Thursday 28th March 2024
ପାଣି ଉପରେ ନୂଆ ଦ୍ୱୀପ …

ପାଣି ଉପରେ ନୂଆ ଦ୍ୱୀପ …

ଆମ ପୃଥିବୀରେ ସବୁବେଳେ କିଛି ନା କିଛି ନୂଆ ଜିନିଷ ମିଳୁଥାଏ । ଯାହାର ଇତିହାସ ଭବିଷ୍ୟତ କଣ ହେବ ସେ ଉପରେ ସମସ୍ତଙ୍କର ଥାଏ ନଜର । ପରାମିଡରେ ଆଜି ବି ଅନେକ ରହସ୍ୟ ଅଛି ଯାହାକୁ ବୈଜ୍ଞାନିକମାନେ ଖୋଜି ଚାଲିଛନ୍ତି । କେତେବେଳେ ବହୁ ପୁରାତନ ଜିନିଷ ଭୁତ୍ୱବିତ୍ ମାନେ ମାଟି ତଳୁ ବି ପାଉଛନ୍ତି । ଏବେ ସେମିତି ଏକ ଖାସ୍ ଜିନିଷ ନାସା ଆବିଷ୍କାର କରିଛି । ନାସାକୁ ମିଳିଯାଇଛି ଏକ ନୂଆ ଦ୍ୱୀପ ।

ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଅଷ୍ଟ୍ରେଲିଆ ନିକଟ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଏକ ଦ୍ୱୀପ ଦେଖିଥିଲା । ଚଳିତ ମାସ ଆରମ୍ଭରେ କେନ୍ଦ୍ରୀୟ ଟୋଙ୍ଗା ଦ୍ୱୀପରେ ହୋମ ରିଫ୍ ଜ୍ୱାଳାମୁଖୀ ଲାଭା, ଧୂଆଁ ବାହାର କରିବା ଆରମ୍ଭ କରିଥିଲା । ଏହାର ଆଖପାଖ ଅଞ୍ଚଳରେ ପାଣିର ରଙ୍ଗ ବଦଳି ଯାଇଥିଲା । କିନ୍ତୁ ପୃଥିବୀ ଉପରେ ନଜର ରଖୁଥିବା ନାସାର ବିଭାଗ ଅନୁସାରେ, ଏହି ଜ୍ୱାଳାମୁଖୀରେ ବିସ୍ଫୋରଣର ୧୧ ଘଣ୍ଟା ପରେ ପାଣି ଉପରେ ଏକ ଦ୍ୱୀପ ଦେଖିବାକୁ ମିଳିଥିଲା । ସାଟେଲାଇଟ୍ ଜରିଆରେ ଏହି ଦ୍ୱୀପର ଫଟୋ ନିଆଯାଇଛି ।

ନାସାର ସୂଚନା ଅନୁସାରେ, ନୂଆ ଦ୍ୱୀପ ଶୀଘ୍ର ବଡ଼ ଆକାର ନେଇଥିଲା। ସେପ୍ଟେମ୍ୱର ୧୩ରେ ବୈଜ୍ଞାନିକମାନେ ଟୋଙ୍ଗାର ଜିୟୋଲଜିକଲ ସର୍ଭିସ ସହ ମିଶି ଏହି ଦ୍ୱୀପର ଆକାର ପ୍ରାୟ ୪୦୦୦ ବର୍ଗ ମିଟର ଅର୍ଥାତ ଏକ ଏକର ହୋଇଥିବା କହିଥିଲେ । ଏହାସହ ସମୁଦ୍ର ପତନରୁ ଏହାର ଉଚ୍ଚତା ୧୦ ମିଟର ଅର୍ଥାତ ପ୍ରାୟ ୩୩ ଫୁଟି ଥିବା କୁହାଯାଇଥିଲା । ତେବେ ସେପ୍ଟେମ୍ୱର ୨୦ରେ ବୈଜ୍ଞାନିକମାନେ ସୂଚନା ଦେଇ ଏହି ଦ୍ୱୀପର ଆକାର ବଢି ୨୪୦୦୦ ବର୍ଗ ମିଟର ହୋଇଥିବା କହିଥିଲେ। ଏହା ପ୍ରାୟ ୬ ଏକର ହୋଇଥିଲା।

ଆମେରିକା ସ୍ପେସ ଏଜେନ୍ସି ଅନୁସାରେ ଏହି ନୂଆ ଦ୍ୱୀପ ସେଣ୍ଟ୍ରାଲ ଟୋଙ୍ଗା ଆଇଲ୍ୟାଣ୍ଡରେ ହୋମ ରିଫ୍ ସୀମାଉଣ୍ଟ ଉପରେ ହୋଇଛି । କିନ୍ତୁ ଏହି ଦ୍ୱୀପ ସବୁବେଳ ରହିବ ନାହିଁ ବୋଲି ଏଜେନ୍ସି କହିଛି।

CATEGORIES
TAGS
Share This

COMMENTS

Wordpress (0)
Disqus (1 )