
ମିଳିଲା ଖୁସି ଖବର । ଦୀପାବଳିରେ ଦେଶର ଯୁବାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଶେଷ ଉପହାର…
ଦିପାବଳୀ ଅବସରରେ ମୋଦୀଙ୍କ ଗିଫ୍ଟ । ଆଉ କେଇଟା ଦିନ ପରେ ଦିପାବଳୀର ଉତ୍ସବ । ଆଉ ସେହି ଉତ୍ସବକୁ ନେଇ ବର୍ତ୍ତମାନ ଆସିଛି ସବୁଠୁ ବଡ ଖବର । ଏହି ଗିଫ୍ଟ ସମସ୍ତଙ୍କ ପାଇଁ ନୁହେଁ କେବଳ ଯୁବା ମାନଙ୍କ ପାଇଁ । ଆମ ଦେଶର ପ୍ରଧାନମନ୍ତ୍ରୀ ଜୁନ୍ ମାସରେ କହିଥିଲେ କି ଆଗାମୀ ଦେଢ ବର୍ଷ ଭିତରେ ତାଙ୍କ ସରକାର ୧୦ ଲକ୍ଷ ଚାକିରୀ ଯୋଗେଇଦେବେ । ଆଉ ତା ଭିତରୁ ଆରମ୍ଭରୁ ଏବେ ୭୫ହଜାର ଯୁବାଙ୍କୁ ଚାକିରୀ ମିଳିବାର ଆହ୍ୱାନ ଦେଇଛନ୍ତି ମୋଦୀ । ତେଣୁକରି ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଥିବା ଯୁବାମାନଙ୍କ ପାଇଁ ଏହା ଦୀପାବଳୀ ଅଫର୍ କହିଲେ ଭୁଲ୍ ହେବନାହିଁ ।
ଏଥର ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶର ୭୫,୦୦୦ ଯୁବାଙ୍କୁ ଚାକିରି ‘ଉପହାର’ ଦେବେ ବୋଲି ଜଣାପଡ଼ିଛି। ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍ ଶନିବାର ଦିନ ଏଥିପାଇଁ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବେ। ଏହି ଅବସରରେ କେତେକ ମନ୍ତ୍ରାଳୟ ଓ ସରକାରୀ ବିଭାଗରେ ୭୫,୦୦୦ ଯୁବାଙ୍କୁ ଚାକିରି ନିମନ୍ତେ ନିଯୁକ୍ତି-ପତ୍ର ପ୍ରଦାନ କରାଯିବ। ୭୫ହଜାର ଯୁବାଙ୍କୁ ଚାକିରୀ ମିଳିବାର ଖବର ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ପ୍ରଧାନମନ୍ତ୍ରୀ ୨୨ ଅକ୍ଟୋବର ଦିନ ଭିଡିଓ କନଫରେନସିଂ ମାଧ୍ୟମରେ ଦେଶର ଯୁବାଙ୍କ ସହ ଯୋଡିହେଇ ଚାକିରୀର ପ୍ରମାଣପତ୍ର ଦେବେ । ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ଅଧିକାଂଶ କେନ୍ଦ୍ରମନ୍ତ୍ରୀଙ୍କର ଯୋଗଦାନ ରହିବ । ଓଡିଶାରୁ ଧମେନ୍ଦ୍ର ପ୍ରଧାନ,ଚଣ୍ଡିଗଡରୁ ଅନୁରାଗ ଠାକୁର,ମହାରାଷ୍ଟ୍ରରୁ ପିୟୁଷ ଗୋଏଲ ଆଦି ସମସ୍ତେ ଏଥିରେ ଯୋଡିହେବେ । ସବୁ ସାଂସଦମାନେ ବି ନିଜ ସଂସଦୀୟ କ୍ଷେତ୍ରରୁ ଯୋଡି ହେବେ ।
କେଉଁଥିରେ ମିଳିବ ନିଯୁକ୍ତି ?
-ସବୁ ପ୍ରତିରକ୍ଷା ମନ୍ତ୍ରାଳୟ
-ରେଳ ମନ୍ତ୍ରାଳୟ
-ଡାକ ବିଭାଗ
-ଗୃହମନ୍ତ୍ରାଳୟ
-ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ
-ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ
-ସିବିଆଇ
-କଷ୍ଟମ୍ସ୍ ଏବଂ ବ୍ୟାଙ୍କିଙ୍ଗ୍
ଆଦି କ୍ଷେତ୍ରରେ ଚାକିରି ନିମନ୍ତେ ପ୍ରଦାନ କରାଯିବ।
ଦୀପାବଳି ସମୟରେ ବହୁତ ବ୍ୟସ୍ତ ରହିବେ ମୋଦି । ସେଥିପାଇଁ ଏହାର ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ । ଦୀପାବଳୀ ଅବସରରେ ଅଯୋଧ୍ୟାରେ ଥିବାର ଯୋଜନା ରହିଛି । ସେଠାରେ ଭଗବାନ ରାମଚନ୍ଦ୍ରଙ୍କର ରାମଲୀଳା ବିରାଜମାନ ପୂଜା ଓ ରାମ ଜନ୍ମଭୂମୀର ନିରୀକ୍ଷଣ କରିବେ ମୋଦି । ତେବେ ଚାକିରୀକୁ ନେଇ ଅନେକ ଦ୍ୱନ୍ଦ ଭିତରେ ଏହା ଏକ ଆସ୍ୱସ୍ତିକର ଖବର । ଅନେକ ଯୁବପିଢି ସରକାରଙ୍କ ହାତକୁ ଚାହିଁ ରହିଥିଲେ । କେବେ ଏହିଭଳି କିଛି ଘୋଷଣା ହେବ ଓ ଦେଶର ପ୍ରଗତିରେ ଯୁବାମାନଙ୍କର ଯୋଗଦାନ ରହିବ ।