Friday 26th April 2024
ମଶା ପାଇଁ ଚିନ୍ତାରେ ଅଛନ୍ତି କି ? ଜାଣନ୍ତୁ କେଉଁଗଛ ଘର ପାଖରେ ଲଗାଇଲେ ଘରେ ମଶା ହେବେ ନାହିଁ !

ମଶା ପାଇଁ ଚିନ୍ତାରେ ଅଛନ୍ତି କି ? ଜାଣନ୍ତୁ କେଉଁଗଛ ଘର ପାଖରେ ଲଗାଇଲେ ଘରେ ମଶା ହେବେ ନାହିଁ !

ଗ୍ରୀଷ୍ମଦିନ ହେଉ କିମ୍ୱା ଶୀତ ଦିନ , ସବୁଦିନ ମଶାଙ୍କର ପ୍ରାଦୁର୍ଭାବ ଥାଏ । ମଶାରୀ ନ ଟାଣିଲେ ଶାନ୍ତିରେ ଶୋଇବା ଭାରି କଷ୍ଟକର । କାରଣ ମଶା କାମୁଡିଲେ ନିଦ ହୁଏ ନାହିଁ । ଓଡିଶାର ବିଭିନ୍ନ ସ୍ଥାନରେ ମଶାର ପ୍ରାଦୁର୍ଭାବ ଅଧିକ । ମଶା ଦିନ ରାତି କିଛି ମାନୁ ନାହାନ୍ତି । ଘର, ବାହାର, ବାଡ଼ି ବଗିଚା, ଛାତ ସବୁଠି ଭଣଭଣ ହୋଇ ଘେରି ଯାଉଛନ୍ତି। ଟିକିଏ ଅନ୍ଧାରିଆ ଜାଗା ପାଇଲେ କାମୁଡ଼ି ଗୋଡ଼, ହାତ, ମୁହଁ ଫୁଲାଇ ଦେଉଛନ୍ତି । ଏମିତିକି ପାଟି, ନାକରେ ବି ପଶି ଯାଉଛନ୍ତି। ଝୁଣା ଧୂଆଁ କି ନାମୀଦାମୀ ବ୍ରାଣ୍ଡ୍‌ର ମଶାବତି, କିଛି ସେମାନଙ୍କୁ କାଟୁ କରୁନି। ବଜାରରେ ମଶାମରା ନେଟ୍‌ରେ ଯେତିକି ମରୁଛନ୍ତି, କବାଟ, ଝରକା ଖୋଲିଲେ ତା’ର ତିନିଗୁଣା ଘରେ ପଶି ଯାଉଛନ୍ତି। ଏଇ କିଛି ବର୍ଷ ହେବ,  ଏମିତି କଲବଲ କରୁଛନ୍ତି ମଶା । ନା ରାତିରେ ଆରାମରେ ଶୋଇହେଉଛି ନା ଦିନରେ ବାଡ଼ି ବଗିଚାକୁ ଯାଇହେଉଛି । ସହରରେ ମଧ୍ୟ ପାର୍କ ଗୁଡିକରେ ମଶା ସଂଖ୍ୟା ଅଧିକ । ସଂଧ୍ୟା ହେଉ ହେଉ ଲୋକେ ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ପରିବେଶ ପ୍ରଦୁଷଣ ଏବଂ ଜଳବାୟୁ ପ୍ରଦୁଷଣ ପାଇଁ ମଶା ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରୁଛନ୍ତି । ତେବେ ମତ ଏବଂ ମତାନ୍ତର ମଧ୍ୟରେ ମଶା ସଂଖ୍ୟା କମିବାର ସମ୍ଭାବନା ଦେଖାଯାଉନାହିଁ । ସହରାଞ୍ଚଳ ଗୁଡିକରେ କେବଳ ନାଁକୁ ମାତ୍ର ଦୁଇ ତିନିଥର ମଶାଧୂଆଁ ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥାଏ । ବିଶେଷଜ୍ଞଙ୍କ କହିବା କଥା, ମଶା ଧୂଆଁ ଛଡ଼ା ହେବା ଦ୍ବାରା ଅଳ୍ପ କିଛି ମଶା ମରିଥାଆନ୍ତି । ଜୀବନ ବଞ୍ଚାଇବାକୁ ମଶା ଲୋକଙ୍କ ଘର ଭିତରକୁ ପଶି ଯାଆନ୍ତି। ତେଣୁ ଏହାଦ୍ବାରା ବିଶେଷକିଛି ଲାଭ ମିଳି ନଥାଏ ।  ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହେଉଥିବାବେଳେ ମଶା କାମୁଡ଼ିଲେ କୁଣ୍ଡାଇହୁଏ ଏବଂ ମଶା କାମୁଡିଥିବା ଜାଗା ଲାଲ ପଡ଼ିଯାଏ । ସାଧାରଣତଃ ମଶା କାମୁଡ଼ିବା ଯୋଗୁଁ ମ୍ୟାଲେରିଆ ହୋଇଥାଏ । ପ୍ଲାଜମୋଡିୟମ ପାରାସାଇଟସ୍ ଦ୍ୱାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି

ତେବେ ପ୍ରତ୍ୟେକ ଦିନ ମଶା ଧୁପ ଜାଳିବା ଦ୍ୱାରା ମଶା ଆସିନପାରନ୍ତିି । କିନ୍ତୁ ମଶାଧୁପ ର ଧୁଆଁ ଶରୀର ପାଇଁ ଅତ୍ୟନ୍ତ କ୍ଷତି କାରକ । ଏହି ଧୁଆଁ ପ୍ରତ୍ୟେକ ଦିନ ନାକ ଦେଇ ଫୁସଫୁସ୍ କୁ ଯାଇଥାଏ । ଏହା ଫଳରେ ଶରୀରରେ ଅନେକ ପ୍ରକାର ର ଶ୍ୱାସ ଜନିତ ରୋଗ ଦେଖାଯିବାର ସମ୍ଭାବନା ଥାଏ । ପୁଣି ଏହି ଧୁଆଁ ମନୁଷ୍ୟର ଆଖିର ରେଟିନା କୁ ମଧ୍ୟ ଖରାପ କରିପାରେ । କାରଣ ଏହି ଧୁଆଁ ବିଷାକ୍ତ ଅଟେ ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତିବି ଗଛ ଅଛି , ଯାହା ପାଖକୁ ମଶା ଆସନ୍ତି ନାହିଁ । ଓଡିଆ ଡେଲିର ଏହି ଆର୍ଟିକିଲ୍ ଟିକୁ ପଢନ୍ତୁ ଏବଂ ଜାଣନ୍ତୁ କେଉଁଗଛ ଘର ପାଖରେ ଲଗାଇଲେ ଘରେ ମଶା ହେବେ ନାହିଁ । 

 

୧) ପୋଦିନା – ପୋଦିନା ଗଛ ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା । କାରଣ ଏହି ଉଦ୍ଭିଦର ସୁଗନ୍ଧ ଭଲ । ଏହି ବାସ୍ନା ମଶାମାନଙ୍କୁ ଘଉଡାଇବା ପାଇଁ ମଧ୍ୟ କାମ କରେ । ମଶା ଏବଂ ଅନ୍ୟାନ୍ୟ କୀଟମାନେ ଏହି ସୁଗନ୍ଧରେ ପୋଦିନା ଗଛ ପାଖକୁ ଯାଇପାରନ୍ତି ନାହିଁ । ଯଦି ଆପଣ ଏହି ଗଛ ଆପଣଙ୍କ ଘର ପାଖରେ ଲଗାଇବେ ତେବେ ଘର ସୁଗନ୍ଧିତ ହେବା ସହ ମଶା ସଂଖ୍ୟା କମିବ । ଘରକୁ ମଶା ଆସିବେ ନାହିଁ । 

୨) ଲେମନ୍‌ଗ୍ରାସ୍ – ଲେମନ୍‌ଗ୍ରାସ୍‌ରେ ସାଇଟ୍ରାଲ ନାମକ ଏକ ଯୌଗିକ ପଦାର୍ଥ ରହିଥାଏ, ଯାହା ମଶା ଏବଂ କୀଟପତଙ୍ଗକୁ ଘଉଡାଇଦିଏ । ଲେମନ୍‌ଗ୍ରାସ୍ ସହଜରେ ବଢୁଥିବା ଏକ ଉଦ୍ଭିଦ, ଯାହା ଉଦ୍ୟାନର ସୌନ୍ଦର୍ଯ୍ୟ ବଢାଇବା ବ୍ୟତୀତ ମଶା ଏବଂ କୀଟପତଙ୍ଗକୁ ମଧ୍ୟ ଦୂରେଇ ରଖିଥାଏ । ଲେମନ୍‌ଗ୍ରାସ୍ ଟିକୁ ଆପଣ ଘର ଅଗଣା କିମ୍ବା ଗେଟ୍ ପାଖରେ ଲଗାଇ ପାରିବେ । 

୩) ଗେଣ୍ଡୁ ଗଛ – ଗେଣ୍ଡୁ ଗଛ ଏକ ଫୁଲ ଗଛ । ଏହି ଫୁଲରୁ ଆସୁଥିବା ଗନ୍ଧ ମଣିଷକୁ ଆକର୍ଷିତ କରିଥାଏ ଏବଂ ଏହା ମଶାମାନଙ୍କୁ ଦୂରେଇ ଥାଏ ।  ଗେଣ୍ଡୁ ଫୁଲ କେବଳ ବଗିଚାର ସୌନ୍ଦର୍ଯ୍ୟକୁ ବଢାଏ ନାହିଁ, ବରଂ ଏହା ମଶା ଏବଂ ଅନ୍ୟ କୀଟପତଙ୍ଗକୁ ମଧ୍ୟ ଦୂରେଇ ରଖିଥାଏ । ପାଇରେଥ୍ରମ୍ ପରି କୀଟନାଶକ ଗେଣ୍ଡୁରେ ମିଳିଥାଏ, ଯାହା କୀଟପତଙ୍ଗକୁ ବୃଦ୍ଧି କରିବାକୁ ଦେଇ ନଥାଏ । ଏହି ଗଛ ଟିକୁ ଆପଣ ନିଜ ବଗିଚା କିମ୍ବା ଗେଟ୍ କିମ୍ବା ଝରକା ପାଖାପାଖି ଲଗାଇ ପାରିବେ ।

Worried about Mosquitoes ? Know which tree keeps them away!

୪) ଅଦା ଏବଂ ରସୁଣ ଗଛ – ଅଦା ଏବଂ ରସୁଣ ହେଉଛି ଭାରତୀୟ ଖାଦ୍ୟ ର ପ୍ରଥମ ପ୍ରାଥମିକତା । କାରଣ ଅଦା ଏବଂ ରସୁଣକୁ ଖାଦ୍ୟରେ ବ୍ୟବହାର କରିବାଦ୍ୱାରା ଖାଦ୍ୟର ସ୍ୱାଦ ବଢିବା ସହ ଏହା ଏକ ମସଲା ପରି କାମ କରିଥାଏ । ଯାହାକି ଆୟୁର୍ବେଦିକ ଔଷଧ ପରି କାମ କରିଥାଏ । ରସୁଣ-ଅଦା ଗଛ ଲଗାଇଲେ ଆପଣ ଦୁଇ ପ୍ରକାରର ଲାଭ ପାଇବେ। ପ୍ରଥମତଃ ଆପଣ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରିବେ ଏବଂ ଦ୍ୱିତୀୟରେ, ଆପଣ ମଶା ଏବଂ ଅନ୍ୟ କୀଟପତଙ୍ଗକୁ ଦୂରରେ ରଖିବାରେ ସକ୍ଷମ ହେବେ। ଏହି ଉଦ୍ଭିଦଗୁଡିକର ଡାଳରୁ ଆସୁଥିବା ଦୁର୍ଗନ୍ଧ ମଶା ଏବଂ କୀଟପତଙ୍ଗକୁ ଆସିବାକୁ ଦିଏ ନାହିଁ ।

୫) ତୁଳସୀ – ତୁଳସୀ ହେଉଛି ଏକ ହର୍ବାଲ ଉଦ୍ଭିଦ, ଯାହା କେବଳ ଥଣ୍ଡା ଏବଂ କାଶ ପାଇଁ ଔଷଧ ଭାବରେ ବ୍ୟବହୃତ ହୁଏ । ଏହା ମଶାମାନଙ୍କୁ ମଧ୍ୟ ତଡ଼ି ଦେଇପାରେ। ତୁଳସୀର ସୁଗନ୍ଧ ମଶା ଲାର୍ଭା ବୃଦ୍ଧିକୁ ରୋକିଥାଏ, ଯେଉଁ କାରଣରୁ ମଶାମାନେ ଅଣ୍ଡା ଦେବାରେ ସକ୍ଷମ ହୁଅନ୍ତି ନାହିଁ ଏବଂ ଏହା ଦ୍ୱାରା ସେମାନଙ୍କ ସଂଖ୍ୟା ବୃଦ୍ଧି ହୁଏ ନାହିଁ । ହିନ୍ଦୁ ଧର୍ମ ଶାସ୍ତ୍ରରେ ତୁଳସୀକୁ ବୃନ୍ଦାବତୀ ବୋଲି କୁହାଯାଇଛି । ତୁଳସୀ ଚଉରାରେ ତୁଳସୀ ଗଛ ଲଗାଇ ଅନେକ ଲୋକ ପୂଜାର୍ଚ୍ଚନା କରିଥାନ୍ତି । ତୁଳସୀ ଗଛ ଅଧିକ ଥିଲେ ଆପଣଙ୍କ ଘରକୁ ଅମ୍ଲଜାନ ଯୁକ୍ତ ଔଷଧିୟ ପବନ ପ୍ରବେଶ କରିବ । ମଶା ଯିବା ସହ ଆପଣଙ୍କୁ ସବୁବେଳେ ପ୍ରାକୃତିକ ଉପାୟରେ ଫ୍ରେସ୍ ଲାଗିବ । 

 

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )