Friday 19th April 2024
Artificial Intelligence କଣ? ଜାଣନ୍ତୁ ଏହା ବିଷୟରେ ଅଧିକ ତଥ୍ୟ

Artificial Intelligence କଣ? ଜାଣନ୍ତୁ ଏହା ବିଷୟରେ ଅଧିକ ତଥ୍ୟ

ପୁରା ବ୍ରହ୍ମାଣ୍ଡରେ ମନୁଷ୍ୟ ଏକ ମାତ୍ର ଏପରି ଜୀବ ଯାହାକୁ ଭଗବାନ ମସ୍ତିସ୍କ ଦେବା ସହ ତାକୁ ବ୍ୟବହାର କେମିତି କରାଯିବ ତାର କୌଶଳ ମଧ୍ୟ ଦେଇଛନ୍ତି । ଯାହା ଫଳରେ ସେହି କୌଶଳକୁ ବ୍ୟବହାର କରି ମଣିଷ ବିଭିନ୍ନ ପ୍ରକାରର ଜିନିଷ ଆବିଷ୍କାର କରୁଛି, ଯେପରି କମ୍ପୁଟର, ମୋବାଇଲ, ଇଣ୍ଟର୍‌ନେଟ୍ ଇତ୍ୟାଦି। ଯାହା ଫଳରେ ଦିନକୁ ଦିନ ଲୋକ ଆଗକୁ ବଢ଼ିଚାଲୁଛନ୍ତି । ମଣିଷ ନିଜ କୌଶଳରେ ଏତେ ଆଗକୁ ବଢ଼ିଗଲାଣି କି ତା ଭଳିଆ ମସ୍ତିସ୍କ ଓ କାମ କରିବାର ପକ୍ରିିୟାରେ ତିଆରି ହୋଇଥିବା ଏକ ମେସିନି ତିଆରି କରିବାକୁ ଚାହୁଁଛି ଯାହା କି ଠିକ୍ ମଣିଷ ପରି ଦେଖାଯିବ । ଯିଏକି ମଣିଷ ଭଳି ସବୁ କାମ କରିପାରିବ । ସେହି ଆଡ଼ଭାନ୍ସ ଟେକ୍ନୋଲୋଜିରେ ତିଆରି ହୋଇଥିବା ମେସିନ୍‌କୁ କୁହାଯାଏ Artificial Intelligence। ତେବେ ଆସନ୍ତୁ ଜାଣିବା ଏହି Artificial Intelligence କଣ? ଓ ଏହା ସମ୍ବନ୍ଧରେ ଅଧିକ କିଛି ।The future of jobs in the age of artificial intelligence technologyArtificial Intelligence (AI) କଣ?:
AI କୁ ଓଡ଼ିଆରେ କୃତିମ ବୁଦ୍ଧି ବୋଲି କୁହାଯାଏ । ଏଥିରେ ମଣିଷ ଓ ଯନ୍ତ୍ରର ପ୍ରାକୃତିକ ବୃଦ୍ଧିରୁ ବିପରିତ ମେସିନର ବୃଦ୍ଧି କୁ ପ୍ରଦର୍ଶନ କରାଯାଏ । ଯେପରି ଯଦି ଏକ ରୋବର୍ଟର ଜୀବ ତିଆରି କରିବାର ଅଛି ତେବେ ସେହି ଜୀବ ଉପରେ ରିସର୍ଚ୍ଚ କରି ତାର ଗତିବିଧିକୁ ରୋବର୍ଟ ରେ ଖଞ୍ଜା ଯାଏ, ଯାହା ଫଳରେ ସେ ଏକ ପ୍ରକୃତ ଜୀବ ଭଳି ବ୍ୟବହାର କରିବା ଆରମ୍ଭ କରେ । କିନ୍ତୁ ବାସ୍ତବରେ Artificial Intelligence ଅନ୍ତର୍ଗତ ଏଭଳି ମେସିନ୍ ତିଆରି କରାଯାଏ ଯାହାକି ମଣିଷ ଭଳି ବିଚାର କରିବାର ଶକ୍ତି ଓ ବୁଝିଲା ଭଳି କ୍ଷମତା ରଖୁଥାଏ । ଏହା ପରେ ସେହି ମେସିନ୍ କୁ ଯେଉଁ କାମ ପାଇଁ ତିଆରି କରାଯାଇଥାଏ ସେଥିରେ ଆଉ କାହାର ବି ଆବଶ୍ୟକତା ରୁହେ ନାହିଁ । ଯେଉଁଭଳି ମଣିଷ ନିଜ ମସ୍ତିକ ସାହାର୍ଯ୍ୟରେ କୌଣସି ଭି ସମସ୍ୟାର ସମାଧାନ କାଢ଼ିଦିଏ । ସେହିଭଳି ଆଜିକାଲିର ମେସିନ୍ ଇଓ ସାହାର୍ଯ୍ୟରେ ଅଟୋମାଟିକ୍ Troubleshooting ର ବ୍ୟବହାର କରିକି ସମସ୍ୟାର ସମାଧାନ ଖୋଜି ଦେଇଥାଏ । ଯେପରି alexa, siri ଇତ୍ୟାଦି ।How to Choose Between Alexa and SiriArtificial Intelligence (AI) କେତେ ପ୍ରକାରର?:
ଯେମିତି ସବୁ ପ୍ରକାରର ଟେକ୍ନୋଲୋଜି ଏବଂ ପୋଗ୍ରାମ ବିଭିନ୍ନ ପ୍ରକାରର ହୋଇଥାଏ । ସେହିଭଳି Artificial Intelligence ମଧ୍ୟ ୪ ପ୍ରକାରର ଯଥା :
୧. Purely Reactive
୨. Brain Theory
୩. Limited Memory
୪. Self-Aware

ଇତି ମଧ୍ୟରେ ଆପଣ ଜାଣିବାକୁ ପାଇଲେ କି Artificial Intelligence (AI) କଣ? ଓ Artificial Intelligence (AI) କେତେ ପ୍ରକାରର ।
ଅନ୍ୟ ଏକ ଖବରରେ ବିସ୍ତାରରେ ଜାଣିବା Artificial Intelligence ର କାମ କଣ ଓ ଏ ସମ୍ବନ୍ଧରେ ଅଧିକ କିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )