Thursday 9th May 2024
୨୦୩୦ ସୁଦ୍ଧା ଅଣାୟତ୍ତ ହେଇଯିବ ଏହି ରୋଗ

୨୦୩୦ ସୁଦ୍ଧା ଅଣାୟତ୍ତ ହେଇଯିବ ଏହି ରୋଗ

ରୋଗ କଥା ଶୁଣିଲେ ମଣିଷ ଛାନିଆ ହେଇଯାଏ । କାରଣ ରୋଗୀ ହେଇ ଜୀବନ କାଟିବାକୁ କେହି କେବେବି ଚାହାନ୍ତି ନାହିଁ । ତାଛଡା ଶରୀର ଅଛି ମାନେ ତ ରୋଗ ରହିବ । କିନ୍ତୁ ବର୍ତ୍ତମାନ ସମୟରେ ଆମକୁ ଅନେକ ଅଜଣା ରୋଗ ମାଡିବସୁଛି । ଏଇ ଯେମିତି କିଛି କାରଣ ନଥାଇ ଚିନ୍ତା କରିବା ,ଅତ୍ୟଧିକ ଚାପରେ କାମ କରିବା ପରେ ରୋଗରେ ପଡିବା ଆହୁରି କେତେ କଣ ? କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ମେଡିକାଲ ସାଇନ୍ସ ଯେତେ ଆଧୁନିକ ହେଉଛି ଆମ ରୋଗ ମଧ୍ୟ ସେତିକି ଆଧୁନିକତା ଆଡକୁ ଗତି କରୁଛି । ସେଥିପାଇଁ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ଜାରୀ କରିଛି । ଯାହା ଅନୁସାରେ ୨୦୩୦ ସୁଦ୍ଧା ଏମିତି କିଛି ରୋଗ ରହିଛି ଯାହା ସାଙ୍ଘାତିକ ରୂପ ଧାରଣ କରିବ ।

କରୋନା ପରଠାରୁ ଅଧିକାଂଶ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଅନେକ ଲୋକ କୋଭିଡ ପରବର୍ତ୍ତୀ ସମସ୍ୟା ସହ ଲଢ଼ୁଛନ୍ତି। ଆଉ ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ଚେତାବନୀ ଜାରି କରିଛି। ପ୍ରକୃତରେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୨ର ଆମର ଜୀବନଶୈଳୀ ନେଇ ଏକ ବୈଶ୍ୱିକ ରିପୋର୍ଟ, ଗ୍ଲୋବାଲ ଆକ୍ସନ ପ୍ଲାନ ଅନ୍ ଫିଜିକାଲ ଆକ୍ଟିଭିଟି(ଜିଏପିପିଏ) ୨୦୧୮-୨୦୩୦ ଜାରି କରିଛି। ଏଥିରେ ଶାରୀରିକ ବ୍ୟାୟାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ରିପୋର୍ଟରେ WHO ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରେୟସ କହିଛନ୍ତି ଯେ ଚାଲିବା, ସାଇକେଲ ଚଲାଇବା, ଖେଳ ଏବଂ ଅନ୍ୟ ଶାରୀରିକ ପରିଶ୍ରମ ଶରୀର ପାଇଁ ବହୁତ ଭଲ।

ତେବେ ଏହି ରିପୋର୍ଟରେ ଏକ ଭୟଭୀତ କରିବା ଭଳି ତଥ୍ୟ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୩୦ ସୁଦ୍ଧା ୫୦୦ ମିଲିୟନ ଅଣସଂକ୍ରାମକ ରୋଗ ସାମ୍ନାକୁ ଆସିବ। ଯେଉଁଥିରୁ ପ୍ରାୟ ୪୭ ପ୍ରତିଶତ ଉଚ୍ଚ ରକ୍ତଚାପ ଏବଂ ୪୩ ପ୍ରତିଶତ ଡିପ୍ରେସନ କାରଣରୁ ଉତ୍ପନ୍ନ ହେବେ। WHO ଏହା ପଛର କାରଣ ମଧ୍ୟ କହିଛି। ରିପୋର୍ଟ ଅନୁଯାୟୀ ଶାରୀରିକ ପରିଶ୍ରମର ଅଭାବ ଏହି ରୋଗଗୁଡିକର ମୁଖ୍ୟ କାରଣ ହେବ। ମହିଳାଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଡବ୍ଲୁଏଚଓ ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ ଶାରୀରିକ ନିଷ୍କ୍ରିୟତା, ଧୁମ୍ରପାନ ଏବଂ ମଦ୍ୟପାନ କରିବା ଅନେକ ରୋଗର କାରଣ ହୋଇଥାଏ। ଯଦି କେହି ପ୍ରତିଦିନ ଅଧାଘଣ୍ଟାରୁ ଏକ ଘଣ୍ଟା ଶାରୀରିକ ପରିଶ୍ରମ କରୁଛନ୍ତି, ତେବେ ଅନେକ ରୋଗରୁ ମୁକ୍ତି ମିଳିପାରିବ। ‘ହୁ’ କହିଛି ଯେ, ନିୟମିତ ବ୍ୟାୟାମ କରିବା ଦ୍ୱାରା ମୃତ୍ୟୁ ଆଶଙ୍କା ୨୦ ରୁ ୩୦ ପ୍ରତିଶତ, ହୃଦରୋଗ ବିପଦ ୭ ରୁ ୮ ପ୍ରତିଶତ, ଡିପ୍ରେସନ ୭ ରୁ ୮ ପ୍ରତିଶତ, ଟାଇପ୍ ୨ ଡାଇବେଟିସ୍ ଆଶଙ୍କା ୫ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରେ। ତେବେ ରୋଗରୁ ମୁକ୍ତି ପାଇବା ଅଧିକରୁ ଅଧିକ ଶାରୀରିକ ପରିଶ୍ରମ କରନ୍ତୁ, ବ୍ୟାୟାମ ଏବଂ ଅନ୍ୟ ଶାରୀରିକ ପରିଶ୍ରମ କରନ୍ତୁ। ଯେମିତିକି ନିୟମିତ ଭାବରେ ଚାଲିବା, ସାଇକେଲ ଚଲାଇବା, ଦୌଡ଼ିବା, ସିଢ଼ି ଚଢ଼ିବା, ଶାରୀରିକ କାମ କରିବା, ବାହାରେ କିଛି ଖେଳାଖେଳି କରିବା ଆଦି ଲାଭଜନକ ହୋଇପାରେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )