Friday 26th April 2024
ରିଲିଜ ହେଲା ‘ବିକ୍ରମ ଭେଧା’, କେମିତି ହୋଇଛି, ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

ରିଲିଜ ହେଲା ‘ବିକ୍ରମ ଭେଧା’, କେମିତି ହୋଇଛି, ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

() ଅଭିନେତ୍ରୀ ଏଶ୍ୱର‌୍ୟ୍ୟା ରାୟ ଓ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ବିକ୍ରମ ଭେଧା’ଓ “ପୋନିୟାନ ସେଲଭାନ” ମଧ୍ୟରେ ବକ୍ସ ଅଫିସରେ କିଏ ବାଜି ମାରିବା ନେଇ ସଂଘର୍ଷ ଲାଗିବାକୁ ଥିବା କଥା ଶୁଣିବାକୁ ମିଳୁଥିଲା । ଏହି ସମୟରେ ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି । ରିଲିଜ ହୋଇଛି ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ସେଫ ଆଲ୍ଲୀ ଖାନଙ୍କ ଅଭିନୀତ ଚଳଚିତ୍ର “ବିକ୍ରମ ଭେଧା” । ଏହା ସାଉଥ୍ ଫିଲ୍ମ ‘ବିକ୍ରମ ଭେଧା’ର ରିମେକ୍ ଅଟେ । ଯାହାକୁ ନେଇ ଦୀର୍ଘ ସମୟ ଧରି ଦର୍ଶକ ଉତ୍ସାହିତ ଥିଲେ । ଏଭଳି ପରିସ୍ଥିତିରେ ଫିଲ୍ମଟିକୁ ଦେଖି ଲୋକଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଆସିବାକୁ ଲାଗିଛି ।Vikram Vedha: 5 unknown facts about the original film that you must read before watching the remake | PINKVILLA

ଲୋକଙ୍କ ପ୍ରତିକ୍ରିୟା:

ଜଣେ ଉପଭୋକ୍ତା ଲେଖିଛନ୍ତି ‘ବିକ୍ରମ ଭେଧା’ ଫିଲ୍ମରେ ଦୁଇ ମାଷ୍ଟର ବ୍ଲାଷ୍ଟର ଅଭିନେତାଙ୍କ ଅଭିନୟ ବେଶ ଚମତ୍କାର ରହିଛି। ଫିଲ୍ମରେ ହ୍ରିତିକଙ୍କ ଅଭିନୟ ଏକ ଭିନ୍ନ ରୂପ ଦେଇଛି। ଏହି ସମୟରେ ସୈଫଙ୍କ ଚରିତ୍ରରେ ମାଧବନଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥିଲା। ତେବେ ଏଥିରୁ ଜଣାପଡୁଛି ଏହି ଫିଲ୍ମ ଆଗାମୀ ଦିନରେ ଭଲ କଲେକସନ୍ କରିପାରିବ ।

ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ‘ହ୍ରିତିକଙ୍କ ସ୍ଵାଗ ଏବଂ ସୈଫଙ୍କ ଆକ୍ସନ ଅତ୍ୟନ୍ତ ସୁନ୍ଦର। ଚଳଚ୍ଚିତ୍ରରେ ଦେଖାଯାଇଥିବା ଟୁଇଷ୍ଟ ଏବଂ ଟର୍ନ୍ ଆପଣଙ୍କୁ ଶେଷ ପର‌୍ୟ୍ୟନ୍ତ କାହାଣୀରେ ଯୋଡି ରଖିବ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )