Tuesday 23rd April 2024
Business:ବିଭିନ୍ନ ଧରଣର ବିଜନେସ୍‌କୁ Top ରେ ପହଞ୍ଚାଏ Digital Marketing

Business:ବିଭିନ୍ନ ଧରଣର ବିଜନେସ୍‌କୁ Top ରେ ପହଞ୍ଚାଏ Digital Marketing

ସାଧାରଣତଃ ବିଜନେସ୍‌ର କଥା ଆସିଲେ ମାର୍କେଟିଙ୍ଗର କଥା ଉଠେ । ଆଉ ବିନା ମାର୍କେଟିଙ୍ଗରେ କଣ ବିଜନେସ୍ ଆଗକୁ ବଢିପାରେ । ହେଲେ ଏବେ ମାର୍କେଟିଙ୍ଗର ମାନେ ଡିଜିଟାଲ ମାର୍କେଟିଙ୍ଗ । ଡିଜିଟାଲ ମାର୍କେଟିଙ୍ଗରେ ନିଜ ବିଜନେସ୍ କୁ ଆଗକୁ ନେବା ପାଇଁ ଏହା ଏକ ବଡ ମାଧ୍ୟମ ପାଲଟିଛି । କିନ୍ତୁ ଡିଜିଟାଲ ମାର୍କେଟିଙ୍ଗ କୁ ନିଜ ବିଜନେସ୍ ରେ ଆପଣେଇବା ଆଗରୁ ଏହା କଣ ଓ କାହିଁକି ଜରୁରୀ ସେ ବିଷୟରେ ବି ଜାଣିବା ଆବଶ୍ୟକ । ସେଥିପାଇଁ ଆମେ ଭୁବନେଶ୍ୱରର ଏକ ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ ରତ୍ନା ଟେକନୋଲୋଜୀ ର ସିଟିଓ ବିକ୍ରମ ପହିଙ୍କ ସହ ଆଲୋଚନା କରିବା ଓ ଜାଣିବା ସେ କେମିତି କରୁଛନ୍ତି ଡିଜିଟାଲ ମାର୍କେଟିଙ୍ଗ୍ ?

୧-ଡିଜିଟାଲ ମାର୍କେଟିଙ୍ଗ କଣ ?

-ଡିଜିଟାଲ ମାର୍କେଟିଙ୍ଗ ହେଉଛି ବିଜନେସ୍ କୁ ନୂଆ ଆଧାରରେ ଆଗକୁ ନେବା । ଡିଜିଟାଲ ମାର୍କେଟିଙ୍ଗ ଓ ସାଧାରଣ ମାର୍କେଟିଙ୍ଗ ରେ କେବଳ ଦୁଇଟି ଜିନିଷରେ ଫରକ ଥାଏ । ସାଧାରଣତଃ ଆପଣ ନିଜ ପ୍ରଡକ୍ଟ ମାର୍କେଟିଙ୍ଗ ପାଇଁ ହୋଡିଙ୍ଗ୍‌,ପୋଷ୍ଟର ବ୍ୟାନର ତିଆରି କରି ବିଭିନ୍ନ ଜାଗାରେ ପ୍ରଚାର କରନ୍ତି । କିନ୍ତୁ ଡିଜିଟାଲ ମାର୍କେଟିଙ୍ଗରେ ଆପଣଙ୍କୁ ଏସବୁ ନ କରି ବି ବିଭିନ୍ନ ଗ୍ରାହକଙ୍କ ପାଖରେ ନିଜ ବିଜନେସକୁ୍ ପହଂଚାଇପାରିବେ । ଆଉ ନିଜ ଘରୁ ବସି ବି ଆପଣଙ୍କ ବିଜନେସକୁ ଅନଲାଇନ୍ ନେଇପାରିବେ ।

୨-ଡିଜିଟାଲ ମାର୍କେଟିଙ୍ଗ୍ କଥା ଆପଣ କାହିଁକି ଭାବିଲେ ?

-ଆମେ ପ୍ରଥମରୁ ଡିଜିଟାଲ୍ ମାର୍କେଟିଙ୍ଗ ବିଷୟରେ କେବେ ବି ପ୍ଲାନ କରିନଥିଲୁ । ପ୍ରଥମେ ଆମେ ସଫ୍ଟୱେର ଡେଭଲପର୍ ୱେବ୍ ଡେଭେଲେପର୍ ର କାମ କରୁଥିଲୁ । କିନ୍ତୁ ଯେତେବେଳେ ଆମେ ଦେଖିଲୁ ଆଗାମୀ ଭବିଷ୍ୟତ ମାର୍କେଟିଙ୍ଗ ଲାଇନରେ କେମିତି ଡିଜିଟାଲି ପରିଣତ ହେଉଛି ? ତେଣୁ ସେଥିପାଇଁ ଦେଶ ବିଦେଶ ଯେଉଁଠି ବି ଚାହିଁଲେ ଆମେ ଏହି ଲାଇନରେ ଲୋକଙ୍କ ସହ ଯୋଡି ହୋଇ କାମ କରିପାରିବା ଏବଂ ଥରେ ଯଦି ଆମ ବିଜନେସ୍ ପ୍ଲାନକୁ ଅନଲାଇନ୍ ଲୋକ ଜାଣିଲେ ତାହାଲେ ନ୍ୟାସନାଲ ,ଇଣ୍ଟରନେସନାଲ୍ ସବୁ ଧରଣର କ୍ଲାଇଣ୍ଟ ଆମକୁ ମିଳିବେ । ବାସ୍ ସେଇଆ ହିଁ ହେଲା । ଆମେ ଡିଜିଟାଲ ମାର୍କେଟିଙ୍ଗରେ ପାଦ ଦେଲୁ ଆଉ ବର୍ତ୍ତମାନ ସବୁ ଧରଣର ଲୋକଙ୍କ ବିଜନେସ୍ ରେ ଆମେ ଡିଜିଟାଲୀ କାମ କରୁଛୁ । ଡିଜିଟାଲ ମାର୍କେଟିଙ୍ଗରେ ଆମେ ଆଗ ନିଜ ବିଜନେସ୍ ପାଇଁ କାମ କରିଲୁ ତାପରେ ସଫଳତା ପାଇବା ପରେ ଅନ୍ୟମାନଙ୍କ ପାଇଁ କାମ କରିବା ଆରମ୍ଭ କଲୁ ।

 

୩-ଆପଣଙ୍କୁ କେମିତି କେମିତି client  ମିଳନ୍ତି ? ଓ ଆପଣ କେମିତି ସର୍ଭିସ ଦିଅନ୍ତି ?

-ଦେଖନ୍ତୁ ଡିଜିଟାଲ ମାର୍କେଟିଙ୍ଗରେ ଆମକୁ ବିଭିନ୍ନ ଧରଣର client  ମିଳନ୍ତି । ତେଣୁକରି ପ୍ରଥମେ ଆମେ ଦେଖୁ ତାଙ୍କର ବିଜନେସ୍ କଣ ? ଆଉ ତାଙ୍କ ବିଜନେସ୍ ର ନେଚର୍ ଅନୁସାରେ ଆମେ ତାଙ୍କୁ ଡିଜିଟାଲ ମାର୍କେଟିଙ୍ଗର ପ୍ଲାନ ଦେଇଥାଉ । କାରଣ ସବୁ ବିଜନେସ୍ ପାଇଁ ଡିଜିଟାଲ ମାର୍କେଟିଙ୍ଗ ବା ଅନଲାଇନ୍ ପ୍ରମୋସନର ଆବଶ୍ୟକତା ନଥାଏ । ତେଣୁକରି ଡିଜିଟାଲ ମାର୍କେଟିଙ୍ଗ ଜରିଆରେ ପ୍ରଥମେ କ୍ଲାଇଣ୍ଟଙ୍କର ଆବଶ୍ୟକତାକୁ ବୁଝିବାକୁ ପଡେ ଏବଂ ତାପରେ ସେହି ଅନୁସାରେ କାମ କରିବାକୁ ପଡେ । ଆମକୁ କମ୍ପାନୀ,କିଛି େଓବସାଇଟ୍ ,ଇ-କର୍ମସ୍ ସବୁ ଧରଣର କ୍ଲାଇଣ୍ଟ ମିଳନ୍ତି ।

୪-ବିଜନେସ୍ ରେ ଡିଜିଟାଲ ମାର୍କେଟିଙ୍ଗ କେମିତି ସାହାର୍ଯ୍ୟ କରେ ?

-ବିଜନେସ୍ ରେ ଡିଜିଟାଲ୍ ମାର୍କେଟିଙ୍ଗ ଆଜିର ସମୟରେ ତ ବହୁତ ହିଁ ଜରୁରୀ ।
ଯଦି ଉଦାହରଣ ଦେଖିବା- ତାହାଲେ ଆପଣ movers packers  ବିଷୟରେ ଶୁଣିଥିବେ । ଯିଏ ଘର ସିଫ୍ଟ ସମୟରେ ଜିନିଷ ସିଫ୍ଟରେ ସର୍ଭିସ ଦିଅନ୍ତି । ସେମାନେ ସଂମ୍ପୂର୍ଣ୍ଣ ରୂପେ ଅନଲାଇନ ମାଧ୍ୟମରେ ନିଜର ସର୍ଭିସ ଦେଉଛନ୍ତି । ଆଉ ଯାହାର ବି ଦରକାର ସେ ଅନଲାଇନ୍ ସର୍ଚ କଲେ ମୁଭରସ୍ ପ୍ୟାକରସ୍ ସହ ଯୋଗାଯୋଗ କରିପାରିବ । କିନ୍ତୁ ଏହି କାମ ଯଦି ଗୋଟିଏ ଏଜେନ୍ସୀ ଧରୁଛି ତାହାଲେ ଆପଣଙ୍କ ଘର ସିଫ୍ଟ ପୂର୍ବରୁ ଆପଣଙ୍କୁ ଏଜେନ୍ସୀ ପାଖକୁ ଯିବାକୁ ପଡିବ । ଆଉ ସଠିକ୍ ସର୍ଭିସ ମିଳିବ କି ନାହିଁ ତାର ବି ଗ୍ୟାରେଣ୍ଟ ନଥିବ । ତେଣୁ ପ୍ରାୟତଃ ଆଜିର ସମୟରେ ବିଜନେସ୍ କୁ ଡିଜିଟାଲୀ ନେବାରେ ହିଁ ଲାଭ ଅଛି । ସବୁ ଲୋକଙ୍କ ପାଖରେ ଆଜିର ସମୟରେ ସ୍ମାର୍ଟ ଫୋନ ତେଣୁ ସହଜ ଓ ସୁବିଧାରେ ତାଙ୍କ ହାତ ପାହାନ୍ତାରେ ଜିନିଷ ଉପଲବ୍ଧ ହେଉଛି ।

ଥରେ ଚିନ୍ତା କରନ୍ତୁ ଗୋଟିଏ ମସଲା କମ୍ପାନୀ ତାର ବ୍ରାଣ୍ଡିଙ୍ଗ କରିବାକୁ ଗୋଟିଏ ପୋଷ୍ଟର ରସୁଲଗଡ ଛକରେ ଲଗାଇଲା । ମାନେ ଅଫଲାଇନ୍ ମାର୍କେଟିଙ୍ଗ କଲା ,କିନ୍ତୁ ଗ୍ରାହକ ହିସାବରେ ଯଦି ଆପଣ ରସୁଲଗଡ ଛକ ଆଡକୁ ନ ଗଲେ ତାହାଲେ ଆପଣ ସେ ମସଲା ବିଷୟରେ କେବେ ବି ଜାଣିପାରିବେ ନାହିଁ । ଆଉ ଅତି ଜୋରରେ ସେ ୧୦୦ ଲୋକ ସେହି ପୋଷ୍ଟରକୁ ଦେଖିଲେ । କିନ୍ତୁ ଯଦି ସେହି ମସଲା ର ବିଜ୍ଞାପନ ଆପଣଙ୍କ ଫୋନରେ ଦେଖାଯିବ ତାହାଲେ ଆପଣ ସହଜରେ ତା ବିଷୟରେ ଜାଣିପାରିବେ ଓ ତାକୁ ଅନଲାଇନ୍ କିଣି ମଧ୍ୟ ପାରିବେ । ଆଉ ଏହି ଜାଗାରେ ୧୦୦ ନୁହେଁ ଲକ୍ଷାଧିକ ଲୋକଙ୍କ ପାଖରେ ମସଲାର ବିଜ୍ଞାପନ ପହଂଚିପାରିବ । ତେଣୁ ଉଭୟ ବିଜନେସ୍‌ମ୍ୟାନଙ୍କ ଓ ଗ୍ରାହକଙ୍କ ପାଇଁ ଡିଜିଟାଲ ମାର୍କେଟିଙ୍ଗ ଲାଭଦାୟକ ।

୫- ଡିଜିଟାଲ ମାର୍କେଟିଙ୍ଗ ରେ କ୍ୟାରିୟର କେତେ ଦୂର ସଫଳ ?

-ଦେଖନ୍ତୁ ଡିଜିଟାଲ ମାର୍କେଟିଙ୍ଗ ହେଉଛି ଆଗାମୀ ଦୁନିଆର ଭବିଷ୍ୟତ । ଡିଜିଟାଲ ମାର୍କେଟିଙ୍ଗରେ ଭାରତ ଏବେ ଧିରେ ଧିରେ ଆଗକୁ ବଢୁଛି । ଆମେ ଆହୁରୀ ପଛରେ ଅଛୁ ଡିଜିଟାଲୀ କିନ୍ତୁ ଆମର ଭବିଷ୍ୟତ ଏହିଥିରେ ହିଁ ଅଛି । ଏବେ ବି ଲୋକ ବୁଝିନାହାନ୍ତି ଡିଜିଟାଲ ମାର୍କେଟିଙ୍ଗ କଣ ? ତେଣୁ ବିଜନେସ୍ ରେ ବି ବହୁତ ଲୋକ ଡିଜିଟାଲକୁ ଆପଣାର କରିନାହାନ୍ତି । କିନ୍ତୁ କ୍ୟାରିୟର କ୍ଷେତ୍ରରେ ଡିଜିଟାଲ ମାର୍କେଟିଙ୍ଗରେ ଭଲ ଭଲ କୋର୍ସ ରହିଛି । ଯଦି ଜଣେ ପଢିବାକୁ ଚାହିଁବ ତାହାଲେ ସେ ନିଶ୍ଚୟ ବଡ ବଡ କମ୍ପାନୀରେ ଚାକିରୀର ସୁଯୋଗ ପାଇପାରିବ । କାରଣ ଆଗକୁ ଏହାର ଆବଶ୍ୟକତା ସାରା ଦେଶକୁ ପଡିବ ।

 

୬- ଡିଜିଟାଲ ମାର୍କେଟିଙ୍ଗରେ ବିଜନେସ୍ କରୁଥିବା ବ୍ୟକ୍ତିବିଶେଷଙ୍କୁ କଣ କହିବେ ?

-ଏହା ବହୁତ ଭଲ ଫିଲ୍ଡ ଟଙ୍କା କମାଇବା ପାଇଁ । କିନ୍ତୁ ଟିପ୍ସ ଜାଣିଦେଲେ ଡିଜିଟାଲ ମାର୍କେଟିଙ୍ଗ ହେଇଯିବନି । ଆମକୁ ସବୁ ଆଡଭାନ୍ସ ଟେକନିକ୍ କୁ ବୁଝିବାକୁ ପଡିବ ଓ ସେହି ହିସାବରେ କାମ କରିବାକୁ ପଡିବ । ତେଣୁକରି ଯେଉଁମାନେ ବି ଏ କ୍ଷେତ୍ରରେ କାମ କରୁଛନ୍ତି । ସେମାନେ ଏଥିରେ ପୁରୁଣା ଢାଂଚାକୁ ଛାଡି ଆଗକୁ ବଢିବା ଉଚିତ୍ । ନହେଲେ ବହୁତ ପ୍ରତିଯୋଗିତା ଭିତରେ ହଜିଯିବାର ସମ୍ବାବନା ଅଧିକ । ବିଜନେସ୍ ଆନାଲିସିସ୍ କରି ହିଁ ଡିଜିଟାଲ ମାକେଟିଙ୍ଗ କରନ୍ତୁ ।

ବିକ୍ରମ ପହିଙ୍କ ସହ ଆଲୋଚନା କରିଲୁ ଓ ଜାଣିଲୁ କେମିତି ଥିଲା ତାଙ୍କର ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ ଚଲାଇବାର ଅଭିଜ୍ଞତା ଓ କେଉଁ କେଉଁ ଜିନିଷକୁ ଧ୍ୟାନ ଦେଲେ ଏଥିରେ ଭବିଷ୍ୟତ ଅଛି ସେ ସମ୍ବନ୍ଧରେ ସଂମ୍ପୂର୍ଣ୍ଣ ତଥ୍ୟ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )