Friday 26th April 2024
ହୋଟେଲ୍ ମେଫେୟାର ରେ ଏଚଆର ହେବାର ସୁଯୋଗ ! ମେଫେୟାର ରାଉରକେଲାରେ ହେବ ପୋଷ୍ଟିଂ !

ହୋଟେଲ୍ ମେଫେୟାର ରେ ଏଚଆର ହେବାର ସୁଯୋଗ ! ମେଫେୟାର ରାଉରକେଲାରେ ହେବ ପୋଷ୍ଟିଂ !

ଷ୍ଟାର ହୋଟେଲ୍ ରେ ବାହାରିଛି ବଡଧରଣ ର ବିଜ୍ଞପ୍ତି । ନାମିଦାମି ହୋଟେଲ୍ ମେଫେୟାରରେ ବାହାରିଛି ଏହି ବିଜ୍ଞପ୍ତି । ମେଫେୟାର ରାଉରକେଲା ସହରର ମଧ୍ୟଭାଗରେ ଏକ ଆରାମଦାୟକ ହୋଟେଲ୍ ଏବଂ ରାଉରକେଲା ର ସର୍ବୋତ୍ତମ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରୁ ଏହା ଅନ୍ୟତମ । ରାଉରକେଲା ର ଏହି ବ୍ୟବସାୟ ହୋଟେଲ ବା ବିଜନେସ୍ କ୍ଲାସ୍ ହୋଟେଲ୍ ହେଉଛି ପ୍ରଥମ ହୋଟେଲ ଯାହା ମେଫେୟାର ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ବିଳାସପୂର୍ଣ୍ଣ ଏବଂ ଉତ୍କୃଷ୍ଟ ଆତିଥ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏହା ବ୍ୟବସାୟ ମିଟିଂ ପାଇଁ ହେଉ କିମ୍ବା ଆନନ୍ଦ ପାଇଁ, ସବୁଥିରେ ମେଫେୟାର ରାଉରକେଲା ହୋଟେଲ୍ ଭଲ ସ୍ଥାନ । ଉଭୟ ପାରିବାରିକ ଛୁଟି ଏବଂ କର୍ପୋରେଟ୍ ଭ୍ରମଣ ପାଇଁ ମଧ୍ୟ ଉପଯୁକ୍ତ । ଯେହେତୁ ଏହା ଗୋଟିଏ ବଡ ହୋଟେଲ୍ , ଏଥିରେ ଅନେକ ଗୁଡିଏ କର୍ମଚାରୀ କାମ କରନ୍ତି । ହୋଟେଲ୍ ମେଫେୟାର ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ହୋଟେଲ୍ ମେଫେୟାର ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ହୋଟେଲ୍  ମେଫେୟାର  ରାଉରକେଲା

 

ପଦବୀ ର ନାମ –  ଏଚଆର  ( ହ୍ୟୁମନ୍ ରିସୋସେସ୍ ) 

୧) ମ୍ୟାନେଜର

୨) ଆସିଷ୍ଟାଣ୍ଡ ମ୍ଯାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ମେଫେୟାର ଗ୍ରୁପ୍ ଅଫ୍ ହୋଟେଲ୍ ବିଷୟରେ ଅଧିକ ଜାଣିପାରିବେ  –

https://www.mayfairhotels.com/

ଶିକ୍ଷାଗତ ଯୋଗ୍ୟତା –

୧) ଏମବିଏ ବା ମାଷ୍ଟର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ୍ 

୨) ଏମବିଏ ସହ ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –

୪ ବର୍ଷର ଅଭିଜ୍ଞତା ଥିଲେ ଭଲ ।

ଅଧିକ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଆବଶ୍ୟକ ଥିବା ଦକ୍ଷତା –

୧) ନିଯୁକ୍ତିଦେବା ବା ରିକ୍ରୁଟମେଣ୍ଟ କରିବା 

୨) କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କ ବା ଏମ୍ପଲୟ ରିଲେସନ୍

୩) କମ୍ପାନୀର ଉପକାରିତା ବା ବେନିଫିଟସ୍

୪) କମ୍ପାନୀ ଇଭେଣ୍ଟସ୍ ବା ଘଟଣାକ୍ରମ ତତ୍ୱାବଧାନ 

୫) ଓ୍ୱାରକର କମ୍ପନସେସନ୍ ପରିଚାଳନା

୬) ଏମ୍ପଲୟ ଏନଗେଜମେଣ୍ଟସ୍ 

୭) କର୍ମଚାରୀ ମାନଙ୍କୁ ଦିଆଯାଇଥିବା ଅନ୍ୟ କାମ ବା ଆସାଇନ୍ କରାଯାଇଥିବା ଅନ୍ୟକାମ କୁ ପରିଚାଳନା କରିବା 

 

ଅଧିକ ଜାଣିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.mayfairhotels.com/job-details/JD-Manager-Asst-Manger-HR.pdf

 

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.mayfairhotels.com/career.php

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )