Saturday 27th July 2024
ମାନସିକ ଚାପ ମେଦବହୁଳତାର କାରଣ !

ମାନସିକ ଚାପ ମେଦବହୁଳତାର କାରଣ !

ବର୍ତ୍ତମାନ ସମୟରେ ମୋଟାପଣ ଚିନ୍ତାର କାରଣ ପାଲିଟିଛି । ଅନେକ ଲୋକ diet maintain କରିମଧ୍ୟ ମେଦବହୁଳତାର ଶିକାର ହେଉଛନ୍ତି । କିଛି ବ୍ୟକ୍ତି ଜିମ୍ ଗଲେ ମଧ୍ୟ ଓଜନ ହ୍ରାସ କରିପାରୁନାହାନ୍ତି । ସତେ ଯେମିତି ମେଦବହୁଳତାର କାରଣ କିଛି ଲୋକଙ୍କ ପାଇିଁ ଏକ ରହସ୍ୟ ହେଇ ରହିଯାଇଛି । ତେବେ ବୈଜ୍ଞାନିକ ମାନଙ୍କର ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରିପୋର୍ଟ ଅନୁଯାଇ ଜଣାପଡିଛି ଯେ, ଚିନ୍ତା ଏବଂ ଚାପ ମେଦବହୁଳତାର ଅନ୍ୟଏକ କାରଣ ।

ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଚିନ୍ତା କିପରି ଚର୍ବି ବଢାଏ –

ଆମ ଦେହରେ ଅନେକ ହରମୋନ୍ ଅଛି । ସେଥିମଧ୍ୟରୁ ଗୋଟିଏ ହରମୋନ୍ ହେଉଛି କର୍ଟିସୋଲ୍ ହରମୋନ୍ । କର୍ଟିସୋଲ୍ ହରମୋନ୍ ଏକ ଷ୍ଟ୍ରେସ୍ ହରମୋନ୍ । କୌଣସି ପ୍ରକାରର ଚାପ କିମ୍ବା ଚିନ୍ତା କର୍ଟିସୋଲ୍ ହରମୋନ୍‌କୁ  ବୃଦ୍ଧି କରେ ।

କର୍ଟିସୋଲ୍ ହରମୋନ୍ ଭୋକକୁ ବଢେଇଥାଏ କାରଣ ଏହା ଇନସୁଲିନ୍ ରିଲିଜ୍‌କୁ ବୃଦ୍ଧି କରିଥାଏ । ଇନସୁଲିନ୍ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖିବା ପାଇଁ ଆବଶ୍ୟକ । ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଅଧିକ ଚାପଗ୍ରସ୍ତ ରହିଥାଆନ୍ତି , ସେମାନଙ୍କ ଶରୀରରେ  ଅଧିକ କର୍ଟିସୋଲ୍ ହରମୋନ୍ ଉତ୍ପାଦନ ହେଇଥାଏ । ଯାହା ଫଳରେ ଅନ୍ୟ ହରମୋନ୍ ଗୁଡିକର ଉତ୍ପାଦନ କମିଯାଇଥାଏ । ଅତ୍ୟଧିକ ପରିମାଣର କର୍ଟିସୋଲ୍ ହରମୋନ୍ ଅନ୍ୟ ହରମୋନ୍  ଉପରେ କୁପ୍ରଭାବ ପକେଇଥାଏ ।

ଯେତେବେଳେ ଜଣେ ବହୁତ ଚାପରେ ଥାଏ, ସେତେବେଳ ତାର କୌଣସି ଜିନିଷ ଉପରେ ଠିକ୍ ଭାବରେ ନିୟନ୍ତ୍ରଣ ରହେନାହିଁ । ଅଧିକାଂଶ ବ୍ୟକ୍ତି ଅତ୍ୟଧିକ ଚାପର ବଶବର୍ତ୍ତି ହୋଇ ଖାଇବା ଉପରେ ନିୟନ୍ତ୍ରଣ ହରାଇ ବସନ୍ତି । ଆଉ କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କୁଭ୍ୟାସରେ ପଡିଯାଆନ୍ତି । ଚାପ କମେଇବା ପାଇିଁ ନିଶାଦ୍ରବ୍ୟ ର ସେବନ କରନ୍ତି । ଯାହାକି କମ୍ ସମୟ ମଧ୍ୟରେ ବ୍ୟକ୍ତିକୁ ମେଦବହୁଳତାର ଶିକାର କରାଇଥାଏ ।

କର୍ଟିସୋଲ୍ ହରମୋନ୍ ଭୋକ ବଢେଇଥାଏ । ଯାହାଫଳରେ ବହୁତ କିଛି ଅନାବଶ୍ୟକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ପଡିପାରେ । କର୍ଟିସୋଲ୍ ହରମୋନ୍ ଭୋକ ବଢେଇଥାଏ ଏବଂ ଅନ୍ୟ ପକ୍ଷରେ ମେଟାବୋଲିଜିମ୍ କୁ ମଧ୍ୟ ମନ୍ଥର କରିଥାଏ । ଯାହା ଫଳରେ ଅଧିକ ଖାଇଥିବା ଖାଦ୍ୟରୁ ମିଳିଥିବା ଶକ୍ତି ଶରୀରରେ ସଂରକ୍ଷିତ ହୋଇରହେ । ଶରୀରରେ ସଂରକ୍ଷିତ ଶକ୍ତି ଚର୍ବି ବା ମେଦ ଆକାରରେ ରହିଥାଏ । ଯାହାଫଳରେ ଶରୀରରେ ମେଦ ବଢିଚାଲେ । ଓଜନ ବଢିବା ସହ ମଧୁମେହ, ରକ୍ତଚାପ ବୃଦ୍ଧି, ହୃଦଘାତ, ଷ୍ଟ୍ରୋକ୍ ସମସ୍ୟା, ଗଣ୍ଠି ଯନ୍ତ୍ରଣା ବୃଦ୍ଧି, ଫୁସଫୁସ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ବୃଦ୍ଧି ପାଇଥାଏ ।

ଚାପ ସମ୍ବନ୍ଧୀୟ ଓଜନ ବୃଦ୍ଧିକୁ ଚିକିତ୍ସା କରି ସମାଧାନ କରିହେବ । ତେବେ ନିୟନ୍ତ୍ରଣ କରିବାରେ ପ୍ରଥମ ପଦକ୍ଷେପ ହେଉଛି ଡାକ୍ତରଙ୍କ ସହିତ ଚାପ ଜନିତ ଚିନ୍ତା ବିଷୟରେ ଆଲୋଚନା କରିବା । ଜଣେ ଭଲ ଡାକ୍ତର ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବା ଏବଂ ଚାପରୁ ମୁକ୍ତି ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଆପଣଙ୍କୁ ସାହାଯ୍ୟ କରିବେ । ଚାପରୁ ମୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ , ଆପଣଙ୍କର ଡାକ୍ତର ଏକ ପଞ୍ଜୀକୃତ Dietitian ଙ୍କ ସହ ପରାମର୍ଶ କରିବାପାଇିଁ ଉପଦେଶ ଦେଇପାରନ୍ତି । ଯିଏ ଚାପ ନିୟନ୍ତ୍ରଣ ଏବଂ ଓଜନ ହ୍ରାସ ଉପରେ ଧ୍ୟାନ ଦେଇ ଆପଣଙ୍କ ପାଇିଁ ଏକ ସନ୍ତୁଳିତ ପୁଷ୍ଟିକର ଖାଦ୍ୟର ତାଲିକା ପ୍ରସ୍ତୁତ କରିଦେବେ । ଯେପରିକି ଆପଣଙ୍କର ମାନସିକ ଚାପ ନିୟନ୍ତ୍ରଣରେ ରହିବା ସହ ଭୋକ ଉପରେ ମଧ୍ୟ ନିୟନ୍ତ୍ରଣ ରହିବ । ଦୀର୍ଘକାଳୀନ ଚିନ୍ତା ଶରୀରରେ ଅନେକ ସମସ୍ୟା ର କାରଣ ହେଇପାରେ ।

ଚାପ ଯୋଗୁଁ ଓଜନ ବଢିପାରେ । ନିୟମିତ ବ୍ୟାୟାମ କରିବା ସହ, ସୁସ୍ଥ ଖାଦ୍ୟ ଖାଇବା, ସକାରାତ୍ମକ ମନୋବୃତ୍ତି ସହ ଧ୍ୟାନ ଅଭ୍ୟାସ କରିବା ଆପଣଙ୍କ ଚାପ କମାଇବା ଏବଂ ଓଜନକୁ ନିୟନ୍ତ୍ରଣ କରିପାରିବା ରେ ସହାୟକ ହୁଏ ।

ଶାରୀରିକ ଚାପ କିମ୍ୱା ଶାରୀରିକ ପରିଶ୍ରମ ନିଦ୍ରା ବଢେଇଥାଏ । କିନ୍ତୁ ମାନସିକ ଚାପ ନିଦ୍ରାହୀନତା ର ମୁଖ୍ୟ କାରଣ । ନିଦ୍ରା ଅଭାବରୁ ଅଧିକ କ୍ୟାଲୋରୀ ଗ୍ରହଣ ହୁଏ ଏବଂ ତା ସହ ହୁଏ ଓଜନ ବୃଦ୍ଧି । ଲେପ୍ଟିନ୍ ଏବଂ ଗ୍ରେଲିନ୍ ହରମୋନ୍ ପରିବର୍ତ୍ତନ ହେତୁ ଏହା ହୋଇପାରେ । ଅଧିକାଂଶ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ରାତିରେ ଅତି କମରେ ସାତ ଘଣ୍ଟା ଶୋଇବାକୁ ଚେଷ୍ଟା କରିବା ଉଚିତ୍ ।

ନିୟମିତ ବ୍ୟବଧାନରେ ବ୍ୟାୟାମ କରିବା ଦ୍ୱାରା ଶରୀରରେ ମାନସିକ ଚାପ ହ୍ରାସ ପାଇଥାଏ । ବ୍ୟାୟାମ କଲେ ଶରୀରରେ ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ । ଯାହାଫଳରେ ବ୍ୟାୟାମ ଦ୍ୱାରା କର୍ଟିସୋଲ୍ ହରମୋନ୍ ନିୟନ୍ତ୍ରଣରେ ରହିଥାଏ । ଚାପମୁକ୍ତ ହୋଇ ବ୍ୟାୟାମ କଲେ ଓଜନ  ହ୍ରାସ ଅଧିକ ଫଳପ୍ରଦ ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )