Friday 19th April 2024
ମନ ପସନ୍ଦର ଚାକିରୀ କରିବା ପାଇଁ କେତେ ସମୟ ଯାଏ ଅପେକ୍ଷା କରିବା ଉଚିତ୍ ? ଜାଣନ୍ତୁ ମନ ପସନ୍ଦ ଚାକିରୀ ପାଇବାର ସିକ୍ରେଟ୍ !

ମନ ପସନ୍ଦର ଚାକିରୀ କରିବା ପାଇଁ କେତେ ସମୟ ଯାଏ ଅପେକ୍ଷା କରିବା ଉଚିତ୍ ? ଜାଣନ୍ତୁ ମନ ପସନ୍ଦ ଚାକିରୀ ପାଇବାର ସିକ୍ରେଟ୍ !

ବର୍ତ୍ତମାନ ସମୟରେ ଚାକିରୀ କରିବା ଏକ ବଡ କାମ । ଚାକିରୀ ପାଇଥିବା ବ୍ୟକ୍ତିି ପ୍ରତି ଚାକିରୀ ଆଶାୟୀ ମାନଙ୍କର ଏକ ସ୍ୱତନ୍ତ୍ର ପ୍ରକାର ର ଦୃଷ୍ଟି ଭଙ୍ଗୀ ଥାଏ । ଚାକିରୀ ପାଇଥିବା ଲୋକଟି ପାଖରେ ସତେ ଯେମିତି ଯାଦୁ ବା ମ୍ୟାଜିକ୍ ଅଛି । ଚାକିରୀ ପାଇବାର ସିକ୍ରେଟ୍ ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା । ଗୋଟିଏ ଚାକିରୀ ପାଇଁ ଅନେକ ଚାକିରୀ ଆଶାୟୀ । ତେଣୁ ଚାକିରୀ ବା ନିଯୁକ୍ତି କ୍ଷେତ୍ରରେ ପ୍ରତିଯୋଗିତା ଅଧିକ । ଟଙ୍କା ରୋଜଗାର କରି ନିଜ ଗୋଡରେ ଛିଡା ହେବା ବା ଆତ୍ମନିର୍ଭରଶୀଳ ହେବା ପ୍ରତ୍ୟେକ ଯୁବକ ଯୁବତୀଙ୍କର ମୂଳ ଲକ୍ଷ୍ୟ । ଦଶମ ପାସ୍ କରିଥିବା ଚାକିରୀ ଆଶାୟୀ ହେଉ କିମ୍ବା ପୋଷ୍ଟ୍ ଗ୍ରାଜୁଏସନ୍ କରିଥିବା ଚାକିରୀ ଆଶାୟୀ , ସମସ୍ତେ ଚାକିରୀ ପାଇଁ ବ୍ୟସ୍ତ ଏବଂ ବିବ୍ରତ । ତେବେ ଚାକିରୀ ର ସନ୍ଧାନ ପାଇବା ଏବଂ ସେହି ଚାକିରୀ କରିବା ପାଇଁ ବିଭିନ୍ନ ପ୍ରକାର ର ପୂର୍ବପ୍ରସ୍ତୁତି ର ଆବଶ୍ୟକତା ଅଛି । ନିଜ ଯୋଗ୍ୟତା ଅନୁସାରେ ଚାକିରୀ ର ସନ୍ଧାନ କରିବା ଏବଂ ମନ ପସନ୍ଦର ଚାକିରୀ କରିବା କାଠିକର ପାଠ । ଇଣ୍ଟରନେଟ୍ ରେ ଜବ୍ ଭ୍ୟାକେନ୍ସି  , ଡ୍ରିମ୍ ଜବ୍ ଏବଂ ଡ୍ରିମ୍ ସ୍ୟାଲେରି ଲେଖି ସର୍ଚ୍ଚ କରିଦେଲେ ଚାକିରୀ ମିଳିଯାଏ ନାହିଁ । ଇଣ୍ଟରନେଟ୍ ରେ ଅନେକ ଗୁଡିଏ ଜବ୍ ଓ୍ୱେବସାଇଟ୍ ଅଛି । ସେହି ଓ୍ୱେବସାଇଟ୍ ଗୁଡିକରୁ ଆପଣ ପାଇପାରିବେ ଚାକିରୀ ସମ୍ବନ୍ଧୀୟ ବିଜ୍ଞପ୍ତି ର ସୂଚନା । କିନ୍ତୁ ସେହି ଚାକିରୀ ପାଇଁ ଆପଣଙ୍କୁ କରିବାକୁ ପଡିବ ଆବଶ୍ୟକ ପରିମାଣର ପୂର୍ବ ପ୍ରସ୍ତୁତି । ପୂର୍ବ ପ୍ରସ୍ତୁତି ଯେମିତିଥିବ ସେମିତି ଆପଣଙ୍କର ଇଣ୍ଟରଭ୍ୟୁର ରେଜଲ୍ଟ ହେବ । ବିନା ପୂର୍ବ ପ୍ରସ୍ତୁତି ରେ କିଛିବି କରିବା ଅସମ୍ଭବ । ବର୍ତ୍ତମାନ ସମୟରେ ଚାକିରୀ ପାଇବା ଭାରିକଷ୍ଟ । ଏମିତି ଚାକିରୀ ଆଶାୟୀ ଅଛନ୍ତି ଯେଉଁମାନେ ଚାକିରୀକୁ ନେଇ ଅନେକ ପ୍ରକାର ର କଥାକୁ ଗୁରୁତ୍ୱ ଦିଅନ୍ତି । କିଏ ଚାକିରୀ ର ଦରମା କଥାକୁ ଗୁରୁତ୍ୱ ଦେଉଛି ତ ପୁଣି କିଏ ସେହି ଚାକିରୀର ପଜିସନ୍ ବା ପଦବୀ ର ପ୍ରେଷ୍ଟିଜ୍ କୁ ଗୁରୁତ୍ୱ ଦେଉଛି । ତେବେ ଅନେକ ଚାକିରୀ ଆଶାୟୀ କମ୍ପାନୀ ର ଲୋକେସନ୍ ବା ଚାକିରୀ କରିବା ର ସ୍ଥାନକୁ ଗୁରୁତ୍ୱ ଦିଅନ୍ତି । ଏହି ସବୁ କଥାକୁ ଗୁରୁତ୍ୱ ଦେବାବେଳେ, କେତେବେଳେ ଯେ ଚାକିରୀ କରିବାର ବୟସ ଗଡିଯାଏ ତାହା ଜଣା ହିଁ ପଡିନଥାଏ । 

ତେଣୁ ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ  ମନ ପସନ୍ଦର ଚାକିରୀ କରିବା ପାଇଁ କେତେ ସମୟ ଯାଏ ଅପେକ୍ଷା କରିବା ଉଚିତ୍ ?  ମନ ପସନ୍ଦର ଚାକିରୀ ପାଇବା ପାଇଁ କଣ ରହିଛି ସିକ୍ରେଟ୍ ।

 

୧) ମନ ପସନ୍ଦର ଚାକିରୀ – 

ବର୍ତ୍ତମାନର  ଯୁବପୀଢୀ କିଛି କରିବା ଆଗରୁ ଅନେକ କଥା ଭାବୁଛନ୍ତି । କେଉଁ ଚାକିରୀ କରିବା ଏବଂ କେଉଁ ଚାକିରୀ କରିବା କଥା ନୁହଁ ତାହା ଆଜିକାର ଯୁବପୀଢୀ ଅନେକଥର ଭାବି ନିଷ୍ପତି ନେଉଛନ୍ତି । ସମସ୍ତଙ୍କର ସମାନ ପ୍ରକାର ଟ୍ୟାଲେଣ୍ଟ୍ ନଥାଏ ଏବଂ ସମାନ ପ୍ରକାର ରୁଚି ମଧ୍ୟ ନଥାଏ । ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ପ୍ରକାର ର ଯୋଗ୍ୟତା , ଅଭିଜ୍ଞତା ଏବଂ ଦକ୍ଷତା ଥାଏ । ତେଣୁ କାହାକୁ ମିଡିଆରେ କ୍ୟାରିୟର କରିବାର ଅଛି , ତ ପୁଣି କାହାକୁ ଶିକ୍ଷକତାରେ ରୁଚି ରହୁଛି । ମନ ପସନ୍ଦର ଚାକିରୀ ସମସ୍ତଙ୍କ ପାଇଁ ସମାନ ଧରଣ ର ହୋଇନଥାଏ । କାହିଁକିନା କିଏ ପ୍ୟାସନ୍ କୁ ଫୋଲୋ କରେ ପୁଣି କିଏ ପ୍ରୋଫେସନ୍ କୁ ଫୋଲୋ କରେ । କାହାପାଇଁ ଟଙ୍କା ର ଆବଶ୍ୟକତା ଅନେକ ରହିଛି । ପୁଣି କାହାକୁ ଟଙ୍କା ନୁହଁ ପ୍ରେଷ୍ଟିଜ୍ ଦରକାର । ତେବେ ସମସ୍ତଙ୍କର ମନ ର ଭାବନା ଭିନ୍ନ ଭିନ୍ନ ଏବଂ ପସନ୍ଦ ର ଚାକିରୀ ମଧ୍ୟ ଭିନ୍ନ । 

 

୨) ମନ ପସନ୍ଦର ଚାକିରୀ ପାଇଁ କେତେ ଦିନ ଯାଏ ଅପେକ୍ଷା କରିବା ଉଚିତ୍ ? 

ଗୋଟିଏ ଜିନିଷ ପାଇଁ ସମୟ ଅତିବାହିତ କଲେ ଅପେକ୍ଷା କରିବାକୁ ବୁଝାଏ । ଜୀବନରେ ଅପେକ୍ଷା କରିବାର ଅର୍ଥ ହେଉଛି ସମୟ ଅତିବାହିତ କରିବା । କେତେକ କ୍ଷେତ୍ରରେ ଅପେକ୍ଷା କରିବା ସଠିକ୍ ପ୍ରମାଣିତ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଏହା ଭୁ୍ଲ୍ ପ୍ରମାଣିତ ହୋଇଥାଏ । ଚାକିରୀ କ୍ଷେତ୍ରରେ ଅପେକ୍ଷା କରିବାର ଅର୍ଥ ହେଉଛି ପାଗଳାମି । ଯଦି ଆପଣ ଆପଣଙ୍କ ର ମନ ପସନ୍ଦର ଚାକିରୀ ଖୋଜି ପାଉନାହାନ୍ତି କିମ୍ବା ମନ ପସନ୍ଦର ଚାକିରୀରେ ଆପଣଙ୍କ ଚୟନ ହୋଇପାରୁନାହିଁ ,ତେବେ ଏହି କଥା ଟିକୁ ଗୁରୁତ୍ୱର ସହ ନିୟନ୍ତୁ । ଗୁରୁତ୍ୱର ସହ ନେଲେ ଜାଣିପାରିବେ ଆପଣଙ୍କ ଭୁଲ୍ କେଉଁଠି ରହିଲା । ଯଦି ଆପଣ କମ ବୟସର ଅଛନ୍ତି ତେବେ ନିଜ ଦକ୍ଷତା ର ଉନ୍ନତି ବା ସ୍କିଲ୍ ଡେଭଲପମେଣ୍ଟ୍ ଉପରେ କାର୍ଯ୍ୟ କରନ୍ତୁ । ଧରାଯାଉ ଆପଣଙ୍କ ବୟସ ମାତ୍ର ୧୮ ବର୍ଷ । ଆପଣଙ୍କୁ ଏହି ବୟସରୁ ହିଁ ଚାକିରୀ କରିବାର ମନବୃତ୍ତି କୁ ମନରେ ବୃଦ୍ଧି କରିବା ଉଚିତ୍ । ପ୍ରୋଫେସନାଲ୍ ଲାଇନ୍ ରେ କ୍ୟାରିୟର କରିବା ପାଇଁ ଚାହୁଁଥିଲେ ଫ୍ରିଲାନ୍ସିଂ କାମ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ଦାଇତ୍ୱ ବୋଧ ବୃଦ୍ଧି ପାଇବ । ସରକାରୀ ଚାକିରୀ ପାଇଁ ଆଗ୍ରହ ଥିଲେ ରେଲଓ୍ୱେ କିମ୍ବା ଷ୍ଟାପ୍ ସିଲେକସନ୍ କମିସନ୍ କିମ୍ବା ଅନ୍ୟାନ୍ୟ ସରକାରୀ ବିଭାଗ ଗୁଡିକରେ ବାହାରୁଥିବା ବିଜ୍ଞପ୍ତିରେ ଯୋଗ୍ୟତା ଅନୁସାରେ ଆବେଦନ କରନ୍ତୁ । ଏହି ପରୀକ୍ଷା ଗୁଡିକ ପାଇଁ ଯେତେ ଶୀଘ୍ର ହେବ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଆପଣଙ୍କୁ ୨୫ ବର୍ଷ ହେଲା ପର୍ଯ୍ୟନ୍ତ ଆପଣ ଚାକିରୀ ପାଇଯାଇଥିବେ । ଆଉ ଯଦି ପାଇନାହାନ୍ତି , ତେବେ କ୍ୟାରିୟର ସ୍ୱିଚ୍ କରନ୍ତୁ । ନହେଲେ ସମୟ ଗଡିଯିବ ଏବଂ ଆପଣ ଘରେ ବସିଥିବେ । ଟଙ୍କାର ଆବଶ୍ୟକତା ଦିନେ ନା ଦିନେ ଆପଣଙ୍କୁ ମନେ ପଡିବ ଏବଂ ସେହି ସମୟରେ ମନ ପସନ୍ଦର ଚାକିରୀ ର ସ୍ୱପ୍ନ ଆପଣଙ୍କୁ କୌଣସି ପ୍ରକାରରେ ସାହାର୍ଯ୍ୟ କରିନପାରେ । ତେଣୁ ଗୋଟିଏ କଥାକୁ ଧ୍ୟାନ ଦିଅନ୍ତୁ , ଚାକିରୀ କରିବା ଏକ ଦାଇତ୍ୱବାନ୍ ବ୍ୟକ୍ତିର କାମ । ମନୁଷ୍ୟ ଜୀବନର ସର୍ବନିମ୍ନ ଆବଶ୍ୟକତା ହେଉଛି ଖାଦ୍ୟ , ବସ୍ତ୍ର ଏବଂ ବାସ ଗୃହ । ସେହିପରି ବେସରକାରୀ ଚାକିରୀ ର ଆବଶ୍ୟକତା ହେଉଛି ଅଭିଜ୍ଞତା , ଦକ୍ଷତା ଏବଂ ଯୋଗ୍ୟତା । ଆପଣଙ୍କ ଅଭିଜ୍ଞତା କମ୍ ଥିଲେ ଯେବେବି ଯେଉଁ ଚାକିରୀରେ ଜଏନ୍ କରିବେ ବା ଯୋଗଦାନ କରିବେ ସେଠି ଆପଣଙ୍କ ଦରମା କମ୍ ରହିପାରେ । ତେଣୁ ଅପେକ୍ଷା ନକରି ଯଦି ଆପଣଙ୍କ ସମୟ , ସ୍ଥାନ ଏବଂ ପୋଜିସନ୍ କୁ ସୁହାଇଲା ପରି ଚାକିରୀ ମିଳିଲେ ଜଏନ୍ କରନ୍ତୁ । ଅଫର ଲେଟର ବାରମ୍ବାର ମିଳିବ ନାହିଁ । କାହିଁକିନା ଆପଣ ଜଣେ ଫ୍ରେସର । ଫ୍ରେସର ମାନଙ୍କ ପାଇଁ ଚାକିରୀ ପାଇବା ଭାରି କଷ୍ଟ । ଆପଣ ଯେତେ ଶୀଘ୍ର ଜଏନ୍ କରିବେ , ସେତେ ଶୀଘ୍ର ଆପଣଙ୍କ ଅଭିଜ୍ଞତା ବଢିବ । ଅଭିଜ୍ଞତା ବଢିଲେ ଦରମା ମଧ୍ୟ ବଢିବ ଏବଂ ପରେ ପରେ ହେବ ପଦୋନ୍ନତି । ଆର୍ଥିକ ସ୍ଥିତିରେ ସ୍ଥିରତା ଆସିଲେ ଆପଣ ସେତେବେଳେ ଆପଣଙ୍କ ମନ ପସନ୍ଦର ଚାକିରୀ ଖୋଜିବେ ଏବଂ ମିଳିଲେ ଜଏନ୍ କରିବେ । ଯଦିବି ଆପଣଙ୍କୁ ଚାକିରୀ ନ ମିଳିଲା , ସେତେବେଳେ ଆପଣଙ୍କ ପାଖରେ ଥିବ ଗୋଟିଏ ଚାକିରୀ । ହାତରେ ଗୋଟିଏ ଚାକିରୀ ଥିଲେ ଆପଣ ନିଜ ଜୀବନରେ ସନ୍ତୁଳନ ରକ୍ଷ୍ୟା କରିପାରିବେ । ଯେକୌଣସି ଚାକିରୀ ରେ ଥିଲେ ଆପଣଙ୍କ ପାଖରେ ଅଭିଜ୍ଞତା ଥିବ ଏବଂ ସେହି ଅଭିଜ୍ଞତା ପରବର୍ତ୍ତୀ ସମୟରେ ମଧ୍ୟ କାମରେ ଆସିପାରେ । ଆପଣଙ୍କ ମନ ପସନ୍ଦର ଚାକିରୀ ମଧ୍ୟ ସେହି ଅଭିଜ୍ଞତା ପାଇଁ ମିଳି ପାରେ ।

 

୩) ମନ ପସନ୍ଦ ଚାକିରୀ ପାଇବାର ସିକ୍ରେଟ୍ କଣ ?

ମନ ପସନ୍ଦ ର ଚାକିରୀ ପାଇବା ପାଇଁ କୌଣସି ସିକ୍ରେଟ୍ ନଥାଏ ବୋଲି ବିଭିନ୍ନ କ୍ଷେତ୍ରରେ ଚାକିରୀ କରୁଥିବା କର୍ମଚାରୀ ମାନେ କହନ୍ତି । କିନ୍ତୁ ଏହା ସଂମ୍ପୁର୍ଣ୍ଣ ଭାବରେ ସତ୍ୟ ନୁହଁ । ଅନେକ ସମୟରେ ଚାକିରୀ କ୍ଷେତ୍ରରେ ସାଙ୍ଗ ମାନଙ୍କର ପ୍ରଭାବ ଅନେକ ଢଙ୍ଗରେ ପଡିଥାଏ । କିଛି ସାଙ୍ଗ ଥଟ୍ଟା ମଜାରେ କହନ୍ତି ଯେ , ” ତୋର କଣ ଚାକିରୀ କରିବା ର ବୟସ ହେଲାଣି ? ଧର୍ଯ୍ୟ ଧର । ଚାକିରୀ କରିବୁ ତ ରାଜା ଚାକିରୀ ଏକାଥରେ ସରକାରୀ ” । ପୁଣି ଅନ୍ୟ କିଛି ସାଙ୍ଗ ଅଛନ୍ତି , ଯେଉଁମାନେ କହନ୍ତି – ” ୧୦,୦୦୦ ଟଙ୍କା କିମ୍ବା  ୨୦,୦୦୦ ଟଙ୍କା ରେ କଣ ଚାକିରୀ କରିବୁ । ବିଜନେସ୍ କର , କୋଟି ପତି ହେବୁ  ” । ପାଖରେ ପାଣ୍ଠି ଥାଉ କି ନଥାଉ ଏପରି ସ୍ୱପ୍ନ ଦେଖାଇଥାନ୍ତି କିଛି ସାଙ୍ଗ । ଏଭଲି କଥାକୁ ଶୁଣିଲେ ମାତ୍ରେ ଆପଣଙ୍କ ଅଧପତନ ର ଆରମ୍ଭ ହେବ । କୌଣସି ପ୍ରୋଫେସନାଲ୍ ବ୍ୟକ୍ତି ଏପରି ମନ୍ତବ୍ୟ ଦେବ ନାହିଁ । ନିଜ ଦକ୍ଷତା ଏବଂ ଦୁର୍ବଳତାକୁ ଶୀଘ୍ର ଚିହ୍ନନ୍ତୁ । ଏହା ଉପରେ କାର୍ଯ୍ୟ କରନ୍ତୁ ।

ଜୀବନରେ ଗୋଟିଏ ବେକପ୍ ପ୍ଲାନ୍ ରଖି ମନ ପସନ୍ଦର ଚାକିରୀ ଖୋଜନ୍ତୁ । ଚାକିରୀ କରି ମଧ୍ୟ ଆପଣ ଅନ୍ୟ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇପାରିବେ । ଘରେ ବେକାର ବସି ରହିଲେ ଆପଣଙ୍କ ହାତ ପାହାନ୍ତାରେ ମନ ପସନ୍ଦର ଚାକିରୀ ଆସି ପହଞ୍ଚିଯିବ ନାହିଁ । ଜୀବନ ଥିଲା ଯାଏ ଚେଷ୍ଟା ଜାରି ରଖନ୍ତୁ । ଅସଫଳ ହେଲେ ମଧ୍ୟ ଆପଣ ବେକାର ହୋଇ ଘରେ ବସି ନଥିବେ । କାହିଁକିନା ପୂର୍ବରୁ ଆପଣଙ୍କ ହାତରେ ଥିବ ଗୋଟିଏ ଚାକିରୀ । ଯାହାଫଳରେ ଆପଣ ଡିପ୍ରେସନ୍ ର ଶିକାର ହେବେ ନାହିଁ । ଶେଷରେ ଆଉ ଗୋଟିଏ କଥା ମନେ ରଖନ୍ତୁ । ଯେଉଁଠି ଚାକିରୀ କଲେ ମଧ୍ୟ ମନ ପସନ୍ଦର ଚାକିରୀ ବା ଡ୍ରିମ୍ ଜବ୍ ପାଇଁ ଆବଶ୍ୟକ ଥିବା ଦକ୍ଷତାକୁ ଏପରି ବୃଦ୍ଧି କରନ୍ତୁ ଯେପରି ଆପଣ ଇଣ୍ଟରଭ୍ୟୁରେ ସଫଳ ହେବେ । ଶିକ୍ଷାଗତ ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତାକୁ ବୃଦ୍ଧି କଲେ ଆପଣଙ୍କ ପାଖକୁ ସଫଳତା ଆସିବ । ଆପଣଙ୍କ ବ୍ୟକ୍ତିତ୍ୱରେ ହାଇରିଂ ମ୍ୟାନେଜର ଇମ୍ପ୍ରେସ୍ ହୋଇ ଭଲ ସ୍ୟାଲେରୀ ପ୍ୟାକେଜ୍ ଅଫର କରିପାରନ୍ତି । ଯେଉଁ ଚାକିରୀ ଆପଣଙ୍କ ପାଇଁ ସ୍ୱପ୍ନ , ସେହି ଚାକିରୀ ବା ପଦବୀ ର ପ୍ରୋଫେସନାଲ୍ ମାନଙ୍କ ସହ ସଂମ୍ପର୍କ ବଢାନ୍ତୁ । ସେମାନଙ୍କ କ୍ୟାରିୟର ପାଥ୍ କୁ ସମୀକ୍ଷାକରି କିଛି ଶିଖନ୍ତୁ । 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି  ର   WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )