Friday 19th April 2024
କେମିତି ଦେବେ CTETପରୀକ୍ଷା

କେମିତି ଦେବେ CTETପରୀକ୍ଷା

ଆଜି କାଲି ପ୍ରାୟେ ସମସ୍ତେ ଚାହୁଁଛନ୍ତି ସରକାରୀ ଚାକିରୀ ଟିଏ କରିବାକୁ । ଯେଉଁଥିରେ ପ୍ରାୟେ ପିଲା ବେଶୀ ଚେଷ୍ଟା କରିଥାନ୍ତି ସରକାରୀ ଶିକ୍ଷକ ହେବା ପାଇଁ। ଶିକ୍ଷା କ୍ଷେତ୍ରରେ ଏକ ଉଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ସରକାରଙ୍କ ତରଫରୁ ଅନେକ ପରୀକ୍ଷା ଆୟୋଜିତ କରାଯାଏ ସେ ମଧ୍ୟରୁ CTET ମଧ୍ୟ ଏକ ମୁଖ୍ୟ ପରୀକ୍ଷା ଅଟେ । ଆପଣ ଏଇ ପରୀକ୍ଷା ପାସ୍ କରିଯିବା ମାତ୍ରେ, ସରକାରଙ୍କ ଦ୍ୱାରା ବାହାର କରାଯାଇଥିବା ଶିକ୍ଷକ ପୋଷ୍ଟ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ଆପଣ ସିଟିଇଟି ପାସ୍ କରିବା ପରେ ଭଲ କଲେଜରେ ପାଠ ମଧ୍ୟ ପଢ଼େଇ ପାରିବେ । ପ୍ରାୟେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ କି CTET ପରୀକ୍ଷା କଣ? କାହିଁକି ଦିଆଯାଏ CTET ପରୀକ୍ଷା? ଏମିତି ଅନେକ କିଛି । ତେବେ ଚାଲନ୍ତୁ ଜାଣିବା ଏହି ଖବରରେ CTET ପରୀକ୍ଷା ସମ୍ବନ୍ଧରେ ଅଧିକ କିଛି।CTET Full Form: Meaning & Eligibility() CTETପରୀକ୍ଷା ପ୍ରାଇମେରୀ ଶିକ୍ଷକ ହେବା ପାଇଁ ଆୟୋଜିତ କରାଯାଏ । ଏହି ପରୀକ୍ଷାର ଉଦ୍ଧେଶ୍ୟ ହେଉଛି ଶିକ୍ଷକଙ୍କ ଯୋଗ୍ୟତା ପରଖୀବା । ଯଦି ଆପଣ ଜଣେ ପ୍ରାଇମେରୀ ଶିକ୍ଷକ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ CTET ପରୀକ୍ଷାକୁ ପାସ୍ କରିବାକୁ ପଡ଼ିବ । ଏହି ପରୀକ୍ଷାରେ ଶିକ୍ଷକଙ୍କ ମାନସିକ, ବ୍ୟବହାରିକତା ପରଖା ଯାଏ । ଏହି ପରୀକ୍ଷା କୁ ପାସ୍ ପକାରିବା ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ଥରେ ଏହି ପରୀକ୍ଷାକୁ ପାସ୍ କରିବା ମାତ୍ରେ ଆପଣ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢ଼େଇବା ପାଇଁ ଯୋଗ୍ୟ ହୋଇଯାଇଥାନ୍ତି । ଏହି ପରୀକ୍ଷାକୁ ରାଜ୍ୟ ସ୍ତରରେ ଆୟୋଜିତ କରାଯାଇଥାଏ ଓଏହି ପରୀକ୍ଷାକୁ ଭାରତର ସବୁ ରାଜ୍ୟରେ ମାନ୍ୟତା ପ୍ରାପ୍ତ ହୋଇଛି ।

CTETର ଅର୍ଥ କଣ?
CTET(Central Teacher Eligibility Test) , ଯାହାର ଓଡ଼ିଆ ଅର୍ଥ ହେଉଛି “କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା” । ଯାହାକି (Central Board Of Secondary Education) ଦ୍ୱାରା ଆୟୋଜିତ ଗୋଟିଏ ପରୀକ୍ଷା ଅଟେ । ଏହି ପରୀକ୍ଷା ସେଇ ମାନେ ଦେଇପାରିବେ ଯେଉଁମାନେ କେନ୍ଦ୍ର ସରକାରୀ କିମ୍ବା ରାଜ୍ୟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

ଯୋଗ୍ୟତା କଣ ରହିବା ଦରକାର ?

CTET ର ପ୍ରଥମ ପେପର୍ ପରୀକ୍ଷା ଦେବା ପାଇଁ ଯୋଗ୍ୟତା (ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ):

• +୨ରେ ୬୦% ମାର୍କ ରଖି ପାସ୍ ହେବା ଦରକାର ।
• CTET ର ପ୍ରଥମ ପେପର ଦେବା ପାଇଁ ପ୍ରର୍ଥୀ ବ୍ୟାଚଲର୍ସ ଅଫ ଏଲିମେଣ୍ଟ୍ରି ଏଜୁକେସନ ରେ ୫୦% ମାର୍କ ରଖି ପାସ୍ ହୋଇଥିବା ଦରକାର ।
• ଏଜୁକେସନରେ ଡିପ୍ଳମା କରି ୫୦% ମାର୍କ ରଖି ପାସ୍ ହୋଇଥିବା ଦରକାର ।

CTET ର ଦ୍ୱିତୀୟ ପେପର୍ ପରୀକ୍ଷା ଦେବା ପାଇଁ ଯୋଗ୍ୟତା (ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ):
• CTET ର ଦ୍ୱିତୀୟ ପେପର୍ ପାସ୍ କରିବା ପାଇଁ ଆପଣଙ୍କୁ +୨ରେ ୬୦% ମାର୍କ ରଖି ପାସ୍ ହେବାକୁ ପଡ଼ିବ ।
• କୌଣସି ଭି ମାନ୍ୟତା ପ୍ରାପ୍ତ ୟୁନିଭର୍ସିଟି କିମ୍ବା କଲେଜରୁ ଗ୍ରାଜୁଏସନରେ ୫୦% ମାର୍କ ରଖି ପାସ୍ କରିବା ବାଧ୍ୟତାମୂଳକ ଅଟେ ।
• ଗ୍ରାଜୁଏସନ କରିବା ପରେ ଆପଣଙ୍କୁ B.Ed କରିବା ପାଧ୍ୟତାମୂଳକ ହୋଇଥାଏ । ଏହା ପରେ ହିଁ ଆପଣ ସିଟିଇଟିର ଦ୍ୱିତୀୟ ପରୀକ୍ଷା ଦେଇପାରିବେ ।
• ଆପଣ ଗ୍ରାଜୁଏସନ୍ ଓ B.Ed ପାସ୍ କରିଦେଉଛନ୍ତି ଏହା ପରେ ଆପଣ CTET ର ଦୁଇଟି ପରୀକ୍ଷା ପାଇଁ ଯୋଗ୍ୟ ହୋଇଯାଇଥାନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )