Friday 29th March 2024
ରେସିଡେଣ୍ଟ ଜିଓ ଆସୋସିଏଟ୍ ପଦବୀ ପାଇଁ ସମ୍ୱଲପୁରରେ ଜିଓ ବାହାର କରିଛି ବିଜ୍ଞପ୍ତି ! ଫ୍ରେସର ଥିଲେ ବି ଆବେଦନ କରିପାରିବେ !

ରେସିଡେଣ୍ଟ ଜିଓ ଆସୋସିଏଟ୍ ପଦବୀ ପାଇଁ ସମ୍ୱଲପୁରରେ ଜିଓ ବାହାର କରିଛି ବିଜ୍ଞପ୍ତି ! ଫ୍ରେସର ଥିଲେ ବି ଆବେଦନ କରିପାରିବେ !

ବର୍ତ୍ତମାନ ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ରିଲାଏନ୍ସ କମ୍ପାନୀରେ ଅନେକ  ବ୍ରାଞ୍ଚ  ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି ।

ଏହି ନିଯୁକ୍ତିଟି ସମ୍ବଲପୁର ଜିଲ୍ଲା ପାଇଁ ବାହାରିଛି ।

 

ପଦବୀ ର ନାମ – ରେସିଡେଣ୍ଟ  ଜିଓ  ଆସୋସିଏଟ୍ 

 

ଏହି ଲିଙ୍କ୍ କୁ ଯାଇ ଜିଓ ଟେଲିକମ୍ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

ସ୍ଥାନ – ସମ୍ବଲପୁର ଜିଲ୍ଲା

 

ଶିକ୍ଷାଗତ ଯୋଗ୍ୟତା  – 

ଦଶମ ପାସ୍ କରିଥିଲେ ବି ଆବେଦନ କରିପାରିବେ ।

+୨ ପାସ୍ କରିଥିଲେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –

୧) ଆବେଦନ କରିବାପାଇଁ କୌଣସି ଅଭିଜ୍ଞତା ର ଆବଶ୍ୟକତା ନାହିଁ ।

୨) ଫ୍ରେସର ହୋଇଥିଲେ ବି ଆବେଦନ କରିପାରିବେ ।

୩) କୌଣସି କମ୍ପାନୀରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

୧) ଓଡିଆରେ ଭଲ ଭାବରେ ବୁଝି ପାରୁଥିବା ଦରକାର ।

୨) ସମ୍ୱଲପୁରୀ ଭାଷା ବୁଝିପାରୁଥିବା ଦରକାର ଏବଂ କହିପାରୁଥିବା ଦରକାର  ।

୩) ଆଞ୍ଚଳିକ ଲୋକଙ୍କ ସହ ଭଲ ଭାବରେ ମିଶିପାରୁଥିବା ଦରକାର ।

୪)  ଭଲ ଇଣ୍ଟରପର୍ସନାଲ୍ ସ୍କିଲ୍ ସହ ସେଲ୍ସ୍ ସ୍କିଲ୍ ର ଦକ୍ଷତା ଥିବା ଦରକାର ।

୫)  ଉତ୍ପାଦ ଏବଂ ସେବା ଗୁଡିକୁ ବୁଝିପାରୁଥିବା ଦରକାର । ଏହାର ଭ୍ୟାଲୁ ବା ମୂଲ୍ୟ ବୃଦ୍ଧି କରିପାରୁଥିବା ଦରକାର ।

୬)  ପୂର୍ବରୁ ଲଜିଷ୍ଟିକ୍ କିମ୍ବା ବିକ୍ରୟ ଅଭିଜ୍ଞତା ଥିଲେ ଅତିରିକ୍ତ ସୁବିଧା ହେବ ।

୭) ଲକ୍ଷ୍ୟ ଏବଂ ଫଳାଫଳ ଭିତ୍ତିକ ନିଷ୍ପତି ନେଇପାରୁଥିବା ଦରକାର । ଚାକିରୀ ପାଇଁ ଟାର୍ଗେଟ୍ ମନବୃତ୍ତି ଥିବା ଆବଶ୍ୟକ । 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ମାର୍କେଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।

୨)ଫୋକସ୍ ଓରିଏଣ୍ଟ ହୋଇ କାମ କରିବାକୁ ପଡିବ ।

୩) ଇଭେଣ୍ଟ ମାଧ୍ୟମରେ ସିଧାସଳଖ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବାକୁ ପଡିବ । 

୪) ଜିଓ ଆସୋସିଏଟ୍ ଭାବରେ ଖୁଚୁରା ଆଉଟଲେଟ୍ ର ଅନ୍-ବୋର୍ଡିଂ ଏବଂ କାର୍ଯ୍ୟକ୍ଷମତା କୁ ତଦାରଖ କରିବାକୁ ପଡିବ ।

୫) ହୋମ ଫୁଲଫିଲ୍ ମେଣ୍ଟ ଅଫ୍ ଜିଓ ସିମ୍ । ଯେଉଁଥିରେ ଜିଓ ସିମ୍ ସର୍ଭିସ୍ କୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ ।

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )