Thursday 28th March 2024
ଦରକାର ନାହିଁ ବଡ ବଡ ଡିଗ୍ରୀ..କେବଳ ଦଶମ ପାସ୍ ବି କରିପାରିବେ ରେଲୱେରେ ଚାକିରୀ

ଦରକାର ନାହିଁ ବଡ ବଡ ଡିଗ୍ରୀ..କେବଳ ଦଶମ ପାସ୍ ବି କରିପାରିବେ ରେଲୱେରେ ଚାକିରୀ

ସେଣ୍ଟ୍ରାଲ ଗଭରମେଣ୍ଟ ଚାକିରୀର ସୁଯୋଗ କଣ ସବୁବେଳେ ମିଳେ ? ନିଶ୍ଚିତ ଆପଣ ବି ଅପେକ୍ଷା କରିଥିବେ କେବେ ଏମିତି ସ୍ତରରେ ଚାକିରୀର ସୁଯୋଗ ମିଳିବ ଓ ଆପଣ ଆବେଦନ କରିବେ । ତାହାଲେ ଆଉ ଡେରୀ କାହିଁକି ? ଏହି ଆର୍ଟିକିଲକୁ ଶେଷ ଯାଏଁ ପଢନ୍ତୁ ଓ ଆପଣଙ୍କ ମନବୁତାବିକ ଚାକିରୀରେ ଆବେଦନ କରିବାର ସୁଯୋଗ ପାଆନ୍ତୁ ।

ରେଲୱେରେ ଚାକିରୀ କରିବା ପାଇଁ ପ୍ରାୟତଃ ବହୁତ ଜଣଙ୍କର ଇଚ୍ଛା ଥାଏ । କିନ୍ତୁ କେବଳ ଇଚ୍ଛା ଥିଲେ ତ ହେବନି ସେଥିପାଇଁ ବହୁତ ପରିଶ୍ରମ ବି କରିବାକୁ ପଡେ । କିନ୍ତୁ କିଛି ପିଲା କେଉଁ ସମୟରେ ଚାକିରୀର ସୁଯୋଗ ବାହାରୁଛି ବୋଲି ଜାଣିନପାରି ବେଶି ହଇରାଣ ହୁଅନ୍ତି ଓ ବର୍ଷଯାକ ପାଠ ପଢନ୍ତି ହେଲେ ସଠିକ୍ ସମୟରେ ଚାକିରୀ କରିବାର ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ଆଜି ଯେଉଁ ଚାକିରୀ ବିଷୟରେ ଆମେ କହିବାକୁ ଯାଉଛୁ । ଏଥିରେ ଆପଣଙ୍କୁ ନା ହିଁ ବେଶୀ ପାଠ ପଢା ଦରକାର ନାହିଁ ବଡ ବଡ ଡିଗ୍ରୀ ସାର୍ଟିଫିକେଟ୍ । ବାସ୍ ଦଶମ କିମ୍ବା ଆଇଟିଆଇ ପଢିଥିଲେ ବି ରେଲୱେରେ ଚାକିରୀ କରିବାର ସୁଯୋଗ ପାଇପାରିବେ ।

ଶିକ୍ଷାଗତ ଯୋଗ୍ୟତା-

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀ ନିଯୁକ୍ତିର ସୁଯୋଗ ପାଇପାରିବେ ।

ବିଜ୍ଞପ୍ତି-

ଆଇଆରସିଟିସି,ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ।

କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।

ଇଚ୍ଛୁକ ପ୍ରାର୍ଥୀ irctc.comରେ ଆବେଦନ କରିପାରିବେ । କମ୍ପ୍ୟୁଟର୍ସ ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଲାଗି ୮୦ଟି ପଦରେ ନିଯୁକ୍ତି ଦିଆଯିବ । ସମସ୍ତଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳିବ । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନର ଶେଷ ତାରିଖ ହେଉଛି ୨୫ ଅକ୍ଟୋବର ।

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ । ଏହାଛଡ଼ା NCVT/SCVT ମାନ୍ୟତା ପ୍ରାପ୍ତ ସଂସ୍ଥାରୁ କୋପା (COPA) ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୨୦୨୨ ଏପ୍ରିଲ୍ ୧ ସୁଦ୍ଧା ସର୍ବନିମ୍ନ ୧୫ ଓ ସର୍ବାଧିକ ୨୫ ବର୍ଷ ହୋଇଥିବ ।

ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ଆଶାୟୀଙ୍କୁ ବୟସରେ ୩ ବର୍ଷ ରିହାତି ମିଳିବ । ତେବେ ଏହି ନିଯୁକ୍ତି ଲାଗି କୌଣିସ ଲିଖିତ ପରୀକ୍ଷା ହେବ ନାହିଁ । ଆଶାୟୀଙ୍କ ନିଯୁକ୍ତି ଦଶମ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ । ଯଦି କୌଣସି ଆଶାୟୀଙ୍କ ମାର୍କ ସମ୍ମାନ ଥିବ ତେବେ ବୟସକୁ ବିଚାରକୁ ନିଆଯିବ । ଏବଂ ମାର୍କ ଓ ବୟସ ସମାନ ଥିଲେ ପ୍ରଥମେ ଦଶମ ପାସ୍ କରିଥିବା ଆଶାୟୀଙ୍କୁ ଅଗ୍ରାଧିକାର ମିଳିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )