Friday 19th April 2024
ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି, ତେବେ ଆଜିଠାରୁ ଖାଇବା ଆରମ୍ଭ କରନ୍ତୁ ଏହିସବୁ ଖାଦ୍ୟ

ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି, ତେବେ ଆଜିଠାରୁ ଖାଇବା ଆରମ୍ଭ କରନ୍ତୁ ଏହିସବୁ ଖାଦ୍ୟ

ବ୍ୟସ୍ତବହୁଳ ସମୟ ଭିତରେ ମଣିଷ ନିଜ ଖାଦ୍ୟପେୟ ଓ ଦୈନନ୍ଦିନ ଜୀବନ ଉପରେ ଧ୍ୟାନ ଦେବାକୁ ଭୁଲିଯାଉଛି। ଯାହାଫଳରେ ସେ ନିଜ ଆଡକୁ ଅନେକ ରୋଗକୁ ଆମନ୍ତ୍ରଣ ମଧ୍ୟ କରୁଛି। ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ମେଦବହୁଳତା ଏବଂ ପେଟର ଚର୍ବି ବୃଦ୍ଧି। ମେଦବହୁଳତା ଏପରି ଏକ ସମସ୍ୟା ଯାହା ପାଇଁ ପୂର୍ବରୁ ସତର୍କ ନ ହେଲେ ତାହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଅଧିକ ତୈଳଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଏବଂ ଆବଶ୍ୟକ ମୁତାବକ ନିଦ୍ରା ନ ଯିବା ଏହାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେବେ ଏପରି ସମସ୍ୟା ପାଇଁ ଏକ ପ୍ରକାର ବ୍ୟାକ୍ଟେରିଆ ମଧ୍ୟ ଦାୟୀ ବୋଲି କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶ୍ୱରେ ମେଦବହୁଳତା ଜନିତ ମୃତ୍ୟୁ ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଏହାର କାରଣଗୁଡ଼ିକୁ ବିଶ୍ଳେଷଣ କରିବା ସମୟରେ ସେମାନେ ଏକ ବ୍ୟାକ୍ଟେରିଆ ଠାବକରିଥିଲେ। ‘ଫ୍ଲୋରା’ ନାମକ ବ୍ୟାକ୍ଟେରିଆକୁ ପରୀକ୍ଷା କରିବା ସମୟରେ ତାହା ମେଦବହୁଳତା ପାଇଁ ଅନେକାଂଶରେ ଦାୟୀ ବୋଲି ସେମାନେ ଜାଣିବାକୁ ପାଇଥିଲେ। ତେବେ ଏହା ପଛରେ ଆହୁରି କି ରହସ୍ୟ ଲୁଚି ରହିଛି ତାହା ଜାଣିବାକୁ ସେମାନେ ପ୍ରୟାସ ଜାରି ରଖିଛନ୍ତି।ମେଦବହୁଳତା ସାଧାରଣତ ବିଏମଆଇ ଦ୍ୱାରା ମାପ କରାଯାଏ । ଯଦି ଜଣେ ବୟସ୍କ ବ୍ୟକ୍ତିଙ୍କ ବିଏମଆଇ ୨୫ ରୁ ଅଧିକ, ତା’ହେଲେ ତାଙ୍କର ଓଜନ ବୃଦ୍ଧି ପାଇଛି, କିନ୍ତୁ ଯଦି ବିଏମଆଇ ୩୦ ରୁ ଅଧିକ ହୁଏ, ତେବେ ସେ ମୋଟାପଣରେ ପୀଡିତ । ମେଦବହୁଳତା ହେତୁ ମଧୁମେହ, ହୃଦ ରୋଗ, କିଡନୀ ସମସ୍ୟା, ମସ୍ତିଷ୍କ ସମସ୍ୟା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ମେଦବହୁଳତା ହ୍ରାସ କରିବାକୁ ଲୋକମାନେ କେଉଁ ପ୍ରୟାସ କରନ୍ତି ନାହିଁ । ଏହାର ଶେଷ ଉପାୟ ହେଉଛି ବାରିଆଟ୍ରିକ୍ ସର୍ଜରୀ । କିନ୍ତୁ ଗ୍ୟାଷ୍ଟ୍ରିକ୍ ବେଲୁନ୍ ମାଧ୍ୟମରେ ମେଦବହୁଳତାକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଏକ ଉପଶମ ପାଇଛନ୍ତି। ଆସନ୍ତୁ ଜାଣିବା ଗ୍ୟାଷ୍ଟ୍ରିକ୍ ବେଲୁନ୍ ବିଷୟରେ । 

ଗ୍ୟାଷ୍ଟ୍ରିକ୍ ବେଲୁନ୍-

ହୋପକିନ୍ସ ମେଡିକାଲ ୱେବସାଇଟ୍ ଅନୁଯାୟୀ, ଏକ ଗ୍ୟାଷ୍ଟ୍ରିକ୍ ବେଲୁନ୍ ହେଉଛି ଏକ ପ୍ରଣାଳୀ ଯେଉଁଥିରେ ମୋଟାପଣ ଉପରେ ଏକ ଅସ୍ଥାୟୀ ନିୟନ୍ତ୍ରଣ ଲାଗୁ କରାଯାଇଥାଏ।ଏହା ଅଧୀନରେ ପେଟ ଭିତରେ ଏକ ଗ୍ୟାଷ୍ଟ୍ରିକ୍ ବେଲୁନ୍ ଲଗାଯାଏ। ଏହି ପ୍ରକ୍ରିୟାରେ, ଏଣ୍ଡୋସ୍କୋପିକ୍ କୌଶଳର ସାହାଯ୍ୟ ନିଆଯାଏ ଏବଂ ଡାକ୍ତରମାନେ ଏହି ଗ୍ୟାଷ୍ଟ୍ରିକ୍ ବେଲୁନ୍କୁ ଅସ୍ତ୍ରୋପଚାର ବିନା ପେଟ ଭିତରେ ଫିଟ୍ କରନ୍ତି । ଏହି ବେଲୁନରେ ଲୁଣିଆ ପାଣି ଭରିଥାଏ । ଏହି ବେଲୁନ୍ ପେଟ ଭିତରେ ୬ ମାସ ପର୍ଯ୍ୟନ୍ତ ରହିପାରେ । ଏହା ପରେ ଏହାକୁ ଅପସାରଣ କରାଯାଏ । ଗ୍ୟାଷ୍ଟ୍ରିକ୍ ବେଲୁନ୍ ପେଟକୁ ଗଲା ପରେ, ଭୋକର ଅନୁଭବ କମିଯାଏ, ଯେଉଁଥିପାଇଁ ଲୋକମାନେ କମ୍ ଖାଦ୍ୟ ଖାଇଥା’ନ୍ତି ଏବଂ ଏହି କାରଣରୁ ଓଜନ ଧୀରେ ଧୀରେ କମିବା ଆରମ୍ଭ କରେ ।ଗ୍ୟାଷ୍ଟ୍ରିକ୍ ବେଲୁନ୍ ନରମ, ଚିକ୍କଣ ଏବଂ ସିଲିକନ୍ ରବରରେ ନିର୍ମିତ । ଏହି ବେଲୁନ୍ ର ଡିଜାଇନ୍ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ପେଟରେ ଫିଟ୍ ହେବା ପରେ ପେଟର କ୍ଷମତା କମିଯାଏ ଏବଂ ପେଟ ପୂର୍ଣ୍ଣ ଅନୁଭବ କରେ । ଏହି ଗ୍ୟାଷ୍ଟ୍ରିକ୍ ବେଲୁନ୍ ପେଟରେ ଭର୍ତ୍ତି କରାଯାଇଥାଏ । ଡାକ୍ତର ପେଟରେ ଏଣ୍ଡୋସ୍କୋପ୍ ଭର୍ତ୍ତି କରନ୍ତି। ଏହି ସମଗ୍ର ପ୍ରକ୍ରିୟାରେ, ଏଣ୍ଡୋସ୍କୋପିକ୍ ଟ୍ୟୁବରେ ଏକ କ୍ୟାମେରା ସ୍ଥାପିତ ହୋଇଛି, ଯେଉଁଥିପାଇଁ ସମ୍ପୂର୍ଣ୍ଣ ମନିଟରିଂ କରାଯାଇଥାଏ ।ମେଦବହୁଳତା ଓ ଚର୍ବି (Fat) ଆମ ନିତିଦିନିଆ ଜୀବନଶୈଳୀ (Daily life) ରେ ଗୋଟି ବଡ ଟେନସନ ପାଲଟିଗଲାଣି। ଏଥିରୁ ରକ୍ଷା ପାଇଁ ଆମେ ଅନେକ ପନ୍ଥା ଆପଣେଉଛେ, ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଉଛେ। କିନ୍ତୁ ଆମ ସମସ୍ୟା ଦୂର ହେଉନାହିଁ। ତେବେ ଆମେ ଆପଣଙ୍କୁ କହିବୁ ମେଦବହୁଳତା (body weight) ଏବଂ ଚର୍ବି ଦୂରକରିବା ପାଇଁ କିଛି ଘରୋଇ ପ୍ରତିକାର (Home remedies) । ଯାହାବେଶ ଫଳପ୍ରଦ ହେବ। ମେଦବହୁଳତା ହ୍ରାସ ପାଇଁ ଆପଣ ବିଶେଷ କରି ବ୍ୟାୟାମ ସହିତ ଖାଦ୍ୟପେୟ (Food) ଉପରେ ଗୁରୁତ୍ୱ ଦିଅନ୍ତୁ। 

ମୋଟାପଣ କମାଇବାରେ ଘରୋଇ ଉପାୟ-

-ତେବେ ଆପଣ ଜାଣିଛନ୍ତି କି ଆଖୁରସ ପିଇବା ଦ୍ୱାରା ଆପଣ ମେଦବହୁଳତାରୁ ରକ୍ଷା ପାଇ ପାରିବେ ।

-ସକାଳୁ ଉଷୁମ ପାଣିରେ ଲେମ୍ବୁ ରସ ଓ ସାମାନ୍ୟ ଲୁଣ ମିଶାଇ ପିଅନ୍ତୁ। ଯାହା ମେଟାବୋଲିଜିମ୍ ବଢ଼ାଇଥାଏ ଓ କ୍ୟାଲୋରି କମ୍ କରିଥାଏ।

-ପର୍ୟ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ। ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ।

-ଭାତ ଆପଣଙ୍କ ଶରୀରରେ ମୋଟାପଣ ବଢାଇଥାଏ। ଚାଉଳରେ ପ୍ରସ୍ତୁତ ଖାଦ୍ୟ ପରିବର୍ତ୍ତେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ।

-ଅରୁଆ ଭାତ ଖାଇବାଠାରୁ ଦୂରେଇ ରୁହନ୍ତୁ। ବ୍ରାଉନ ରାଇସର ଭାତ ଖାଇଲେ ଭଲ। କାରଣ ଏଥିରେ କୋଲଷ୍ଟ୍ରଲ ମାତ୍ରା କମ୍ ରହିଥାଏ। ଏଥିରେ ଥିବା ଭୁସି ଶରୀର କୋଲଷ୍ଟ୍ରଲ ସ୍ତର କମ୍ କରିଥାଏ।

-ଜୀରା ପାଣୀ ଏବଂ ମହୁରେ ପୋଟାସିୟମ, କପର ଏବଂ ଫସଫରସ ରହିଥାଏ,

-ଯାହା ଶରୀରରେ ଥିବା ଅତ୍ୟଧିକ ଚର୍ବି ହାସ୍ର କରିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଜୀରା ପାଣୀରେ ଏକ ଚାମଚ ମହୁ ମିଶାଇ ସେବନ କରିବା ଦ୍ବାରା ଆପଣ ଶରୀରରେ ଏହାର ପ୍ରଭାବ ନିଶ୍ଚିନ୍ତ ଦେଖିବାକୁ ପାଇବେ।-ଆମିଷ ଜାତୀୟ ଖାଦ୍ୟ କମ୍ ଖାଆନ୍ତୁ।

-ମାଂସ ଖାଆନ୍ତୁ ନାହିଁ। କି ମଦ୍ୟପାନ କରନ୍ତୁ ନାହିଁ। କାରଣ ମାଂସରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ମଦରେ କ୍ୟାଲୋରୀ ରହିଥାଏ। ଯାହା ଆପଣଙ୍କ ମୋଟାପଣ କମାଇବାରେ ବାଧା ସୃଷ୍ଟି କରିଥାଏ। ଯଦି ଜିମ୍ ଯାଉଛନ୍ତି ତାହେଲେ ମାଂସ ଖାଇବାରେ କୌଣସି ଅସୁବିଧା ନାହିଁ।

-ଅଧିକ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ବହୁତ କମ୍ ପରିମାଣରେ କ୍ୟାଲୋରୀ ଥାଏ। ଏଥିସହିତ ଏସବୁ ଖାଦ୍ୟ ଶରୀରକୁ ପୋଷକତତ୍ତ୍ୱ ଯୋଗାଇଥାଏ।

-ସକାଳେ ପେଟପୁରା ଜଳଖିଆ ଖାଆନ୍ତୁ। ଖାଲିପେଟରେ ରୁହନ୍ତୁ ନାହିଁ। କି ତେଲରେ ଛଣା ଖାଦ୍ୟ ପଦାର୍ଥ ଓ ବାହାର ଖାଦ୍ୟ ଖାଆନ୍ତୁ ନାହିଁ।

-କ୍ଷୀର ଚା ମଧ୍ୟ ଆମର ମେଦବହୁଳତାର ଅନ୍ୟତମ କାରଣ। ଯଦି ଆପଣଙ୍କୁ ଚା ପିଇବାକୁ ଭଲଲାଗେ ତେବେ ଆପଣ ଗ୍ରୀନ୍ ଟି ପିଇବା ଉଚିତ୍।

-ଠିକ୍ ସମୟରେ ସନ୍ତୁଳିତ ଓ ଉତ୍ତମ ଖାଦ୍ୟ ଖାଆନ୍ତୁ। ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।  ଶାକାହାରୀ ଲୋକଙ୍କ ପାଇଁ ହାଇ ଫାଇବର ଯୁକ୍ତ ଖାଦ୍ୟ କମ୍ ଖାଇବା ଉଚିତ୍।

-ପ୍ରୋଟିନ ବେଷ୍ଟ ଡାଇଟ୍ ରେ ସାଧାରଣତଃ ୧୦୦ ପ୍ରକାର ଖାଦ୍ୟ ପଦାର୍ଥ ସାମିଲ ହୋଇଥାଏ। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୨-୩ କିଲୋ ଓଜନ ହ୍ରାସ ପାଇଥାଏ।

-ସୁଗାର ଓ ଆଇରନ ଯୁକ୍ତ ଆହାର ଖାଇଲେ ଏହା ଅତିରିକ୍ତ ଭାବେ ବୃଦ୍ଧି ପାଇଥିବା ଓଜନକୁ ନିୟନ୍ତ୍ରଣ କରିଥାଏ।

-ନିତି କିଛି ଝାଳବୁହା ପରିଶ୍ରମ କଲେ ଶରୀରର ଚର୍ବି ଅଂଶ କମିଥାଏ ଓ ଶରୀରର ଓଜନ ହ୍ରାସ ଘଟିଥାଏ।

-ପେଟରେ ଚର୍ବି କମ୍ କରିବା ପାଇଁ ଖାଦ୍ୟରେ ଲୁଣର ମାତ୍ରାକୁ ମଧ୍ୟ କମ୍ କରିବା ଉଚିତ। 

-ଫାଇବର ଯୁକ୍ତ ଖାଦ୍ୟ ଜଳଖିଆରେ ସାମିଲ କଲେ ଭଲ।-ନିତି କିଛି ଝାଳବୁହା ପରିଶ୍ରମ କଲେ ଶରୀରର ଚର୍ବି ଅଂଶ କମିଥାଏ ଓ ଶରୀରର ଓଜନ ହ୍ରାସ ଘଟିଥାଏ।

-ପ୍ରତିଦିନ ସକାଳେ ଖାଲି ପେଟରେ ୨ କୋଲା ରସୁଣ ଖାଇ ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ୱାରା ଓଜନ କମାଇବା ପ୍ରକ୍ରିୟା ଦୁଇ ଗୁଣା ବୃଦ୍ଧି ପାଇଥାଏ।

-ଖାଦ୍ୟ ପ୍ରସ୍ତୁତ ସମୟରେ ମସଲା ଭାବେ ଡାଳଚିନି, ଗୋଲମରିଚ, ଅଦା ବ୍ୟବହାର କରିବା ଉଚିତ। ଏହା ରକ୍ତରେ ଗ୍ଲୁକୋଚ ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। 

-ଲୁଣ କମ୍ ଖାଆନ୍ତୁ। କାରଣ ଏଥିରେ ଜଳ ଧାରଣ କ୍ଷମତା ଅଧିକ ରହିଥାଏ। ଫଳରେ ଶରୀରରେ ଜଳର ମାତ୍ରା ବଢ଼ିଯାଏ। ଯାହା ପେଟ କମାଇବାରେ ବାଧା ସୃଷ୍ଟି କରେ। 

-ଆଚାର, ପାମ୍ପଡ଼, ଖାଇବା ମଧ୍ୟ ବନ୍ଦ କରନ୍ତୁ। ଚିନି କମ୍ ଖାଇବାକୁ ଚେଷ୍ଟା କରନ୍ତୁ।

-ତନ୍ତୁ ଜାତୀୟ ଖାଦ୍ୟ ଖାଆନ୍ତୁ। ଏହା ଭୋକ କଣ୍ଟ୍ରୋଲ କରିବା ସହିତ ମୋଟାପଣ କମ୍ କରିଥାଏ। ଏହାଛଡ଼ା ଏଥିରେ ମିନେରାଲ୍ ସ ଓ ଅନ୍ୟାନ୍ୟ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ।

-ଅଧିକ ମସଲାଯୁକ୍ତ ଖାଦ୍ୟ ନଖାଇ ସେଥିରେ ଗୋଲମରିଚ, ସୋରିଷ, ହଳଦୀ, ଲଙ୍କା ଆଦିକୁ ସାମିଲ କରନ୍ତୁ। ଏହା ହଜମ ଶକ୍ତି ବଢ଼ାଇବା ସହିତ ଶରୀରର ଓଜନ କମାଇଥାଏ। 

-ପ୍ରଚୁର ପାଣି ପିଅନ୍ତୁ। ଉଷୁମ୍ ପାଣି ପିଇଲେ ଆହୁରି ଭଲ। ଖାଇବାର ଅଧଘଣ୍ଟା ପରେ ଉଷୁମ୍ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀର ବିଷାକ୍ତ ପଦାର୍ଥ କିଡନୀ ଦେଇ ବାହାରକୁ ବାହିରିଯାଏ। ଶରୀରରେ ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହେବା ସହିତ ଉଷୁମ ପାଣି ମୋଟାପଣ କମାଇବାରେ ସାହାଯ୍ୟ କରେ। ଯଦି ଆପଣ ନିଜ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ୧୫ ରୁ ୨୦ ଦିନ ଲଗାତାର ଏହି ପାଣି ପିଅନ୍ତୁ। -ଓଜନ ହ୍ରାସ କରିବାକୁ ହେଲେ ଆପଣଙ୍କୁ ଗରମ ପାଣିରେ ଲେମ୍ବୁ ଏବଂ ମହୁ ପକାଇ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ଆପଣ ବ୍ୟାୟାମ କରିବା ପରେ ପିଇ ପାରିବେ। ଏହା ବ୍ୟତୀତ ଗରମ କ୍ଷୀରରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହି ମିଶ୍ରଣ ଆପଣଙ୍କ ବର୍ଦ୍ଧିତ ଓଜନକୁ ନିୟନ୍ତ୍ରଣ କରିବ।

-ଯଦି ଆପଣ ଖାଲି ପେଟରେ ଏକ ଗ୍ଲାସ ପାଣିରେ ମହୁ ମିଶାଇ ପିଅନ୍ତି, ତେବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

-ମହୁ ଏବଂ ଚିନାବାଦାମର ବ୍ୟବହାର ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଆପଣ ପାଣି ଗରମ କରି ସେଥିରେ ଚିନାବାଦାମ ପାଉଡର ମିଶାନ୍ତୁ । ଏହି ପାଣି ଫୁଟିବା ପରେ ଏହାକୁ ଛାଣି ଏକ କପରେ ରଖନ୍ତୁ। ଏବେ ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ଏହାକୁ ସେବନ କରନ୍ତୁ। ଏଠାରେ ଆମେ କହିରଖୁଛୁ ଯେ ମହୁକୁ ଅଧିକ ଖାଇବା ଉଚିତ୍ ନୁହେଁ। କେବଳ ସୀମିତ ପରିମାଣରେ ମହୁ ବ୍ୟବହାର କରନ୍ତୁ।

-ବାଦାମ, ଆଖ୍ରୋଟ୍ ଭଳି ଡ୍ରାଏଫୁଡ୍ ଖାଆନ୍ତୁ। କାରଣ ଏପରି ଖାଦ୍ୟ ଶରୀରରେ ଜମେ ନାହିଁ ଏଥିସହିତ ଶରୀରର ଓଜନ କମାଇବାରେ ସାହଯ୍ୟ କରିଥାଏ

-ରାତିରେ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ଜୁଆଣି ପକାଇ ବତୁରାନ୍ତୁ। ସକାଳେ ଏହାକୁ ଛାଣି ସେହି ପାଣିରେ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ। ନିୟମିତ ଭାବେ ଏହାକୁ ସେବନ କଲେ ଆପଣ ନିଶ୍ଚିତ ରୂପେ ଫରକ ଅନୁଭବ କରିପାରିବେ। ଆପଣଙ୍କ ଚର୍ବି ଏବଂ ମୋଟାପଣ କମିବ।

-ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଚାମଚ ଜୁଆଣି ଖାଇବେ, ତେବେ ଗୋଟିଏ ମାସ ମଧ୍ୟରେ ଆପଣ ନିଜେ ଫରକ ଅନୁଭବ କରିବେ।

-ଜୁଆଣି ଶରୀରର ମେଟାବୋଲିଜିମକୁ ଅଧିକ ସକ୍ରିୟ କରିଥାଏ। ଯାହାଦ୍ୱାରା ଶରୀରର ଫ୍ୟାଟ୍ ନିୟନ୍ତ୍ରିତ ହେବା ସହ ଓଜନ ମଧ୍ୟ ଶୀଘ୍ର କମିଯାଏ।

CATEGORIES
TAGS
Share This

COMMENTS

Wordpress (0)
Disqus ( )