Friday 19th April 2024
ଶାରୁଖାନ୍ ଙ୍କ ବଦଳରେ ନଜର ଆସିପାରନ୍ତି ରଣବୀର ସିଂ ! “ଡନ୍ ୩” ର ଅବିଶ୍ୱସନୀୟ ଷ୍ଟାରକାଷ୍ଟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି !

ଶାରୁଖାନ୍ ଙ୍କ ବଦଳରେ ନଜର ଆସିପାରନ୍ତି ରଣବୀର ସିଂ ! “ଡନ୍ ୩” ର ଅବିଶ୍ୱସନୀୟ ଷ୍ଟାରକାଷ୍ଟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି !

ଶାରୁଖାନ୍ ଙ୍କ ନାଁରେ ଫିଲ୍ମ ହିଟ୍ ହୁଏ । କାରଣ ଶାରୁଖାନ୍ ଜଣେ ଭଲ ଅଭିନେତା । ଅତୀତରେ ସେ ଅନେକ ଗୁଡିଏ ହିଟ୍ ଫିଲ୍ମ ଦେଇଛନ୍ତି । ଫ୍ଲପ୍ ଷ୍ଟୋରୀ ସହ ଯଦି ଶାରୁଖାନ୍ ଙ୍କ ନାଁ ଏବଂ ତାଙ୍କ ଅଭିନୟ ଯୋଡି ହୋଇଯାଏ , ତେବେ ଫିଲ୍ମଟି ହିଟ୍ ହେବା କିଛି ବଡ କଥାନୁହେଁ । କାରଣ ନେଗେଟିଭ୍ କ୍ୟାରେକ୍ଟର ରେ ବି ହିରୋ ପରି ଲାଗିଥାନ୍ତି ଶାରୁଖାନ୍ । କେତେବେଳେ ଦେବଦାସ୍ ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କ ଆଖିରୁ ଲୁହ ଗଡାଇଛନ୍ତି ତ ପୁଣି କେତେବେଳେ ” ଦିଲଓ୍ୱାଲେ ” ଫିଲ୍ମରେ ଅଭିନୟ କରି କମେଡି ସହ ଆକ୍ସନରେ ଦର୍ଶକମାନଙ୍କୁ ଦିଓ୍ୱାନା କରିଛନ୍ତି କିଙ୍ଗ୍ ଖାନ୍ । ଶାରୁଖାନ୍ ଙ୍କ ଫ୍ୟାନ୍ କେବଳ ଭାରତରେ ନୁହଁନ୍ତି ବରଂ ଦେଶ ବିଦେଶରେ ଅଛନ୍ତି । ୧୯୯୭ ରେ ରିଲିଜ୍ ହୋଇଥିବା ” ଦିଲ୍ ତୋ ପାଗଲ୍ ହେ ” ର ରାହୁଲ୍ ହେଉ କିମ୍ବା ” ଚେନ୍ନାଇ ଏକ୍ସପ୍ରେସ ” ର ରାହୁଲ୍ ସବୁଥିରେ ଫିଟ୍ ଆସନ୍ତି ଶାରୁଖାନ୍ । ତାଙ୍କ ପ୍ରତ୍ୟେକଟି ଫିଲ୍ମରେ କିଛି ନା କିଛି ନୁଆଁ ଷ୍ଟାଇଲ୍ ଥାଏ । ତେଣୁ ତାଙ୍କ ନିଖୁଣ ଅଭିନୟରେ ଥାଏ ସତ ସତିକା ଇମୋସନ୍ । ରୋମାନ୍ସ ହେଉ କିମ୍ବା ଆକ୍ସନ୍ , ସବୁଥିରେ ଫିଟ୍ ଆସନ୍ତି ବଲିଉଡ୍ ର କିଙ୍ଗ୍ ଖାନ୍ । ବଲିଉଡ୍ ର ବାଦ୍‌ଶା କହିଲେ ଦର୍ଶକ କିଙ୍ଗ୍ ଖାନ୍  ଶାରୁଖାନ୍ ଙ୍କୁ ବୁଝନ୍ତି । ଭିନ୍ନ ଭିନ୍ନ ଚରିତ୍ରରେ ଆକର୍ଷଣୀୟ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ କ୍ରିଏଟ୍ କରିଛନ୍ତି ଶାରୁଖାନ୍ । ” ପଠାନ୍ ” ପରେ ଏବେ ଶାରୁଖାନ୍ ଙ୍କୁ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ” ଜଓ୍ୱାନ୍ ” ଫିଲ୍ମରେ । ” ପଠାନ୍ ” ଫିଲ୍ମ ସୁପରହିଟ୍ ହେଲାପରେ ଶାରୁଖାନ୍ ଙ୍କ କ୍ୟାରିୟର ପୁଣିଥରେ ପିକ୍ ରେ ପହଞ୍ଚିଛି ବୋଲି ସିନେ କ୍ରିଟିକ୍ସ ମତ ପ୍ରକାଶ କରୁଛନ୍ତି ।  ପୁଣିଥରେ କିଙ୍ଗ୍ ଖାନ୍ ମୋଡ୍ କୁ ଫେରିଛନ୍ତି ଶାରୁଖାନ୍ । ” ପଠାନ୍ ” ଫିଲ୍ମରେ ଯେପରି ସଲମାନ୍ ଖାନ୍ ଙ୍କ ଏଣ୍ଟ୍ରିଥିଲା ସେହିପରି ଟାଇଗର ଥ୍ରୀରେ ମଧ୍ୟ କୁଆଡେ ଶାରୁଖାନ୍ ଙ୍କ ଧମାକେଦାର ଏଣ୍ଟ୍ରି ଅଛି ବୋଲି ବଲିଉଡ୍ ରେ ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ଚର୍ଚ୍ଚା ମଧ୍ୟରେ ଗୋଟିଏ ଚର୍ଚ୍ଚା କଣ୍ଟ୍ରୋଭର୍ସି କ୍ରିଏଟ୍ କରୁଛି । “ଡନ୍ ୩” ରେ ଶାରୁଖାନ୍ ଙ୍କ ବଦଳରେ ନଜର ଆସିପାରନ୍ତି ରଣବୀର ସିଂ ।

ଏହି କଥାଟି କାହାକୁ ସହଜରେ ହଜମ ହେଉନାହିଁ । ବିଶେଷ କରି ଶାରୁଖାନ୍ ଙ୍କ ଫ୍ୟାନ୍ ଏବଂ ଡନ୍ ଫିଲ୍ମ ସିରିଜ୍ ର ଦିଓ୍ୱାନା ଏହି କଥାଟିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ ଅମିତାଭ ବଚ୍ଚନ ଙ୍କ ଅଭିନୟ କୁ ମେଚ୍ କରିବା ପାଇଁ ବଲିଉଡ୍ ରେ କାହାରବି ସାହାସ ନାହିଁ । କିନ୍ତୁ ଯେତେବେଳେ ଅମିତାଭ୍ ବଚ୍ଚନ୍ ଙ୍କ ଅଭିନୀତ ଫିଲ୍ମ ଡନ୍ ର ରିମେକ୍ ରେ ଶାରୁଖାନ୍ ଅଭିନୟ କରିଥିଲେ ଅନେକ ଫିଲ୍ମ କ୍ରିଟିକ୍ସ ଫିଲ୍ମଟି ଫ୍ଲପ୍ ହେବ ବୋଲି ମତ ପ୍ରକାଶ କରିଥିଲେ । ଫିଲ୍ମ ଟି ରିଲିଜ୍ ହେଲା ଏବଂ ସମସ୍ତଙ୍କର ମୁହଁ ଚୁପ୍ ହେଇଗଲା । ବକ୍ସ ଅଫିସ୍ ର ସବୁ ରେର୍କଡ୍ ଭାଙ୍ଗିଥିଲା ଏହି ଫିଲ୍ମ । ତାପରେ ଆସିଥିଲା ଏହି ଫିଲ୍ମ ର ସ୍ୱିକେଲ୍ ଏବଂ ତାହା ମଧ୍ୟ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଆଜିକା ସମୟରେ ସାଉଥ୍ ଫିଲ୍ମଗୁଡିକ ତୁଳନାରେ ଅଧିକାଂଶ ହିନ୍ଦୀ ଫିଲ୍ମ ଧରାଶାୟୀ ହୋଇଯାଇଥିବାବେଳେ ପଠାନ୍ କିନ୍ତୁ ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ କରିଥିଲା । ପ୍ରଥମେ ଖବର ଆସୁଥିଲା ବିଗ୍ ବଜେଟ୍ ଫିଲ୍ମ “ଡନ୍ ୩” ଆସୁଛି । ଯେଉଁଥିରେ ଶାରୁଖାନ୍ ଲିଡ୍ ରୋଲ୍ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ଡନ୍ ସିରିଜ୍ ର ଫିଲ୍ମ ଗୁଡିକ ଶାରୁଖାନ୍ ଙ୍କ ବିନା କିଛି ଖାସ୍ ଆଶାକରିବା ଠିକ୍ ନୁହଁ । କାରଣ ଦର୍ଶକ ଆଗରୁ ଡନ୍ ଫିଲ୍ମ ସିରିଜ୍ ରେ ଶାରୁଖାନ୍ ଙ୍କୁ ଗ୍ରହଣ କରିସାରିଛନ୍ତି । ଫରହାନ୍ ଅକତର ଏହାର ନିର୍ଦ୍ଦେଶନା ଦାଇତ୍ୱରେ ଅଛନ୍ତି । “ଡନ୍ ୩” ର କାହାଣୀ ର ଅଧାରୁ ଅଧିକ ଲେଖା ସରିଛି ବୋଲି ମତ ପ୍ରକାଶ କରିିଛନ୍ତି ରୀତେଶ ସିଦ୍ଧଓ୍ୱାନୀ । ତେବେ ଇତି ମଧ୍ୟରେ ଅବିଶ୍ୱସନୀୟ ଷ୍ଟାରକାଷ୍ଟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଶାରୁଖାନ୍ ଙ୍କ ବଦଳରେ ରଣବୀର ସିଂ ଅଭିନୟ କରିବା ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ବିଶେଷ ତଥ୍ୟ ମିଳିନାହିଁ । କିଛି ପୁରୁଣା ଟ୍ୟୁଇଟ୍ ଏବେ ଦର୍ଶକ ମାନଙ୍କ ଭିତରେ ଆଶା ସୃଷ୍ଟି କରୁଛି ।

 ଶାରୁଖାନ୍ “ଡନ୍ ୩” ରେ ଥିବା କଥା କେବଳ ଆନାଉନ୍ସ ମେଣ୍ଟ୍ ପରେ ହିଁ ଜଣାପଡିବ । ଗୁପ୍ତ ତଥ୍ୟ  ଅନୁସାରେ ଏହି ଫିଲ୍ମରେ ଅଭିତାଭ୍ ବଚ୍ଚନ୍ , ଶାରୁଖାନ୍ ଏବଂ ରଣବୀର ସିଂ ଥିବା କଥା ଶୁଣିବାକୁ ମିଳୁଛି । କିଏ କହୁଛି ଶାରୁଖାନ୍ ଏଭଳି ଫିଲ୍ମ କରିବାପାଇଁ ଆଉ ଚାହୁଁନାହାନ୍ତି ।

Shah Rukh Khan exits "Don 3" ! Is it true ! What next ?

ତେବେ ଦର୍ଶକ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଶାରୁଖାନ୍ ଙ୍କ ସ୍ଥାନ ନେବ କିଏ ? କାରଣ ଶାରୁଖାନ୍ ହିଁ ଏହି କ୍ୟାରେକ୍ଟର ପାଇଁ ଫିଟ୍ । 

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )