Wednesday 17th April 2024
ସାରା ଦେଶରେ କାହିଁକି ବନ୍ଦ ହେବ ଟୋଲ୍ ପ୍ଲାଜା ?

ସାରା ଦେଶରେ କାହିଁକି ବନ୍ଦ ହେବ ଟୋଲ୍ ପ୍ଲାଜା ?

ଟୋଲ ପ୍ଲାଜା ଯାହା ସବୁ ଜାତୀୟ ରାଜପଥର ମଝାମଝିରେ ରହିଥାଏ । ପ୍ରତ୍ୟେକଦିନ ଜାତୀୟ ରାଜପଥରେ ଯାଉଥିବା ଗାଡି ମଟର ଏହି ଟୋଲ୍ ପ୍ଲାଜା ଦେଇ ଗତି କରନ୍ତି । ଏଠାରେ ବହୁତ ସମୟରେ ଲମ୍ବା ଲମ୍ବା ଲାଇନ୍ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଘଣ୍ଟା ଘଣ୍ଟା ଧରି ଯେଉଁ ଲମ୍ବା ଲାଇନ୍ ଆପଣ ଦେଉଥିଲେ ତାହା ଆଉ କରିବାକୁ ପଡିବନି । କାରଣ ଏବେ ଆପଣଙ୍କୁ ଆଉ ଟୋଲ ଜମା କରିବାକୁ ପଡିବ ନାହିଁ । ଖୁବଶୀଘ୍ର ସମଗ୍ର ଦେଶର ଅନେକ ଜାତୀୟରାଜପଥରୁ ସମସ୍ତ ଟୋଲ ପ୍ଲାଜାକୁ ହଟାଇ ଦିଆଯିବ । ବର୍ତ୍ତମାନ ସରକାର ଜିଡିଏସ ଟେକ୍ନୋଲୋଜୀରୁ ଟୋଲ୍ ସଂଗ୍ରହ କରିବାର ଯୋଜନା କରୁଛନ୍ତି । ଏହି ନୂଆ ଜିପିଏସ୍ ଟୋଲ ସିଷ୍ଟମ ଆସିବା ପରେ ଆପଣଙ୍କୁ ଜାତୀୟ ରାଜପଥରେ ଆଉ ଟୋଲ ପ୍ଲାଜା ନଜର ଆସିବ ନାହିଁ ।

ନିକଟରେ ଟ୍ରାନ୍ସପୋର୍ଟ କର୍ପୋରେସନ ଅପ୍ ଇଣ୍ଡିଆ ଓ ଆଇଆଇଏମ କୋଲକାତା ଏକ ରିପୋର୍ଟ ଜାରି କରିଛନ୍ତି ।ଏହି ରିପୋର୍ଟ ମୁତାବିକ ଟୋଲ୍ ପ୍ଲାଜାରେ ଟୋଲ୍ ଜମା କରିବା ସମୟରେ ଗାଡି ଗୁଡିକର ଲାଗୁଥିବା ଭିଡ ହେତୁ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ତେଲ ଖର୍ଚ୍ଛ ହୋଇଥାଏ । ଏଥିସହିତ ଅନେକ ସମୟ ଧରି ଗାଡି ଭିଡ ଭିତରେ ଅଟକି ରହିବା ହେତୁ ୪୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଏସବୁକୁ ଦେଖିବାକୁ ଗଲେ ପାଖାପାଖି ଟୋଲ ପ୍ଲାଜା ହେତୁ ଦେଶକୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

ଜିପିଏସ୍ ଟୋଲ୍ ସିଷ୍ଟମ୍ ମାଧ୍ୟମରେ ଟୋଲ୍ ପ୍ଲାଜା ଅତିକ୍ରମ କରିବା ମାତ୍ରେ ଆପଣଙ୍କ ଗାଡିର ନମ୍ବର ପ୍ଲେଟ୍ ସ୍କାନ୍ ହେବ । ଏହାପରେ ଟୋଲ୍ ସଂଗ୍ରହର ପରିଣାମ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ । ଅଧିକ ସହଜ ଓ ସୁବିଧା କରିବା ପାଇଁ ଜିପିଏସ୍ ଟୋଲ୍ ସିଷ୍ଟମର ଏହିଭଳି ଉପାୟ କରାଯାଇଛି । ତେବେ ଦେଶର ଅର୍ଥନୀତିରେ ମଧ୍ୟ ଏହି ନୂଆ ଉପାୟର ପ୍ରଭାବ ନିଶ୍ଚୟ ପଡିବ । ଯଦି ଆପଣଙ୍କୁ ଲାଗୁଛି ଏହି ନିୟମ ଆଗାମୀ ସମୟରେ ବହୁତ ସୁବିଧା ଯୋଗାଇବ ତାହାଲେ ନିଶ୍ଚୟ ନିଜର ମୂଲ୍ୟବାନ ମତାମତ ଆମକୁ ଦିଅନ୍ତୁ ଓ ଏହି ପୋଷ୍ଟକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )