Thursday 25th April 2024
CSBରେ ଖାଲି ଅଛି ୧୪୨ଟି ପଦବୀ, ଆଜି ହିଁ କରନ୍ତୁ ଆବେଦନ

CSBରେ ଖାଲି ଅଛି ୧୪୨ଟି ପଦବୀ, ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରୀ କରିବାକୁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବିଜ୍ଞପ୍ତି ପ୍ରକାଶ କରିଛି ସେଣ୍ଟ୍ରାଲ ସିଲ୍କ ବୋର୍ଡ (CSB) । ବିଜ୍ଞପି ଅନୁସାରେ କେନ୍ଦ୍ରୀୟ ସିଲ୍କ ବୋର୍ଡ UDC, ସହକାରୀ ନିର୍ଦ୍ଧେଶକ, କିରାଣୀ, ଷ୍ଟେନୋଗ୍ରାଫର ପାଇଁ ୧୪୨ଟି ପଦବୀ ଖାଲି ରହିଛି । CSB ହେଉଛି ଏକ ଆଇନଗତ ସଂସ୍ଥା ଯାହା ଭାରତ ସରକାରଙ୍କ ବୟନ ମନ୍ତ୍ରଳାୟର ମାଲିକାନା ଅଧୀନରେ ରହିଛି । ଆଶାୟୀ ପ୍ରାର୍ଥୀମାନେ CSBର ଅଫିସିଆଲ ୱେବସାଇଟ୍ csb.gov.in କୁ ଯାଇ ଆବେଦନ କରିପାରିବେ ।Central Silk Board Recruitment 2022 - Scientist B (Post Cocoon) Vacancy,  Job Openings - Sentinelassam

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଅନଲାଇନ୍ଆ ବେଦନ ଆରମ୍ଭ: ୨୪ ଡିସେମ୍ବର ୨୦୨୨
• ଅନଲାଇନ୍ ଆବେଦନ ଶେଷ: ୧୬ ଜାନୁଆରୀ ୨୦୨୩

ଖାଲି ପଦବୀ:

• ସହକାରୀ ନିର୍ଦ୍ଦେଶକ (A&A) – ୪
• କମ୍ପ୍ୟୁଟର ପ୍ରୋଗ୍ରାମର୍ – ୧
• ସହକାରୀ ଅଧୀକ୍ଷକ (ଆଡ୍ମିନ୍) – ୨୫
• ସହକାରୀ ଅଧୀକ୍ଷକ (ଟେକ୍ନୋଲୋଜୀ) – ୫
• ଷ୍ଟେନୋଗ୍ରାଫର୍ (ଗ୍ରେଡ୍ -୧) – ୪
• ଲାଇବ୍ରେରୀ ଏବଂ ସୂଚନା ସହାୟକ – ୨
• ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) – ୫
• ଜୁନିଅର ଅନୁବାଦକ (ହିନ୍ଦୀ) – ୪
• ଅପର୍ ଡିଭିଜନ୍ କ୍ଲର୍କ (UDC) – ୮୫
• ଷ୍ଟେନୋଗ୍ରାଫର୍ (ଗ୍ରେଡ୍-୨) – ୪
• ଫିଲ୍ଡ ଆସିଷ୍ଟାଣ୍ଟ – ୧
• ରୋଷେୟା – ୨

ନିଯୁକ୍ତି ସୂଚନା:

• ସଂଗଠନ: କେନ୍ଦ୍ରୀୟ ସିଲ୍କ ବୋର୍ଡ
• ପରୀକ୍ଷା ନାମ: CSB ପରୀକ୍ଷା ୨୦୨୨
• ମୋଟ୍ ପୋଷ୍ଟ: ୧୪୨
• କାଟେଗୋରୀ: ସରକାରୀ ଚାକିରି
• ଚାକିରି ସ୍ଥାନ: ସମଗ୍ର ଭାରତରେ
• ଚୟନ ପ୍ରକ୍ରିୟା: ପ୍ରିଲିମସ୍ ଏବଂ ମେନ୍ସ
• ଆବେଦନ: ଅନଲାଇନ୍ ମୋଡ୍
• ଅଫିସିଆଲ୍ ୱେବସାଇଟ୍: csb.gov.in

ବୟସ:

• ସର୍ବନିମ୍ନ ବୟସ: ୧୮ ବର୍ଷ
• ସର୍ବାଧିକ ବୟସ: ୩୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

• ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ, ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟରୁ ୧୦ମ, ୧୨ଶ, ଗ୍ରାଜୁଏସନ, ପୋଷ୍ଟଗ୍ରାଜୁଏନ୍ କରିଥିବା ଉଚିତ।

ଆବେଦନ ଶୁଳ୍କ:

ଗ୍ରୁପ୍ – A

• ସାଧାରଣ ବର୍ଗ- OBC, EWS, ESM: ୧୦୦୦ଟଙ୍କା

ଗ୍ରୁପ୍ – B & C

• ସାଧାରଣ ବର୍ଗ-OBC, EWS, ESM: ୭୫୦ଟଙ୍କା
• ମହିଳା- SC, ST, PWD: ଦେୟ ମୁକ୍ତ

CATEGORIES
TAGS
Share This

COMMENTS

Wordpress (0)
Disqus (0 )