Wednesday 1st May 2024
ଜାଣନ୍ତୁ କେଉଁ ଯାନରେ କରିହେବ ଟାଇମ୍ ଟ୍ରାଭେଲ୍ ?

ଜାଣନ୍ତୁ କେଉଁ ଯାନରେ କରିହେବ ଟାଇମ୍ ଟ୍ରାଭେଲ୍ ?

ସମୟ, ବର୍ଷ, କାଳ, ମାସ ସବୁ ଏମିତି ବିତିଚାଲିଥାଏ । ଆଜି ଆମେ ୨୦୨୨ ରେ ଅଛୁ ଆଉ କିଛି ବର୍ଷ ପରେ ୨୦୩୦ରେ ଥିବୁ । ଆଜି ଆମ ସମାଜ ଆମ ଦେଶ ସବୁଥିରେ ଯେଉଁ ସ୍ଥାନରେ ଅଛୁ । ସେତେବେଳେ ଆଉ କେଉଁ ସ୍ତରରେ ଥିବୁ। କିନ୍ତୁ କେତେବେଳେ ଆପଣଙ୍କ ମନକୁ ଆସେନି ଏଇ ବିତିଯାଉଥିବା ସମୟ ଆମ ଇସାରା ଅନୁସାରେ ଚାଲୁଥାଆନ୍ତି କି ? କେତେବେଳେ ଇଚ୍ଛା ହେଲେ ଅତୀତ କିମ୍ବା ବର୍ତ୍ତମାନକୁ ଯ।ଇ ହେଇପାରନ୍ତି କି ? ଏହିଭଳି ଘଟଣା ଯଦି ସତରେ ହେଇପାରିବ ତାହାଲେ କଣ ହବେ ?Time travel is possible, but it's a one-way ticket – ScienceBorealis.ca Blogଆଜି ଆମେ ଏହି ଭଳି ପ୍ରଶ୍ନର ଜାଗା ବିଜ୍ଞାନରେ କଣ ଅଛି, ଜାଣିବାକୁ ବାହାରିଛୁ । ବିଜ୍ଞାନ ଭାଷାରେ ଏହାକୁ ଟାଇମ୍ ଟ୍ରାଭେଲ ବା ସମୟ ଯାତ୍ରା ବୋଲି କୁହାଯାଏ । ଗୋଟିଏ ସମୟ ବା କାଳରୁ ଅନ୍ୟ ଏକ ସମୟରେ ପହଂଚିବାକୁ ଟାଇମ୍ ଟ୍ରାଭେଲ ବା ସମୟ ଯାତ୍ରା ବୋଲି କୁହାଯାଏ । ଆଉ ଏହି ଟାଇମ୍ ଟ୍ରାଭେଲ ବା ସମୟ ଯାତ୍ରା କୁ ନେଇ ଅନେକ ସତ କାହାଣୀ ବି ରହିଛି । ଆମ ଦୁନିଆରେ ଏମିତି ବି ବହୁତ ଘଟଣା ଘଟିଛି ଯାହା ଟାଇମ୍ ଟ୍ରାଭେଲ୍ ଉପରେ ପର‌୍ୟ୍ୟବେସିତ । ତେବେ ଚାଲନ୍ତୁ ଆଜି ଏହାରି ଉପରେ ଏକ ସ୍ପଷ୍ଟ କାହାଣୀ ଜାଣିବା ଓ ବୁଝିବା ପ୍ରକୃତରେ ଟାଇମ୍ ଟ୍ରାଭେଲ କଣ ?New Technology makes Time Travel possible() ସମୟ ଯାତ୍ରା, ଏହି ଶବ୍ଦ ଟି ଶୁଣିଲା ମାତ୍ରେ ଏମିତି ଲାଗେ କି କାସ୍ ଆମେ ସମୟ ଯାତ୍ରା ସତରେ କରିପାରନ୍ତେ କି । ତେବେ ଆମେ ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ ହଁ ଏହା ସମ୍ଭବ କିନ୍ତୁ ପ୍ରାକ୍ଟିକାଲି ନୁହେଁ ଥିଓରିଟିକାଲି । ୧୮୯୫ ମସିହାରେ ଲେଖକ ହର୍ବଟ୍ ଯିଓର୍ଜି ୱେଲ୍ସ ଗୋଟିଏ ବହି ଲେଖିଲେ ଯାହାର ନା’ ସେ ଦେଲେ “ଟାଇମ୍ ମେସିନ୍‌” । ଯାହା ପରଠୁ ଏହି ଶବ୍ଦ “ଟାଇମ୍ ମେସିନ୍‌” ପ୍ରଚଳିତ ହେଲା । ଏମିତି ଗୋଟିଏ ମେସିନ୍ ଯାହା ସାହାର୍ଯ୍ୟରେ ଆମେ ଟାଇମ୍ ଟ୍ରାଭେଲ ବା ସମୟ ଯାତ୍ରା କରିପାରିବା । କିନ୍ତୁ ଏହା ପରେ ଫିଲୋସଫର୍ସ ଓ ଫିଜିସିଷ୍ଟ ମାନେ ରିସର୍ଚ କଲେ । ଏମିତି କି ଏହି ଟାଇମ୍ ଟ୍ରାଭେଲ୍‌କୁ ନେଇ ଅନେକ ଫିଲ୍ମ ମଧ୍ୟ ତିଆରି କରାଗଲା । ତେବେ ୫ ପ୍ରକାରର ବାଟ ଅଛି ଯାହା ଫଳରେ ଆମେ ସମୟ ଯାତ୍ରା କରିପାରିବା । A beginner's guide to time travel | Live Scienceଯାହା ହେଉଛି ‘ୱାନ୍ ୱେ ଟ୍ରାଭେଲ୍ ଟୁ ଦ ଫ୍ୟୁଚର’ ଯାହା ସାହାର୍ଯ୍ୟରେ ଅତିତକୁ ନଚେତ ଭବିଷ୍ୟତକୁ ଯାଇ ହେବ କିନ୍ତୁ ଫେରି ପାରିବେ ନାହିଁ । ‘ଇନ୍‌ଷ୍ଟାନିଓସ୍ ଟାଇମ୍ ଜମ୍ପିଙ୍ଗ’ ଯାହା ସାହାର୍ଯ୍ୟରେ ଆପଣ ୱର୍ମ ହୋଲ କିମ୍ବା କୌଣସି ଟାଇମ୍ ମେସିନ୍ ସାହାର୍ଯ୍ୟରେ ଗୋଟିଏ ସମୟରେ ସ୍ତାନାନ୍ତରିତ ହୋଇ ଯିବାଆସିବା କରିପାରିବେ । ‘ଟ୍ରାଭେଲର୍ ଷ୍ଟାଣ୍ଡ ଷ୍ଟିଲ୍ ବଟ୍ ଟାଇମ୍ ପାଷ୍ଟ’ ଅର୍ଥାତ ସମୟ ଯାତ୍ରା କରୁଥିବା ମଣିଷଟି ସେହି ଯାଗାରେ ହିଁ ଛିଡ଼ା ହୋଇଥିବ କିନ୍ତୁ ଆଖପାଖରେ ସମୟ ପରିବର୍ତ୍ତନ ହେଉଥିବ । ‘ସ୍ଲୋ ଟାଇମ୍ ଟ୍ରାଭେଲ୍‌’ ଯେଉଁଥିରେ ଟ୍ରାଭେଲ ତ କରି ହେବ କିନ୍ତୁ ବହୁତ ଧିରେ । ଶେଷରେ ‘ଟ୍ରାଭେଲିଂ ଆଟ୍ ସ୍ପିଡ୍ ଅଫ ଲାଇଟ୍‌’ ଆଲୋକ ବେଗରେ ସମୟ ଯାତ୍ରା କରିବା । କିନ୍ତୁ ଏଠି ଆମେ କହିରଖୁଛୁ ଯେ ଏହା କେବଳ ସିନେମାରେ ହିଁ ସମ୍ଭବ ।Rules for Time Travelers | Discover Magazine

ପ୍ରକୃତରେ ସମୟ ଯାତ୍ରା କିପରି କରିହେବ?

ହଁ ଏହା ସମ୍ଭବ ହୋଇପାରେ । ତେବେ ଜଣେ ବିକ୍ଷାତ ଗଣିତଜ୍ଞ ବା ଫିଜିସିଷ୍ଟ ଆଇଯାକ ନିଉଟନ୍ କହିଥିଲେ କି ପୃଥିବୀରେ ଯେଉଁ ସମୟ ଚାଲିଛି ପୃଥିବୀ ବାହାରକୁ କେଉଁ ଯାନରେ ବି ଯାଆନ୍ତୁ ସମୟର ପ୍ରଭାବ ସବୁବେଳେ ସମାନ ହିଁ ଥିବ । କିନ୍ତୁ ଆଇନ୍‌ଷ୍ଟାଇନ୍ ସେହି ପ୍ରଥମ ଲୋକ ଯିଏ କି ଏହି ବୟାନକୁ ଭୁଲ ବୋଲି କହିଲେ । ସେ କହିବା ଅନୁସାରେ ସମୟ କେତେବେଳେ ଧିରେ ଚାଲେ ତ ପୁଣି କେତେବେଳେ ଶୀର୍ଘ । ଆଉ ଏହା ସ୍ପିଡ ଓ ଗ୍ରାଭିଟିକୁ ନେଇ ପରିବର୍ତ୍ତନ ହୋଇଥାଏ । ତେଣୁ ସେ କହିଥିଲେ କି ସ୍ପିଡ ଓ ଗ୍ରାଭିଟିକୁ ପରିବର୍ତ୍ତନ କରିପାରିଲେ ସମୟକୁ ବି ପରିବର୍ତ୍ତନ କରିହେବ ।The Future of Time Travel | Cognizantଏହି ତଥ୍ୟକୁ କୁହାଯାଏ ‘ଟାଇମ୍ ଡାଇଲେସନ୍‌’ । ଯାହାକୁ ବୈଜ୍ଞାନିକ ମାନେ କିଛି ରିସର୍ଚ କରି ସତ ବୋଲି ପ୍ରମାଣ କରିଛନ୍ତି । ତେବେ ଯଦି ଆମ ପାଖରେ ଗୋଟିଏ ଏମିତି ରକେଟ୍ ଥିବ ଯାହା ଆଲୋକ ବେଗରେ ଗତି କରିପାରିବ ତେବେ ଭବିଷ୍ୟତକୁ ଯିବା ସମ୍ଭବ ହୋଇପାରେ ।  କାହିଁକି ନା ଯଦି ଆପଣ ଏମିତି ଗୋଟିଏ ରକେଟରେ ଯାଉଛନ୍ତି ଆଉ ସେଠି ୧୦ବର୍ଷ ରହିକି ପୁଣି ପୃଥିବୀକୁ ଫେରୁଛନ୍ତି ତେବେ ଆପଣ ୯ହଜାର ବର୍ଷ ଗତି କରି ସାରିବେଣି । ତା ମାନେ ଭାବନ୍ତୁ ଆଲୋକର ଗତି କେତେ ଅଧିକ । ଏହାର ଅର୍ଥ ଏହା କି ଆମେ ଭବିଷ୍ୟତକୁ ପ୍ରାକ୍ଟିକାଲି ଯାଇପାରିବା । କିନ୍ତୁ ଏପର୍ଯ୍ୟନ୍ତ ଆମ ପାଖରେ ଏମିତି କୌଣସି ରକେଟ ନାହିଁ ।           The paradox of popping back in time - BBC Future

ଗୋଟିଏ ପ୍ରମାଣ:

ମାର୍ଚ୍ଚ ମାସ ୨୦୦୩ ଏଫବିଆଇ ଗିରଫ କଲା ଜଣେ ବ୍ୟକ୍ତି ଆଣ୍ଡରିୱି କାର୍ଲସନ୍‌ଙ୍କୁ । ଖବର କାଗଜରେ ଲେଖା ଗଲା କି ଏହି ଲୋକଟି ବହୁତ ଲକି ଥିଲା । କାରଣ ଷ୍ଟକ୍ ମାକେର୍ଟରେ ମାତ୍ର ୮୦୦ ଡଲାର ନିବେଶ କରି ୨ସପ୍ତାହରେ ୩୫୦ ମଲିୟନ୍ ଡଲାର୍ ହୋଇଗଲା । ତେଣୁ ଏଫବିଆଇ କୁ ସନ୍ଦେହ ହେଲା କି ଏଭିତି କେମିତି ହୋଇପାରେ ଜଣେ ବ୍ୟକ୍ତି ଏତେ ଲକି କେମିତି ହୋଇପାରେ, ନିଶ୍ଚିନ୍ତ ସେ ଜଣେ ହ୍ୟାକର ହୋଇଥିବ । ଏହା ପରେ ସେ ସେହି ବ୍ୟକ୍ତିକୁ ପଚାରିଲେ, ଆଉ କାର୍ଲସିନ୍ ଯାହା କହିଲେ ତାହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା । ସେ କହିଲେ କି ମୁଁ ଜଣେ “ସମୟ ଯାତ୍ରୀ”, ମୁଁ ୨୨୫୬ ବର୍ଷରୁ ଆସିଛି । ଆଉ ମୁଁ ଆଗରୁ ଜାଣିଥିଲି କେଁଉଠି କୋଉ ଷ୍ଟକ ଉପରକୁ ଯିବ କୋଉ ଗୋଟିଏ ତଳକୁ ଆସିବ ।time travel, 2256లో పుట్టాను.. టైమ్ ట్రావెల్ చేశాను.. ఓ మిస్టరీ కథనం - the story of a man claims time travel astonished everyone in 2003 here is the full report - Samayam Telugu ଭାବି ବିଚାରିକି ମୁଁ ଟଙ୍କା ନିବେଶ କରିଥିଲି ଯାହାର ଫଳ ଆପଣ ମାନେ ଦେଖିଛନ୍ତି ।ଯେତେବେଳେ ଏଫବିଆଇ ଆହୁରି ଅଧିକ ଯାଞ୍ଚ କଲା ସେ ଜାଣିବାକୁ ପାଇଲା କି କାର୍ଲସନ୍‌ର ୨୦୦୨ ପୂର୍ବରୁ କୌଣସି ରେକର୍ଡ ହିଁ ନଥିଲା । ସେ କେଉଁ ଯାଗାର ଲୋକ, କେଉଁଠାରୁ ଆସିଛି କିଛି ବି ଜଣା ପଡ଼ିଲା ନାହିଁ । ଆଉ ସବୁଠାରୁ ବଡ଼ କଥା କି କାର୍ଲସନ୍‌କୁ ଯେବେ କୋର୍ଟକୁ ଯିବାର ଥିଲା କିନ୍ତୁ ତା ପୂର୍ବରୁ ସେ କୁଆଡ଼େ ଉଭାନ ହୋଇଗଲେ ତାହା କେହି ବି ଜାଣି ପାରିଲେ ନାହିଁ । ଏମିତି କି ଏଫବିଆଇ ଯେତେ ଖୋଜିଲେ ବି ମଧ୍ୟ କାର୍ଲସନ୍‌ଙ୍କର କୌଣସି ଅତାପତ୍ତା ପାଇଲେ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି କି କଣ ସେ ସତରେ ଜଣେ ସମୟ ଯାତ୍ରୀ ଥିଲେ? ସତରେ କଣ ସେ ୨୨୫୬ରୁ ଆସିଥିଲେ? ସତରେ କଣ ସମୟ ଯାତ୍ରା ସମ୍ଭବ? TechEBlog ar Twitter: "Fascinating tale of Andrew Carlssin, a time traveler from 2256 who made $350mil in 2-weeks. http://t.co/UtNdHWSvrO http://t.co/CMAWdHTem8" / Twitter

CATEGORIES
TAGS
Share This

COMMENTS

Wordpress (0)
Disqus (0 )