Friday 26th April 2024
ଆପଣଙ୍କ ବିଜନେସ୍ ପାଇଁ ଆଗ ଦରକାର ସୋସିଆଲ ମିଡିଆ; ପ୍ରମୋଦ କୁମାର ସାହୁ

ଆପଣଙ୍କ ବିଜନେସ୍ ପାଇଁ ଆଗ ଦରକାର ସୋସିଆଲ ମିଡିଆ; ପ୍ରମୋଦ କୁମାର ସାହୁ

ସଫଳତା ପାଇବା ପରେ ହିଁ ଜଣେ ଉଦାହରଣ ଦିଅନ୍ତି । ତେଣୁ ସମାଜରେ ସମୟ ଅନୁସାରେ କିଛି ଲୋକ ନିଜକୁ ଅପଡେଟ୍ କରି ସଫଳ ହେବା ପରେ ହିଁ ତାଙ୍କ ବିଷୟରେ ଲୋକମାନେ ଜାଣିବାକୁ ପାଆନ୍ତି । ଆଜିକାଲିର ଯୁଗ ଡିଜିଟାଲ ଯୁଗ । କିନ୍ତୁ ଏହି ଡିଜିଟାଲ ଯୁଗରେ ଯଦି ଆମେ ନିଜକୁ ଅପଡେଟ୍ ନକରିବା ତାହାଲେ ଆମେ ପଛରେ ପଡିଯିବା । ଶିକ୍ଷା,ବିଜନେସ୍‌,ଚାକିରୀ,ଟେକନୋଲୋଜୀ ସବୁ କିଛି ଆଜିକାଲି ଡିଜିଟାଲ୍ । ତେବେ ଏହିଭଳି କ୍ଷେତ୍ରରେ ନିଜ ବିଜନେସ୍ କୁ ଲୋକଙ୍କ ପାଖରେ ସହଜରେ ପହଂଚାଇବାର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ଛୋଟ ହେଉ କି ବଡ ଘରୁ ହେଉ କିମ୍ବା କମ୍ପାନୀରୁ ଯିଏ ଯେଉଁ ସ୍ତରରେ ଥାଉ ତା ପାଇଁ ଗ୍ରାହକଙ୍କ ଅଭାବ ରହିବନି ଏହି ସୋସିଆଲ ମିଡିଆ ଯୁଗରେ । ତେବେ ସେମିତି ଜଣେ ବ୍ୟକ୍ତିଙ୍କ ସହ ଆଜି ଆଲୋଚନା କରିବା ପ୍ରକୃତରେ ଏହି ସୋସିଆଲ ମିଡିଆ କମ୍ପାନୀ କେମିତି ଚାଲୁଛି ଓ ଲୋକଙ୍କର ବିଜନେସ୍ କେମିତି ବଢୁଛି ସେ ବିଷୟରେ । ସେ ହେଉଛନ୍ତି ଓଡିଶାର ଗୋଟିଏ ଜଣାଶୁଣା ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀ smart 5 solution ର  ମାଲିକ ପ୍ରମୋଦ କୁମାର ସାହୁ

 

ସୋସିଆଲ ମିଡିଆ ମାର୍କେଟିଙ୍ଗ କାହାକୁ କୁହନ୍ତି ?

-”ସୋସିଆଲ ମିଡିଆ ନାଁ ରୁ ହିଁ ଜଣାପଡିଯାଉଛି ଯେ ,ଏହା କଣ ? କାରଣ ଆମ ଦେଶରେ ଛୁଆଠୁ ବୁଢା ଯାଏଁ ସମସ୍ତେ ଏହି ସୋସିଆଲ ମିଡିଆ ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ । ଯାହା ହାତରେ ମୋବାଇଲ୍ ତାପାଖରେ ସୋସିଆଲ ମିଡିଆ । କିନ୍ତୁ ସୋସିଆଲ ମିଡିଆ ମାର୍କେଟିଙ୍ଗର ଅର୍ଥ- ମୋବାଇଲ ଧରୁଥିବା ସେହି ପ୍ରତ୍ୟେକ ସୋସିଆଲ ମିଡିଆ ୟୁଜରର୍ସଙ୍କ ପାଖରେ ଆମ ଜିନିଷର ମାର୍କେଟିଙ୍ଗ କରିବା । ସେ ଫେସବୁକ୍ ହେଉ ,ଟୁଇଟର ହେଉ,ଇନଷ୍ଟାଗ୍ରାମ ହେଉ ଯାହା ବି ଆଜିର ଡେଟ୍ ରେ ଚାଲିଛି ।”

ଆପଣଙ୍କ କମ୍ପାନୀ ସ୍ମାର୍ଟ ୫ ସଲ୍ୟିୁସନ୍ ବିଷୟରେ କୁହନ୍ତୁ ?

-୨୦୧୨ରୁ ଆମର ଏହି କମ୍ପାନୀ । ଏଥିରେ ଆମେ ଗୋଟିଏ ନୁହେଁ ବରଂ ମଲ୍ଟିପୁଲ୍ କାମ କରୁ । ସେଥିପାଇଁ ଆମର ଭିନ୍ନ ଭିନ୍ନ କାମ ଅନୁସାରେ ଆମର ଅଲଗା ପାର୍ଟ ଅଛି । ସର୍ଭର,ଆଇଟି ,ଡିଜିଟାଲ ମାର୍କେଟିଙ୍ଗ ସବୁ ପାଇଁ ଅଲଗା ଅଲଗା ବ୍ରାଂଚ । ଆଉ smart 5 solution ତାର ମୂଳ । ଏଥିରେ ଆମେ ୱେବସାଇଟ୍ ଡିଜାଇନିଂ ହେଇଗଲା ,devlopment,bulk SMS ହେଇଗଲା,Social media marketing ହେଇଗଲା ଏସବୁ କାମ କରିଥାଉ । ତେଣୁ ମୁଁ ବି ଯେତେବେଳେ ଆରମ୍ଭ କରିଥିଲି ଛୋଟରୁ ସବୁକିଛି ଶିଖି ଆଜି ଦୁଇରୁ ୩ ପ୍ରକାର କାମ ଓଡିଶା ଓ ଓଡିଶାର ବାହାର Client ସବୁକିଛି କୁ ନେଇ ଆଗକୁ ବଢିଚାଲିଛି ।

 

ଡିଜିଟାଲ ମାର୍କେଟିଙ୍ଗ ଆଉ ସୋସିଆଲ ମିଡିଆ ମାର୍କେଟିଙ୍ଗ ଭିତରେ ତଫାତ୍ କଣ ?

-ଦେଖନ୍ତୁ ସୋସିଆଲ ମିଡିଆ ମାର୍କେଟିଙ୍ଗ ଡିଜିଟାଲ ମିଡିଆ ମାର୍କେଟିଙ୍ଗର ଗୋଟିଏ part । ତେଣୁ ସବୁ ଜିନିଷକୁ ଆମେ digital marketing କହିପାରିବାନି । ଯେମିତି ଆପଣ ଦେଖିଥିବେ ପେପର୍‌,ଟିଭି ଆଦିରେ ଯେଉଁ ବିଜ୍ଞାପନ ଦିଆଯାଏ ତାର ଅଧିକ ଚାର୍ଜ ଥାଏ । କିନ୍ତୁ ସୋସିଆଲ ମିଡିଆରେ କମ୍ ପଇସାରେ ଅଧିକ ଲୋକଙ୍କ ପାଖରେ ପହଂଚିହେଇପାରେ ବୋଲି ଏହାକୁ ଆଜିର ସମୟରେ ଅଧିକ ବ୍ୟବହାର କରାଯାଉଛି ।

ସୋସିଆଲ ମିଡିଆ ମାର୍କେଟିଙ୍ଗରେ କ୍ଲାଇଣ୍ଟ କେମିତି ଡିଲ୍ କରନ୍ତି ?

-ସୋସିଆଲ ମିଡିଆରେ ଯଦି କହିବି facebook ,linkdin ଆଦିରେ ଥାଏ lead generation ad । ଯାହା ଏକ form ଭଳି ,ଯାହାକୁ ଲୋକେ ଅନଲାଇନ୍ ନାଁ ଓ ଫୋନ ନମ୍ବର ଦେଇ fill-up କରିଥାନ୍ତି । ଆଉ ଗୋଟିଏ ଥାଏ brand awarness ଯାହାକି କମ୍ ପଇସାରେ କେମିତି ଅଧିକାଂଶ ଲୋକଙ୍କ ପାଖରେ clientର brand ପହଂଚିପାରିବ । ଏମିତି facebook,instagram,youtube ଏସବୁରେ paid promotion ,SEO,Keyword ଆଦି ଜରିଆରେ ଆମେ clientର brand promote କରିଥାଉ ।

ସୋସିଆଲ ମିଡିଆରେ ବ୍ରାଣ୍ଡିଙ୍ଗ କେମିତି କରାଯାଏ ?

-ଦେଖନ୍ତୁ ବହୁତ ଜଣ ଭାବନ୍ତି ଆଜି ସୋସିଆଲ ମିଡିଆକୁ ଆସି ଗୋଟିଏ ଦିନରେ ସବୁ ବୁଷ୍ଟ କରି ବଡ ହେଇଯିବେ । କିନ୍ତୁ ସେମିତି ହେଇନଥାଏ ,ସବୁବେଳେ ଆପଣ ଯାହା ଲୋକଙ୍କ ପାଖରେ ପହଂଚାଇବାକୁ ଚାହୁଁଛନ୍ତି ତାର ବ୍ରାଣ୍ଡିଙ୍ଗ ପୋଷ୍ଟ ପକାଇବେ,ଯେଉଁଥିରୁ ଲୋକ ଜାଣିବେ ଆପଣ କଣ ସେମାନଙ୍କୁ ଯୋଗାଇବେ । ତାପରେ ଧିରେ ଧିରେ ପେଜର ଲାଇକ୍ ବଢାଇବାକୁ ପଡିଥାଏ । ତେଣୁ ଆଡ୍ ଲଗାଇବା ପୂର୍ବରୁ କିଛି ଦିନ ତାକୁ ଲୋକଙ୍କୁ ବୁଝିବାକୁ ସମୟ ଲାଗେ ତେଣୁ ସେହି କଥାକୁ ବୁଝି ସବୁ ମାର୍କେଟିଙ୍ଗ ଷ୍ଟ୍ରାଟେଜୀ ଲଗାଇବା ଦରକାର ।

 

ସୋସିଆଲ ମିଡିଆ ମାର୍କେଟିଙ୍ଗ ବିଜନେସ୍ ଓ କ୍ୟାରିୟର ପାଇଁ କଣ ଆବଶ୍ୟକ ?

– ଦେଖନ୍ତୁ ଏଇ ଲାଇନରେ ବିଜନେସ୍ କରିବାକୁ ହେଲେ ବି ଏକ୍ସପୋର୍ଟ ହେବା ସହ ସ୍ମାର୍ଟ ହେବା ବି ଜରୁରୀ । କାରଣ ବିଜନେସ୍ ରେ ଆପଣ ଜଣଙ୍କୁ ବିଶ୍ୱାସ ଦିଅନ୍ତି ଏହା ସଫଳ ହେବ ବୋଲି । ତେଣୁ ଯଦି ସେହି ସଫଳତା ନ ଆଣିଦେଇ ପାରିବେ ତାହାଲେ ତ ଆପଣଙ୍କ ବିଜନେସ୍ ଆଗକୁ ବଢିବନି କୌଣସି client ଆପଣଙ୍କୁ ବିଶ୍ୱାସ କରିବେନି । ସେଥିପାଇଁ ମୁଁ ବିଶ୍ୱାସ କରେ ବିଜନେସ୍ କୁ ଲୋକଙ୍କ ପାଖରେ ଭରସା ସହିତ ପହଂଚାଇ ତାକୁ ସଫଳ କରିବାକୁ ପଡେ । ସେହିଭଳି ଯଦି ଏହି ଲାଇନରେ କେହି କ୍ୟାରିୟର କରିବାକୁ ଚାହାନ୍ତି ତାହାଲେ ବି ବହୁତ ଭଲ ଆଜିକାଲି ଏଥିପାଇଁ ଡିଜିଟାଲ ମାର୍କେଟିଙ୍ଗର ବେଷ୍ଟ ରୁ ବେଷ୍ଟ କୋର୍ସ ଉପଲବ୍ଧ ହେଲାଣି । ଆଉ ସବୁ ଜାଗାରେ ଜଣେ ଡିଜିଟାଲ ପ୍ରମୋସନ ଆଇଡିଆ ଥିବା ଲୋକଙ୍କର ବି ଆବଶ୍ୟକତା ରହିଛି । ତେଣୁକରି ଏସବୁ ଜିନିଷ ପାଇଁ ଭବିଷ୍ୟତ ତ ରହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )