Saturday 27th July 2024
ହାଡ଼ ଜନିତ ଏହି ବଡ଼ ରୋଗ ବିଷୟରେ ଆଗୁଆ ହୁଅନ୍ତୁ ସଚେତନ…

ହାଡ଼ ଜନିତ ଏହି ବଡ଼ ରୋଗ ବିଷୟରେ ଆଗୁଆ ହୁଅନ୍ତୁ ସଚେତନ…

ଆଣ୍ଠୁଗଣ୍ଠି ସମସ୍ୟା ବା ହାଡ଼ରେ ଯନ୍ତ୍ରଣା ହେବା ପ୍ରାୟତଃ ବୟସ୍କ ଲୋକଙ୍କ ଭିତରେ ଦେଖାଯାଏ । କିନ୍ତୁ ଆଜିକାଲି ସବୁ ବୟସ ବର୍ଗଙ୍କ ଭିତରେ ଏହି ସମସ୍ୟା ଦେଖାଦେଉଛି । ପିଲାଠୁ ବୁଢ଼ା ଲୋକଙ୍କ ପର୍ଯ୍ୟନ୍ତ କିଛି ନା କିଛି ହାଡ଼ ଜନିତ ସମସ୍ୟା ଦେଖାଦେଉଛି । ହାଡ଼ଜନିତ ବିଭିନ୍ନ ପ୍ରକାରର ରୋଗ ରହିଛି ସେଥି ମଧ୍ୟରୁ ଓଷ୍ଟୋପୋରୋସିସ୍ ଅନ୍ୟତମ । ତେବେ ଆସନ୍ତୁ ଏହି ରୋଗ ବିଷୟରେ ଅଧିକ କିଛି ଜାଣିବା । କାହିଁକି ଓ କେଉଁ ଲକ୍ଷଣ ପାଇଁ ହୋଇଥାଏ ଓଷ୍ଟୋପୋରୋସିସ୍ ।Osteoporosis - Fact File by QNET - QBuzz India| Voice of QNET in India() ହାଡ଼ ପାଇଁ ଭିଟାମିନ୍ ଡି, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ସହିତ କେତେକ ଭିଟାମିନ୍ ଏବଂ ମିନେରାଲ୍ସ ଜରୁରୀ ହୋଇଥାଏ । ଯଦି ଶରୀରରେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ ତେବେ ଶରୀରରେ କଷ୍ଟ, ମାଂସପେଶୀ ଏବଂ ହାଡ଼ରେ ଯନ୍ତ୍ରଣା ହୋଇଥାଏ । ଯଦି ଏହି ପୋଷକ ତତ୍ତ୍ୱ ଗୁଡ଼ିକର କ୍ରମାଗତ ଭାବେ ଅଭାବ ଦେଖାଯାଏ ତେବେ ହାଡ଼ ଭାଙ୍ଗିଯିବାର ସମ୍ଭାବନା ଅଦିକ ଥାଏ ।

ଦାନ୍ତର ମାଢ଼ି ଦୁର୍ବଳ ହେବା:

ହାଡ଼ ଦୁର୍ବଳ ହେଲେ ଦାନ୍ତର ମାଢ଼ିକୁ ବହୁ ଅସୁବିଧାର ସମ୍ମୁଖିନ କରିବାକୁ ପଡ଼ିଥାଏ । ମାଢ଼ିରେ ଥିବା ହାଡ଼ ଦାନ୍ତକୁ ଜାବୁଡ଼ି ଧରିଥାଏ ଏବଂ ବୟସ ପରେ ଏହା ଅନ୍ୟ ହାଡ଼ ପରି ଦୁର୍ବଳ ହେବା ଆରମ୍ଭ କରିଦିଏ । ବେଳେ ବେଳେ ଦାନ୍ତ ମଧ୍ୟ ଉପୁଡ଼ି ପଡ଼େ ଏବଂ ମାଢ଼ିର ହାଡ଼ ଦୁର୍ବଳ ହେବା ଦ୍ୱାରା ଦାନ୍ତ ମଧ୍ୟ ନଷ୍ଟ ହୋଇଯାଏ ।

ନଖ ଦୁର୍ବଳ ହେବା ଏବଂ ଫାଟିଯିବା:

ଯଦି ଆପଣଙ୍କ ନଖ ବାରମ୍ବାର ଭାଙ୍ଗିଯାଏ ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଏବଂ କୋଲାଜେନର ଅଭାବ ଥିବାର ଏହା ଏକ ପ୍ରମାଣ ଅଟେ । ମଜଭୁତ ହାଡ଼ ପାଇର୍ ଏହି ଦୁଇ ପୋଷକ ତତ୍ତ୍ୱ ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଏ । ଯାହା ଏହି ରୋଗର ଏକ ସଙ୍କେତ ଦେଇଥାଏ ।

ଶରୀର ଆଗକୁ ନଇଁ ଯାଏଁ:

ଶରୀରରେ ହାଡ଼ ଦୁର୍ବଳ ହେବା କାରଣରୁ ଶରୀର ଆଗକୁ ଧିରେ ଧିରେ ନଇଁ ଯାଏଁ । ତେବେ ଏହା ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଯଦି ଭାରୀ ଜିନିଷ ନଉଠେଇ ମଧ୍ୟ ମେରୁଦଣ୍ଡ ଅଗକୁ ନଇଁ ଯାଏଁ  କିମ୍ବା ଠିକ୍ ସେ ନବସିଲେ ମେରୁଦଣ୍ଡ ପାଖାପାଖି ଥିବା ମାଂସପେଶୀ ଦୁର୍ବଳ ଲାଗେ, ତେବେ ହୋଇପାରେ କି ଆପଣଙ୍କ ହାଡ଼ ଦୁର୍ବଳ ହେବା ଆରମ୍ଭ କରିଦେଲାଣି ।

ହାର୍ଟବିଟ୍ ବଢ଼ିଯିବା:

ହାର୍ଟବିଟ୍ ଗୋଟିଏ ମିନିଟ୍‌ରେ ୬୦ରୁ ୧୦୦ ଥର ଧଡ଼କୁ ଥାଏ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ମିନିଟ୍ ପ୍ରତି ୮୦ଥର ଧଡ଼କିଲେ ତାହା ଆପଣଙ୍କ ଅଣ୍ଟାର ହାଡ଼, ମେରୁଦଣ୍ଡର ହାଡ଼ ଭାଙ୍ଗିବାର ଆଶଙ୍କା ବଢ଼ିଯାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )