Friday 26th April 2024
Business- ସୋସିଆଲ ମିଡିଆ ମାର୍କେଟିଂ- ଡିଜିଟାଲ ମାର୍କେଟିଂର ଗୋଟିଏ ଅଶଂ

Business- ସୋସିଆଲ ମିଡିଆ ମାର୍କେଟିଂ- ଡିଜିଟାଲ ମାର୍କେଟିଂର ଗୋଟିଏ ଅଶଂ

ଆଜିର ସମୟରେ ନିଜ କମ୍ପାନୀକୁ ସୋସିଆଲ ମିଡିଆ ମାର୍କେଟିଂ ଜରିଆରେ ଆଗକୁ ବଢ଼େଇବାକୁ ଚାହାଁନ୍ତି । ମାତ୍ର ଆଜି ବି ଅନେକ ଲୋକ ଜାଣିନାହାଁନ୍ତି ସୋସିଆଲ ମିଡିଆ ମାର୍କେଟିଂ କଣ ଓ କେମିତି କରାଯାଏ । ତେଣୁ ଆମେ କଥା ହେଇଥିଲୁ ଓଡ଼ିଶାର “Digital gaurabh” କମ୍ପାନୀର କୋ-ଫାଉଣ୍ଡର କ୍ଷମାଶ୍ରୀ ମହାକୁଡ଼ଙ୍କ ସହ ଓ ଜାଣିବାକୁ ଚେଷ୍ଟା କରିଥିଲୁ କି ସୋସିଆଲ ମିଡିଆ ମାର୍କେଟିଂ କଣ ଓ ଏହାର ବ୍ୟବହାର କେମିତି କରାଯାଏ ।

-ସୋସିଆଲ ମିଡିଆ ମାର୍କେଟିଙ୍ଗ କଣ ?

“Social”- Social is something which is connecting with people” । ଯେଉଁଠାରେ ବହୁତ ଲୋକ ଏକାଠି ହୋଇଥାନ୍ତି । “Media”- media is medium । ଯାହା ଫଳରେ ଅନେକ ଲୋକ , ଅନେକ କମ୍ପାନୀ, ଅନେକ କମ୍ୟୁନିଟି ସହିତ ଯୋଡ଼ି ହୋଇପାରୁ । “Marketing”- Marketing is something promoting your product or service । ଆଜିକାଲି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟ୍ୱିଟର ଭଳି ଅନେକ ଆପ୍ ରହୁଛି ଯେଉଁଠି ଆମେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ପାରିବା । ଆଇଡିଆ , ସର୍ଭିସ କିମ୍ବା ପ୍ରଡକ୍ଟକୁ ପ୍ରମୋଟ କରିବାକୁ ଚାହିଁବା ସୋସିଆଲ ମିଡିଆରେ ତେବେ ତାହା ମାର୍କେଟିଂ ଭିତରେ ଯାଏ । ତେଣୁ ତାକୁ କୁହାଯାଏ ସୋସିଆଲ ମିଡିଆ ମାର୍କେଟିଂ କୁହାଯାଏ ।

-ଆପଣ ଏହିଲାଇନରେ କେବେଠୁ ଅଛନ୍ତି ଓ ଆଜିଯାଏଁ ଆପଣଙ୍କର ଏହି ଲାଇନରେ ଅନୁଭୂତି କେମିତି ?

୨୦୧୨ରୁ ମୁଁ ଏହି ଲାଇନ୍ ସହ ଯୋଡ଼ି ହୋଇଛି । ମାତ୍ର ୨୦୧୮ରୁ ମୁ ସିଧାସଳଖ ଯୋଡ଼ି ହେଲି, ଆମେ ୨ଟି ଅର୍‌ଗନାଇଜେସନ କଲୁ ଯାହା ଥିଲା ଡିଜିଟାଲ ଗୌରବ ଓ ଗୌରବ ଇନ୍‌ଫୋଟେକ୍ । ଗୌରବ ଇନ୍‌ଫୋଟେକ୍ ସର୍ଭିସ୍ ପାଇଁ ଥିଲା, ଯାହା କି ଡିଜିଟାଲ ମାର୍କେଟିଂ ସର୍ଭିସେସ୍ ଦେଉଥିଲୁ । ପରେ ଲୋକଙ୍କ ଅସୁବିଧା ଦେଖିଲୁ କି ଲୋକଙ୍କ ପାଖରେ ଠିକ୍ ଇନ୍‌ଫରମେସନ ପହଞ୍ଚି ପାରୁନି । ଅନେକ ପିଲା ଚାହୁଁଛନ୍ତି କି ଏହି ଲାଇନ୍‌ରେ କାମ କରିବାକୁ କିନ୍ତୁ ତାଙ୍କୁ ସେଭଳି ସୁଯୋଗ ମିଳୁନି । ଆମକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବାକୁ ହେଲେ ସେତିକି ଲୋକ ବି ଦରକାର ଯେଉଁମାନେ ଅନ୍ୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଅସୁବିଧାକୁ ବୁଝି ପାରିବେ । ତେଣୁ ଆମେ ଭାବିଲୁ କି ଏବେ ଆମେ ପିଲାଙ୍କୁ ଟ୍ରେନିଂ, ଚାକିର ଓ ସର୍ଭିସ ଦବୁ । ଅନୁଭୂତି କଥା କହିବାକୁ ଗଲେ ମୋର ବହୁତ ଭଲ ରହିଛି ନିଜର ସ୍କିଲ ମୁଁ ବଢ଼େଇପାରିଛି, ଲୋକଙ୍କୁ ମୁଁ ସାହାର୍ଯ୍ୟ କରିପାରୁଛି ।

-ଡିଜିଟାଲ ମାର୍କେଟିଙ୍ଗ ଆଉ ସୋସିଆଲ ମିଡିଆ ମାର୍କେଟିଙ୍ଗ ଭିତରେ କଣ ତଫାତ୍ ?

ସୋସିଆଲ ମିଡିଆ ମାର୍କେଟିଂ ହେଉଛି ଡିଜିଟାଲ ମାର୍କେଟିଂର ଗୋଟିଏ ଅଶଂ । କୌଣସି ଗୋଟିଏ ପ୍ରଡକ୍ଟ, ସର୍ଭିସ, ଭିଉକୁ ଅନ୍‌ଲାଇନ୍ ସାହାର୍ଯ୍ୟରେ ଆମେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଡିଜିଟାଲ ମାର୍କେଟିଂ କୁହାଯାଏ । ଡିଜିଟାଲ ମାର୍କେଟିଂ ଭିତରେ ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ, ୱେବସାଇଟ୍‌, ଆଡ୍ ମାର୍କେଟିଂ, ଏସ୍‌ସିଓ ଆସୁଛି ଯାହାକୁ ସୋସିଆଲ ମେଡ଼ିଆ ମାର୍କେଟିଂ କୁହାଯାଏ ।

-ସୋସିଆଲ ମିଡିଆ ମାର୍କେଟିଙ୍ଗରେ କେମିତି କ୍ଲାଇଙ୍କୁ ଡିଲ୍ କରନ୍ତି ?

ଆଜିକା ସମୟରେ ଓଡ଼ିଶାରେ ବିଭିନ୍ନ ପ୍ରକାରର ଡିଜିଟାଲ ମାର୍କେଟିଂ ହେଉ କିମ୍ବା ସୋସିଆଲ ମେଡିଆ ମାର୍କେଟିଂ ଖୋଲିଗଲାଣି । ତେଣୁ ଆମେ ପ୍ରଥମେ ଜାଣିବାକୁ ଚେଷ୍ଟା କରୁ କି ଲୋକ ଚାହୁଁଛନ୍ତି କଣ ମାର୍କେଟିଂରେ । ତା’ ପରେ ଆମେ ତାଙ୍କ ସହ ଡିଲ୍ କରୁ । “In odisha it is a fusion off digital marketing and traditional marketing”। ଅନେକ ଲୋକ ଅଛନ୍ତି ଯେଉଁମାନେ ଲୋକାଲରେ ନିଜର ଡିଜିଟାଲି ପ୍ରମୋଟ ହେବାକୁ ଚାହୁଁଛନ୍ତି, ଆମେ ସେମାନଙ୍କୁ ବି ସାହାର୍ଯ୍ୟ କରୁ । ଏମିତି କି ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ଡିଜିଟାଲି ପ୍ରମୋଟ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଆମେ ସାହାର୍ଯ୍ୟ କରିଥାଉ । ଆମେ ଲୋକଙ୍କୁ ଏହା ବୁଝାଉ କି ଆପଣ ଅଳ୍ପ ଟଙ୍କାରେ ଆପଣଙ୍କ ବିଜ୍‌ନେସ୍‌କୁ ଆଗକୁ ବଢ଼େଇପାରିବେ

-ସୋସିଆଲ ମିଡିଆ ମାର୍କେଟିଙ୍ଗରେ ଜଣେ କ୍ୟାରିୟର କେମିତି କରିପାରିବ ?

ଡିଜିଟାଲ ମୋର୍କେଟିଂ ହେଉ କିମ୍ବା ସୋସିଆଲ ମିଡିଆ ମାର୍କେଟିଂ, ମାର୍କେଟିଂର ଗୋଟିଏ ପ୍ରୋସେସ୍ । ଯେଉଁଠି ବିଜ୍‌ନେସ୍ ଅଛି ସେଇଠି ମାର୍କେଟିଂ ଆସୁଛି । ଆଜି କାଲି ସମସ୍ତେ ଗୋଟିଏ ଗୋଟିଏ ଛୋଟ ବିଜ୍‌ନେସ୍ ଆରମ୍ଭ କରୁଛନ୍ତି । ଆଉ ପ୍ରତ୍ୟେକଟି ବିଜ୍‌ନେସ୍ ମାର୍କେଟିଂ ଚାହେଁ । ଯେଉଁଥି ପାଇଁ ଏଠାରେ ଅନେକ ଲୋକଙ୍କ ସହ ଆପଣ ଯୋଡ଼ି ହୋଇକି ନିଜ ବିଜ୍‌ନେସ୍‌ର ମାର୍କେଟିଂ କରି ପାରିବେ । ଆଉ କିଛି ବର୍ଷ ପରେ ଆପଣ ଦେଖିବେ କି ସବୁ କିଛି ସୋସିଆଲ ମେଡିଆ ମାଧ୍ୟମରେ ହିଁ ଚାଲିବ, ତେଣୁ ନିହାତି ଯେଉଁମାନେ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାଟଫର୍ମ ଭଲ ରହିବ । ଏହା ବ୍ୟତୀତ ସବୁଠାରୁ ବଡ଼ କଥା ହେଉଛି କି ଏଥିପାଇଁ ଆପଣଙ୍କୁ କୌଣସି ବଡ଼ ବଡ଼ ଡିଗ୍ରୀ ଦରକାର ପଡ଼େ ନାହିଁ ।

-ଏହି ସୋସିଆଲ ମିଡିଆ ମାର୍କେଟିଙ୍ଗ ବିଜନେସ୍ ପାଇଁ କଣ କଣ କରିବା ଦରକାର ?

ସୋସିଆଲ ମିଡିଆ ମାର୍କେଟିଂ ବିଜ୍‌ନେସ୍ କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ପରିବର୍ତ୍ତନକୁ ଗ୍ରହଣ କରିବାକୁ ପଡ଼ିବ । ସବୁ ବିଜ୍‌ନେସ୍ ରେ ଲାଭ କ୍ଷତି ଥାଏ, ତେଣୁ ସେ ସବୁକୁ ଗ୍ରହଣ କରିବା ନିହାତି ଦରକାର । ପ୍ରାୟେ ଲୋକ ଭାବିଥାନ୍ତି କି ଇଂରାଜୀ ଶିଖିଲେ ହିଁ ବିଜ୍‌ନେସ କରିହେବ ନହଲେ ନାହିଁ । ବରଂ ଆପଣ ଡିଜିଟାଲ ମାର୍କେଟିଂ କିମ୍ବା ସୋସିଆଲ ମାର୍କେଟିଂରେ ଇଂରାଜୀ ନ କହିପାରିଲେ ବି ଆପଣ ଭଲ ବିଜ୍‌ନେସ ଟେ କରିପାରିବେ । ଯେମିତି ଗୋଟିଏ ଫଟୋ ଉଠେଇଲେ ଆମେ ସୋସିଆଲ ମିଡିଆରେ ପୋଷ୍ଟ କରୁଛେ ଠିକ୍ ସେହିପରି । ଏଠି କେବଳ ବିଜ୍‌ନେସ୍‌କୁ ପ୍ରମୋଟ କରାଯାଏ, ତେଣୁ ଏଥିପାଇଁ ଜଣଙ୍କୁ କେବଳ ଗୋଟିଏ ସିଷ୍ଟମକୁ ସମ୍ଭାଳି ପାରୁଥିବା ଦରକାର ଏବଂ ଟାଇପିଙ୍ଗ କରିପାରୁଥିବା ଦରକାର । ମୁଁ ଭାବେ କି ଏଥିପାଇଁ କୌଣସି କ୍ୱାଲିଫିକେସନ ଦରକାର ନାହିଁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )