Saturday 27th April 2024
୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତୀର ରହସ୍ୟ…

୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତୀର ରହସ୍ୟ…

ରହସ୍ୟରେ ଘେରା ଆମର ଏହି ପୃଥିବୀ । ମଣିଷର ଘର କୁହାଯାଉଥିବା ଏହି ପୃଥିବୀରେ ବିଚିତ୍ର ଜିନିଷର ଅଭାବ ହିଁ ନାହିଁ । ଯେମିତି ଦେଖିବାକୁ ଚାହିଁଲେ ବି ସମୟ ଅନୁସାରେ ନୂଆ ନୂଆ ରୂପ ଧାରଣ କରେ ଆମର ଏହି ଦୁନିଆ । କିଛି ଜିନିଷର ରହସ୍ୟ ଖୋଜି ହୁଏ ଆଉ କିଛି ଜିନିଷ ପଛରେ ବିଜ୍ଞାନର ଚତ୍ମକାରୀତାର ସୂଚନା ମିଳେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବୁ । ଯାହାର ରହସ୍ୟ ଆଜିଯାଏଁ କେହି ଜାଣିପାରୁନାହାନ୍ତି । ସବୁଜିମା,ସୁନ୍ଦରତା ଓ ରହସ୍ୟର ଜାଗା ହେଉଛି ଆମ ଭାରତ । ଆଉ ଭାରତରେ ହିଁ ରହିଛି ସେହି ଅସମ୍ଭବ ସ୍ଥାନ ।

ତ୍ରିପୁରାରର ରାଜଧାନୀ ଅଗରତାଲାରେ ରହିଛି ଏକ ରହସ୍ୟମୟୀ ସ୍ଥାନ । ରାଜଧାନୀରୁ ୧୪୫ କିଲୋମିଟର ଦୂରରେ ଗଲେ ପଡେ ଉନ୍ନାକୋଟି । ଉନ୍ନାକୋଟିର ରହସ୍ୟ ଜାଣିବାକୁ କାହିଁ କେଉଁ ଦୂରରୁ ପ୍ରତିଦିନ ଏଠାକୁ ପର୍ଯ୍ୟଟକ ମାନେ ବୁଲିଆସୁଛନ୍ତି । କିନ୍ତୁ ତାଙ୍କୁ ସେମିତି ଗହନ ରହସ୍ୟ ବିଷୟରେ କିଛି ବି ଜଣାପଡୁନାହିଁ । ଉନ୍ନାକୋଟିର ଅର୍ଥ ହେଉଛି ‘କୋଟିଏରୁ ଗୋଟିଏ କମ୍’ । ତେବେ ଏମିତି କ’ଣ କାରଣ ରହିଛି ଯେ ଏତେ ସୁନ୍ଦର ସ୍ଥାନକୁ ଅଧୁରା କଲା ଭଳି ନାଁ ଦିଆଯାଇଛି ?

ଏହି ସ୍ଥାନର ନାଁ ଉନ୍ନାକୋଟି କିଏ,କେବେ ଏବଂ କାହିଁକି ଦେଲା ଏହା ଏବେ ବି ରହସ୍ୟରେ । ଏଠାରେ ଏକ ସ୍ଥାନ ରହିଛି ଯେଉଁଠାରେ ପାହାଡ଼ରେ ମୂର୍ତ୍ତି ହାତରେ କଟା ହୋଇ ତିଆରି ହୋଇଛି ଏବଂ ସବୁଠାରୁ ରୋଚକପୂର୍ଣ୍ଣ କଥା ହେଉଛି ଏହି ପାହାଡ଼ରେ ୯୯ ଲକ୍ଷ ୯୯ ହଜାର ୯୯୯ ପଥରର ମୂର୍ତ୍ତି ରହିଛି । ଯାହାକି କୋଟିଏରୁ ଗୋଟିଏ କମ୍ । ଏହି ରହସ୍ୟମୟୀ ମୂର୍ତ୍ତି କାରଣରୁ ହିଁ ବୋଧହୁଏ ଏଠାକାର ନାଁ ବି ଉନ୍ନାକୋଟି ରଖାଯାଇଥିବ ! ପୂର୍ବ ଭାରତର ଅନେକ ରହସ୍ୟମୟ ସ୍ଥାନ ଭିତରୁ ଏହି ସ୍ଥାନକୁ ସର୍ବପ୍ରଥମର ଆଖ୍ୟା ଦିଆଯାଇଛି । ତେବେ ପୂର୍ବରୁ କେବଳ ସଂସ୍କୃତି , ଐତିହାସିକ ଗବେଷକ ହିଁ ଏଠାର ରହସ୍ୟ ଜାଣିବାକୁ ଆସୁଥିଲେ । କିନ୍ତୁ ଧିରେ ଧିରେ ଏଠାରେ ଏବେ ପର୍ଯ୍ୟଟକଙ୍କ ଗହଳି ମଧ୍ୟ ଲାଗୁଛି ।ତେବେ ଏହି ସ୍ଥାନକୁ ଏଥିପାଇଁ ରହସ୍ୟମୟ ବୋଲି କୁହାଯାଏ କାରଣ ପାହାଡ଼ ,ଜଙ୍ଗଲ ଏବଂ ନଦୀପଙ୍କ ଅଂଚଳରେ ଥିବା ଉନ୍ନାକୋଟିର ଆଖପାଖରେ କେହି ରୁହନ୍ତି ନାହିଁ ଏବଂ ପାହାଡ଼ରେ ଏଭଳି ମୂର୍ତ୍ତି ତିଆରି କରିବା ଦିନେ କି ୨ ଦିନର କଥା ନୁହଁ । ଅନେକ ବର୍ଷରୁ ତିଆରି ହୋଇଥିବା ଏହି ମୂର୍ତ୍ତି କୁ କିଏ , କାହିଁକି ଗଢିଲା ତାହାକୁ ଜାଣିବା ପାଇଁ ଚାତକ ପରି ଚାହିଁରହିଛନ୍ତି ଗବେଷକ ।

ପଥରରେ କାଟି ତିଆରି ହୋଇଥିବା ଏହି ମୂର୍ତ୍ତି ସବୁ ହିନ୍ଦୁ ଦେବା-ଦେବୀଙ୍କ ପୌରାଣିକ କଥାକୁ ନେଇ ମଧ୍ୟ ପ୍ରଚଳିତ ରହିଛି । ଲୋକଙ୍କ ମାନ୍ୟତା ଅନୁସାରେ , ଭଗବାନ ଶିବ ଥରେ ଏକ କୋଟି ଦେବୀ , ଦେବତାଙ୍କ ସହ ମିଶି କେଉଁଆଡ଼େ ଯାତ୍ରା କରୁଥିଲେ । ରାତ୍ରି ଅଧିକ ହେବାରୁ ଅନ୍ୟ ଦେବାଦେବୀ ମହାଦେବଙ୍କୁ ଉନ୍ନାକୋଟିର ପାହାଡ଼ରେ ରାତ୍ରିଯାପନ କରିବା ପାଇଁ ଅନୁରୋଧ କରିଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ଥାନ ଛାଡ଼ିବା ପାଇଁ କହି ଶିବ ରାତ୍ରିଯାପନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ କେବଳ ଶିବଙ୍କ ବ୍ୟତୀତ ସକାଳୁ ଆଉ କେହି ଉଠି ପାରିନଥିଲେ ଯେଉଁଥିପାଇଁ ଶିବ ରାଗିଯାଇ ଅନ୍ୟ ଦେବାଦେବୀଙ୍କୁ ପଥରର ମୂର୍ତ୍ତି ହେବା ପାଇଁ ଅଭିଶାପ ଦେଇଥିଲେ ଯାହା ପରଠାରୁ ଏଭଳି ମୂର୍ତ୍ତି ଏଠାରେ ହୋଇଥିବା କଥା କୁହନ୍ତି ବୁଦ୍ଧିଜୀବୀ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )