Friday 26th April 2024
ଆଜି ହିଁ ବୁଝନ୍ତୁ Entrepreneurship ର ମାନେ

ଆଜି ହିଁ ବୁଝନ୍ତୁ Entrepreneurship ର ମାନେ

ଆଜିର ସମୟରେ ଆମ ଦେଶରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ । ଏହି ଯୁବଗୋଷ୍ଠୀ ଆଜିର ସମୟରେ ଚାକିରୀ ଠାରୁ ଅଧିକ ବ୍ୟବସାୟ ଉପରେ ବେଶୀ ବିଶ୍ୱାସ କରୁଛନ୍ତି । ଏହି କାରଣରୁ ଆମ ଦେଶରେ ନୂଆ ନୂଆ ଷ୍ଟାର୍ଟଅପ୍ ଆରମ୍ଭ ହେଉଥିବାର ଦେଖିବାକୁ ମିଳୁଛି । ଏହିସବୁ ଭିତରେ ଆମ ଦେଶରେ ଆଉ ଏକ ସୁଯୋଗ ମଧ୍ୟ ବିଶେଷ ମାତ୍ରାରେ ଗଢ଼ି ଉଠିଛି ଯାହାର ନା ହେଉଛି Entrepreneur। କିନ୍ତୁ କଣ ଆପଣ ଏହାର ପ୍ରକୃତ ମାନେ ଜାଣନ୍ତି? ତେବେ ଚାଲନ୍ତୁ ଆଜି ଜାଣିବା Entrepreneur କଣ? ଓ Entrepreneurship କେତେ ପ୍ରକାରର?

• Entrepreneur ର ଅର୍ଥ କଣ?
• Entrepreneure କଣ?
• Entrepreneurship କେତେ ପ୍ରକାରର?Entrepreneur & Entrepreneurship meaning in english

Entrepreneurର ଅର୍ଥ କଣ?:

“Entrepreneur” ଏହା ଏକ ଫ୍ରେଞ୍ଚ ଶବ୍ଦ ଅଟେ । ଯାହାକି ଫ୍ରେଞ୍ଚ ଶବ୍ଦ Entreprendre ରୁ ଆସିଛି, ଯାହାର ଅର୍ଥ ହେଉଛି ରିକ୍ସ ଏବଂ ଦାୟିତ୍ୱ । ଯେଉଁଥିରେ ଗୋଟିଏ ଭଲ ଷ୍ଟାର୍ଟଅପ୍ କରିବାକୁ ହେଲେ ବ୍ୟକ୍ତିକୁ ରିକ୍ସ ନେବା ସହ ଉଭୟ ଲାଭ ଓ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ । ଜଣେ Entrepreneur ନୂଆ ଚିନ୍ତଧାରା ଓ ଉଦ୍ଭାବନ ପାଇଁ ବେଶ୍ ଜଣାଶୁଣା ହୋଇଥାଏ । ଯିଏକି ପୂରୁଣା ଆଇଡିଆକୁ ବଦଳାଇ ନୂଆ ଆଇଡିଆ ଉଦ୍ଭାବନ କରନ୍ତି । ଏହାକୁ multinational companies ସହ ଛୋଟ ଓ ଘରୋଇ ସଂସ୍ଥା ଭାବେ ଶ୍ରେଣୀଭୁକ୍ତ କରାଯାଇପାରେ । ଏହା ବ୍ୟତିତ ଜଣେ Entrepreneur ଯାହା ଲାଭ କରିଥାଏ ତାହା land, labour, natural resources and capital କୁ ମିଶାଇ ହୋଇଥାଏ ।

What Is an Entrepreneur ? 2023
Entrepreneur କଣ?:

Entrepreneur ସେହି ବ୍ୟକ୍ତିଙ୍କୁ କୁହାଯାଏ ଯିଏକି ଏକ ନୂଆ ଆଇଡିଆ ଉଦ୍ଭାବନ କରିଥାଏ । ତେବେ Entrepreneur ବ୍ୟକ୍ତି ସିଏ ହୋଇଥାଏ ଯିଏକି land, labour, natural resources and capital କୁ କିଣି ଥାଏ ଏବଂ ଏହି ୪ଟିକୁ ମିଶାଇ ଗୋଟିଏ ଏଭଳି ଜିନିଷ ତିଆରି କରେ ଯେଉଁଥିରେ ନିଜ ପାଇଁ ଲାଭ ରଖି ବିକ୍ରି ମଧ୍ୟ କରିଥାଏ । ଯାହାକି କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଲାଭ ହୋଇଥାଏ । ଏଥିରେ ଆମେ ଜାଣିଲେ Entrepreneur କଣ କିନ୍ତୁ ଏହା ମଧ୍ୟରେ ଆପଣଙ୍କୁ ଜାଣିବା ନିହାତି ଦରକାର କି Entrepreneurship କାହାକୁ କହନ୍ତି? କୌଣସି ଏକ ସଫଳ ବ୍ୟବସାୟରେ ପହଞ୍ଚିବା ପାଇଁ କରାଯାଉଥିବା ଉଦ୍ୟମ ଓ ପକ୍ରିୟାକୁ Entrepreneurship କୁହାଯାଏ ।

Entrepreneur Characteristics: 8 Vital Characteristics for Success

Entrepreneurship କେତେ ପ୍ରକାରର?:

ମୂଖ୍ୟତଃ Entrepreneurship ୪ ପ୍ରକାରର ହୋଇଥାଏ ଯଥା:

୧. କ୍ଷୁଦ୍ର ବ୍ୟବସାୟ ଉଦ୍ୟେଗୀ (Small Business Entrepreneurship)
୨. ସ୍କେଲେବଲ ଷ୍ଟାର୍ଟଅପ୍ ଉଦ୍ୟୋଗୀ (Scalable Startup Entrepreneurship)
୩. ବୃହତ କମ୍ପାନୀ ଉଦ୍ୟୋଗୀ (Large Company Entrepreneurship)
୪. ସାମାଜିକ ଉଦ୍ୟୋଗୀ (Social Entrepreneurship )Entrepreneurship | 8 Important Signs If Entrepreneurship is Right For You?

୧-କ୍ଷୁଦ୍ର ବ୍ୟବସାୟ ଉଦ୍ୟେଗୀ (Small Business Entrepreneurship):

ଏହାରି ମଧ୍ୟରେ ସେଲୁନ୍‌, ସଉଦା ଦୋକାନ, ଟ୍ରାଭେଲ ଏଜେଣ୍ଟ, କନ୍ସଲଟାଣ୍ଟ, କାର୍ପେଣ୍ଟର, ପ୍ଲମ୍ବର ଇତ୍ୟାଦି ଭଳି ଛୋଟ ବ୍ୟବସାୟ ହୋଇଥାଏ । ଏହିଭଳି ବ୍ୟବସାୟରେ ବ୍ୟକ୍ତି ଜଣକ ନିଜେ ଏହି ବ୍ୟବସାୟକୁ ଚଲାନ୍ତି ନଚେତ ନିଜେ ହିଁ ମାଲିକ ଥାନ୍ତି । ନିଜ ପରିବାର ଲୋକଙ୍କୁ ନଚେତ୍ କିଛି ଲୋକଙ୍କୁ ରଖି କାମ କରେଇଥାନ୍ତି । ଏହି ବ୍ୟବସାୟ ମୁଖ୍ୟ ଉଦ୍ଧେଶ୍ୟ ନିଜ ପରିବାରର ପେଟ ପୋଷିବା ହୋଇଥାଏ । ବ୍ୟବସାୟ ଆରମ୍ଭ କରିବା ପାଇଁ ସେମାନେ ଲୋନ୍ କରିଥାନ୍ତି କିମ୍ବା ପରିବାର କିମ୍ବା ସାଙ୍ଗ ଠାରୁ ସାହାର୍ଯ୍ୟ ନେଇଥାନ୍ତି ।

୨- ସ୍କେଲେବଲ ଷ୍ଟାର୍ଟଅପ୍ ଉଦ୍ୟୋଗୀ (Scalable Startup Entrepreneurship):

ଏହି ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ମାନେ ଜାଣିଥାନ୍ତି କେମିତି ଦୁନିଆକୁ ପରିବର୍ତ୍ତନ କରାଯାଇପାରିବ । ସେମାନେ ସେହିଭଳି ଇନ୍‌ଭେଷ୍ଟରଙ୍କ ସହ ଜଡ଼ିତ ହୋଇଥାନ୍ତି ଯେଉଁମାନେ କିଛି ଅଲଗା ଆଇଡିଆ ରଖି ବ୍ୟବସାୟ କରିବାକୁ ଚାହାଁନ୍ତି । ଏଥିରେ ଫୋକସ୍ କରାଯାଏ କିଛି ଅଲଗା ଏବଂ ନୂଆ ଆଇଡିଆ ଥିବା ବ୍ୟବସାୟ ଓ ଏକ୍ସପେରିମେଣ୍ଟାଲ ମଡେଲ୍‌କୁ ଯାହା ଫଳରେ କି ସେ ଭଲ ଲୋକଙ୍କୁ ଚାକିରୀରେ ରଖିପାରିବେ ।

୩- ବୃହତ କମ୍ପାନୀ ଉଦ୍ୟୋଗୀ (Large Company Entrepreneurship):

ଏହିଭଳି ବଡ଼ କମ୍ପାନୀ ଜୀବନଚକ୍ରକୁ ଫୋକସ୍ କରିଥାନ୍ତି । ପ୍ରାୟତଃ ଏହିଭଳି ବଡ଼ କମ୍ପାନୀ ଅଫର କରନ୍ତି ଅଭିନବ ଜିନିଷକୁ ଯାହା କି ସେହି କମ୍ପାନୀର ମେନ୍ ପ୍ରଡକ୍ଟ ସହ ଖାପଖୁଆଇ ଆଗକୁ ବଢ଼ିବାରେ ସାହାର୍ଯ୍ୟ କରୁଥିବ । ଟେକ୍ନୋଲୋଜିର ପରିବର୍ତ୍ତନ, ଗ୍ରାହକଙ୍କ ପସନ୍ଦ ଓ ନୂଆ ପ୍ରତିଯୋଗିତା ଇତ୍ୟାଦି, ପ୍ରେସର କରିଥାଏ ବଡ଼ କମ୍ପାନୀକୁ । ଯାହାପାଇଁ ଏକ ଅଭିନବ ଜିନିଷ ସୃଷ୍ଟି କରିବା ସହ ବଜାରରେ ଉଚିତ୍ ମୂଲ୍ୟରେ ବିକ୍ରି କରିହେବ ।

୪- ସାମାଜିକ ଉଦ୍ୟୋଗୀ (Social Entrepreneurship ):

ଏହି ଉଦ୍ୟୋଗୀ ଫୋକସ୍ କରନ୍ତି ସାମାଜିକ ସେବା କରିବାରେ । ଯାହାକି ସାମାଜିକ ଆବଶ୍ୟକତା ଓ ଅସୁବିଧା ର ସମାଧାନ କରିଥାଏ । ଏହାର ଗୋଟିଏ ହିଁ ଉଦ୍ଧେଶ୍ୟ ଥାଏ ସମାଜିକ ଭାବେ ସାହାର୍ଯ୍ୟ କରିବା ନା କି ଲାଭ ଦେଖିବା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )