Friday 26th April 2024
ଗ୍ୟାସ ସମସ୍ୟାର କିଛିଟା ବିଶେଷ କାରଣ ଏବଂ ପ୍ରାଥମିକ ଚିକିତ୍ସା

ଗ୍ୟାସ ସମସ୍ୟାର କିଛିଟା ବିଶେଷ କାରଣ ଏବଂ ପ୍ରାଥମିକ ଚିକିତ୍ସା

ଆଜିକାଲି ପ୍ରାୟ ସମସ୍ତଙ୍କର ଗ୍ୟାସ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପେଟରେ ଗ୍ୟାସ ହେବା ଜିନିଷକୁ ଆମେ ଖୁବ୍ ସାଧାରଣ ବୋଲି ଭାବୁ । କିନ୍ତୁ ପ୍ରକୃତରେ ଏହା ମଣିଷ ଶରୀରର ଏକ ନିତିଦିନିଆ ରୋଗ ହୋଇଗଲାଣି ଓ ଏହାର ପ୍ରଭାବରୁ ଲୋକେ ବହୁତ ହଇରାଣ ମଧ୍ୟ ହେଉଛନ୍ତି । ହେଲେ ଗ୍ୟାସ ସମସ୍ୟା ପେଟରେ ଅଧିକ ଅନୁଭୂତ ହେଲେ ଏହାକୁ କିଭଳି ଉପାୟରେ କମ୍ କରାଯାଇପାରିବ ତାହା ହିଁ ସବୁଠୁ ମୁଖ୍ୟ ବିଷୟ । ଯଦି ଆପଣ ବାରମ୍ବାର ଗ୍ୟାସ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆପଣ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଏହା ପଛରେ କିଛିଟା ବିଶେଷ କାରଣ ରହିଥାଏ ।

ଆସନ୍ତୁ ପ୍ରଥମେ ଜାଣିବା,
ପେଟର ଗ୍ୟାସ ପାଇଁ କଣ ବିଶେଷ କାରଣ-

-ଅସନ୍ତୁଳିତ ଖାଦ୍ୟ କିମ୍ବା ଖାଇବା ପିଇବା କାରଣରୁ ଆମକୁ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ନିଜ ଖାଦ୍ୟରେ ସାଇଲିୟମ ଯୁକ୍ତ ଫାଇବର ଫୁଡ୍ ସାମିଲ କରିବେ ତେବେ ଏହା ଆପଣଙ୍‌କର ଗ୍ୟାସର ସମସ୍ୟା ହୋଇପାରେ । ଏହାଛଡା ଆପଣ ଯଦି ଦୂଷିତ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବେ ତେବେ ଗ୍ୟାସ ହେବାର ସମ୍ଭାବନା ରହିଥାଏ ।
-ଯଦି ଆପଣ ଅଧିକ ଗ୍ୟାସ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଏହାର କାରଣ ଆପଣ ବାହାରର ଦୂଷିତ ପବନରେ ଅଧିକ ପ୍ରଶ୍ୱାସ ନେଉଛନ୍ତି । ଏହା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ଆପଣ ପାଟି ଖୋଲି ଅଧିକ ପ୍ରଶ୍ୱାସ ନେଇଥାନ୍ତି । ଏଭଳି ସ୍ଥିତିରେ ବାୟୁ ସହିତ ବ୍ୟାକ୍ଟେରିଆ ମଧ୍ୟ ଆପଣଙ୍କ ଅନ୍ତକୁ ଯାଇଥାଏ ଓ ଆପଣଙ୍କ ପେଟରେ ଗ୍ୟାସ କରାଇ ଥାଏ ।
-ଯଦି ଆପଣଙ୍କ ପେଟ ସଫା ହେଉନାହିଁ ଓ ମଳ ଆପଣଙ୍କ ଅନ୍ତରେ ରହିଯାଉଛି ତେବେ ମଧ୍ୟ ଗ୍ୟାସ ସମସ୍ୟା ହୋଇପାରେ । ଅନେକ ସମୟରେ ଅଧିକ ପରିମାଣରେ ଭୋଜନ କରିବା ଦ୍ୱାରା ମଧ୍ୟ ପାଚନ ତନ୍ତ୍ର ଅସୁସ୍ଥ ହୋଇ ଗ୍ୟାସ ହୋଇଥାଏ ।
-ଯଦି ଆପଣମାନେ ଅଧିକ କାର୍ବୋହାଇଡ୍ରେଟ୍ ଡ୍ରିଙ୍କସ୍ ଯେପରିକି ବିୟର୍‌, ସୋଢା, କିମ୍ବା ଅନ୍ୟ କୌଣସି ପାନୀୟ ସେବନ କରିବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ହୋଇଥାଏ । ତେଣୁ ସର୍ବଦା ନାଚୁରାଲ ଡ୍ରିଙ୍କସ୍ ସେବନ କରିବା ଉଚିତ୍ ।
-କିଛିଟା ଶାରୀରିକ ଅସୁସ୍ଥତା ଏଭଳି ହୋଇଥାଏ ଯେଉଁ କାରଣରୁ ଗ୍ୟାସ ହୋଇଥାଏ । ଯେପରିକି ଥାଇରଏଡ୍ ଡିସଇନଫେସନ୍‌,ମଧୁମେହ ଓ ଇଣ୍ଟନଷ୍ଟାଇନ ବ୍ଲକେଜ ଇତ୍ୟାଦି ।
– କିଛିଟା ଖରାପ ଅଭ୍ୟାସ ମଧ୍ୟ ଗ୍ୟାସ ସମସୟା କରାଇଥାଏ । ଯେପରିକି ସିଗାରେଟ ଟାଣିବା,ଆବଶ୍ୟକତା ଠାରୁ ଅଧିକ ଗୁଟକା ସେବନ,ବିଭିନ୍ନ ମାଉଥ୍ ଫ୍ରେଶନର୍ ମଧ୍ୟ ଗ୍ୟାସ ସମସ୍ୟାର କାରଣ ହୋଇଥାଏ ।
-କିଛି ଲୋକଙ୍କୁ ରାତିରେ ଅଧିକ କିମ୍ବା ହେବି ଖାଇବାର ଅଭ୍ୟାସ ଥାଏ । ଏମିତିରେ ପେଟରେ ଅଧିକ ଗ୍ୟାସ ସୃଷ୍ଟି ହେବାକୁ ଲାଗିଥାଏ । ସାଧାରଣତଃ ରାତି ସମୟରେ ପାର୍ଟିଜ,ଦାଓତ୍ କିମ୍ବା ବାହାରୁ ଡିନର କରିବାକୁ ଲୋକ ଯାଇଥାନ୍ତି । ଏମିତିରେ ଏହି ସମସ୍ୟା ଆହୁରି ଅଧିକ ବଢିଯାଇଥାଏ । ଦାଓତରେ ଅଏଲୀ ଫୁଡ୍ ଖାଇବାର ଚଳଣ ବହୁତ ଅଧିକ ରହିଥାଏ,ଯାହା ପେଟ ପାଇଁ ଜମା ବି ଭଲ ହୋଇନଥାଏ ।
-ଖାଦ୍ୟକୁ ଡାଇଜେଷ୍ଟ କରିବାରେ ଆମର ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆଜକୁ ପ୍ରାୟ ୬ ଘଣ୍ଟା ଲାଗିଥାଏ । ଏମିତିରେ ଯଦି ଆପଣ ଡିନର ପୂର୍ବରୁ ସନ୍ଧ୍ୟାର ସ୍ନାକ୍ସରେ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇଦେଇଛନ୍ତି ତାହାଲେ ଡିନର ପରେ ପେଟର ସମସ୍ୟା ଆରମ୍ଭ ହୋଇଯାଇଥାଏ । ବ୍ଲୋଟିଙ୍ଗ୍ ସମସ୍ୟା ଏହି କାରଣରୁ ହୋଇଥାଏ ।

 

ଯଦି ପେଟ ଫୁଲିବା ଅନୁଭବ କରୁଛନ୍ତି କଣ କରିବେ-

ଏହି ସମସ୍ୟା ପାଇଁ କୌଣସି ବିଶେଷ ଚିକିତ୍ସାର ଆବଶ୍ୟକ ନାହିଁ । ଏହା କିଛି ସାଧାରଣ କୌଶଳ ଦ୍ୱାରା ସ୍ୱୟଂଚାଳିତ ଭାବରେ ଆରୋଗ୍ୟ ହୋଇଯାଏ । ତଥାପି ଏହାର ଲକ୍ଷଣରୁ ମୁକ୍ତି ପାଇବା ପାଇଁ ଆପଣ ନିମ୍ନଲିଖିତ ଉପାୟରେ ପ୍ରାଥମିକ ଚିକିତ୍ସା କରିପାରିବେ ।

ପ୍ରାଥମିକ ଚିକିତ୍ସା-

-ଖାଦ୍ୟ ଖାଇବା ସମୟରେ ପାଟି ଦେଇ ଯାଇଥିବା ବାୟୁ କାରଣରୁ ମଧ୍ୟ ପେଟ ଫୁଲିବା ସମସ୍ୟା ହୋଇଥାଏ,ତେଣୁ ଖାଇବା ସମୟରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ପାଟି ବନ୍ଦ କରି ଖାଦ୍ୟ ଖାଆନ୍ତୁ ।
-ଯଦି ଆପଣ ଚୁଇଙ୍ଗମ୍ ଚୋବାନ୍ତି,ତେବେ ଏହି ଅଭ୍ୟାସକୁ ତୁରନ୍ତ ଛାଡିବାକୁ ଚେଷ୍ଟା କରନ୍ତୁ । ଏହା ଚୋବାଇବା ଦ୍ୱାରା ପେଟ ଭିତରକୁ ପବନ ଚାଲିଯାଏ ଏବଂ ପେଟ ଫୁଲିବା ସମସ୍ୟା ସୃଷ୍ଟି ହୋଇଥାଏ ।
-ଚାଲିବା ଦ୍ୱାରା କୋଷ୍ଟକାଠିନ୍ୟ ଦୂର ହେବା ସହ ପେଟରେ ଥିବା ଅତିରିକ୍ତ ବାୟୁ ବାହାରି ଆସେ । ଯଦି ଆପଣଙ୍କର ପେଟ ଫୁଲିବା ସମସ୍ୟା ଅଛି କିମ୍ବା ବାରମ୍ବାର ହେଉଛି,ତେବେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଅଭ୍ୟାସ କରନ୍ତୁ ।
-ପାଣିରେ ଭରପୂର ଖାଦ୍ୟ ଗ୍ରହଣ କରିବା ପରେ ପେଟରେ ଥିବା ଅତ୍ୟଧିକ ବାୟୁ ବାହାରକୁ ଆସିଯାଏ । ଆପଣ କାକୁଡି,ତରଭୁଜ ଏବଂ ଅନ୍ୟାନ୍ୟ ସମାନ ଖାଦ୍ୟ ଗ୍ରହଣ କରି ଏହି ସମସ୍ୟାରୁ ଆରାମ ପାଇପାରିବେ ।
-ପେଟ ଫୁଲିବା ସମସ୍ୟା ପରେ ବାୟୁ(ଗ୍ୟାସ) ଯୁକ୍ତ ସୋଡା ଏବଂ ଥଣ୍ଡା ପାନୀୟ (କୋଲ୍ଡ ଡ୍ରିଙ୍କସ୍‌) ସେବନ କଲେ ଆପଣଙ୍କ ସମସ୍ୟା ଅଧିକ ବଢିପାରେ । ଯାହା ବି ହେଉ,ଏହିପରି ପଦାର୍ଥ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
-ଶୀଘ୍ର ଖାଦ୍ୟ ଖାଇବା ହେତୁ ପେଟ ଭିତରକୁ ମଧ୍ୟ ବାୟୁ ଚାଲିଯାଏ,ତେଣୁ ଖାଦ୍ୟକୁ ଆରାମରେ ଚୋବାଇ ଚୋବାଇ ଖାଆନ୍ତୁ ଏବଂ କୌଣସି ପାନୀୟ ପିଇବା ପାଇଁ ପିଇବା ନଳୀ ବ୍ୟବହାର କରନ୍ତୁ ନାହିଁ ।
– ପେଟ ଫୁଲିବା କାରଣରୁ ଯଦି ଆପଣଙ୍କର ପେଟ ଯନ୍ତ୍ରଣା ହୁ,ତେବେ ଗରମ ସେକ ଦିଅନ୍ତୁ ଅଥବା ଉଷୁମ ପାଣିରେ ସ୍ନାନ କଲେ ମଧ୍ୟ ଆରାମ ମିଳିବ ।
-ବିଶ୍ୱାସ କରାଯାଏ ଯେ ମାନସିକ ଚିନ୍ତା ଯୋଗୁଁ ଆମର ହଜମ ପ୍ରକ୍ରିୟା ସଠିକ୍ ଭାବରେ କାମ କରିପାରେ ନାହିଁ । ଯେଉଁଥିପାଇଁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଆରମ୍ଭ ହୁଏ । ଯଦି ଆପଣଙ୍କ ପେଟ ଫୁଲିଯାଏ,ଅଯଥା ଚିନ୍ତା ନ କରିବାକୁ ଚେଷ୍ଟା କରନ୍ତୁ ।
-ବିଶେଷ କରି ରାତିରେ କର୍ବୋହାଇଡ୍ରେଟ୍ ଥିବା ପଦାର୍ଥର ସେବନ କରନ୍ତୁ ନାହିଁ । କାରଣ ଏହା ସକାଳେ ଆପଣଙ୍କ ପେଟ ଫୁଲିବା ସମସ୍ୟା ସୃଷ୍ଟି କରିପାରେ ।
-ଯଦି ଆପଣଙ୍କର ପେଟ ଫୁଲିବା ସମସ୍ୟା ଅଛି,ତେବେ ଲେମ୍ବୁ ପାଣି ପିଇବା ଏହାକୁ ଠିକ୍ କରିଦେବ । ସକାଳ ଉଠିବା ପରେ ଏବଂ ପ୍ରତ୍ୟେକ ଥର ଖାଦ୍ୟ ଖାଇବା ପରେ ଏକ ଗ୍ଲାସ୍ ଲେମ୍ବୁ ପାଣି ପିଇଲେ ଆପଣଙ୍କୁ ଏଥିରୁ ଆରାମ ମିଳିବ ।


-ଯଦି ଆପଣଙ୍କର ଦୁଗ୍ଧ ପଦାର୍ଥ ପ୍ରତି ଅସହିଷ୍ଣୁତା ଅଛି,ତେବେ ଦୁଗ୍ଧଜାତ ଦ୍ରବ୍ୟ ଖାଆନ୍ତୁ ନାହିଁ । ଏହା ସେବନ କରିବା ଦ୍ୱାରା ଆପଣଙ୍କ ପେଟ ଫୁଲିବା ସମସ୍ୟା ହୋଇପାରେ ।
-ଅନେକ ମହିଳା ରତୁସ୍ରାବ ପୂର୍ବରୁ ପେଟ ଫୁଲିବା ଅନୁଭବ କରନ୍ତି । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ଅଛି,ତେବେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଥିବା ଖାଦ୍ୟ ସେବନ କରନ୍ତୁ ।
-ପେଟ ଫୁଲିଲେ ଏପରି ପଦାର୍ଥ ଖାଆନ୍ତୁ ନାହିଁ ଯାହା ବାୟୁଦୋଷ ଗ୍ୟାସ ସୃଷ୍ଟି କରିବ,ଯେପରିକି ଫୁଲକୋବି,ବିନ୍ସ ଓ ଡାଲି ଇତ୍ୟାଦି । ଏହା ଆପଣଙ୍କ ସମସ୍ୟାକୁ ବଢାଇପାରେ ।
-କିଛି ଲୋକ ବିଶ୍ୱାସ କରନ୍ତି ଯେ ପ୍ରୋବାୟୋଟିକ୍ ସେବନ କଲେ ହଜମ ଉନ୍ନତ କରିଥାଏ ଏବଂ ପେଟ ଫୁଲାକୁ ଆରାମ ପ୍ରଦାନ କରିଥାଏ । ଯଦି ଆପଣ ଚାହାନ୍ତି,ଏହା ସେବନ କରି ପରୀକ୍ଷା କରିପାରନ୍ତି । ଦହି,ସେଓ ଏବଂ ଡାର୍କ ଚକୋଲେଟ୍ ଭଳି ପାଦର୍ଥରେ ପ୍ରୋବାୟୋଟିକ୍ ମିଳିଥାଏ ।
-ଅନେକ ଖାଦ୍ୟ ପଦାର୍ଥରେ କୃତ୍ରିମ ମିଠା ମିଶାଯାଏ,ଯାହା ହଜମ କରିବା କଷ୍ଟକର ହୋଇଥାଏ । ତେଣୁ ଆପଣଙ୍କ ପେଟ ଫୁଲିଯାଇପାରେ । ତେଣୁ ଏପରି ଖାଦ୍ୟ କମ୍ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
-ପୋଟାସିୟମ୍ ଶରୀରରେ ତରଳ ପଦାର୍ଥର ସନ୍ତୁଳନ ରଖେ ଏବଂ ପେଟ ଫୁଲିବା ସମସ୍ୟା ହୁଏ ନାହିଁ । ଯଦି ଆପଣଙ୍କର ପେଟ ଫୁଲିଯାଉଛି ତେବେ କଦଳୀ,କମଳା,ଏବଂ ଟମୋଟୋ ଭଳି ଖାଦ୍ୟ ଖାଆନ୍ତୁ । ଏହି ଫଳମାନଙ୍କରେ ପୋଟାସିୟମର ମାତ୍ରା ଅଧିକ ଥାଏ ।
-ଯୋଗ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ପେଟରେ ଥିବା ବାୟୁ ମଧ୍ୟ ବାହାରକୁ ଆସେ । ଯଦି ଆପଣଙ୍କ ଏହି ସମସ୍ୟା ଅଛି ତେବେ ନିୟମିତ ଯୋଗ କରନ୍ତୁ ।
-ମଦ୍ୟପାନ କିମ୍ବା ସିଗାରେଟ୍ ଖାଇବା ଦ୍ୱାରା ଆପଣଙ୍କ ଏହି ସମସ୍ୟା ବଢିପାରେ । ଯଦି ଆପଣ ମଦ୍ୟପାନ କିମ୍ବା ସିଗାରେଟ୍ ସେବନ କରନ୍ତି,ତେବେ ଏହି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ ।

ପେଟ ଫୁଲିଲେ ଡାକ୍ତରଙ୍କ ପାଖକୁ କେତେବେଳେ ଯିବେ

ପେଟ ଫୁଲିଲେ ଡାକ୍ତରଙ୍କ ନିକଟକୁ ଯିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ବେଳେବେଳେ ଏହା ଏକ ଗୁରୁତର ସମସ୍ୟାର ସଙ୍କେତ ହୋଇପାରେ । ଯଦି ଏହାର ଚିକିତ୍ସା କରା ନ ଯାଏ ,କିଛି ଜଟିଳତା ମଧ୍ୟ ହୋଇପାରେ । ତେଣୁ ଯଦି ଆପଣ ନିମ୍ନଲିଖିତ ଲକ୍ଷଣଗୁଡିକ ଅନୁଭବ କରୁଛନ୍ତି,ତେବେ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ-
-ପେଟରେ ଗଭୀର ଯନ୍ତ୍ରଣା
-ଛାତି ଯନ୍ତ୍ରଣା
-ଦୀର୍ଘସ୍ଥାୟୀ ପେଟ ଯନ୍ତ୍ରଣା
-ଜ୍ୱର
-ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
-ମଳରେ ରକ୍ତ କିମ୍ବା ମଳର ରଙ୍ଗ ଗାଢ କଳା ରଙ୍ଗ ହେବା
-ବାନ୍ତି କିମ୍ବା ବାନ୍ତି ହେତୁ କିଛି ନ ଖାଇପାରିବା
-କ୍ଲାନ୍ତ ଅନୁଭବ କରିବା
-ଛାତିରେ ଚାପ ବା ଭାରି ଅନୁଭବ କରିବ
-ଝାଡା ହେବା
-କୌଣସି ଆଘାତ ପରେ ଫୁଲିବା
-ରକ୍ତ ବାନ୍ତି କିମ୍ବା ବାନ୍ତିର ରଙ୍ଗ କଳା ଏବଂ ବାଦାମୀ ହେବା
-ଛାତିରେ ଜ୍ୱଳନ ହେବା କିମ୍ବା ଜ୍ୱଳନ ବଢିବା
-ପେଟରେ କିମ୍ବା ଶରୀରର ଅନ୍ୟ ଅଙ୍ଗରେ ହଠାତ୍ ଫୁଲା ଦେଖାଯିବା
-ବିନା କାରଣରେ ଓଜନ ହ୬ାସ
-କୌଣସି ଅସ୍ତ୍ରୋପଚାର ପରେ ପେଟ ଫୁଲିବା
-ନାଡି ଗତି ବଢିବା
-କାମଳ ରୋଗ ଲକ୍ଷଣ ଅନୁଭବ କରିବା

ଗ୍ୟାଷ୍ଟ୍ରିକ ସମସ୍ୟା ଠାରୁ କେମିତି ରକ୍ଷା ପାଇବେ ଜାଣନ୍ତୁ –

ରାତିରେ ଖାଦ୍ୟ ଖାଇବା ପରେ ଅତି କମରେ ୧୫ରୁ ୨୦ ମିନିଟ୍ ନିଶ୍ଚୟ ଚାଲିବା ଉଚିତ୍ । ଏହାଦ୍ୱାରା ଭୋଜନ ସହଜ ଉପାୟରେ ହଜମ ହେବାର ସାହାର୍ଯ୍ୟ ମିଳିଥାଏ । କିଛି ଲୋକଙ୍କୁ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାରେ ପଡିଯିବାର ଅଭ୍ରାସ ରହିଛି । ଏମିତିରେ ପାଚନ କ୍ରିୟାରେ ସମସ୍ୟା ଆସିଥାଏ ଏବଂ ପେଟରେ ଗ୍ୟାସ୍ ହେବାକୁ ଲାଗିଥାଏ । ଯଦି ଆପଣ ଦିନସାରା ଭିତରେ ୮ ରୁ ୧୦ ଗ୍ଲାସ୍ ପାଣି ପିଉନାହାନ୍ତି ତାହାଲେ ଡାଇଜେସନରେ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ଗ୍ୟାସ୍ ସମସ୍ୟା ହେବାର ମୂଖ୍ୟତଃ ଦାୟୀ । ଯେଉଁ ଲୋକ ଦୁଇଟି ମିଲ୍ ଭିତରେ ଅଧିକ ଗ୍ୟାପ୍ ରଖନ୍ତି ନାହିଁ,ସେମାନଙ୍କର ବି ଏହି ସମସ୍ୟା ହୋଇଥାଏ ।ଏଥିପାଇଁଁ ଦ୍ୱିପହର ଏବଂ ରାତି ଖାଦ୍ୟର ଟାଇମିଙ୍ଗ୍ ଫିକ୍ସ କରିନିଅନ୍ତୁ । ରାତି ସମୟରେ କେବେବି ଅଧିକ ତେଲିଆଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାହିଁକି ନା ଏହା ଗ୍ୟାସକୁ ବଢାଇଥାଏ । ଏଥିପାଇଁ ଭଲ ଏହା ହେବ ଯେ ଆପଣ ହାଲକା ଏବଂ ଅଏଲ ଫ୍ରି ଡାଇଟ୍ ଖାଆନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )