Friday 19th April 2024
ସୋସିଆଲ ମିଡିଆର Best ପ୍ଲାଟଫର୍ମ ଫେସବୁକ୍ ,ଏମିତି କରନ୍ତୁ ନିଜ ବିଜେନସ୍ ର Growth

ସୋସିଆଲ ମିଡିଆର Best ପ୍ଲାଟଫର୍ମ ଫେସବୁକ୍ ,ଏମିତି କରନ୍ତୁ ନିଜ ବିଜେନସ୍ ର Growth

ଯଦି ଆପଣ ନିଜ ବିଜନେସ୍ କୁ ସୋସିଆଲ ମିଡିଆ ରେ ପ୍ରମୋଟ କରିବା ବିଷୟରେ ଭାବୁଛନ୍ତି । କିମ୍ବା ନିଜ ବ୍ଲଗ ଓ ୱେବସାଇଟ୍ ରେ ସୋସିଆଲ ମିଡିଆ ରୁ ଟ୍ରାଫିକ ଆଣିବାକୁ ଚାହୁଁଛନ୍ତି । ତାହାଲେ ଆପଣଙ୍କୁ ସୋସିଆଲ ମିଡିଆ ପ୍ରମୋସନ ବିଷୟରେ ଜାଣିବା ନିହାତି ଆବଶ୍ୟକ । କେବଳ ସେତିକି ନୁହେଁ ଆପଣଙ୍କ ବିଜନେସ୍ ପାଇଁ କେଉଁ ସୋସିଆଲ ମିଡିଆ ୱେବସାଇଟ୍ ଅଧିକ ଜରୁରୀ ସେ ବିଷୟରେ ବି ଜାଣିବା ନିହାତି ଦରକାର । ତାହାଲେ ଚାଲନ୍ତୁ ନଜର ପକାଇବା ସବୁଠାରୁ ବେଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଉପରେ ।

 

ଫେସବୁକ୍ –

ଫେସବୁକ୍ ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ ୱେବସାଇଟ୍ । ଯାହାର ବ୍ୟବହାର ସବୁଠାରୁ ଅଧିକ କରାଯାଏ । ଏହା ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଭିତରୁ ଗୋଟିଏ । ଫେସବୁକ୍ ରେ ଆପଣ ନିଜ ବିଜନେସ୍ କୁ ପ୍ରମୋଟ କରିବା ପାଇଁ ପେଡ୍ ଆଡଭରଟାଇଜମେଣ୍ଟ କ୍ୟାମ୍ପେନ ବି ଚଲାଇପାରିବେ । ତାଛଡା ଆପଣ ଫେସବୁକ୍ ରେ ଫ୍ରି ରେ ନିଜର ବିଜନେସ୍ ପେଜ୍ ତିଆରି କରି ସେଥିରେ ନିଜର ବିଜନେସ୍ ସମ୍ବନ୍ଧିତ ପୋଷ୍ଟ କରିପାରିବେ । ଫେସବୁକ୍ ରେ ମାସକୁ ୨.୭ ବିଲିୟନ୍ ଆକ୍ଟିଭ୍ ୟୁଜରର୍ସ ରୁହନ୍ତି । ଆଉ ଏହି ସଂଖ୍ୟା ପ୍ରତ୍ୟେକ ସମୟରେ ବଢିବାକୁ ଲାଗୁଥାଏ । ଯଦି ଆପଣ ନିଜ ବିଜନେସ୍ କୁ ଫେସବୁକ୍ ରେ ପ୍ରମୋଟ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ଫେସବୁକ୍ ମାର୍କେଟିଙ୍ଗ କଣ ? ସେ ବିଷୟରେ ବି ଜାଣିବାକୁ ପଡିବ । ଅନଲାଇନ୍ ମାର୍କେଟିଙ୍ଗ ଦ୍ୱାରା ଆପଣ କମ୍ ଖର୍ଚ୍ଛରେ ଅଧିକ ଲିଡ୍ ଜେନେରେସନ୍ କରିପାରିବେ । ଫେସବୁକ୍ ରେ ଆଡ୍ ଚଲେଇପାରିବେ । ଏହି ଫେସବୁକ୍ ଆଡ୍ ବି ବିଭିନ୍ନ ପ୍ରକାରର ଅଛି ।

 

ଫେସବୁକ୍ ଆଡ୍ ର ପ୍ରକାରଭେଦ(Types of Facebook Campaigns)

ଫେସବୁକ୍ ଆଡ୍ ଆପଣଙ୍କ ବିଜନେସ୍ ପାଇଁ ବହୁତ ଲାଭଦାୟକ । କିନ୍ତୁ ଏଇଟା ସେତେବେଳେ ଲାଭ ଦେବ ଯେତେବେଳେ ଆପଣ ଗୋଟିଏ ଭଲ ଫେସବୁକ୍ ମାର୍କେଟିଙ୍ଗ ଷ୍ଟ୍ରାଟେଜୀ ସହିତ ଆଗକୁ ବଢିପାରିବେ । ସେଥିପାଇଁ ପ୍ରଥମେ ଜାଣିବେ କେଉଁଭଳି ଆଡ୍ କ୍ୟାମ୍ପେନ୍ ଆପଣ ଚଲାଇବା ଦରକାର । ଯାହାଦ୍ୱାରା ଆପଣଙ୍କ ବିଜନେସ୍ କୁ ଅନ୍ୟମାନେ ଜାଣିବେ ।

 

୧-ଜାଗ୍ରୁକତା (Awareness)

ଜାଗ୍ରୁକତା ର ଅର୍ଥ ନିଜ ବିଜନେସ୍ ବିଷୟରେ ଅନ୍ୟମାନଙ୍କୁ ସୂଚନା ଦେବା । ନିଜ ବିଜନେସ୍ ବ୍ରାଣ୍ଡ ର Awareness ବଢାଇବା । ଏହିଠାରେ ଆପଣଙ୍କୁ  Creative Infographics ଆଉ କିଛି ଭିଡିଓ ମାଧ୍ୟମରେ ନିଜ ବିଜନେସ୍ ର ଲିଙ୍କକୁ ଆଡ୍ କରିବାର ଅଛି । ଯାହାଦ୍ୱାରା ଆପଣଙ୍କ ବିଜନେସ୍ ବିଷୟରେ ସମସ୍ତଙ୍କୁ ଜଣାପଡିବ ।

୨- କନ୍‌ସିଡେରେସନ୍‌-(Consideration)

ଯେତେବେଳେ ଆପଣ ନିଜ ବିଜନେସ୍ର Awareness ବଢାଉଛନ୍ତି ତାପରେ ଆପଣଙ୍କୁ ଦରକାର Consideration। ଏହାର ଅର୍ଥ ଆପଣ ନିଜ ଗ୍ରାହକଙ୍କୁ କଣ ଦେଉଛନ୍ତି ସେ ବିଷୟରେ ତାଙ୍କୁ ଚିନ୍ତା କରିବାର ସୁଯୋଗ ଦେବେ । ଏଥିପାଇଁ ଦରକାର କିଛି ଭଲ Creative Content  ଓ Infographics କିମ୍ବା ଭିଡିଓ ପୋଷ୍ଟ । ଯେଉଁଥିରେ ଆପଣ Call-To-Action  କିମ୍ବା join now,Sign Up ଆଦି ଅପସନ୍ ଦେଇପାରିବେ । ଏହା କରିବା ଦ୍ୱାରା ସେମାନେ ସିଧାସଳଖ ଆପଣଙ୍କ ବିଜନେସ୍ ସହ ଯୋଡି ହୋଇପାରିବେ ।

 

ଯେମିତିକି-

  • Clicks
  • Engagement
  • Video Views
  • Messages
  • App Installs
  • Lead Generation
  • Traffic

୩-କନଭରସନ୍(Conversion)

Conversion ଆଡ୍ ଏହା ସେଇମାନଙ୍କ ପାଇଁ ହୋଇଥାଏ ଯେଉଁ ଗ୍ରାହକ ଆପଣଙ୍କ ବିଜନେସ୍ ବିଷୟରେ ପୂର୍ବରୁ ଜାଣିଥିବେ । କିନ୍ତୁ ଆପଣଙ୍କୁ ଯୋଗାଯୋଗ କରିପାରିନଥିବେ । ଏହି ଜାଗାରେ ଆପଣଙ୍କୁ Conversion ଆଡ୍ ଲଗାଇ ତାଙ୍କୁ ନିଜ ସହ ଯୋଡିବାର ସୁଯୋଗ ଦେବେ । ଯେମିତିକି-sign-up,book-now,buy-now

ଯଦି ଆପଣଙ୍କ ବିଜନେସ୍ ପାଇଁ ଫେସବୁକ୍ ରେ organic  କିମ୍ବା paid ପ୍ରମୋସନ କରିବାକୁ ଚାହାନ୍ତି । ତାହାଲେ ଆପଣକୁ ଫେସବୁକ୍ content strategy ବୁଝିବା କାମ କରିବାକୁ ପଡିବ ।

content strategy

୧- ଅଡିଏନ୍ସ ଆନାଲିସିସ୍(Audience Analysis)

ସବୁ ବିଜନେସ୍ ପାଇଁ ଅଲଗା ଅଲଗା Audience ଥାଆନ୍ତି । ତେଣୁ ଆପଣଙ୍କ ବିଜନେସ୍ ବା ପ୍ରଡକ୍ଟକୁ ଆପଣ କେଉଁଭଳି ଅଡିଏନ୍ସଙ୍କୁ ଦେଖାଇବାକୁ ଚାହାନ୍ତି ସେଇଟା ଆଗ ନିଷ୍ପତ୍ତି ନେବେ । ସେଥିରେ ଆପଣ କେଉଁ ଜେଣ୍ଡର,କେଉଁ ବୟସର ଲୋକ, ଆଦି ସବୁ ଚୟନ କରିବାର ଅପସନ୍ ମିଳିବ ଓ ତାକୁ ହିଁ ଟାର୍ଗେଟ କରି ଆଗକୁ ବଢିବେ ।

୨-ପୋଷ୍ଟ ଫ୍ରିକୁଏନ୍ସି ( Post Frequency)

Post Frequency ର ଅର୍ଥ ଆପଣ ନିଜ ବିଜନେସ୍ ଅନୁସାରେ ହିଁ ଫେସବୁକ୍ ରେ ପୋଷ୍ଟ କରିବା ଦରକାର । ଉଦାହରଣ – ଯଦି ଆପଣଙ୍କର ଫୋଟଗ୍ରାଫି ବିଜନେସ୍ ତାହାଲେ ଆପଣ ଦିନକୁ ୩ରୁ ୪ଟି ପୋଷ୍ଟ କରିପାରିବେ । କିନ୍ତୁ ଯଦି ଆପଣଙ୍କ ଇଲୋକ୍ଟ୍ରନିକ ବିଜନେସ୍ ଅଛି ତାହାଲେ ଦିନକୁ ଗୋଟିଏ ପୋଷ୍ଟ ବହୁତ । କାହିଁକି ନା ବହୁତ ଜିନିଷ ବାରମ୍ବାର ପୋଷ୍ଟ କଲେ ବି ଭଲ ଲାଭ ଦେଇନଥାଏ ।

 

୩-କଣ୍ଟେଣ୍ଟ ଟାଇପ୍ (Content Type)

Content  ମାର୍କେଟିଙ୍ଗ ଫେସବୁକ୍ ର ଗୋଟିଏ ବଡ ଓ ମହତ୍ୱପୂର୍ଣ୍ଣ ଭାଗ । ଏଥିରେ ଆପଣଙ୍କୁ ଏହା ଧ୍ୟାନରେ ରଖିବା ଜରୁରୀ ଯେ ଆପଣଙ୍କ ଦର୍ଶକ କଣ ଚାହାନ୍ତି ? ଫେସବୁକ୍ ରେ ସବୁଠୁ ଅଧିକ ଲୋକ ପୋଷ୍ଟ ପଢିବା ଓ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି । ତାଛଡା ମିମ୍ କୁ ବି ବହୁତ ପସନ୍ଦ କରନ୍ତି । ଆପଣଙ୍କୁ ନିଜ ବିଜନେସ୍ ପାଇଁ କିଛି ଏମିତି ହିଁ ଭିଡିଓ କିମ୍ବା ଲେଖା ଥିବା ପୋଷ୍ଟ ସେୟାର କରନ୍ତୁ । ଯାହା ପରେ ଆପଣଙ୍କ ଫେସବୁକ୍ ପେଜ୍ ରେ ଅଧିକ ଲାଇକ୍ ଓ ସେୟାର ଆସିବାର ସମ୍ଭାବନା ଥାଏ ।

୪-ହ୍ୟାସଟ୍ୟାଗ (Hashtag )

ଯେତେବେଳେ ବି ଆପଣ ନିଜ ପୋଷ୍ଟକୁ ଫେସବୁକ୍ ରେ ଅପଲୋଡ୍ କରୁଛନ୍ତି । ସେଥିରେ ହ୍ୟାସଟ୍ୟାଗ୍ ଦେବାକୁ ବିଲକୁଲ ହିଁ ଭୁଲିବେନି । କାରଣ କିଛି ସାମାନ୍ୟ ପୋଷ୍ଟ ଅପେକ୍ଷା ହ୍ୟାସଟ୍ୟାଗ ବାଲା ପୋଷ୍ଟ ଅଧିକ view ହୋଇଥାଏ । impression  ଅଧିକ ଭଲ ରୁହେ । ତେଣୁ ନିଜର ସବୁ ପୋଷ୍ଟରେ ୫ରୁ ଅଧିକ ହ୍ୟାସଟ୍ୟାଗ ଦେବା ଜମାରୁ ଭୁଲିବେନି ।

 

ଫେସବୁକ୍ ରେ ମାର୍କେଟିଙ୍ଗ କରିବା ପାଇଁ ଆପଣଙ୍କ ପାଖରେ ଫେସବୁକ୍ ପେଜ୍ ହେବା ନିହାତି ଜରୁରୀ । ଆପଣ ନିଜ ନାଁରେ କିମ୍ବା ବିଜନେସ୍ ର ନାଁ ଅନୁସାରେ ପେଜ୍ ବନାଇପାରିବେ । ଆଉ ସେହିଥିରେ ସବୁ ପୋଷ୍ଟ କରି ତାକୁ ପ୍ରମୋଟ କରିପାରିବେ । ଏ ତ ଥିଲା ଫେସବୁକ୍ ରେ ପ୍ରମୋସନ କରିବାର ଉପାୟ । ଏହାପରେ ଇନଷ୍ଟାଗ୍ରାମ,ଟେଲିଗ୍ରାମ,ଟୁଇଟର ଏସବୁ ଥିରେ ବି କେମିତି ପ୍ରମୋସନ ହେଇପାରିବ ସେ ବିଷୟରେ ଆଉ ଏକ ପୋଷ୍ଟରେ ଜାଣିବା ?

CATEGORIES
TAGS
Share This

COMMENTS

Wordpress (0)
Disqus (0 )