Thursday 25th April 2024

ଜାଣନ୍ତୁ କଣ ରହିଛି ୮ ସେପ୍ଟେମ୍ବରର ଇତିହାସ ?

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୮  ସେପ୍ଟେମ୍ବର  । ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ । ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

୧୫୬୩-ଆଜିର ଦିନରେ ହଙ୍ଗେରୀର ରାଜା ହେଲେ ମାକ୍ସିିମିଲିୟନ୍ ।
୧୯୨୬-ଆଜିର ଦିନରେ ଗୀତିକାର,ସଂଗୀତକାର ଓ ଗାୟକ ଭୂପେନ ହଜାରିକାଙ୍କ ଜନ୍ମ
୧୯୩୩-ଆଜିର ଦିନରେ ଭାରତୀୟ କଣ୍ଡଶିଳ୍ପୀ ଆଶା ଭୋଁସଲେଙ୍କ ଜନ୍ମ
୧୯୬୫-ଆଜିର ଦିନରେ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳନ କରିବାକୁ ହୋଇଥିଲା ନିଷ୍ପତ୍ତି ।
୧୯୬୦-ଆଜିର ଦିନରେ ଇନ୍ଦିରାଗାନ୍ଧୀଙ୍କ ସ୍ୱାମୀ ଫିରୋଜଙ୍କର ଦେହାନ୍ତ ହୋଇଥିଲା ।
୨୦୦୬-ଆଜିର ଦିନରେ ମହାରାଷ୍ଟ୍ରର ମାଲେଗାଁ ରେ ହୋଇଥିଲା ସିରିୟଲ୍ ବ୍ଲାଷ୍ଟ ,୧୦୦ରୁ ଅଧିକ ଥିଲେ ଆହାତ ୩୭ ଜଣଙ୍କର ହୋଇଥିଲା ମୃତ୍ୟୁ ।
୧୯୪୧- ଆଜିର ଦିନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ଜର୍ମାନୀ ସେନା ଦ୍ୱାରା ଲେନିନ୍ ଗ୍ରାଡ୍ ଦଖଲ ଆରମ୍ଭ ।
୧୯୪୫- ଆଜିର ଦିନରେ କୋରିଆ ବିଭାଜନ ଆରମ୍ଭ ।
୧୯୪୬- ଆଜିର ଦିନରେ ସାମ୍ରାଜ୍ୟବାଦ ପରିହାର କରି ବୁଲଗେରିଆ ଗଣତନ୍ତ୍ରରେ ପରିଣତ ।
୧୯୭୪-ଆଜିର ଦିନରେ ୱାଟରଗେଟ୍ ଦୁର୍ନୀତିରେ ଜଡିତ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କୁ କ୍ଷମାପ୍ରଦାନ
୧୯୯୮- ଆଜିର ଦିନରେ ରେମଣ୍ଡ ଗ୍ରୁପ ଅଧ୍ୟକ୍ଷ ବିଜୟପତ ସିଙ୍ଘାଣିଆଙ୍କ ଦ୍ୱାରା ହାଲୁକା ବିମାନରେ ଲଣ୍ଡନରୁ ବାହାରି ଏକାବେଳକେ ଅହମଦାବାଦରେ ପହଂଚିବାର ରେକର୍ଡ ସ୍ଥାପିତ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )