Friday 26th April 2024
Entertainment: ଅସିତ୍ ପତି, ଏହିସବୁ କାରଣ ପାଇଁ ଓଡିଆ ଫିଲ୍ମର ଭବିଷ୍ୟତ ଅନ୍ଧାର’’

Entertainment: ଅସିତ୍ ପତି, ଏହିସବୁ କାରଣ ପାଇଁ ଓଡିଆ ଫିଲ୍ମର ଭବିଷ୍ୟତ ଅନ୍ଧାର’’

ଓଡିଆ ସିନେ ଜଗତରେ ଅନେକ କଳାକାର ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି । କଳାପାଇଁ ନିଜର ସାରା ଜୀବନ ଦେଇ ନିଷ୍ଠାର ସହ କାମ କରୁଥିବା ଅନେକ ଲୋକ ଓଡିଶାରେ ଅଛନ୍ତି । କିନ୍ତୁ ଓଡିଶାର ସିନେମା ଦୁନିଆ କାହିଁକି ବୁଡିବାରେ ଲାଗିଛି ? କାହିଁକି ଆମ ଓଡିଶାର ଚଳଚିତ୍ରକୁ ଓଡିଆ ଲୋକମାନେ ପସନ୍ଦ କରୁନାହାନ୍ତି ? ଏତେ ମହାନ କଳାକାର ଥାଇ ବି ଓଡିଶାର ସିନେମାର ଭବିଷ୍ୟତ କେଉଁଠି ? ଏସବୁ କଥା ଆଜିର ସମୟରେ ଏକ ବଡ ପ୍ରଶ୍ନ । ତେବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପ।ଇଁ ଆମେ ଓଡିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଧେଶକ ତଥା ପ୍ରଯୋଜକ ଅସିତ୍ ପତିଙ୍କ ସହ ଆଲୋଚନା କରିଲୁ । ତାଙ୍କ ଜୀବନର କାହାଣୀ , ସିନେମାରେ ତାଙ୍କର ଯାତ୍ରା, ଓଡିଆ ଫିଲ୍ମର ଭବିଷ୍ୟତ ଏସବୁ ବିଷୟରେ ମଧ୍ୟ ଜାଣିଲୁ । ତେବେ ଚାଲନ୍ତୁ ନଜର ପକାଇବା ଅସିତ୍ ପତିଙ୍କ ମତାମତ ଉପରେ ।

ଓଡ଼ିଆ ସିନେ ଦୁନିଆକୁ ଅସିତ୍ ପତି କଣ ହେବାକୁ ଆସିଥିଲେ ଅଭିନେତା, ନିର୍ଦ୍ଧେଶକ ନା ପ୍ରଯୋଜକ?

ଉ- “ମୁଁ ସବୁ ଅଭିନେତାଙ୍କ ଠାରୁ ଭିନ୍ନ, ଜୀବନରେ ନା ମୁଁ ଯାତ୍ରା ଦେଖିଛି ଆଉ ନାହିଁ ଡ୍ରାମା । ମୁଁ ସିନେ ଦୁନିଆକୁ କିଛି ହେବାକୁ ଆସିନଥିଲି । ଅଭିନୟ ମଧ୍ୟ ଜାଣିନଥିଲି, ନଜାଣିକି ମୁଁ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲି”

କାହାକୁ ଆପଣ ନିଜର ଗୁରୁ ଭାବି ଅଭିନୟ ଲାଇନ୍‌କୁ ଆସିଥିଲେ?

ଉ-  “ଅଭିନୟ ନଜାଣି ମଧ୍ୟ ମତେ ପ୍ରଥମ ଫିଲ୍ମ କରିବାର ସୁଯୋଗ ଦେଇଥିଲେ ଉତ୍ତମ ମହାନ୍ତି ଏବଂ ନିର୍ଦ୍ଧେଶକ କୁମାର ଆନନ୍ଦ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ସମସ୍ତେ ଅଭିନୟ ଶିଖିକି ଏହି ଦୁନିଆକୁ ଆସନ୍ତି । କିନ୍ତୁ ମୁଁ ଗୋଟିଏ ଫିଲ୍ମରେ ଅଭିନୟ କରି ସାରିବା ପରେ ବିଜୟ ମହାନ୍ତିଙ୍କ ଠାରୁ ଡ୍ରାମ ଶିଖିଲି ଓ ଟ୍ରେନିଂ ପରେ ମୁଁ ପୁଣି ସିନେମା କରିବା ଆରମ୍ଭ କଲି”

ଅଭିନୟ ଆସିବା ପୂର୍ବରୁ ଅସିତ୍ ପତି କଣ ହେବାକୁ ଚାହୁଁଥିଲେ?

ଉ- ବହୁତ କମ୍ ଲୋକ ଜାଣିଥିବେ ଏହି କଥା ଟି । “ପିଲା ବେଳୁ ମୁଁ ଫୁଟବଲ ଖେଳିବାକୁ ବହୁତ ପସନ୍ଦ କରୁଥିଲି । ଖାଲି ଖେଳିବା ପାଇଁ ଖେଳୁ ନଥିଲି, ମୁଁ ଓଡ଼ିଶା ପାଇଁ ମଧ୍ୟ ଖେଳିଛି, “ସନ୍ତୋଷ ଟ୍ରଫି”, “ଡୁରାଣ୍ଡ କପ୍‌”, “ସତ୍ୟବ୍ରତ କପ୍‌”ମଧ୍ୟ ପାଇଛି । ଓଡ଼ିଶା ପାଇଁ ଗୋଟିଏ ଭଲ ଖେଳାଳି ଥିଲି । ଫୁଟବଲ ବ୍ୟତୀତ ୪ବର୍ଷ ବାଟ୍‌ମିଟନ୍ ମୁଁ ଖେଳିଛି ଓ ଚାମ୍ପିୟନ୍ ମଧ୍ୟ ଥିଲି” । ଖେଳ ପଡ଼ିଆରୁ କେମିତି ଖଳ ଦୁନିଆକୁ ପଳେଇଲି ତାହା ମୁଁ ବି ଜାଣିନି ।

ଆଜିକାଲି ଓଡ଼ିଆ ଫିଲ୍ମକୁ କାହିଁକି କେହି ଦେଖୁନାହାଁନ୍ତି? ଆପଣଙ୍କ ମତରେ କ’ଣ?

ଉ- ଭଲ ପ୍ରଶ୍ନଟିଏ ପଚାରିଲେ କାରଣ ଏହି କଥା ଟି ସମସ୍ତେ ଜାଣିବା ଦରକାର । “ଭଲ ଫିଲ୍ମ ତିଆରି ହେଉଛି, କିନ୍ତୁ ସେହି ଭଲ ଫିଲ୍ମକୁ ସାଉଥ, ବେଙ୍ଗୋଲି କିମ୍ବା ହିନ୍ଦୀ ଫିଲ୍ମରୁ ଆଣିକି କରାଯାଉଛି” । ଯାହାକୁ ମୋବାଇଲରେ ହେଉ କିମ୍ବା ଟିଭିରେ ଆଜିକାଲିର ପିଲା ମାନେ ଦେଖିଥାଉଛନ୍ତି । ଯେଉଁକାରଣରୁ ଓଡ଼ିଆ ଫିଲ୍ମ ଦେଖିଲା ମାନେ ସେମାନେ ଭାବନ୍ତି କି ଏହି ଫିଲ୍ମ ଆମେ ପୂର୍ବରୁ ଦେଖିଛୁ ତ ପୁଣି କାହିଁକି ଓଡ଼ିଆରେ ଦେଖିବୁ । କିନ୍ତୁ ଏଭଳି ସ୍ଥିତିରେ “ଆମ ଇଣ୍ଡଷ୍ଟ୍ରି ଯଦି କୌଣସି ମୌଳିକ କାହାଣୀ କିମ୍ବା କୌଣସି ଘଟଣା ଉପରେ ଫିଲ୍ମଟି ତିଆରି କରିବ ତେବେ ଲୋକ ମାନେ ନିଶ୍ଚୟ ଆଗ୍ରହୀ ହେବେ”

ଓଡ଼ିଶାର ପ୍ରେକ୍ଷାଳୟରେ ଓଡ଼ିଆ ଫିଲ୍ମକୁ ହିଁ ସ୍ଥାନ ନମିଳିବାର କାରଣ କଣ?

ଉ- “ଓଡ଼ିଶାରେ ପ୍ରେକ୍ଷାଳୟର ଉଚିତ୍ ବ୍ୟବସ୍ଥା ନାହିଁ । ହଲ୍ ଗୁଡିକ ଏବେ ବନ୍ଦ ହେଇଯାଇଛି ଆଉ ଯେଉଁ ହଲ୍ ଗୁଡ଼ିକ ଖୋଲିଛି ତାହା ଚାଲୁ ନାହିଁ” । ଯଦି ପ୍ରତ୍ୟେକ ଗାଁରେ, ବ୍ଲକରେ ସିନେମା ହଲ୍ ହୁଅନ୍ତା ତେବେ ମୁଁ ଭାବୁଛି କି ଖାଲି ଯୁବପିଢ଼ି କାହିଁକି ମହିଳା, ପୁରୁଷ ସମସ୍ତେ ଯାଇ ଫିଲ୍ମକୁ ଉପଭୋଗ କରିପାରନ୍ତେ । “କୌଣସି ବି ପ୍ରେକ୍ଷାଳୟରେ ଓଡ଼ିଆ ଫିଲ୍ମ ଚାଲୁ ନାହିଁ । ଏହି ଭଳି କ୍ଷେତ୍ରରେ ସାଉଥ, ବେଙ୍ଗୋଲି କିମ୍ବା ହିନ୍ଦୀ ଫିଲ୍ମ ଭଲ ଚାଲୁଛି । କାରଣ ସେହି ସିନେମାରେ ବହୁତ୍ ଟଙ୍କା ଖର୍ଚ୍ଚ ହେଉଛି, ଆଉ ସେହି ଫିଲ୍ମର କେବଳ ଫାଇଟ୍ ସିନ୍‌ରେ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ସେତିକି ଟଙ୍କାରେ ଗୋଟିଏ ଓଡ଼ିଆ ଫିଲ୍ମ ତିଆରି ହେଇଯାଉଛି । ଯଦି କେଉଁ ପ୍ରଯୋଜକ ଅଧିକ ଟଙ୍କା ଖର୍ଚ୍ଚ କରି ଗୋଟିଏ ଫିଲ୍ମ ତିଆରି ବି କରିଦେଲା ତଥାପି ତାହା ଚାଲୁ ନାହିଁ । କିନ୍ତୁ ଆମକୁ ସେତିକି ସାହାର୍ଯ୍ୟ ମିଳିପାରୁ ନାହିଁ କି ଆମେ ଗୋଟିଏ ଭଲ ଫିଲ୍ମ କରି ଲୋକଲୋଚନଙ୍କ ସମ୍ମୁଖକୁ ଆଣିପାରିବୁ । ”

ଆପଣଙ୍କ ଭଳିଆ ବହୁତ ଜଣ ଅଭିନୟରେ ନିଜର କ୍ୟାରିୟର କରିବାକୁ ଚାହାଁନ୍ତି,ସେମାନଙ୍କୁ କଣ କହିବେ?

ଉ-ସେମାନଙ୍କୁ କହିବି କି କଷ୍ଟ କଲେ କୃଷ୍ଣ ମିଳିବେ । ପରିଶ୍ରମ କଲେ ନିହାତି ଏହି ସିନେ ଦୁନିଆରେ ଆସିପାରିବେ । ଆମ ଯୁଗରେ ଏହା ଟିକେ କଷ୍ଟ ଥିଲା କିନ୍ତୁ ଏବେ ବହୁତ ସହଜ । “ସେମାନେ ଆସିକି ଅଭିନୟ କ୍ଷେତ୍ରରେ ନିଜର ନା’ କରିବା ସହ ଭଲ ଟଙ୍କା ମଧ୍ୟ ରୋଜଗାର କରିପାରିବେ । କାରଣ ଫିଲ୍ମ ଚାଲୁନି ସତ କିନ୍ତୁ ସିରିଏଲ ବହୁତ ଭଲ ଚାଲୁଛି, ନୂଆ ଚେହେରାକୁ ଲୋକ ଆପଣାଉଛନ୍ତି, ଏବଂ ସେମାନେ ମଧ୍ୟ ଭଲ ଅଭିନୟ କରୁଛନ୍ତି” ।

ଓଡ଼ିଆ ଫିଲ୍ମର ଭବିଷ୍ୟତକୁ ନେଇ ଅସିତ୍ ପତି କଣ ଭାବିଛନ୍ତି  ?

ଉ- “ସରକାରଙ୍କ ସାହାର୍ଯ୍ୟ ଦ୍ୱାରା ଯାହାକିଛି ହେଇପାରିବ । କାରଣ ଦର୍ଶକ ଆଗଭଳି ଓଡ଼ିଆ ପିଲ୍ମ ଦେଖିବାକୁ ପସନ୍ଦ କରିବେ ସେତେବେଳେ ଯେତେବେଳେ ଆମେ ଭଲ ବଜେଟ୍ ନେଇକି ଗୋଟେ ଭଲ ଫିଲ୍ମ ତିଆରି କରିବା” । କାରଣ ମୋର ଗୋଟିଏ ଫିଲ୍ମ ଆସିଥିଲା “ଜଗା ହାତରେ ପଘା” ଯେଉଁ ଫିଲ୍ମଟି ଏତେ ଲୋକଙ୍କୁ ଭଲ ଲାଗିଥିଲା ଯେ ସିନେମାଟିକୁ ଦେଖିବାକୁ ଶଗଡ଼ ଗାଡ଼ିରେ ଲୋକ ବହୁଦୂରରୁ ଆସିକି ଫିଲ୍ମଟିକୁ ଦେଖିକି ଯାଇଛନ୍ତି ।

ପ୍ରଥମ ଥର ପାଇଁ ପୁଣି କୋଭିଡରେ ଗୋଟିଏ ଫିଲ୍ମର ନିର୍ଦ୍ଧେଶନା ଦେଲେ କଣ ପାଇଁ?

ଉ- ଇଚ୍ଛା ହେଲା କିଛି ନୂଆ କରିବାକୁ, କାରଣ “କରୋନା ମହାମାରୀ ସମୟରେ ସବୁ କଳାକାରଙ୍କ ପାଖରେ କିଛି କାମ ନଥିଲା ବେସାହାରା ହୋଇ ବସିଥିଲେ । ସେହି ସମୟରେ ମୁଁ ଏବଂ ମୋ ସହ ମୋର କିଛି ସହଯୋଗୀ ଭାବିଥିଲୁ କି କଳାକାରଙ୍କୁ କେମିତି କାମ ମିଳି ପାରିବ । ତେଣୁ ଆମେ “ଭାବେ ସିନା କହିପାରେନା” ଭଳି ଗୋଟିଏ ଫିଲ୍ମ ତିଆରି କରିଥିଲୁ ଏବଂ ଏହି ଫିଲ୍ମର ସୁଟିଂ ଆମେ ଇଣ୍ଡୋର୍‌ରେ କରିଥିଲୁ” । ପୂର୍ବରୁ ମୁଁ ଅଭିନେତା ଥିଲି ପରେ ପ୍ରଯୋଜକ ହେଲି ଆଉ ମୋର ଏହି ଫିଲ୍ମ ଦ୍ୱାରା ମୁଁ ନିର୍ଦ୍ଧେଶକ ମଧ୍ୟ ହୋଇଗଲି ।ଏହା ବ୍ୟତୀତ ମୁଁ ଅଭିନୟକୁ କେବେ ଛାଡ଼ିପାରିବି ନାହିଁ । ପ୍ରଯୋଜନା ନିର୍ଦ୍ଧେଶନା, ଅଭିନୟ ସବୁ ସେମିତି ଚାଲିବ ଯେମିତି ଆଗରୁ ଚାଲୁଥିଲା ।ଆମର ଏହି ଆଲୋଚନା ରେ ଆପଣଙ୍କୁ କଣ ଅନୁଭବ ହେଲା ନିଶ୍ଚୟ ଆମକୁ କମେଣ୍ଟରେ ନିଜର ମତାମତ ଜଣାନ୍ତୁ । ଆପଣଙ୍କ ମତାମତ ଆମ ପାଇଁ ଜରୁରୀ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )