Thursday 25th April 2024
ପଠାନ୍ ନା ସେହେଜାଦା କାହାକୁ ମିଳୁଛି ଅଧିକ ଭଲପାଇବା ?

ପଠାନ୍ ନା ସେହେଜାଦା କାହାକୁ ମିଳୁଛି ଅଧିକ ଭଲପାଇବା ?

ଜାନୁଆରୀ ମାସ ଶେଷ ବେଳକୁ ଜବରଦସ୍ତ ସିନେମା ଆସୁଛି । ଏଇ ସପ୍ତାହରେ ପଠାନ୍ , ଗାନ୍ଧୀ ଗୋଡସେ ଭଳି ଚର୍ଚ୍ଚିତ ସିନେମାର ମଜା ଉଠାଇବେ ଦର୍ଶକ । କିନ୍ତୁ କଥାଟି ହେଲା ,ଦର୍ଶକଙ୍କ ଇଚ୍ଛା ଅନୁସାରେ ସିନେମା କେତେ ଭଲ ପ୍ରଦର୍ଶନ କରିପାରିବ । ପଠାନ୍ ୨୫ ଜାନୁଆରୀରେ ରିଲିଜ୍ ହେବାକୁ ଯାଉଛି ଆଉ ବର୍ତ୍ତମାନ ସମୟରେ ଟିକଟ ମିଳିବା ବି ବନ୍ଦ ହେଇଗଲାଣି । ଏହିଠାରୁ ହିଁ ଜଣାପଡିଯାଉଛି କି ଶାରୁଖାନ୍ ଙ୍କ ଚଳଚିତ୍ର ପାଇଁ ଦର୍ଶକ କେତେ ପାଗଳ । କିନ୍ତୁ ଏହାରି ଭିତରେ ସୋସିଆଲ ମିଡିଆରେ ଆଉ ଏକ ଯୁକ୍ତି ଚାଲିଛି । ଯେ ପଠାନ୍ ଙ୍କ ଠାରୁ ଆଉ ଏକ ଫିଲ୍ମକୁ ଲୋକ ବେଶୀ ଗ୍ରହଣ କରୁଛନ୍ତି । କାର୍ତ୍ତିକ ଆରୟନ୍ ଙ୍କ ଚଳଚିତ୍ର ସେହେଜାଦା ସହ ପଠାନ୍ କୁ ତୁଳନା କରାଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଦୁଇ ଫିଲ୍ମର ଟ୍ରେଲର । କାର୍ତ୍ତିକ ଆରୟନ୍ ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଏହା ଗୋଟିଏ । ଏହି ଫିଲ୍ମର ଟ୍ରେଲର ୧୨ ଜାନୁଆରୀ ଦିନ ମୁମ୍ବାଇରେ ଲଂଚ କରାଯାଇଥିଲା । ଏଥିରେ କାର୍ତ୍ତିକଙ୍କ ସହ କ୍ରିତି ସାନନ୍ ବି ନଜର ଆସୁଛନ୍ତି । ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧୱନ୍ । କିନ୍ତୁ ଏହା ଅରିଜିନାଲ ଚଳଚିତ୍ର ଉପରେ ପର୍ଯ୍ୟବେସିତ ନୁହେଁ । ବରଂ ଏହା ଅଲ୍ଲୁ ଅର୍ଜୁନଙ୍କ ଆଲା ବୈକୁଣ୍ଡପୁରମ୍ ର ହିନ୍ଦୀ ରିମେକ୍ । ଏହି ଫିଲ୍ମଟି ୧୦ ଫେବୃଆରୀରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ।

୨୦୨୩ ମସିହାରେ ବଲିଉଡ୍‌ ତାରକାମାନଙ୍କର ଅନେକ ଫିଲ୍ମ ରିଲିଜ୍‌ ହେବାକୁ ଅଛି। ଏହି ତାଲିକାରେ ଶାହାରୁଖ୍‌ ଖାନ୍‌, ସଲ୍‌ମାନ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟାନଙ୍କ ପରି କଳାକାର ସାମିଲ୍‌ ରହିଛନ୍ତି। କିଛି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇ ସାରିଛି ଓ କିଛି ଫିଲ୍ମର ଟ୍ରେଲର୍‌ ରିଲିଜ ହେବାକୁ ବାକି ଅଛି। ଏହା ମଧ୍ୟରେ ୧୧ ଦିନ ତଳେ ରିଲିଜ୍‌ ହୋଇଥିବା କାର୍ତ୍ତିକ ଆର୍ଯ୍ୟାନଙ୍କ ‘ଶୋହେଜାଦା’ ଫିଲ୍ମର ଟ୍ରେଲର୍‌ ଖୁବ୍‌ ଚର୍ଚ୍ଚାରେ ରହିଛି। ଏହି ଟ୍ରେଲର୍‌ଟି ରିଲିଜ୍‌ ହେବା ପରେ ୬୬ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ଯଦିଓ ତା’ ପୂର୍ବରୁ ରିଲିଜ୍‌ ହୋଇଥିବା ‘ପଠାନ୍‌’ର ମାତ୍ର ୫୬ ମିଲିୟନ୍‌ ଭିୟୁ ‌ହୋଇଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ପଠାନ୍‌’ ଚଳଚ୍ଚିତ୍ରକୁ ପଛରେ ପକାଇଛି କାର୍ତ୍ତିକଙ୍କ ‘ଶେହେଜାଦା’।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କାର୍ତ୍ତିକଙ୍କ ଏହି ଫିଲ୍ମଟି ଆସନ୍ତା ଫେବ୍ରୁଆରି ୧୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଯାହାର ଟ୍ରେଲର୍‌ ଜାନୁଆରି ୧୨ ତାରିଖରେ ରିଲିଜ୍‌ ହୋଇଥିଲା। ୟୁଟ୍ୟୁବ୍‌ରେ ରିିଲିଜ୍‌ ହୋଇଥିବା ଟ୍ରେଲର୍‌କୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି। ସେହିପରି ସୋସିଆଲ୍‌ ମିଡିଆରେ ଏହି ଫିଲ୍ମର ଟ୍ରେଲର୍‌କୁ ୧୦୦ ମିଲିୟନ୍‌ରୁ ଅଧିକ ଭିୟୁ ମିଳିସାରିଛି। ଯାହାକି କାର୍ତ୍ତିକ ଆର୍ଯ୍ୟାନଙ୍କ ପାଇଁ ଏକ  ସଫଳତା। ତେବେ ଦେଖିବାକୁ ବାକି ରହିଲା ଯେ ଅଗ୍ରୀମ ଟିକେଟ୍‌ ବୁକିଂ‌ କ୍ଷେତ୍ରରେ ‘ଶେହେଜାଦା’ ‘ପଠାନ୍‌’କୁ ପଛରେ ପକାଇ ପାରୁଛି କି ନାହିଁ।

ଆସନ୍ତା ୨୫ରେ ମୁକ୍ତିଲାଭ କରୁଥିବା ଶାହରୁଖ ଖାନଙ୍କ ‘ପଠାନ’ ‌ସିନେମାର ଅଗ୍ରିମ ଟିକେଟ ବିକ୍ରି ରେକର୍ଡ ଭାଙ୍ଗିଛି। ‘ପଠାନ୍‌’ ଅଗ୍ରିମ ବୁକିଂ ୨୦ କୋଟି ଟଙ୍କା ଅତିକ୍ରମ କରିଛି। ଶାହରୁଖ ଖାନଙ୍କ ପ୍ରତ୍ୟାବର୍ତ୍ତନ ଚଳଚ୍ଚିତ୍ର ପଠାନ କେବଳ ହିନ୍ଦୀ ଭାଷା ବଜାରରେ ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି କିଙ୍ଗ୍‌ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ। ପ୍ରାରମ୍ଭିକ ଟିଜର ଏବଂ ବେସରମ ଗୀତ ରିଲିଜ ହେବାପରେ ଏକ ବିବାଦ ଦେଖା ଦେଇଥିବାବେଳେ ଭାରତ ଏବଂ ବିଦେଶରେ ଅଗ୍ରିମ ଟିକେଟ୍ ବିକ୍ରି ଦ୍ରୁତ ଗତିରେ ଚାଲିଛି। ପ୍ରଶଂସକ ଏବଂ ଦର୍ଶକ ଉତ୍ସାହର ସହିତ ଶାହାରୁଖଙ୍କୁ ଏହି ଆକ୍ସନ୍-ପ୍ୟାକ୍ ମନୋରଞ୍ଜନର ଅପେକ୍ଷା କରିଛନ୍ତି। ଏପର୍ଯ୍ୟନ୍ତ ଅଗ୍ରିମ ବୁକିଂରେ ସର୍ବାଧିକ ଟିକେଟ୍ ବିକ୍ରି ରଣବୀର କପୁରଙ୍କ ‘ବ୍ରହ୍ମାସ୍ତ୍ର’ରୁ ଆସିଛି ଯାହା ୧୯.୬୬ କୋଟି ଟଙ୍କା ହୋଇଛି। ‘ପଠାନ୍‌’ ଚଳଚ୍ଚିତ୍ର ଜାନୁଆରି ୨୩ରେ ୨୦ କୋଟି ଟଙ୍କା ଅତିକ୍ରମ କରିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )