Friday 26th April 2024
”ମେଡିସିନ୍ ସ୍ପେସିଆଲିଷ୍ଟ ପାଖକୁ କେତେବେଳେ ଯିବେ ଜାଣନ୍ତୁ”: ଡାକ୍ତର ଦିବ୍ୟ ସୌରଭ ସାହୁ

”ମେଡିସିନ୍ ସ୍ପେସିଆଲିଷ୍ଟ ପାଖକୁ କେତେବେଳେ ଯିବେ ଜାଣନ୍ତୁ”: ଡାକ୍ତର ଦିବ୍ୟ ସୌରଭ ସାହୁ

ସାଧାରଣତଃ କେଉଁ ରୋଗ ପାଇଁ କେଉଁ ସ୍ପେସିଆଲିଷ୍ଟଙ୍କ ପାଖରେ ଚିକିତ୍ସା କରିବାକୁ ହୋଇଥାଏ , ଏହାକୁ ନେଇକି ଅନେକ ଲୋକ ଚିନ୍ତାରେ ଥାଆନ୍ତି । ତେଣୁ କୌଣସି ବି ଡାକ୍ତରଙ୍କ ଠାରୁ ଚିକିତ୍ସା କରେଇଥାନ୍ତି । ମାତ୍ର ଆପଣ ଜାଣଛନ୍ତି କି କେଉଁ ରୋଗ ପାଇଁ କେଉଁ ସ୍ପେସିଆଲିଷ୍ଟଙ୍କର ପରାମର୍ଶ ଜରୁରୀ ହୋଇଥାଏ? ଏବଂ ମେଡିସିନ୍ ସ୍ପେସିଆଲିଷ୍ଟ କେଉଁ ରୋଗର ଚିକିତ୍ସା କରିଥାନ୍ତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆଜି ଆମେ କଥା ହେବା ମେଡିସିନ୍ ସ୍ପେସିଆଲିଷ୍ଟ ଡାକ୍ତର ଦିବ୍ୟ ସୌରଭ ସାହୁଙ୍କ ସହ ।

କୌଣସି ବି ରୋଗ ହେଲେ ପ୍ରଥମେ ମେଡିସିନ୍ ସ୍ପେସିଆଲିଷ୍ଟଙ୍କ ପାଖକୁ ଯିବା କଥା କି?

ସମସ୍ତଙ୍କର ଗୋଟିଏ ଭୁଲ୍ ଧାରଣା ଥାଏ କି ମେଡିସିନ୍ ସ୍ପେସିଆଲିଷ୍ଟ ମାନେ ସବୁ ପ୍ରକାରର ଚିକିତ୍ସା କରିଥାନ୍ତି । ବଡ଼ ଭୁଲ୍ ରହୁଛି ଟିକେଟ କାଉଣ୍ଟର ପାଖରେ, ସବୁ ଡାକ୍ତରଖାନାରେ ପ୍ରଥମେ ଟିକେଟ କାଉଣ୍ଟରରେ ବସିଥିବା ବ୍ୟକ୍ତି ଜଣକ ପଚାରନ୍ତି କି ଆପଣଙ୍କର କଣ ହେଇଛି ? ତା ଅନୁସାରେ ସେ ପଠାନ୍ତି କେଉଁ ଡାକ୍ତରଙ୍କ ପାଖକୁ ଯିବା ଦରକାର । ଯଦି ସେ ଜାଣିପାରନ୍ତି ନାହିଁ କେଉଁ ଡାକ୍ତରଙ୍କ ପାଖକୁ ଯିବା ଦରକାର ସେ ମେଡିସିନ୍ ସ୍ପେସିଆଲିଷ୍ଟଙ୍କ ପାଖକୁ ପଠେଇ ଦେଇଥାନ୍ତି । ବହୁତ ରୋଗର ଚିକିତ୍ସା ମେଡିସିନ୍ ସ୍ପେସିଆଲିଷ୍ଟ କରନ୍ତି କିନ୍ତୁ ତାମାନେ ନୁହେଁ କି ସବୁ ରୋଗର ଚିକିତ୍ସା ମେଡିସିନ୍ ସ୍ପେସିଆଲିଷ୍ଟ କରିପାରିବେ ।

ସାଧାରଣ ଲୋକଟି କେମିତି ଜାଣିବ ତା ରୋଗ ପାଇଁ କେଉଁ ସ୍ପେସିଆଲିଷ୍ଟଙ୍କ ପାଖକୁ ଯିବା ଦରକାର?

ପ୍ରାୟେ ରୋଗର ଲକ୍ଷଣ ଏକା ପ୍ରକାରର ଥାଏ ,ଯେମିତି କି ଜ୍ୱର, ମୁଣ୍ଡ ବିନ୍ଧା, ପୁରା ଶରୀର ବିନ୍ଧା ଏମିତି ଅନେକ କିଛି । ଗୋଟିଏ ସାଧାରଣ ଲୋକର କାନ ବିନ୍ଧିଲେ ବି ତାକୁ ଜ୍ୱର ହୋଇପାରେ, ପେଟରେ ଇନ୍‌ଫେକ୍ସନ ହେଲେ ବି ଜ୍ୱର ହୋଇପାରେ । ତେଣୁ ଏସବୁ ର ସାଧାରଣ ମେଡିସିନ୍‌, ମେଡିସିନ୍ ସ୍ପେସିଆଲିଷ୍ଟ ଦେଇପାରିବେ । କିନ୍ତୁ ଅଣ୍ଡର ଲାଇନ୍ ଡିଜିଜ୍ ପାଇଁ ଯେଉଁ ରୋଗ ହୋଇଥିବ ସେହି ସ୍ପେସିଆଲିଷ୍ଟଙ୍କ ପାଖରେ ଦେଖାଇବା ଠିକ୍ ହୋଇଥାଏ । ଯେମିତି କି କାନ, ଗଳା,ନାକର କିଛି ଅସୁବିଧା ହେଲେ ଆପଣ ENT ସ୍ପେସିଆଲିଷ୍ଟଙ୍କ ପାଖରେ ଦେଖାଇ ପାରିବେ । ସେହିଭଳି ପେଟର ରୋଗ ହେଲା କିମ୍ବା ଘା ହୋଇକି ପୁଜ ବାହାରିଲା ତେବେ ଆପଣ ସରଜନ୍ ବା ସରଜରିରେ ଦେଖେଇ ପାରିବେ ।

ଛୋଟରୁ ଛୋଟ ରୋଗ ପାଇଁ ଆମେ ଡାକ୍ତରଙ୍କୁ ନପଚାରି ମେଡିସିନ୍ ଷ୍ଟୋରରୁ ଔଷଧ କିଣିଥାଉ ତାହା ଠିକ୍ ନା ଭୁଲ୍‌?

ଏହା ଠିକ୍ କଥା ନୁହେଁ । ପ୍ରଥମ କଥା ସେହି ମେଡିସିନ୍ ଦୋକାନୀର ଯୋଗ୍ୟତା କେତେ , ସେମାନେ କେବଳ ବାର ବାର ଗୋଟିଏ ଜିନଷକୁ ମନେ ରଖି, ଯାହାକୁ ଯେଉଁ ମେଡିସିନ୍ ଦରକାର ତାକୁ ତାହା ଦେଇଥାନ୍ତି । ଯେମିତିକି ଆପଣକୁ ଜ୍ୱର ହୋଇଛି ତେବେ ଆପଣଙ୍କୁ ସେ ଗୋଟିଏ ଜ୍ୱର ମେଡିସିନ୍ ସହ ଆଣ୍ଟିବାୟୋଟିକ୍ ଏବଂ ଆଉ ଗୋଟିଏ କୌଣସି ବି ମେଡିସିନ୍ ଦେଇଥାଏ, ଏଭଳି ସ୍ଥିତିରେ ଆପଣଙ୍କୁ ଆଣ୍ଟିବାୟୋଟିକ୍ ଦରକାର ହୋଇଥାଉ କି ନାହିଁ ,ସେ ନଜାଣିକି ବି ଦେଇ ଦେଇଥାନ୍ତି । ପରେ ଆପଣଙ୍କୁ ହିଁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ । ଛୋଟ ରୋଗ ପାଇଁ ଠିକ୍ ଅଛି କିନ୍ତୁ ସବୁ କ୍ଷେତ୍ରରେ ଏହିଭଳି ଯିବା ଠିକ୍ ନୁହେଁ ।

କୋଭିଡ୍ ସମୟରେ ବି ବହୁତ ଲୋକ ମନ ଇଚ୍ଛା ମେଡିସିନ୍ ଖାଉଥିଲେ, ସେଇ କଥାକୁ ନେଇ ଆପଣ କଣ କହିବେ?

ଦେଖନ୍ତୁ ,ଯେହେତୁ ସେ ସମୟରେ କୋଭିଡ ମେଡିସିନ୍ ଆସିନଥିଲା ହେଲେ ବହୁତ ପ୍ରକାର ରିସର୍ଚ୍ଚ ଚାଲିଥିଲା । ତେଣୁ ସେ ସମୟରେ ଯାହାକୁ ବି ଦେହ ଖରାପ ଲାଗୁଥିଲା ସେ ମେଡିସିନ୍ ଦେକାନରୁ ହିଁ କିଛି ବି ମେଡିସିନ୍ ଆଣିକି ଖାଉଥିଲେ ନିଜକୁ ରକ୍ଷା କରିବା ପାଇଁ । ପରେ ଲୋକ ଆଉ ଡାକ୍ତର ଉଭୟ ବୁଝି ପାରିଲେ କି କୋଉଠି ଭୁଲ ରହୁଛି । ତା ପରେ ଯାଇ ସବୁ ଠିକ୍ ଚାଲିଛି ।

ପ୍ରତ୍ୟେକ ରୋଗ ପାଇଁ ପେନ୍ କିଲର ଖାଇବା କେତେ ଜରୁରୀ ହୋଇଥାଏ?

ପେନ୍ କିଲରରେ  sideeffect  ଅଛି କିନ୍ତୁ ଦୈନଦିନ ଜୀବନରେ କେତେବେଳେ କେମିତି ମୁଣ୍ଡ ବିନ୍ଧିଲା କି ସେଇ ଭଳି କିଛି minorcase ରେ ଖାଇବା କିଛି ଭୁଲ୍ ନୁହେଁ । କିନ୍ତୁ ସବୁ ବେଳେ ଖାଇବାଟା ନିଶ୍ଚିତ ରୂପେ ଭୁଲ୍ ହୋଇଥାଏ । କାରଣ ପେନ୍ କିଲର କିଡ୍‌ନି ଉପରେ ବହୁତ ପ୍ରଭାବ ପକାଏ, ରେନାଲ ଫେଲୁଅର୍‌, ଅଲ୍‌ସର, ହାର୍ଟ ଡିଜିଜ୍ ଇତ୍ୟାଦି ଉପରେ ବହୁତ ପ୍ରଭାବ ପକାଇଥାଏ । ତେଣୁ କୌଣସି ବି ପେନ୍ କିଲର୍ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ ।

ସାଧାରଣ ଲୋକଙ୍କ ପାଇଁ ଆପଣଙ୍କର ପରାମର୍ଶ କଣ ରହିବ?

ଅନେକ ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ଜାଣି ହିଁ ନାହାଁନ୍ତି ତାଙ୍କୁ କେଉଁ ରୋଗ ହେଇଛି । ତାଙ୍କୁ କେଉଁ ଡାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ ହୋଇଥାଏ। ତେଣୁ ଅନେକ ବ୍ୟକ୍ତି ଆୟୁରବେଦିକ୍‌, ହୋମ୍ୟପାଥିକ୍‌, ଏଲୋପାଥି ଏଭଳି ବିଭିନ୍ନ ପ୍ରକାରର ଡାକ୍ତରଙ୍କ ପାଖରେ ଟ୍ରିଟମେଣ୍ଟ କରେଇଥାନ୍ତି । ଡାକ୍ତର କେବେ ଚାହାଁନ୍ତି ନାହିଁ ବେଶୀ ରୋଗୀ ଆସନ୍ତୁ ବୋଲି, ଆମେମାନେ ଚାହୁଁ କି ସଠିକ ଓ ଜରୁରୀ ଥିବା ରୋଗୀଙ୍କର ହିଁ treatment ହଉ ଏବଂ ସେମାନେ କେମିତି ଭଲ ଚିକିତ୍ସା ପାଇପାରିବେ । ତେଣୁ ଚିକିତ୍ସିତ ହେବାରେ ଡେରୀ କରନ୍ତୁ ନାହିଁ ।

ଆଜିକାଲି ହାର୍ଟ ଆଟାକ୍‌ରେ ବହୁତ ଲୋକଙ୍କ ଜୀବନ ଚାଲିଯାଉଛି, ଏହାକୁ  ନେଇ ଆପଣ କଣ ଭାବନ୍ତି?

ଦିନକୁ ଦିନ ଆମ ଲାଇଫ୍ ଷ୍ଟାଇଲରେ ପରିବର୍ତ୍ତନ ହେଉଛି । ଯୁବପିଢ଼ିମାନଙ୍କର ଫୁଡ଼ ହାବିଟ୍‌, ଫିଜିକାଲ୍ ଆକ୍ଟିଭିଟି, ଶୋଇବା ଶୈଳୀ, ଅଧିକ ଚିନ୍ତା କରିବା ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହିସବୁ ଏକ କାରଣ ହୋଇଥାଏ ଯୁବ ପିଢ଼ି ମାନଙ୍କୁ ହାର୍ଟ ଆଟାକ୍ ହେବାର । ତେଣୁ ୩୦ ରୁ ୫୦ ବର୍ଷ ବୟସ ବ୍ୟକ୍ତି ମାନଙ୍କର ବି ଆଜିକାଲି ହାର୍ଟଆଟାକ୍ ହେଉଛି । ଏହି ଅସୁବିଧାରୁ ବଞ୍ଚିବା ପାଇଁ ବର୍ଷକୁ ଥରେ ଫୁଲ୍ ବଡି ଚେକ୍‌ଅପ୍ କରେଇନେବା ଉଚିତ୍ । ଯେମିତିକି ECG, Dibetics ଭଳି ଚେକ୍‌ଅପ୍ କରିପାରିବେକୋଭିଡ ପରେ ହାର୍ଟଆଟାକ୍ ସଂଖ୍ୟା ବୃଦ୍ଧି ପାଇଛି

ମେଡିସିନ୍ ସ୍ପେସିଆଲିଷ୍ଟ ଅନୁସାରେ ସାଧାରଣ ମଣିଷକୁ ସୁସ୍ଥ ରହିବା ପାଇଁ ଆପଣ କଣ ଟିପ୍ସ ଦେବେ?

ନିଜ ଯତ୍ନ ନିଅନ୍ତୁ, କମ୍ ରାଗ ଥିବା ଜିନିଷ ଖାଇବା ଭଲ, ପନିପରିବା, ଫଳ ଖାଇବା ଭଲ । ଆଲକୋହଲରୁ ଯେତେ ଦୂର ରହିବା ସେତେ ଭଲ ହୋଇଥାଏ । ୩୦ମିନିଟ୍ ନିଜ ଶରୀରକୁ ଦିଅନ୍ତୁ, ଚାଲିବା କିମ୍ବା ବ୍ୟାୟମ ଏକ୍ସରସାଇଜ୍ କରନ୍ତୁ

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )