Thursday 28th March 2024
ପୃଥିବୀ ଗୋଲ୍ ନା ଫ୍ଲାଟ୍ ସତ କଣ ଜାଣନ୍ତି କି ?

ପୃଥିବୀ ଗୋଲ୍ ନା ଫ୍ଲାଟ୍ ସତ କଣ ଜାଣନ୍ତି କି ?

ଯଦି ମୁଁ ଆପଣଙ୍କୁ ପଚାରେ ଆମ ପୃଥିବୀ କେମିତି ? ତାହାଲେ ଆପଣଙ୍କ ଉତ୍ତର କଣ ହେବ ?

ହଁ ମୁଁ ଜାଣିଛି ପ୍ରାୟତଃ ଲୋକ ଏହାକୁ ଗୋଲ ବୋଲି ହିଁ କହିବେ । ଆଜି ବି ଆପଣ ଏହି ଗୋଲ ପୃଥିବୀରେ ଥିବା ନିଜ ଘରେ ବସି ଆମର ଏଇ ଭିଡିଓ ଦେଖୁଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି ଆମ ଦୁନିଆରେ ସବୁ ଲୋକ ଏହି ସୁନ୍ଦର ପୃଥିବୀକୁ ଗୋଲ ବୋଲି ମାନନ୍ତି ନାହିଁ । ବରଂ ସେମାନଙ୍କ ଅନୁସାରେ ଆଜିଯାଏଁ ଗୋଲ ପୃଥିବୀର ଯାହା ବି ଥିୟୋରୀ ଅଛି ସେ ସବୁ ମିଛ ଓ ଏକ ବଡ ଭ୍ରମ । ତାଙ୍କ ଅନୁସାରେ ପୃଥିବୀ ଗୋଲ ନୁହେଁ ବରଂ ଚେପଟା ବା ଫ୍ଲାଟ । ଆଉ ଆଜିଯାଏଁ ପୃଥିବୀର ଯେଉଁ ଚିତ୍ର ଆମ ଆଗରେ ରଖାଯାଇଛି ସେସବୁ ଫେକ୍ ।


“କଥାରେ ନାହିଁ ଗୋଟିଏ ମିଛକୁ ବାରମ୍ବାର କହିଲେ ତାହା ଗୋଟିଏ ସମୟରେ ସତ ଭଳି ଲାଗେ ।”ବୋଧ ହୁଏ ଆଜି ଯାଏଁ ଆମେ ଯାହାକୁ ଗୋଲ ଭାବିଆସିଛୁ ତାହା ଫ୍ଲାଟ ହିଁ ହେଇଥିବ । କାରଣ ମାଟି ଉପରେ ଆମେ ଚାଲିଲେ କେଉଁଠି ବି ଟଳିପଡୁନୁ,ବିଲକୁଲ ସିଧା ଚାଲିଚାଲି ଯାଉଛୁ । ତାହାଲେ ପୃଥିବୀ ଗୋଲ ବୋଲି ପ୍ରମାଣ କଣ ? ହୁଏତ ପୃଥିବୀ ସତକୁ ସତ ଫ୍ଲାଟ ହିଁ ହେଇଥିବ । ଚାଲନ୍ତୁ ଭଲରେ ବୁଝିବା ପ୍ରକୃତ ସତ କଣ ?ଆମେ ଦୁନିଆର ୧୦୦ ଭାଗ ଲୋକଙ୍କୁ ଦୁଇଟି ଥିୟୋରିକୁ ନେଇ ଦି ଭାଗ କରିଦେବା । ୫୦ ଭାଗ ଯିଏ ପୃଥିବୀକୁ ଚେପଟା କହୁଛନ୍ତି ଆଉ ଗୋଟିଏ ୫୦ ଭାଗ ଯିଏ ପୃଥିବୀକୁ ଗୋଲ କହୁଛନ୍ତି ।

ପୃଥିବୀର ଆକୃତି ଫ୍ଲାଟ

-ପୃଥିବୀକୁ ଆକୃତିରେ ଚେପ୍‌ଟା ବୋଲି ମାନୁଥିବା ଲୋକଙ୍କ ପାଇଁ ଆମ ପୃଥିବୀର ମ୍ୟାପ୍ ଟି ପୁରା ଅଲଗା । ଦେଖନ୍ତୁ ତାଙ୍କ ଅନୁସାରେ ଆମ ପୃଥିବୀ ଗୋଟିଏ ଡିକ୍ସ ଭଳି,ଆଉ ସୂର୍ଯ୍ୟ ଓ ଚନ୍ଦ୍ର ତା ଉପରେ ଟର୍ଚ୍ଚ ଭଳି ଘୁରି ବୁଲି ଦିନ ଓ ରାତି କରୁଛନ୍ତି । ଅର୍ଥାତ ପୃଥିବୀ ଗୋଟିଏ ଡିକ୍ସ ଭଳି ଘୂରି ବୁଲିଛି ଆଉ ତାର ମଝିରେ ନର୍ଥ ପୋଲ୍ ରହିଛି ଏବଂ ତାସହ ଆର୍ଣ୍ଟାଟିକା ପୁରା କଡରେ ବୋର୍ଡର ଲାଇନ୍ ଭଳି ରହିଛି ।

-ସେମାନଙ୍କ ଅନୁସାରେ ପୃଥିବୀ ଗୋଲ ହୋଇଥିଲେ ଆମେ ଯେଉଁପଟେ ଅଛେ ତାର ଅପରପାଶ୍ୱର୍ରେ ଥିବା ଲୋକ ନିଶ୍ଚିତ ଝଡିପଡିଥାନ୍ତେ । ଯେମିତି ଗୋଟିଏ ଫୁଟବୁଲ୍ ଉପରେ ଯଦି ପିମ୍‌ୁଡି ଟିଏ ଚାଲେ ସେ କିଛି ବାଟ ଗଲା ପରେ ତଳକୁ ଖସିପଡିବା କଥା । କିନ୍ତୁ ଏମିତି ହେଉନି । ତାମାନେ ପୃଥିବୀ ଗୋଲ ହିଁ ନୁହେଁ ବରଂ ଫ୍ଲାଟ । ଆମେ ଯୁଆଡେ ଚାହୁଁଛୁ ସିଧା ଯାଇପାରୁଛୁ । ଆଉ ଏଇ ଥିୟୋରୀ ଆଜି ନୁହେଁ ପୁରାତନ ମିଶର ସଭ୍ୟତାର ଲୋକ ବି ମାନୁଥିଲେ ।ନାସା ଓ ଯେ କୌଣସି ବୈଜ୍ଞାନିକଙ୍କ ଗୋଲ ପୃଥିବୀ ଥିୟୋରୀକୁ ଏହି ଲୋକମାନେ ମାନନ୍ତି ନାହିଁ । ଏମିତିକି ସେମାନେ ଚନ୍ଦ୍ରରେ ପ୍ରଥମଥର ମଣିଷ ଯିବା କଥାକୁ ବି ମିଛ ଭାବନ୍ତି । ଫଟୋସପ୍ କରି ଏହିଭଳି ଚିତ୍ର ସାରା ଦୁନିଆକୁ ଦେଖାଯାଉଛି ବୋଲି ସେମାନେ ଦାବା କରନ୍ତି । ଏମିତି ଆହୁରୀ ଅନେକ ଯୁକ୍ତି ଫ୍ଲାଟ ପୃଥିବୀକୁ ମାନୁଥିବା ଲୋକ ପ୍ରକାଶ କରନ୍ତି ।

୫ମିନିଟ୍ ପାଇଁ ଯଦି ଏସବୁ କଥାକୁ ଭାବିଲେ ଆପଣଙ୍କୁ ଏସବୁ କଥା ସତ ଆଉ ଯୁକ୍ତିଯୁକ୍ତ ଲାଗିବ । କିନ୍ତୁ ପୃଥିବୀକୁ ଗୋଲ୍ କହୁଥିବା ଲୋକଙ୍କ ପାଖରେ ଏହାଠାରୁ ଅଧିକ ପ୍ରମାଣଭିତ୍ତିକ ଯୁକ୍ତି ଅଛି ।

ପୃଥିବୀ ଗୋଲ୍ –

-ଯଦି ଆପଣ ସମୁଦ୍ରକୂଳରେ ଛିଡା ହୋଇ ଗୋଟିଏ ଡଙ୍ଗା ଦୂରକୁ ଯାଉଥିବାର ଦେଖିବେ । କିଛି ସମୟ ପରେ ତାହା ଉଭାନ ହେଇଯାଏ । ତାମାନେ କଣ ପୃଥିବୀ ଫ୍ଲାଟ ବୋଲି ଡଙ୍ଗା ଟି କଡକୁ ଯାଇ ତଳେ ଖସିପଡିଲା । ନା ବିଲକୁଲ ବି ନୁହଁ ,ବରଂ ଏଇଠୁ ପ୍ରମାଣିତ ହେଉଛି ଯେ ପୃଥିବୀରେ କର୍ଭ ରହିଛି ଓ ଏହା ଗୋଲ ହେଇଥିବାରୁ ଆମକୁ ଆଉ ସିଧା ଦେଖିଲେ ବି ଡଙ୍ଗା ଦେଖାଯାଏନି । ଏହାର କାରଣ ହେଉଛି ହରାଇଜୋନ୍ । ସେହିଭଳି ଆପଣ ଗୋଟିଏ ପାହାଡ ଉପରେ ଛିଡା ହୋଇ ଯଦି ଦୂର ଯାଏଁ ଦେଖିବେ ଆପଣଙ୍କୁ ଆକାଶ ଓ ମାଟି ଦୂରରେ ଯାଇ ମିଶିଯାଇଛନ୍ତି ବୋଲି ଦେଖାଯିବ । ଯଦି ପୃଥିବୀ ଫ୍ଲାଟ ହେଇଥାନ୍ତା ତାହାଲେ ତ ଆମକୁ ପାଖରେ ମାଟି ଓ ଆକାଶ ଯେମିତି ଅଲଗା ଦିଶୁଛି ଠିକ୍ ସେମିତି ଦୂରରେ ବି ଦେଖାଯାଇଥାନ୍ତା ।

-ପୃଥିବୀ ଗୋଲ ହେଇଥିବାର ଆଉ ଏକ ପ୍ରମାଣ ହେଉଛି ଏହା ସୂର୍ଯ୍ୟ ଚାରିପଟେ ଘୁରିଥାଏ । ଯାହା ଫଳରେ ଆମର ଋତୁ ପରିବର୍ତ୍ତନ ହୁଏ । ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଉପରେ ଯେଉଁ ଗୋଲ ଛାୟା ଦେଖାଯାଏ ତାହା ଆମ ପୃଥିବୀର ହିଁ ଛାଇ.ସେଥିପାଇଁ ଆମ ପୃଥିବୀର ଆକୃତି ଗୋଲ୍ । ଆଚ୍ଛା ଆପଣ ତ ପୃଥିବୀରେ ଛିଡା ହେଉଛନ୍ତି ହେଲେ କେବେ ଭାବିଛନ୍ତି ଚନ୍ଦ୍ରରେ ତ ଆମେ ଛିଡା ହେଇପାରୁନୁ ସେଠାରେ ଆମେ ଆକାଶରେ ଉଡୁଛୁ । ଏହାର ମୁଖ୍ୟ କାରଣ କଣ ହେଇଥିବ ?


ଏହାର କାରଣ ହେଲା ଆମ ଭିତରେ ଥିବା ମାସ୍ ମାନେ ଓଜନ ଓ ତାସହ ଗ୍ରାଭିଟି ମାନେ ମାଧ୍ୟାକର୍ଷଣ । ଏହାଦ୍ୱାରା ଆମେ ଆମ ପୃଥିବୀରୁ କୁଆଡେ ଉଡିଯାଉନୁ ବରଂ ଆମ ପୃଥିବୀ ଆଡକୁ ଆକର୍ଷିତ ହୋଇ ରହିପାରୁଛୁ ।ପୃଥିବୀ ଗୋଲ ବୋଲି ୧୯୫୭ରେ ସୋଭିୟତ୍ ୟୁନିୟନ୍ ଦ୍ୱାରା ସ୍ପେସ୍ କୁ ପ୍ରଥମ ମାନବ ସେଟେଲାଇଟ୍ ସ୍ଫୁଟନିକ୍‌-୧ ଦ୍ୱାରା ଏହି କଥା ପ୍ରମାଣିତ ହୋଇସାରିଥିଲା । ଆଉ ଆଜିର ସମୟରେ ପୃଥିବୀର ଅନେକ ଚିତ୍ର ଆମ ପାଖରେ ଅଛି । କିନ୍ତୁ ସେ ସମୟରେ ଆମ ପାଖରେ ଅତ୍ୟାଧୁନିକ ଟେକନୋଲୋଜୀ ନ ଥିଲା ବୋଲି ଆମ ପୃଥିବୀ ଗୋଲ କି ଫ୍ଲାଟ ଏହିଭଳି ତର୍କ ହେଉଥିଲା ଆହୁରୀ ବହୁତ ଜଣ କୁହନ୍ତି କି ଯଦି ପୃଥିବୀ ଗୋଲ ତାହାଲେ ଆମକୁ ଦେଖାଯାଉନି କାହିଁକି ?
ଏହାର ସରଳ ଉତ୍ତର ହେଲା ଆମେ ପୃଥିବୀ ଠାରୁ ଆକାରରେ ବହୁତ ହିଁ ଛୋଟ । ଯେମିତି ଗୋଟିଏ ବଡ ତରଭୁଜ ଉପରେ ପିମ୍ପୁଡି । ଆମେ ପୃଥିବୀ ଭିତରେ ଚାଲିଲେ, ଯେମିତି ଫ୍ଲାଟ ଦେଖାଯାଉଛି । ଠିକ୍ ସେମିତି ପିମ୍ପୁଡିକୁ ବି ତରଭୁଜ ଉପରେ ଚାଲିଲା ସମାନ୍ତର ମାଟି ଉପରେ ଚାଲିଲା ଭଳି ଲାଗେ । ତାମାନେ କଣ ତରଭୁଜ ଫ୍ଲାଟ ?ଏମିତି ଅଗଣିତ ପ୍ରମାଣ ଓ ତର୍କ ଅଛି ଯାହା ଦର୍ଶାଏ କି ପୃଥିବୀ ଗୋଲ୍ ।

CATEGORIES
Share This

COMMENTS

Wordpress (0)
Disqus (0 )