Friday 29th March 2024
ଏହି ରୋଗୀଙ୍କୁ କ୍ୟାନ୍ସର ହେବାର ୪୦% ସମ୍ଭାବନା ରହିଛି:ଡ. ସୁଶାନ୍ତ ପାଇକ୍‌ରାୟ

ଏହି ରୋଗୀଙ୍କୁ କ୍ୟାନ୍ସର ହେବାର ୪୦% ସମ୍ଭାବନା ରହିଛି:ଡ. ସୁଶାନ୍ତ ପାଇକ୍‌ରାୟ

ମଣିଷ ଏହି ଦୁନିଆରେ ଶ୍ରେଷ୍ଠଜୀବ ହିସାବରେ ଜନ୍ମ ପାଇଛି । କିନ୍ତୁ ମଣିଷ ହିଁ ଏମିତି ଜୀବ ଯାହାକୁ ଜୀବଜନ୍ତୁଙ୍କ ଠାରୁ ଅଧିକ ରୋଗବ୍ୟାଧୀ ହୋଇଥାଏ । ଆଉ କିଛିରୋଗ ଏତେ ମରାତ୍ମକ ଥାଏ ଯାଏ ମଣିଷ ବଂଚିଂଥାଉ ଥାଉ ନିଜ ମରଣ ତାରିଖ ଜାଣିପାରେ । ସେ ରୋଗ ହେଉଛି କ୍ୟାନସର୍ । କ୍ୟାନସର୍ ପାଇଁ ସବୁ ମଣିଷର ଡର ରହିଛି । ଏହି ରୋଗରେ ମଣିଷ ବଂଚିବା ବହୁତ କଷ୍ଟକର ହେଇଯାଏ । ଆଉ ବଂଚିବାର ସବୁ ଆଶା ମଳିନ ପଡିଯାଏ । ହେଲେ ଏହି ରୋଗର ପ୍ରତିକାର ଆଜିଯାଏଁ ବିଜ୍ଞାନ ପୁରାପୁରି ଖୋଜି ପାଇନାହିଁ । ଆଉ ଆଜିର ସମୟରେ କ୍ୟାନସରର ବି ଗୋଟିଏ ରୂପ ନାହିଁ । ଶରୀରର ବିଭିନ୍ନ ଅଙ୍ଗରେ କ୍ୟାନସର୍ ହେଉଛି । କିନ୍ତୁ କ୍ୟାନସର୍ ରୋଗ କାହିଁକି ଓ କଣ ପାଇଁ ହୁଏ ଚାଲନ୍ତୁ ତାର କିଛିଟା କାରଣ ସିଧାସଳଖ ଡାକ୍ତରଙ୍କ ପାଖରୁ ଜାଣିବା । ତେଣୁ ଚାଲନ୍ତୁ ମେଡିକାଲ୍ ଅଙ୍କଲୋଜିଷ୍ଟ ସୁଶାନ୍ତ ପାଇକ୍ ରାୟଙ୍କ ସହ ଆଲୋଚନା କରିବା ଓ ବୁଝିବା କ୍ୟାସନର୍ ସହ ଜଡିତ କିଛି ଛୋଟ ଓ ବଡ ପ୍ରଶ୍ନର ଉତ୍ତର ।

ସାର, କ୍ୟାନ୍ସର କଣ?

କ୍ୟାନ୍ସର ହେଉଛି ଆମ ଶରୀରର ଗୋଟିଏ ସେଲ୍ ଯାହା କି ଅସାଧାରଣ ଭାବେ ବଢ଼ିଥାଏ । ଆମର ସାଧାରଣ ଗ୍ରୋଥ ପୋଟେନ୍ସିଆଲକୁ ମାନେ ନାହିଁ । ଯେମିତି କି ଆମେ ଉଦାହରଣ ଭାବେ ନେଇପାରିବା ମା ପେଟରେ ଥିବା ଗୋଟିଏ ଭୃଣକୁ । ଯେମିତି ଗୋଟିଏ ଭୃଣ ମା ପେଟରେ ବଡ଼ ହୋଇ ଦୂନିଆକୁ ଆସେ ଗୋଟିଏ ଛୋଟ ଛୁଆ ହୋଇ, ଆଉ ସେଇ ଛୋଟ ଛୁଆରୁ ସେ ବଡ଼ ହେଉଛି । ଏହି ମଧ୍ୟରେ ଗୋଟିଏ ଜେନେଟିକାଲ ପୋଗ୍ରାମ ରହୁଛି ଯାହା ଫଳରେ ଛୁଆଟି ବଡ଼ ହେଲା ପରେ ଗୋଟିଏ ହାଇଟ୍ ବା ଉଚ୍ଚତାରେ ପହଞ୍ଚୁଛି, ଯେମିତି କି ୫ ଫୁଟ୍ ୫ ଇଞ୍ଚ, ୫ଫୁଟ୍‌, ୬ଫୁଟ୍ । ସେତେବେଳେ ଯଦି ଏହି ରୁଲକୁ ଗୋଟିଏ ସେଲ୍ ମାନେ ନାହିଁ, ସେ ଧିରେ ଧିରେ ଗୋଟିଏ ଟ୍ୟୁମର ରୂପେ ଅସାଧରଣ ଭାବେ ବଢ଼ିଚାଲେ । କୌଣସି ଜାଗାରେ ବଢ଼ିବାର ଏହାର ନିର୍ଦ୍ଧିଷ୍ଟ ସ୍ଥାନ ମଧ୍ୟ ନଥାଏ । ଏହା କୌଣସି ବି ଅଙ୍ଗରେ ହୋଇପାରେ ଯାହା ବଢ଼ିଲା ପରେ ଆମକୁ ଲକ୍ଷଣ ଦେଖାଦିଏ । ଯେମିତି କି ମୁହଁରେ ହେଲେ ମୁହଁ ଫୁଲିଯିବ, ମୁହଁରୁ ବ୍ଲିଡିଂ ହେବ, ଛାତିରେ ହେଲେ ଖାସ ହେବ, ପେଟରେ ହେଲେ ପେଟ ପେନ୍ ହେବ ଷ୍ଟୁଲରେ ରକ୍ତ ପଡ଼ିବ, କିମ୍ବା ଓଜନ କମିଯିବ, ବ୍ୟକ୍ତି କିଛି ଖାଇପାରିବ ନାହିଁ । ତେଣୁ କହିବାକୁ ଗଲେ ଯେଉଁ ସେଲ୍ ଅସାଧାରଣ ଭାବେ ବଢ଼ିଚାଲେ ତାକୁ କ୍ୟାନ୍ସର କୁହାଯାଏ ।Cancer disappears in patients 'first time in history' after drug trial; Deets inside | Cancer News – India TV

ତେବେ କ୍ୟନ୍ସର ହେବାର କାରଣ କଣ ହୋଇଥାଏ?

ଏଠି ପ୍ରଥମେ ମୁଁ କହିଦେବାକୁ ଚାହୁଁଛି ଯେ କେଉଁ କେଉଁ ଅଭ୍ୟାସକୁ ଆମେ ବନ୍ଦ କରିଲେ ଆମକୁ କ୍ୟାନ୍ସର ହେବ ନାହିଁ । ପ୍ରଥମ ହେଉଛି ତମ୍ବାକୁ ସେବନ, ଏଥିରେ ମଧ୍ୟ ୨ ପ୍ରକାର ବ୍ୟକ୍ତି ଦେଖିବାକୁ ମିଳନ୍ତି ଯେମିତି କି ସ୍ମୋକର୍ ଏବଂ ନନ୍ ସ୍ମୋକର୍ । ସ୍ମୋକର ଯିଏ ବିଡ଼ି , ସିଗାରେଟ୍ ସେବନ କରନ୍ତି । ନନ୍ ସ୍ମୋକର ହେଉଛନ୍ତି ଯିଏ ଗୁଟକା, ପାନ, ଗୁଣ୍ଡି, ଗୁଡ଼ାଖୁ ସେବନ କରନ୍ତି । ଏହି ସବୁ ସେବନ କରିବା ଦ୍ୱାରା ବ୍ୟକ୍ତିକୁ କ୍ୟାନ୍ସର ହେବାର ୪୦% ଚାନ୍ସ ବଢ଼ିଯାଏ । ସେମାନଙ୍କର ମୁହଁ, ଫୁସ୍‌ଫୁସ୍‌, କିଡ୍‌ନି, ବ୍ଲାଡ଼ରରେ କ୍ୟାନ୍ସର ହୋଇଥାଏ । ଦ୍ୱିତୀୟ ଟି ହେଉଛି ଭାଇରସ୍ ସମ୍ବନ୍ଧିତ, ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ହ୍ୟୁମାନପାପ୍‌ଲୋମା ଭାଇରସ୍ ରୁ ମଧ୍ୟ ହୋଇଥାଏ, ଯାହା ୧୦ ରୁ ୨୦ % କେସ୍‌ରେ ହୋଇଥାଏ । ଏହି ମାମଲାରେ ଯଦି ଭାକ୍ସିନେଟ୍ ହୋଇଥିବେ ତେବେ କ୍ୟାନ୍ସର ହେବାର ଚାନ୍ସ କମିଯାଏ । ଶେଷରେ ହେରିଡେଟୋରି ଓ ଜେନେଟିକ୍ ହୋଇଥାଏ, ଯାହା ହେବାର ୧୦% ଚାନ୍ସ ଥାଏ । ଏହା ବ୍ୟତୀତ ଯେମିତିକି ମା’କୁ ସ୍ଥନ କର୍କଟ ହେଇଛି ତ ଝିଅକୁ ବି ହେବ, ୟୁଟେନାରି କ୍ୟାନ୍ସର, ପ୍ୟାନ୍‌କ୍ରିୟାଟିକ୍ କ୍ୟାନ୍ସର, ଫୋଷ୍ଟେଡ୍ କ୍ୟାନ୍ସର, ଓଭ୍‌ରିୟାନ୍ କ୍ୟାନ୍ସର ଏହି ସବୁ କ୍ୟାନ୍ସର ସବୁ ଜେନେଟିକ୍ ହୋଇଥାଏ ମାନେ ହେରିଡେଟୋରି ଟ୍ରାନ୍ସମିଟେଡ୍ ବା ବଂଶଗତ ରୋଗ । ଆଉ କିଛି କ୍ୟାନ୍ସର ଏମିତି ବି ଥାଏ ଯାହା କି ଆପେ ଆପେ ହୋଇଥାଏ, ଯାହାର କାରଣ ଆମେ ଜାଣି ପାରିବା ନାହିଁ । କିଛି ବି କାରଣ ନଥାଇକି ବି କିଛି ସେଲ୍ ମନକୁ ମନ ବଢ଼ିଯାଇଥାଆନ୍ତି । ଏହିସବୁ ହୋଇଥାଏ କ୍ୟାନ୍ସରର କାରଣ ।Common Types of Blood Cancer | Medanta

CATEGORIES
TAGS
Share This

COMMENTS

Wordpress (0)
Disqus (0 )