Thursday 18th April 2024
କଣ ବ୍ରେନ୍ କ୍ୟାନସର୍ ଭଲ ହୁଏ ! ଡାକ୍ତର ରାମଚନ୍ଦ୍ର ଦେଓ, ନ୍ୟୁରୋସର୍ଜନ

କଣ ବ୍ରେନ୍ କ୍ୟାନସର୍ ଭଲ ହୁଏ ! ଡାକ୍ତର ରାମଚନ୍ଦ୍ର ଦେଓ, ନ୍ୟୁରୋସର୍ଜନ

କ୍ୟାନସରର ନାଁ ଶୁଣିଲେ ଲୋକେ ଆତଙ୍କିତ ହୋଇପଡନ୍ତି । ମନକୁ ଏକ ଅଜଣା ଭୟ ମାଡିଆସେ । ଏହା ଏମିତି ଏକ ରୋଗ ଯାହାର ସିଧାସଳଖ ଔଷଧ ନାହିଁ । କିନ୍ତୁ କ୍ୟାନସର ବି ଗୋଟିଏ କିମ୍ବା ଦୁଇଟି ପ୍ରକାରର ନୁହେଁ ବିଭିନ୍ନ ରୂପରେ ଏହା ମଣିଷଙ୍କୁ ହୋଇଥାଏ । କେତେବେଳେ ବ୍ରେନ୍ କ୍ୟାନସର୍ ତ ପୁଣି କେତେବେଳେ ବ୍ଲଡ କ୍ୟାନସର୍ ତ ପୁଣି କେତେବେଳେ ବ୍ରେଷ୍ଟ କ୍ୟାନସର୍ । ହେଲେ କ୍ୟାନସରର ଏକ ଆରମ୍ଭ ନିଶ୍ଚିତ ରହିଛି । ଯାହାକୁ ଆମେ ଟ୍ୟୁମର୍ ମଧ୍ୟ କହିଥାଉ । ଟ୍ୟୁମର୍ ହେଉଛି କ୍ୟାନସର ହେବାର ପ୍ରଥମ ଆରମ୍ଭ ,ଏହା ଧିରେ ଧିରେ ମାରାତ୍ମକ ରୂପ ଧାରଣ କରି ବ୍ୟକ୍ତିର ଜୀବନ ନେଇଯାଏ । ତେବେ ଚାଲନ୍ତୁ ଏସପ୍ତାହରେ ବ୍ରେନ କ୍ୟାନସର ଉପରେ କିଛି ତଥ୍ୟ ଜାଣିବା । ଆଉ ସାଧାରଣରେ ଏ ରୋଗ ହେଲେ କଣ ଏହାର କିଭଳି ନିରାକରଣ କରାଯାଇପାରିବ ସେ ବିଷୟରେ ସିଧାସଳଖ ଡାକ୍ତରଙ୍କ ପରାମର୍ଶ ନେବା । ଆମେ ବ୍ରେନ କ୍ୟାନସର ସମ୍ବନ୍ଧରେ ଜାଣିବା ପାଇଁ ସମ୍ ହସ୍ପିଟାଲର ନ୍ୟୁରୋସର୍ଜନ ଡାକ୍ତର ରାମଚନ୍ଦ୍ର ଦେଓଙ୍କ ସହ ଆଲୋଚନା କରିଥିଲୁ ଓ ତାଙ୍କଠୁ ବୁଝିଥିଲୁ ବ୍ରେନକ୍ୟାନସର ସମ୍ବନ୍ଧିତ ସବିଶେଷ ତଥ୍ୟ । ଓଡିଆ ଡେଲୀରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଠିକ୍ ସୂଚନା ଦେବା ପାଇଁ ଆମେ ଡାକ୍ତରଙ୍କ ସହ ଆଲୋଚନା କରୁଛୁ । ଯଦି ଆପଣଙ୍କୁ ଏହି ତଥ୍ୟରୁ ଲାଭ ମିଳୁଛି ଓ କିଛି ନୂଆ ଜାଣିବାକୁ ମିଳୁଛି ତାହାଲେ ଆହୁରୀ ଅଧିକ ଅପଡେଟ୍ ପାଇଁ ଆମ ୱେବ୍‌ପେଜ୍ କୁ ଫଲୋ କରନ୍ତୁ ।

ବ୍ରେନ୍ ଟ୍ୟୁମର୍ ବା କ୍ୟାନସର କଣ?

-ଦେଖନ୍ତୁ ବ୍ରେନ୍ ଟ୍ୟୁମର୍ ଆଗରୁ ବହୁତ ଜଟିଳ ରୋଗ ଭିତରେ ଗଣାଯାଉଥିଲା । କାହିିଁକି ନା ଏହାର କୌଣସି ଚିକିତ୍ସା କିମ୍ବା Medicine ନଥିଲା । ବର୍ତ୍ତମାନ ସମୟର ଏହାର ଉପଚାର ଆମ ମେଡିକାଲ ବିଜ୍ଞାନ ପାଖରେ ଅଛି । ବ୍ରେନ୍ ଟ୍ୟୁମର୍ ଆମ ଶରୀରର ସବୁଠୁ ପ୍ରଧାନ ବା ମୁଖ୍ୟ ଅଙ୍ଗ କୁହାଯାଉଥିବା ମସ୍ତିଷ୍କରେ ଜନ୍ମ ନିଏ । ଜନ୍ମପରେ ମଣିଷର ମସ୍ତିଷ୍କରେ ଥିବା ସମସ୍ତ ସେଲ୍ ପରସ୍ପର ସହ ଏକ ମଜବୁତ ସ୍ତରରେ ବାନ୍ଧି ହୋଇରହିଥାନ୍ତି । କିନ୍ତୁ କିଛି ସେଲ୍ ବା କୋଷ ମାନଙ୍କର ଯଦି ସେଠାରେ ଅନାବଶ୍ୟକ ଭାବେ ଅଭିବୃଦ୍ଧି ହେଲା କିମ୍ବା ସେଲ୍ ଗୁଡିକ ପରସ୍ପରଠାରୁ ବିଭାଜନ ହେଇଗଲେ ତାହାକୁ ଆମେ ବ୍ରେନ୍ ଟ୍ୟୁମର୍ ବୋଲି କହିଥାଉ । ଆଉ ଏହି ଟ୍ୟୁମର୍ ବ୍ରେନ୍ ର ଯେ କୌଣସି ପାର୍ଟରେ ଜନ୍ମ ନେଇପାରେ । ଏମିତିକି ସ୍କୋଲ୍ ବେସ୍ ଭିତରେ ବି ଏହି ଟ୍ୟୁମର୍ ଦେଖାଯାଇପାରେ । କିନ୍ତୁ ହଁ ମନେରଖନ୍ତୁ ସବୁ ବ୍ରେନ୍ କ୍ୟାନସର୍ ଟ୍ୟୁମର୍ ହୋଇଥାଏ, ହେଲେ ସବୁ ଟ୍ୟୁମର୍ ବ୍ରେନ୍ କ୍ୟାନସର୍ ହୋଇନଥାଏ । କିନ୍ତୁ ଯଦି ବ୍ରେନ୍ କ୍ୟାନସର୍ ଟ୍ୟୁମର୍ ଠାରୁ ଦ୍ରୁତ ଗତିରେ ବଢିବାକୁ ଲାଗେ ତାହାଲେ ତାହା ରୋଗୀର ଜୀବନ ନେଇଯାଇଥାଏ । ଏମିତିରେ ଦେଖିବାକୁ ଗଲେ ୧୨୦ ପ୍ରକାରର ବ୍ରେନ୍ ଟ୍ୟୁମର୍ ରହିଛି । ଯାହାକି ବ୍ରେନ୍ ର ଟିସୁ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ବ୍ରେନ୍ ଟ୍ୟୁମର୍ ପ୍ରାଥମିକ ବା ପ୍ରାଇମେରି ଗୋଟିଏ ଥାଏ ଓ ଅନ୍ୟଟି ସେକେଣ୍ଡାରୀ ବା ମେଟାଷ୍ଟାଟିକ ବ୍ରେନ ଟ୍ୟୁମର୍ । ଏହି ଦୁଇଟି ଯାକର ଲକ୍ଷଣ ତାର ଆକାର ଓ ଅବସ୍ଥିତିକୁ ନେଇ ଭିନ୍ନ ଭିନ୍ନ ହୋଇଥାଏ ।

ବ୍ରେନ୍ କ୍ୟାନସର ଜାଣିବା ପରେ ପ୍ରଥମେ କଣ କରିହେବ?

-ସବୁ ରୋଗ ପାଇଁ ଡାକ୍ତର କୁହନ୍ତି କି ବିଭିନ୍ନ ଉପାୟ ରହିଛି । କିନ୍ତୁ ମସିଷ୍କରେ ବ୍ୟାପୁଥିବା ଟ୍ୟୁମର୍ ବା କ୍ୟାନସର ପାଇଁ ବିଲକୁଲ ବି ବିଭିନ୍ନ ତରିକା ନାହିଁ । କିନ୍ତୁ ପ୍ରାଇମେରୀ ବ୍ରେନ୍ କ୍ୟାନସର ସ୍ତରରେ ଡାକ୍ତର ମାନେ କୋମୋ ଥେରାପୀ ଦେବାର କାମ କରିଥାନ୍ତି । ତାସହ ସଂକ୍ରମିତ ସ୍ଥାନ,ବାୟୁ ପ୍ରଦୂଷଣ ଆଦି ହେଉଥିବା ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି । ତେଣୁ ଦେଖିବାକୁ ଗଲେ ବ୍ରେନ୍ କ୍ୟାନସର ହେବା ପରେ ସେମିତି କିଛି ନିର୍ଦ୍ଧିଷ୍ଟ ନିୟମ ନାହିଁ ।

ବ୍ରେନ୍ କ୍ୟାନସରର ଉପଚାର କଣ ଅଛି କି ?

-ଖାଇବା ହେଉଛି ଏକ ମୁଖ୍ୟ ମାଧ୍ୟମ । ଆମକୁ ଯେତେବେଳେ କିଛି ରୋଗ ହୁଏ ଆମେ ଖାଦ୍ୟକୁ ହିଁ ବାରଣ କରୁ । ହେଲେ ଯଦି ଜଣେ ବ୍ରେନ୍ କ୍ୟାନସରରେ ପିଡିତ ତାହାଲେ ଏହିଭଳି କିଛି ଘରୋଇ ଜିନିଷ ଅଛି ଯାହା ସେ ସେବନ କରିବା ଉଚିତ୍ । ଯେମିତିକି-
ଅଶ୍ୱଗନ୍ଧା
ଗହମଘାସ
ପୁଦିନା
ତୁଳସୀ
ହଳଦୀ
ରସୁଣ
ନୋନି
ବ୍ରାହ୍ମୀ

ମ୍ୟାଗନେଟିକ୍ ହେଲମେଟ୍ –

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ଆବିଷ୍କାର ଦେଖିବାକୁ ମିଳୁଛି । ଟେକ୍ନୋଲୋଜି ପାଇଁ ଆଜି ଆମେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ।ଆଗରୁ ହେଲମେଟ୍ ଏବଂ ଆର୍ଟିଢିସିଆଲ୍ ଇଣ୍ଟଲିଜେନ୍ସ ସହାୟତାରେ ବ୍ରେନ୍ ଟ୍ୟୁମର୍ ଚିହ୍ନଟ କରିବାରେ ସକ୍ଷମ ହେଉଥିଲେ । କିନ୍ତୁ ଏବେ ବୈଜ୍ଞାନିକମାନେ ଆଉ ଦି ପାଦ ଆଗରେ ଅଛନ୍ତି । ଏକ ନୂଆ ମ୍ୟାଗନେଟିକ୍ ହେଲମେଟ୍ ପ୍ରସ୍ତୁତ ହୋଇଛି । ଯାହା ସାହାର୍ଯ୍ୟରେ ବ୍ରେନ୍ ଟ୍ୟୁମର୍ ଡିଟେକ୍ଟ କରିବା ସହ ଏହାର ଉପଚାର ମଧ୍ୟ କରାଯାଇପାରୁଛି ।

ରେଡିଏସନ୍ ଥେରାପି ଓ ସର୍ଜରୀ-

କ୍ୟାନସରର ସବୁଠୁ ଭଲ ଚିକିତ୍ସା ହେଉଛି ରେଡିଏସନ୍ ଥେରାପି ଓ ସର୍ଜରୀ । ଶରୀରର କୌଣସି ଅଙ୍ଗରେ କ୍ୟାନସର୍ କୋଷ ବୃଦ୍ଧି ପାଇଥିଲେ ସର୍ଜରି ମାଧ୍ୟମରେ ଟ୍ୟୁମର ସ୍ତରରେ ଏହାକୁ ବାହାର କରିଦିଆଯାଇଥାଏ । ତେଣୁ ଏସବୁ ପ୍ରଥମରୁ ଚିକିତ୍ସା ଆରମ୍ଭ କଲେ ବ୍ରେନ୍ କ୍ୟାନସର୍ ର ଉପଚାର ସମ୍ଭବ ହୁଏ ।

କେମୋଥେରାପି ଓ ଫିଜିଓଥେରାପି-

କେମୋଥେରାପିରେ ଗୋଟେ ନିର୍ଦ୍ଧିଷ୍ଟ ପ୍ରକାର ଔଷଧକୁ ସାଲାଇନ୍‌ରେ ମିଶାହୋଇ କିମ୍ବା ବଟିକା ହିସାବରେ ରୋଗୀଙ୍କୁ କିଛିଦିନ ବ୍ୟବଧାନରେ ଦିଆଯାଏ । ଏହି ଥେରାପି ୪ ରୁ ୮ ଥର ରୋଗୀଙ୍କୁ ଦିଆଯାଏ । ଆଉ ଯଦି ଫିଜିଓଥେରାପି କଥା କହିବା ତାହାଲେ ,ମନେକର କ୍ୟାନସର୍ ଚିକିତ୍ସା ପରେ ଜଣଙ୍କର ହାତ,ଗୋଡ ଚାଳନାରେ ସମସ୍ୟା ହେଉଛି କିମ୍ବା ବେକ,ଅଣ୍ଟା ଦରଜ ହେଉଛି । ଏଭଳି କ୍ଷେତ୍ରରେ ଫିଜିଓଥେରାପି ସାହାର୍ଯ୍ୟ କରିଥାଏ ।

ତେଣୁ ଚିକିତ୍ସା ତ ରହିଛି । ହେଲେ ବ୍ରେନ୍ କ୍ୟାନସର୍ ଯଦି ଟ୍ୟୁମର୍ ଅବସ୍ଥାରେ ଥିବା ସମୟରେ ତାର ଉପଚାର ଭଲ ଭାବରେ ହୁଏ ତାହାଲେ ହିଁ ଏହି ରୋଗରୁ ମୁକ୍ତି ମିଳିପାରିବ । କିନ୍ତୁ ଯଦି ପୁରା ଲାଷ୍ଟ ଷ୍ଟେଜ ପହଂଚିଯାଇଥାଏ ତାହାଲେ ଏହାର ନିରାକରଣ କରିବା କଷ୍ଟସାଧ୍ୟ ହୋଇପଡେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )