭାଇରାଲ ହେବାରେ ଲାଗିଥିଲା । ଏହି ଖବର ଭାଇରାଲ ହେବା ଜାଣି ପ୍ରେସ୍ ଇନଫରମେସନ୍ ବ୍ୟୁରୋ ବା (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟକୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ୧୦୦୦ ଟଙ୍କିଆ ନୋଟ୍ ଖବର ମିଥ୍ୟା ବୋଲି କୁହାଯାଇଥିଲା । ଦୟାକରି ଏପରି ବିଭ୍ରାନ୍ତିକର ବାର୍ତ୍ତା ଭାଇରାଲ କରନ୍ତୁନାହିଁ ବୋଲି କୁହାଯାଇଥିଲା ।

ଏନେଇ ଆରଟିଆଇ ମଧ୍ୟ ସୂଚନା ଦେଇଛି । ଆରବିଆଇ କହିଛି ୨୦୧୯ରୁ ୨୦୨୨ ଯାଏଁ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ୍ ଛପାଯାଇନାହିଁ । ନଭେମ୍ବର ୮, ୨୦୧୬ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କା ପୁରୁଣା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )