Thursday 25th April 2024
ଇତିହାସରେ ଲିପିବଦ୍ଧ ହୋଇ ରହିଛି ଭାରତୀୟ ମନ୍ଦିରର ରହସ୍ୟ

ଇତିହାସରେ ଲିପିବଦ୍ଧ ହୋଇ ରହିଛି ଭାରତୀୟ ମନ୍ଦିରର ରହସ୍ୟ

ଆମ ଦେଶ ଭାରତ ହେଉଛି ଏକ ଧର୍ମ ନୀରପେକ୍ଷ ଦେଶ । ଯେଉଁଠି କେବଳ ହିନ୍ଦୁ ନୁହେଁ ବରଂ  ବିଭିନ୍ନ ଧର୍ମ ଅବଲମ୍ବି ବ୍ୟକ୍ତି ବିଶେଷ ରହିଥାନ୍ତି । କିନ୍ତୁ ହିନ୍ଦୁତ୍ୱର ମାନ୍ୟତା ଏଠି ଅଧିକ ଥାଏ । ଯାହର  ପ୍ରମାଣ ହେଉଛି ହିନ୍ଦୁ ମନ୍ଦିର,  ଯାହା ଏକ ଆଧ୍ୟାତ୍ମିକ ଜାଗା ବୋଲି ମନ୍ୟତା ରହିଛି । ଯେଉଁଠି ଅତିତର ବିଭିନ୍ନ କଳା ଓ କାରୁକାର୍ଯ୍ୟ ଦେଖିବାକୁ ମିଳେ । ସେହି ମଧ୍ୟରୁ ଏକ କାରୁକାର୍ଯ୍ୟ ହେଉଛି କାମୋତ୍ତେଜକ । ତେବେ ଏଠି ଅନେକଙ୍କ ମନରେ ପ୍ରଶ୍ନ ଉଠେ କି ମନ୍ଦିର ଭଳି ଏକ ଆଧାତ୍ମିକ ପରିବେଶରେ ଏଭଳି ମୃର୍ତ୍ତି କଣ ପାଇଁ ନିର୍ମାଣ ହୋଇଥାଏ ? ତେବେ ଯଦି ଆପଣ ଏ ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ସୂଚନା ଟି ଆପଣଙ୍କ ପାଇଁ ।Lost Temples™ on Twitter: "When the world was busy imagining about fairy lands, our Ancients were making a Real One.... https://t.co/whi9QHALnE" / Twitter() ଭାରତରେ ପୂର୍ବ ରୁ ପଶ୍ଚିମ ଓ ଉତ୍ତର ରୁ ଦକ୍ଷିଣ ଅନେକ ମନ୍ଦିର ଅଛି । ଯାହାକି ନିଜ ଆଧାତ୍ମିକତା ଓ ଧାର୍ମିକ ଭାବନାକୁ ନେଇ ପ୍ରସିଦ୍ଧ । ଏହି ଭଳି ମନ୍ଦିରରେ ପ୍ରବେଶ କଲା ମାତ୍ରେ ଏକ ଆଲୌକିକ ଶକ୍ତିକୁ ଅନୁଭବ କଲା ଭଳି ଲାଗେ । ମନ୍ଦିର ମାନଙ୍କରେ ଭାରତର ପୁରାତନ ଇତିହାସ ଦେଖିବାକୁ ମିଳେ । ତେବେ ଏହି ମନ୍ଦିରରେ ହୋଇଥିବା କାମୋତ୍ତେଜକ କାରୁକାର୍ଯ୍ୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରେ । ତେବେ ଏହି ଭଳି କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କିଛି ମନ୍ଦିରର ନାମ ହେଉଛି ମଧ୍ୟପ୍ରଦେଶର “ଖଜୁରାହୁ ମନ୍ଦିର”, ମହାରାଷ୍ଟ୍ରର “ମାର୍‌କଣ୍ଡେଶ୍ୱର ମନ୍ଦିର”, ଓଡ଼ିଶାର “କୋଣାର୍କ, ସୂର୍ଯ୍ୟମନ୍ଦିର”, କର୍ଣ୍ଣାଟକର “ଭିରୁପାକ୍ସା ମନ୍ଦିର” ଅନ୍ୟତମ ।Experience These 10 Incredible Ancient Temples In India | Travel.Earthମଧ୍ୟପ୍ରଦେଶର “ଖଜୁରାହୁ ମନ୍ଦିର”- ଏହି ମନ୍ଦିର ଏବେ unesco ୱାର୍ଲ୍ଡ ହେରିଟାଇଡ ସାଇଟ୍ ତାଲିକାରେ ରଖାଯାଇଛି । ଏହି ମନ୍ଦିର ବିଶ୍ୱରେ ନିଜର ଏହି କାମୋତ୍ତେଜକ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ ଅଟେ । ଏହାର ନିର୍ମାଣ ୯୦୦ ଏଡି ରୁ ୧୧୩୦ ଏଡି ମଧ୍ୟରେ କରାଯାଇଥିଲା ।

ମହାରାଷ୍ଟ୍ରର “ମାର୍‌କଣ୍ଡେଶ୍ୱର ମନ୍ଦିର”- କୁହାଯାଏ କି ଏହି ମନ୍ଦିର ଗୋଟିଏ ରାତିରେ ଅଚାନକ ପ୍ରକଟ ହୋଇଥିଲା । ଯାହାକୁ ସୈତାନ ମାନେ ତିଆରି କରିଛନ୍ତି ବୋଲି କୁହାଯାଏ । ଏହି ମନ୍ଦିରରେ ମଧ୍ୟ କାମୋତ୍ତେଜକ କାରୁକାର୍ଯ୍ୟ ଦେଖିବାକୁ ମିଳେ ।

ଓଡ଼ିଶାର “କୋଣାର୍କ, ସୂର୍ଯ୍ୟମନ୍ଦିର”- ଆମେ ସମସ୍ତେ ଜାଣିଛେ ଯେ ୧୨୦୦ ବଢ଼େଇ ମିଶି ଏହି ମନ୍ଦିରର ନିର୍ମାଣ କରିଥିଲେ । ହେଲେ ଏହି ମନ୍ଦିରରେ ମଧ୍ୟ ଆମକୁ ଏହିଭଳି କାମୋତ୍ତେଜକ କାରୁକାର୍ଯ୍ୟ ଦେଖିବାକୁ ମିଳେ । ଯାହାକି ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରେ । ଏହି ମନ୍ଦିରରେ ହୋଇଥିବା କାରୁକାର୍ଯ୍ୟ “ଖଜୁରାହୁ ମନ୍ଦିର” ସହ ପ୍ରତିଯୋଗିତା କରେ ।

କର୍ଣ୍ଣାଟକର “ଭିରୁପାକ୍ସା ମନ୍ଦିର”- ଏହି ମନ୍ଦିର ମଧ୍ୟ unesco ୱାର୍ଲ୍ଡ ହେରିଟାଇଡ ସାଇଟ୍ ତାଲିକାରେ ରଖାଯାଇଛି। ମନ୍ଦିରର ଚାରିପାଖରେ ହୋଇଥିବା କାରୁକାର୍ଯ୍ୟ ଲୋକ ମାନଙ୍କୁ ଆକୃଷ୍ଟ କରିଥାଏ ।

ଏହି ୪ଟି ମନ୍ଦିରରେ ପଥରରେ ନିର୍ମିତ କାରୁକାର୍ଯ୍ୟରେ ଲିପିବଦ୍ଧ ହୋଇଥିବା କାହାଣୀକୁ ମଧ୍ୟ ଦର୍ଶାୟେ। କୁହାଯାଏ କି ଏହି ମନ୍ଦିର ଗୁଡ଼ିକୁ ନିର୍ମାଣ କରିଥିବା ରାଜା ମାନେ କଳାଯାଦୁ ବା ତାନ୍ତ୍ରିକ କାର୍ଯ୍ୟ ଅଭ୍ୟାସ କରୁଥିଲେ ।

ମନ୍ଦିରରେ କାମୋତ୍ତେଜକ କାରୁକାର୍ଯ୍ୟକରିବାର କାରଣ କଣ?

କିଛି ଜଣ କୁହନ୍ତି କି ପୂର୍ବରୁ ରାଜା ମହାରାଜା ମାନେ ମହା ଆଡ଼ମ୍ବରେ ବଞ୍ଚୁଥିଲେ । ନିଜ ଖୁସି ପାଇଁ ସେମାନେ ଏଭଳି କାରୁକାର୍ଯ୍ୟ ମନ୍ଦିରରେ କରାଉଥିଲେ । ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ କାମସୂତ୍ର ପାଠ ପାଇଁ ଏଭଳି କାରୁକାର୍ଯ୍ୟ ମନ୍ଦିରରେ ତିଆରି କରାଯାଉଥିଲା । କାରଣ ସେତେବେଳେ ଲୋକ ମାତ୍ରାଧିକ ମନ୍ଦରକୁ ହିଁ ଆସନ୍ତି ତେଣୁ ସେ ସମ୍ବନ୍ଧରେ ଅଧିକ କିଛି ଠିକ୍ ଜିନିଷ ଜାଣିପାରିବେ ବୋଲି ଏଭଳି କାରୁକାର୍ଯ୍ୟ କରାଯାଉଥିଲା । ଆମେ ସମସ୍ତେ ଜାଣିଛେ ଯେ ହିନ୍ଦୁ ଧର୍ମ ୪ଟି ସ୍ତମ୍ବ ଉପରେ ଆଧାରିତ ଯାହା ହେଉଛି, ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ୍ୟ ।Apsaras Part II - The Mystic Ornaments of Hindu Temple Architecture - Indic Todayସେତେବେଳେ ଏହି ୪ଟି ସ୍ତମ୍ବକୁ ସମାନ ଦୃଷ୍ଟିରେ ଦେଖାଯାଉଥିଲା । ଆଉ ମନ୍ଦିର ଏଭଳି ଏକ ଯାଗା ଥିଲା ଯେଉଁଠି ଏହା ସମ୍ଭବ ଥିଲା । ଯେପରି କି ମନ୍ଦିରରେ ବହୁ ଦେବାଦେବୀଙ୍କ ମୃର୍ତ୍ତି ହେଉଛି ଧର୍ମର ପ୍ରତିକ ଏବଂ ସୁନା, ଗହଣ, ହୀରା, ମୋତି ଆଦି ଅର୍ଥର ପ୍ରତିକ ସେହି ଭଳି ଏଭଳି କାମୋତ୍ତେଜକ ମୁର୍ତ୍ତି କାମର ପ୍ରତିକ ଥିଲା ଓ ଶେଷରେ ମୋକ୍ଷ୍ୟ ତାକୁ କୁହାଯାଉଥିଲା, ଯିଏ କି ବାକି ୩ଟିର ନୀତି ଓ ନିୟମକୁ ଠିକ୍ ଭାବେ ପାଳନ କରୁଥିଲା । ତେଣୁ କାମ ଓ ତାର ଗୁମରକୁ ଜାଣିବା ପାଇଁ କୌଣସି ସନ୍ଦେହ ନରହିବା ପାଇଁ ଓ ଲୋକ ଯେମିତି ଏହି ସମ୍ବନ୍ଧରେ ଅଧିକ ଜାଣି ପାରିବେ ସେଥିପାଇଁ ଏହି ଭଳି କାରୁକାର୍ଯ୍ୟ କରାଯାଉଥିଲା ।Temple Architecture Of Odisha - Outlook Travellerଅନ୍ୟଏକ ଥିଓରି ଅନୁସାରେ ଯେଉଁ ବ୍ୟକ୍ତି ବି ମନ୍ଦିର ଭିତରେ ପ୍ରବେଶ କରନ୍ତି ସେମାନେ ନିଜ କାମଇଚ୍ଛା ଓ ଅଭିଳାସା ଉପରେ ନିଜ ନିୟନ୍ତ୍ରଣ କରିବା ଦରକାର । ଯାହାକୁ ମନ୍ଦିର ବାହାରେ ଛାଡ଼ିକି ଆସିବାକୁ ହୋଇଥାଏ । ଏହା ବ୍ୟତୀତ ଏଥିରେ ଥିବା ମହିଳାଙ୍କୁ ଭଲ ବୋଲି ମଧ୍ୟ ମାନ୍ୟତା ରହିଛି କାରଣ ଏହା ନୂଆ ଆରମ୍ଭର ମଧ୍ୟ ପ୍ରତିକ ଥାଏ । ଏଠି ଗୋଟିଏ କଥା ପ୍ରମାଣ ହେଉଛି କି ଆଜିଠାରୁ ବି ଅଧିକ ଲୋକ ସେତେବେଳେ ଖୋଲା ଚିନ୍ତାଧାରାର ହୋଇଥିବେ । ଏହା ବ୍ୟତୀତ ଏହି ମୁର୍ତ୍ତିକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କର ଦସ୍ତଖତ ମଧ୍ୟ ମିଳିଥାଏ, ଯାହା ପ୍ରମାଣ କରୁଛି କି ସେତେବେଳେ ଏହାକୁ ଏକ ଲଜ୍ୟାକର କଥା ବୋଲି କେହି ମାନୁନଥିଲେ ।Dancer and Musicians at Konark Temple, Orissa, India Photograph by David Wells | Pixels

CATEGORIES
TAGS
Share This

COMMENTS

Wordpress (0)
Disqus (1 )