Friday 26th April 2024
ATM ରୁ ବାହାରୁଛି ସୁନାକଏନ୍ ହେଲେ କେମିତି ?

ATM ରୁ ବାହାରୁଛି ସୁନାକଏନ୍ ହେଲେ କେମିତି ?

ଏଟିଏମ୍ ରୁ ପଇସା ବାହାରିବା କଥା ସମସ୍ତେ ଜାଣନ୍ତି । ଗୋଟିଏ ଛୋଟ କାର୍ଡରୁ ଆପଣ ୪ଟି ପିନ୍ ଦେଇ ନିଜ ଆକାଉଣ୍ଟରୁ ପଇସା ଉଠାଉଛନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହୁ ବର୍ତ୍ତମାନ ଏଟିଏମ୍ ରେ ଆପଣ କାର୍ଡ ଭର୍ତ୍ତି କଲେ ଟଙ୍କା ନୁହେଁ କେବଳ ସୁନା ଟଙ୍କା ବାହାରିବ । ହଁ ଆପଣଙ୍କୁ କଥା ଟି ଆଶ୍ଚର୍ଯ୍ୟ କରିଲେ ବି ସତ । କାରଣ ଏମିତି ଏକ ଏଟିଏମ୍ ଅଛି ଯେଉଁଥିରେ ଟଙ୍କା ବଦଳରେ ସୁନା ବାହାରୁଛି ତେବେ ଆପଣ ତାଜୁବ୍ ହେଇଯିବେ । ଆଜ୍ଞା ହଁ ଖବରଟି ସତରେ ଏତିକି ଆଶ୍ଚର୍ଯ୍ୟକର । ଦେଶରେ ପ୍ରଥମଥର ପାଇଁ ହାଇଦ୍ରାବାଦରେ ଏମିତି ଏକ ଏଟିଏମ୍ ତିଆରି ହୋଇଛି ହୋଇଛି ଯେଉଁଥିରୁ ଟଙ୍କା ବଦଳରେ ସୁନାର କଏନ୍ ବାହାରୁଛି ।

ସୁନା କିଣାବିକାର ବ୍ୟବସାୟ କରୁଥିବା କମ୍ପାନୀ ଗୋଲ୍ଡସିକ୍କା ଦ୍ୱାରା ଏହି ଏଟିଏମ୍ ଲଗାଯାଇଛି । ଗୋଲ୍ଡ ଏଟିଏମ୍ ଜରିଆରେ ଗ୍ରାହକ ନିଜର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦ୍ୱାରା ସୁନାର କଏନ୍ କିଣିପାରିବେ । ଯେଉଁଥିରେ ୦.୫ ଗ୍ରାମରୁ ଆରମ୍ଭ କରି ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନାର ମାତ୍ରାର ୮ଟି ବିକଳ୍ପ ଉପଲବ୍ଧ ରହିଛି । ଗୋଲ୍ଡସିକ୍କା ପ୍ରାଇଭେଟ୍ ଲିମିଟେଡ୍ ଡିସେମ୍ବର ୩ ତାରିଖରେ ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ଏମ୍ ଏସ୍ ଓପନକ୍ୟୁବ୍ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡର ଟେକନିକ୍ ସମର୍ଥନରେ ନିଜର ପ୍ରଥମ ଗୋଲ୍ଡ ଏଟିଏମ୍ ଲଂଚ କରିଥିଲା । କେବଳ ଭାରତରେ ନୁହେଁ ବିଶ୍ୱରେ ଏହା ପ୍ରଥମ ରିୟଲ୍‌- ଟାଇମ୍ ଗୋଲ୍ଡ ଏଟିଏମ୍ । ଏହି ମେସିନ୍ ରେ ୫ କିଲୋ ସୁନା ରଖିବାର କ୍ଷମତା ରହିଛି । ସେପଟେ ଗୋଲ୍ଡସିକ୍କା କମ୍ପାନୀର ଉପାଧ୍ୟକ୍ଷ କୁହନ୍ତି ,କି ୪ ବର୍ଷ ପୂର୍ବରୁ ସ୍ଥାପନ କରାଯାଇଥିବା ଏହି କମ୍ପାନୀ ବୁଲିୟନ୍ ଟ୍ରେଡିଙ୍ଗ୍ ଭିତରେ ଅନ୍ତର୍ଭୁକ୍ତ । ଆମ ସିଇଓ ଏଟିଏମ୍ ମେସିନ୍ ମାଧ୍ୟମରେ ସୁନାର କଏନ୍ ବାହାର କରିବାର ଏକ ନୂଆ ଉପାୟକୁ ବଜାରକୁ ଆଣିବାକୁ ଚିନ୍ତା କଲେ । ଯାହା ପର ମୂହୁର୍ତ୍ତରେ ସମ୍ଭବ ମଧ୍ୟ ହେଲା ।

ଏହି ଗୋଲ୍ଡ ଏଟିଏମରେ ୫ କିଲୋଗ୍ରାମ୍ ସୁନା ରଖିବାର ସାମର୍ଥ୍ୟ ଥିବାବେଳେ ଏହାର ମୂଲ୍ୟ ପାଖାପାଖି ୨ ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ମେସିନରେ ୦.୫ ଗ୍ରାମ୍ , ୧ ଗ୍ରାମ୍ , ୨ ଗ୍ରାମ୍ , ୫ ଗ୍ରାମ୍ ,୧୦ ଗ୍ରାମ୍ ,୨୦ ଗ୍ରାମ୍ ,୫୦ ଗ୍ରାମ୍ ଏବଂ ୧୦୦ ଗ୍ରାମ୍ ପର୍ଯ୍ୟନ୍ତ ବିକଳ୍ପ ଉପଲବ୍ଧ ରହିଛି । ଏହି ସୁନାର କଏନ୍ ସବୁ ୨୪ କ୍ୟାରେଟ୍ ର ଥିବା ବେଳେ ଏହାର ଶୁଦ୍ଧତା ୯୯୯ ପ୍ରମାଣିତ । ଭବିଷ୍ୟତରେ ଦେଶର ବିଭିନ୍ନ ରାଜ୍ୟରେ ଏହି କମ୍ପାନୀ ୩,୦୦୦ ଗୋଲ୍ଡ ଏଟିଏମ୍ ସ୍ଥାପନ କରିବ ବୋଲି ସୂଚନା ମିଳିଛି । କେବଳ ଭାରତ ନୁହଁ ବିଶ୍ୱସ୍ତରରେ ମଧ୍ୟ କମ୍ପାନୀ ଏହି ଧାରାକୁ ବଜାୟ ରଖିବାର ଯୋଜନା କରିଛି ବୋଲି ସୂଚନା ମିଳୁଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )