Thursday 25th April 2024
ରହସ୍ୟମୟ ଶ୍ରୀମନ୍ଦିର ସଂପର୍କରେ କିଛି ଅଜଣା ରହସ୍ୟମୟୀ ଘଟଣା…

ରହସ୍ୟମୟ ଶ୍ରୀମନ୍ଦିର ସଂପର୍କରେ କିଛି ଅଜଣା ରହସ୍ୟମୟୀ ଘଟଣା…

ଜଗନ୍ନାଥ ସଂସ୍କୃତି ବିଷୟରେ ଯେତେ ଜାଣିଲେ ବି ତାହା କମ୍‌ ହୋଇଥାଏ । ଏ ସଂସ୍କୃତି ବିଷୟରେ ଜାଣିବା ପାଇଁ ହୁଏତ ଗୋଟାଏ ଜୀବନ ଯଥେଷ୍ଟ ନୁହେଁ । ପୁରୀରେ ଅବସ୍ଥିତ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ବିଶ୍ୱର କୋଣ ଅନୁକୋଣରୁ ଲୋକେ ଦର୍ଶନ ପାଇଁ ଧାଇଁ ଆସନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଦେଖିବାକୁ ମିଳେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । କିନ୍ତୁ ଏହି ମନ୍ଦିରର ଅଗଣିତ ଚମତ୍କାରୀତା ବିଷୟରେ କଣ ଆପଣମାନେ ଜାଣିଛନ୍ତି? ଶ୍ରୀମନ୍ଦିରରେ ବି ଏମିତି ରହସ୍ୟମୟୀ ଘଟଣା ହୁଏ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ…ତେବେ ଚାଲନ୍ତୁ ସେହି ଭାବବିନୋଦିଆ କାଳିଆ ଓ ତା’ର ସେହି ରହସ୍ୟମୟ ଶ୍ରୀମନ୍ଦିର ସଂପର୍କରେ ଆଜି କିଛି ଅଜଣା କଥା ଜାଣିବା…

ଜଗନ୍ନାଥ ମନ୍ଦିର ଓଡିଶାର ପୁରୀ ସହରର ମଧ୍ୟ ଭାଗରେ ରହିଛି । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜିତ ହେଉଥିବା ଏହା ଏକ ପୁରାତନ ଦେଉଳ ଅଟେ । ଓଡିଶାର ସଂସ୍କୃତି ଓ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । ତେଣୁ ଜଗନ୍ନାଥ ମନ୍ଦିର ବିଷୟରେ କିଛି ରହସ୍ୟମୟ କଥା ଜାଣିବାପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

୧. ଶ୍ରୀକ୍ଷେତ୍ର ପୁରୀର ଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ । ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ପବନ ଯେଉଁଆଡୁ ବହୁଥାଏ ସାମ୍ନରେ ଥିବା ଯେକୌଣସି କପଡ଼ା ଲତାକୁ ସେ ସେହି ଦିଗରେ ଉଡ଼ାଇ ନେଇଯାଏ । ମାତ୍ର ଜଗନ୍ନାଥଙ୍କ ନେତ କ୍ଷେତ୍ରରେ ବ୍ୟତିକ୍ରମ ରହିଛି । ଆପଣ ଏହାକୁ ମହାପ୍ରଭୁଙ୍କ ଇଚ୍ଛା ଭାବିପାରନ୍ତି, ପବନ ଯେଉଁ ଦିଗରୁ ବୋହୁଥାଏ ନେତ ସେହି ଦିଗକୁ ହିଁ ଉଡ଼େ, ଅର୍ଥାତ ପ୍ରତିକୂଳବର୍ତ୍ତୀ ହୋଇ । ଏହା ପଛର ବୈଜ୍ଞାନିକ କାରଣ ଏଯାବତ୍‌ ଜଣାପଡ଼ି ନାହିଁ । ଦିନରେ ଗୋଟିଏ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟାରେ ଏହାର ଠିକ ଓଲଟା ଦିଗରେ ଗତି କରେ । ସମୁଦ୍ରର ପବନ ସାଧାରଣତଃ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଗତି କରେ କିନ୍ତୁ ଏଠାରେ ପବନ ସ୍ଥଳ ଭାଗରୁ ସମୁଦ୍ର ଆଡକୁ ଗତି କରେ ।

୨. ଶ୍ରୀ ମନ୍ଦିରର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରୁ ଠିଆ ହୋଇ ଦେଖିଲେ ତାହା ଆପଣଙ୍କୁ ସାମ୍ନାରେ ଠିଆ ହୋଇ ଦେଖିବା ଭଳି ଲାଗିବ ଯାହାକୁ ନିଳଚକ୍ର ମଧ୍ୟ କୁହାଯାଏ ଓ ଏହା ଅଷ୍ଟ ଧାତୁରେ ନିର୍ମିତ

୩. ବିଶ୍ଵର ଏହା ଏକ ମାତ୍ର ମନ୍ଦିର ଯାହାର ଛାଇ କେବେ ବି ମନ୍ଦିରର ତଳେ ପଡେ ନାହିଁ ବା ପ୍ରତିଫଳିତ ହୁଏ ନାହିଁ । କୌଣସି ବି ସୁଦୀର୍ଘ ଘର, ମନ୍ଦିର ବା ଖମ୍ବ ହେଉ ଖରା ହେବ ମାନେ ଛାଇ ନିଶ୍ଚୟ ଦେଖିବାକୁ ମିଳିଥାଏ । ମାତ୍ର ଜଗନ୍ନାଥ ମନ୍ଦିରେ ସେପରି ଦେଖିବାକୁ ମିଳେ ନାହିଁ । କାରିଗରମାନଙ୍କ କାରଗରୀ କୌଶଳ ହେତୁ ହେଉ କିମ୍ବା ଏହା କାଳିଆର ଲୀଳା ହେଉ କେହି କିନ୍ତୁ ଏ ଯାଏ ମନ୍ଦିରର ଛାଇ ଦେଖିପାରି ନାହାନ୍ତି ।

୪. ଜଗନ୍ନାଥ ମନ୍ଦିରର ଆଉ ଏକ ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ମନ୍ଦିରର ପତାକା ଉଡେ । ଏହା କେମିତି ସମ୍ଭବ ସେ ବିଷୟରେ ବୈଜ୍ଞାନିକମାନେ ମଧ୍ୟ କହି ପାରୁନାହାଁନ୍ତି ।

୫. ଶ୍ରୀ ମନ୍ଦିରର ଉପର ଦେଇ କିମ୍ବା ଚତୁପାର୍ଶ୍ଵରେ କୌଣସି ପକ୍ଷୀ ଉଡନ୍ତି ନାହିଁ ଓ ଏହା ଉପର ଦେଇ ବିମାନ ମଧ୍ୟ ଉଡେ ନାହିଁ ।

୬. ସମସ୍ତ ପୁରୀରେ ସମୁଦ୍ରର ଗର୍ଜନ ଶୁଣା ଯାଉଥିଲେ ମଧ୍ୟ ସିଂହଦ୍ଵାରରେ ପାଦ ଦେବା କ୍ଷଣି ସମୁଦ୍ରର ଗର୍ଜନ ଆଉ ଶୁଣାଯାଏ ନାହିଁ

।୭. ପୁରୀରେ ସବୁବେଳେ ଗୋଟିଏ ପରିମାଣରେ ରୋଷେଇ କରାଯାଏ ଓ ଏହାକୁ ହାଜାର ହଜାର ଲୋକରୁ ଲକ୍ଷାଧିକ ଲୋକ ପର୍ଯ୍ୟନ୍ତ ଖାଇଥାନ୍ତି । ଆଶ୍ଚର୍ଯ୍ୟ କଥା ହେଉଛି ଯେତେ ଲୋକ ଏହି ମହା ପ୍ରସାଦ ଖାଇଲେ ମଧ୍ୟ ସରେ ନାହିଁ କି ବଳେ ନାହିଁ । ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ ଲକ୍ଷାଧିକ ଲୋକ କିପରି ଖାଆନ୍ତି ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ ।

୮. ଏହି ମହାପ୍ରସାଦକୁ ସାତୋଟି ମାଟି ପାତ୍ରରେ ଗୋଟିଏ ଉପରେ ଗୋଟିଏ ରଖି ପ୍ରସ୍ତୁତି କରାଯାଏ ଏବଂ ଆଶ୍ଚର୍ଯ୍ୟ କଥା ହେଉଛି ଉପରେ ଥିବା ମାଟି ପାତ୍ରର ଖାଦ୍ୟ ସର୍ବ ପ୍ରଥମେ ହୋଇଯାଏ ଓ ତା ପରେ ତଳକୁ ତଳ ଥିବା ପାତ୍ରର ଖାଦ୍ୟ ହୋଇଥାଏ । ସବୁ ଜାଗାରେ ଠାକୁରଙ୍କୁ ଗଣ୍ଠିପକା ମାଳ ପିନ୍ଧାଯାଏ କିନ୍ତୁ ପୁରୀରେ ମହାପ୍ରଭୁଙ୍କୁ ଅଗଣ୍ଠିଆ ମାଳ ପିନ୍ଧାଯାଏ… ଗଣ୍ଠି ନ ପଡି ମାଳ ରହିବା ପ୍ରଭୁଙ୍କ ଅଲୋକୀକ ମହିମା ବୋଲି କୁହାଯାଏ… ହେଲେ ପ୍ରକୃତରେ ଭାବିଲେ ବିନା ଗଣ୍ଠିରେ ମାଳ ରହିବା ଅସମ୍ଭବ କିନ୍ତୁ ଏଇଠି ସେଇଟା ସମ୍ଭବ ହେଉଛି କେମିତି??

ଗଛରେ ପକ୍ଷୀ ବସିବା ସାଧାରଣ କଥା କିନ୍ତୁ ପୁରୀ ମନ୍ଦିର ଭିତରେ ଥିବା କଳ୍ପବଟରେ ଗୋଟିଏ ପକ୍ଷୀ ବସେ ନାହିଁ ସେ ହେଲା କାଉ, ଏହାର ବି କାରଣ କାହାକୁ ଜଣାନାହିଁ…
ଏମିତି ଆହୁରି ଅନେକ ଜଣା ଅଜଣା କଥା ରହିଛି ଯାହାକୁ ପ୍ରାୟ ଲୋକ ଶୁଣିଥାନ୍ତି ସତ କିନ୍ତୁ ତାର ପ୍ରକୃତ କାରଣ କଣ ତାର ଉତ୍ତର କାହା ପାଖରେ ବି ନାହିଁ. 

CATEGORIES
TAGS
Share This

COMMENTS

Wordpress (0)
Disqus (0 )