Wednesday 24th April 2024
ବ୍ଲଡ କ୍ୟାନସରରେ ପିଡିତ ଆର୍ୟ୍ୟାନ୍ ମାଗୁଛି ଆପଣଙ୍କ ସହାୟତା

ବ୍ଲଡ କ୍ୟାନସରରେ ପିଡିତ ଆର୍ୟ୍ୟାନ୍ ମାଗୁଛି ଆପଣଙ୍କ ସହାୟତା

ପରିସ୍ଥିତି ବହୁତ ଜଣଙ୍କୁ ଏମିତି ଜାଗାରେ ଆଣି ଛିଡା କରିଦିଏ । ଯାହା ଫଳରେ ମଣିଷ ସଠିକ୍ ରାସ୍ତା ପ।ଏନି । ବେସାହାର ଅନୁଭବ କରେ । ଯେଉଁ ମଣିଷ ପ।ଖରେ ସାମର୍ଥ୍ୟ ଅଛି ସେ ନିଜ ଉପରକୁ ଆସୁଥିବା ସବୁ ବିପଦକୁ ଟାଳିଦେବ । କିନ୍ତୁ ଯେଉଁ ମଣିଷ ପ।ଖରେ ସାମର୍ଥ୍ୟ ନଥାଏ ତାର ଅସୁବିଧା ଖୁବ୍ ଅଧିକ ଲାଗେ । କାହିଁକି ନା ଆଜିର ସମୟରେ ଟଙ୍କା ସବୁଠୁ ବଡ ଜରୁରୀ ଜିନିଷ। ଆମେ ଆପଣଙ୍କୁ ଆଜି ସେମିତି ଜଣେ ଅସହାୟ ପିଲା ପ।ଇଁ ଅନୁରୋଧ କରିବାକୁ ଏହି ଆର୍ଟିକିଲ୍ ଲେଖୁଛୁ ।() ଛୁଆଟିକୁ ୮ ବର୍ଷ, ନା ତାର ଆର୍ୟ୍ୟନ ପଣ୍ଡା, blood cancer ଭଳି ଏକ ବଡ଼ ରୋଗରେ ପିଡ଼ିତ ଛୁଆଟି । ପିତାଙ୍କ ନାମ ଜୌତି ରଞ୍ଜନ ପଣ୍ଡା, ବାପାଙ୍କ କହିବା ଅନୁସାରେ ପିଲାଟିର ଦେହରେ କିଛି ଚିହ୍ନ ଦେଖିବାକୁ ମିଳିଥିଲା, ଯାହା ଫଳରେ ତାଙ୍କ ଫ୍ୟାମିଲି ଡାକ୍ତରଙ୍କ ପାଖରେ ସେ ଛୁଆଟିକୁ ଦେଖାଇଥିଲେ । ୪ନଭେମ୍ବରରେ ସେ ଏହାକୁ ବଡ଼ କିଛି ହୋଇଥାଇ ପାରେ କହି ସମ୍‌କୁ ରେଫର କରିଥିଲେ ଏବଂ ଜଣେ ଭଲ ଡାକ୍ତର ପରାମର୍ଶ ନେବାକୁ କହିଥିଲେ । ଯେଉଁଥିରୁ ଜଣାପଡ଼ିଥିଲା କି ଛୁଆଟିକୁ blood cancer ହୋଇଛି । ଏମିତି ଶୁଣିବା ମାତ୍ରେ ଯେମିତି ବାପା, ମା’ଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କିନ୍ତୁ ଡାକ୍ତର ଆଶ୍ୱସନା ଦେଇଥିଲେ କି ଚିନ୍ତା କରିବାର କିଛି କଥା ନାହିଁ ଏହି ରୋଗ ଠିକ୍ ହୋଇପାରେ । ତେଣୁ କେମୋ ଦେଇ କିଛି ଦିନ ପରେ ୨୮ନଭେମ୍ବର କୁ ଘରକୁ ପିଲାକୁ ନେଇ ଫେରିଥିଲେ । ମାତ୍ର ପୁଣି ଡାକ୍ତର ଡାକି କହିଥିଲେ କି bone marrow ରେ ପୁଅର ଅସୁବିଧା ଦେଖା ଦେଇଛି ଯାହାକୁ ଠିକ୍ କରିବା ପାଇଁ କିମ୍ବା transplant କରିବା ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା । ଯେଉଁଥିପାଇଁ ଆର୍ୟ୍ୟନଙ୍କ ବାପାଙ୍କର ସେତିକି କ୍ଷମତା ନାହିଁ କି ସେ ପୂଅର ଚିକିତ୍ସା କରିପାରିବେ । ସେଥିପାଇଁ ସେ impactguru ରେ crowdfunding ପାଇଁ ତାଙ୍କ ବାପା ଜୌତି ରଞ୍ଜନ ପଣ୍ଡା ଓ ମା’ ସୋନାଲି ପଣ୍ଡା ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତିକୁ ଆପଣ ଭଲ ଭାବରେ ଦେଖନ୍ତୁ, ଏଠାରେ ଦିଆଯାଇଥିବା ନମ୍ବରରେ ଆପଣ ସିଧାସଳଖ ଅନ୍‌ଲାଇନ୍ ମାଧ୍ୟମରେ ଟଙ୍କା ପଠାଇ ପାରିବେ ।

ତେବେ ଏହି ବିଷୟ ଉପରେ ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ମିଛ ଖବର ପ।ଇଥିବେ । କିନ୍ତୁ ଆମେ ବି ଏହି ପୋଷ୍ଟ ଦେଖି ପ୍ରଥମେ ଯ।ଞ୍ଚ କଲୁ ଏବଂ ତାପରେ ଆପଣଙ୍କୁ ଏହା ଉପରେ ସୂଚନା ପ୍ରଦାନ କରିଲୁ । ତେଣୁକରି ଆପଣ ଯଦି ଆର୍ୟ୍ୟନଙ୍କୁ ସହାୟତା କରନ୍ତେ ତାହାଲେ ନିଶ୍ଚୟ ଏହି କୁନି ଜୀବନଟିକୁ ରକ୍ଷା କରିହେଇପାରନ୍ତା । ତେଣୁ ଏହି ପୋଷ୍ଟରେ ଦିଆଯାଇଥିବା ନମ୍ବରକୁ ଆପଣ ଅନଲାଇନ୍ ମାଧ୍ୟମରେ ନିଜର ସହଯୋଗର ହାତ ବଢାନ୍ତୁ । ଆଉ ହଁ ଯଦି ବି ଆପଣଙ୍କୁ ଏହି ଖବର ଉପରେ ବିଶ୍ୱାସ ହେଉନି ତାହାଲେ ଆପଣ ଏଠାରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିପାରନ୍ତି । ଧନ୍ୟବାଦ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )