Thursday 18th April 2024

ଜାଣନ୍ତୁ ୧୧ ଅକ୍ଟୋବରର ଇତିହାସ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି। ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ। ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ। ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ। ଆଜି ହେଉଛି ୧୧ ଅକ୍ଟୋବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା।

୧୮୫୨- ଆଜିର ଦିନରେ ସିଡ୍‌ନୀ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା।

୧୯୦୨-ଆଜିର ଦିନରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜନ୍ମ ଗ୍ରହଣ କରିଥିଲେ।

୧୯୦୪- ଆଜିର ଦିନରେ ଶିକିମ୍‌ର ପ୍ରଥମ ମୂଖ୍ୟମନ୍ତ୍ରୀ କାଜି ଲେହେନ୍ଦୁପ ଦୋରଜି ଜନ୍ମ ଗ୍ରହଣ କରିଥିଲେ।

୧୯୩୬- ଆଜିର ଦିନରେ ପ୍ରଫେସର କ୍ୱିଜ୍ ନାମରେ ରେଡିଓରେ ପ୍ରଥମ କ୍ୱିଜ୍ କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା।

୧୯୪୨-ଆଜିର ଦିନରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଜନ୍ମ ଗ୍ରହଣ କରିଥିଲା।

୧୯୪୫-ଆଜିର ଦିନରେ ଚୀନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା।

୧୯୮୭-ଆଜିର ଦିନରେ ଭାରତୀୟ ଶାନ୍ତି ସେନା ଶ୍ରୀଲଙ୍କାରେ ଅପରେସନ୍ ପବନର ଆରମ୍ଭ କଲା।

୨୦୦୨-ଆଜିର ଦିନରେ ଅଭିନେତ୍ରୀ ଦିନା ପାଠକଙ୍କ ମୃତ୍ୟୁ ହୋଇଥିଲା।

୨୦୦୮-ଆଜିର ଦିନରେ ବେଲଜିୟମର ଜଣେ ଦୃଷ୍ଟିବାଧିତ ଚାଳକ ଦ୍ରୁତ ବେଗରେ ଗାଡ଼ି ଚଳାଇ ବିଶ୍ୱ ରେକର୍ଡ କଲେ।

୨୦୦୮-ଆଜିର ଦିନରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୌ ଗାଁ ଷ୍ଟେସନରୁ ସବୁଜ ପତାକା ଦେଖାଇ କାଶ୍ମୀର ଘାଟି ରେ ଚାଲିବା ପ୍ରଥମ ଟ୍ରେନ୍‌କୁ ପଠାଇ ଥିଲେ।

CATEGORIES
TAGS
Share This

COMMENTS

Wordpress (0)
Disqus ( )