Thursday 28th March 2024
ଶିକ୍ଷକ ହେବାକୁ ଚାହୁଁଥିବା ପିଲାଙ୍କ ପାଇଁ ବାହାରିଲା ପଦବୀ , ଆଜି ହିଁ କରନ୍ତୁ ଆବେଦନ

ଶିକ୍ଷକ ହେବାକୁ ଚାହୁଁଥିବା ପିଲାଙ୍କ ପାଇଁ ବାହାରିଲା ପଦବୀ , ଆଜି ହିଁ କରନ୍ତୁ ଆବେଦନ

ଶିକ୍ଷକ ହେବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର । ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) । ରାଜ୍ୟର ସମସ୍ତ ୪ହଜାର ୮ଶହ ୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ । ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ, ଯେଉଁଥିରେ ୭ହଜାର ୫ଶହ ୪୦ ଜଣ ହାଇସ୍କୁଲ ଶିକ୍ଷକ ପୋଷ୍ଟ ପୂରା କରାଯିବ । ଟିଜିଟି (ପିସିଏମ୍ ଓ ସିବିଜେଡ୍‌), ଟିଜିଟି (ଆର୍ଟସ), ହିନ୍ଦି, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆଶାୟୀ ପ୍ରାର୍ଥୀମାନେ ଓଏସଏସସି ର ଅଫିସିଆଲ ୱେବସାଇଟ୍ ossc.gov.in କୁ ଯାଇ ଆବେଦନ କରିପାରିବେ ।Job Offer: OSSC Seeks Online Applications For SI, Station Officer Posts -  odishabytes

ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଆବେଦନ ପ୍ରକ୍ରିୟାର ଆରମ୍ବ ତାରିଖ ଡିସେମ୍ବର ୧୧, ୨୦୨୨
• ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜାନୁୟାରୀ ୯, ୨୦୨୩

ଖାଲିଥିବା ପଦବୀ:
• TGT Arts: ୧୯୭୦
• TGT PCM: ୧୪୧୯
• TGT CBZ: ୧୨୦୫
• ହିନ୍ଦୀ: ୧୩୫୨
• ସଂସ୍କୃତ: ୭୨୩
• PET: ୮୪୧
• ତେଲୁଗୁ: ୦୬
• ଉର୍ଦ୍ଦୁ: ୨୪

ଦରମା:
• TGT (Arts, PCM, CBZ): ମାସିକ ୩୫,୦୦୦ ଟଙ୍କା
• ହିନ୍ଦୀ ଶିକ୍ଷକ, ସଂସ୍କୃତ ଶିକ୍ଷକ, ତେଲୁଗୁ ଶିକ୍ଷକ, ଉର୍ଦ୍ଦୁ ଶିକ୍ଷକ: ମାସିକ ୩୫,୦୦୦ ଟଙ୍କା ।
• ପିଓଟି ଶିକ୍ଷକ: ମାସ ୨୯,୨୦୦ ଟଙ୍କା ।

ଯୋଗ୍ୟତା:
ପ୍ରାର୍ଥୀ ନିଶ୍ଚିତ ମାଧ୍ୟମିକ ଶିକ୍ଷା, ଓଡିଶା ବୋର୍ଡ ଦ୍ୱାରା ପରିଚାଳିତ HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )